Sanuja Meghamala

Tragedy

5.0  

Sanuja Meghamala

Tragedy

ଅତୃପ୍ତ ଆତ୍ମା !!

ଅତୃପ୍ତ ଆତ୍ମା !!

4 mins
524


ଶୀତ ରାତି।  ଥଣ୍ଡା ପବନ ପିଟି ପକାଉଛି। ଘନକୁହୁଡି ରେ ଆକାଶ ଟା ପୁରା ଭର୍ତ୍ତି ।   ପାଉଁଶିଆ , ଆକାଶ ଟା ଭାରି ଭାରି ଲାଗୁଚି ,ଯେମିତି ଶୀତ ରାତିରେ ରେଜେଇ ଘୋଡି ହେଇଚି ।ଏତେ ଶୀତ ରେ କିଏ ଘରୁ ବାହାରେ ! ନିହାତି କାମ ନ ପଡ଼ିଲେ ।ବିଳମ୍ବିତ ରାତିରେ ଭଦ୍ରକ ରୁ ଗୋଟିଏ ପାରିବାରିକ ବିବାହ ଭୋଜି ରେ ଯୋଗେ ଦେଇ ବାହାରିଲା ବେଳକୁ ସମୟ ପାଖା ପାଖି ୧୧ ଟା ହୋଇଯାଇଥାଏ।ଆସିବୁ ନ ଆସିବୁ ଦ୍ଵନ୍ଦ ଭିତରେଡ଼୍ରାଇଭରକହିଲା କିଛି ଅସୁବିଧା ନାହିଁ , ସବୁବେଳେ ଲାଇନ ବସ୍ ଓ ଟ୍ରକ୍ ଚାଲୁଥିବ ।ଆମେ ୧ ଟା ସୁଦ୍ଧା ପହଞ୍ଚି ଯିବା  ।ଭୁବନେଶ୍ୱର ରେ।ଶୀତ ରାତି କୁ ଭୋଜି ଖିଆ ପେଟ ଭର୍ତ୍ତି।ମୋତେ କିନ୍ତୁ ଭୟ ଲାଗୁଥାଏ ଯଦି ବାଟରେ ଗାଡି ଖରାପ୍ ହେଇଯିବ, ଏଥିପାଇଁ ସମସ୍ତଙ୍କ ଠାରୁ ବହେ ଗାଳି ଶୁଣିଲି, ନେଗେଟିଭ ମାଇଣ୍ଡ, ସବୁ କଥାରେ ଡର ।

କଥା ହେଲା ଡ୍ରାଇଭର ପାଖରେ ମୋ Mr ବସିବେ, ତା ସହିତ ଗପିବେ।ଆମେ ଦୁଇଟି ପରିବାର ମିଶିକି ଯାଇଥିଲୁ,

ପଛରେ ଭାଇ ତାଙ୍କ ପୁଅଙ୍କୁ ଓ ମଝିରେ ମୁଁ ଏବଂ ଅପା ଓ ମୋ ପିଲା ମାନେ ବସିଲେ।ଧୂଆଁ ରେ ରାସ୍ତା ଜମା ଦେଖା

ଯାଉ ନଥିଲା।ମୁଁ ଡ୍ରାଇଭର ପଛ ସିଟ୍ ବସିଥାଏ।

ସେ ଭଜନ ଶୁଣୁ ଥାଏ ,ଏବଂ ମଝିରେ ମଝିରେ ଗାଉଥାଏ ମଧ୍ୟ ।ସମସ୍ତେ ଆରାମ ରେ ଶୋଇ ପଡିଥାନ୍ତି, ମୁଁ କିନ୍ତୁ ପଛରୁ ରାସ୍ତା କୁ ଦେଖୁ ଥାଏ ।ତାକୁ ମଝିରେ ପଦେ ପଦେ

କଣ କହିଦେଉ ଥାଏ।ତାର ନିଦ ଭାଙ୍ଗିବା ପାଇଁ।

 କିଛି ବାଟ ଗଲାପରେ ଅନୁଭବ କଲି ବିରାଟ ଏକ ଧଳା ଛାଇ , ଧଳା ପଣତ ଉଡ଼େଇ, ପାଦ ଟା ତଳେ ଲାଗୁ ନ ଥାଏ ,କଳା ଚୁଟି ଛାଡ଼ି ଗାଡି ଆଗକୁ ମାଡି ଆସିଲା, ମୋତେ ଲାଗିଲା ଆକ୍ସିଡେନ୍ଟ ହେଇଗଲା।

ମୁଁ ଜୋର ରେ ଚିତ୍କାର କରି ଉଠିଲି , ସମସ୍ତଙ୍କ ନିଦ ହଠାତ୍ ଭାଙ୍ଗିଗଲା, ଡ୍ରାଇଭର ପଚାରିଲା କଣ ହେଲା ମାଡମ୍ ।

କିଛି ସମୟ ନିଃଶ୍ୱାସ ନେଇ ମୁଁ ପରିସ୍ଥିତି କୁ ହାଲକା କରିବାକୁ କହିଲି, ନାଇଁ ମୋ ଆଖି ବୋଧେ ଲାଗିଯାଇଥିଲା।ସେଥିପାଇଁ କଣ ଶବ୍ଦ କରିଥିବି।ଏତିକି କହିବା ଭିତରେ ମୋ ସାଇଡ ଡୋର ଦେଇ ବାହାରକୁ

ଚାହିଁ ଦିଏ ତ ମୋ ଗୋଡ଼ ହାତ ସ୍ଥିର ହେଇଗଲା, ଏଡେ ଶୀତ ରେ ବି ଗମ୍ ଗମ୍ ଝାଳ ବୋହି ପଡ଼ିଲା,ଓ ପାଟି ଖନି

ମାରି ଯାଉଥାଏ ,ସେହି ଧଳା ଛାୟାଟା ଆମ ଗାଡି ସହିତ ଏକା ସ୍ପିଡ୍ ରେ ଆସୁଥାଏ । କିନ୍ତୁ ତା ଶାଢ଼ୀ ଦେହରେ ଯେମିତି ସତେଜ ରକ୍ତର ଛିଟା। ଯେମିତି ଏବେ ହିଁ ଆମ ଗାଡି ସହିତ ତାର ଦୁର୍ଘଟଣା ଘଟିଛି ,ଆଉ ସେ ଗାଡି ସହିତ ସେମିତି ଲାଗି ରହିଛି ।ମୁଁ ବାହାରକୁ ଚାହିଁ ପାରୁ ନ ଥାଏ,ଲାଗିଲା ଗ୍ଲାସ୍ ଖୋଲିଲା ମାନେ ସେ ମୋତେ ଯେମିତି ଭିଡ଼ି ନେବାକୁ ଅପେକ୍ଷା କରିଛି।ଡ୍ରାଇଭର କୁ ବି କିଛି କହୁ ନ ଥାଏ,ଅନୁଭବ କଲି ଛାୟା ଟିକୁ ବୋଧେ କେହି ଦେଖି ପାରୁ ନାହାଁନ୍ତି।ମୁଁ ଆଉ ମୁଣ୍ଡ ଉଠାଉ ନଥାଏ କି ଆଖିମଧ୍ୟ ଖୋଲି ଲିନି, ମନେ ମନେ ଜୋର ରେ ହନୁମାନ ଚାଳିଶା ବୋଲିବା ଆରମ୍ଭ କଲି, ଶ୍ରୀଗୁରୁଚରଣ  .......ଭୂତ ପିଶାଚ ନିକଟ ନେହି....... ନାମ ଶୁଣା ବେ। ଆଉ ଆଗକୁ ବଢୁ ନ ଥାଏ , ଭୁଲ୍ ହେଇଯାଉ ଥାଏ ପୁଣି ମୂଳରୁ ଗାଇବା ଆରମ୍ଭ କରୁଥାଏ,।ଡ୍ରାଇଭର କୁ କହିଲି ହନୁମାନ ଚାଳିଶା ଲଗେଇବା ପାଇଁ ।

ସେ ମୋ ଭାବ ରୁ ଠାବ କଲା ମୁଁ ଡରୁଛି, ସାହସ ଦେଲା କିଛି ଡର ନାହିଁ ଆଜ୍ଞା ।ଆମେ ଏମିତି କେତେ ରାତିରେ ଯାଉଛୁ , ଆସୁଛୁ।ମୁଁ କହି ପାରୁନି, ରାଜା ବିକ୍ରମାଦିତ୍ୟଙ୍କ କାନ୍ଧରେ ଭୂତ ବସିଲା ପରି ମୋ ଗ୍ଲାସ୍ ସେପଟ ରେ ଗୋଟେ ଛାୟା ମୋ ସହିତ ଚାଲୁଛି । ଭୟରେ ଆଖିବୁଜି ବସିବା ଭିତରେ ନିଦ ଲାଗିଯାଇଛି, ସେହି ଛାୟାଟା ଯେମିତି ମୋ କାନରେ ମୋତେ ତା କଥା କହିଲା,ଭୟ କରନା , ମୁଁ ତୁମର କିଛି କ୍ଷତି କରିବିନି,ମୁଁ ତୁମକୁ ମୋ ଦୁଃଖ ଜଣାଉଛି ମୁଁ ନ୍ୟାୟ ଚାହୁଁଚି, ମୋତେ ମୋ ସ୍ବାମୀ ଓ ଦିଅର , ଟ୍ରକ୍ ଆଗକୁ ଠେଲି ଜିଅନ୍ତା ମାରିଦେଲେ,ଆଉ ଅପବାଦ ଦେଲେ ମୁଁ ଆତ୍ମ ହତ୍ୟା କରିଛି, ମୋ ପେଟ ରେ ସାତ ମାସର ଛୁଆ ଟା ବଢୁଥିଲା। କେବଳ ଯୌତୁକ ପାଇଁ ଏସବୁ କରିଥିଲେ,। ସେ ମାସ ତାରିଖ ସବୁ କହିଗଲା, ।ମୁଁ ତୁମକୁ ମୋ ଦୁଃଖ ଜଣାଉଛି, ସତ ଟା ସାମନାକୁ ଆସିଲେ ବହୁ ଲୋକ ଜାଣିବେ, ଦୋଷୀ ଦଣ୍ଡ ନ ପାଇଲେ ,ଅନେକ ଲୋକ ଏପରି କୁକର୍ମ କରିଚଲୁଥିବେ। ତେଣୁ ସେମାନେ ତାଙ୍କ ଭୁଲ ପାଇଁ ଦଣ୍ଡିତ ହୁଅନ୍ତୁ ,ମୋର ଏତିକି ଦରକାର ।ମୁଁ କହିଲି କିଛି ବି ସାହାଯ୍ୟ କରିପାରିବି ନାହିଁ।ଗୃହିଣୀଟିଏ।ମୋର କାହା ସହିତ ବିଶେଷ ପରିଚୟ ନାହିଁ । ସେ କହିଲା ମୋତେ ବିଶ୍ୱାସ କରିବ ତ ସେଇଟା ମୋ ପାଇଁ ବଡ ଉପଲବ୍ଧି। ନିଶ୍ଚୟ ଆଉ କାହାକୁ ତ କହିବା ।ଏମିତିରେ କଥାଟା କେତେ ଆଡେ ବ୍ୟପିଯିବ।ତୁଣ୍ଡ ବାଇଦ ସହସ୍ର କୋଶ ।ତଥାପି ପାଟିରୁ ବାହାରିଗଲା ଈଶ୍ଵର ଅଛନ୍ତି ତମେ ନ୍ୟାୟ ପାଇବ ।ମୁଁ ଚେଷ୍ଟା କରିବି ତୁମ ପାଇଁ। " ବିଶ୍ୱାସ କର ।ବିଶ୍ୱାସ କର ।"

ମୋ ଚିତ୍କାର ରେ ସମସ୍ତେ ଡରିଗଲେ। ଡ୍ରାଇଭର ଗାଡି ଅଟକେଇ ଦେଲା। ମୁଁ କିନ୍ତୁ ଗ୍ଲାସ୍ ବାଟେ ଚାହିଁଲା ବେଳକୁ ସେ ଛାଇଟା ପଛକୁ ଫେରି ଯାଉଥିଲା ତାର ମୋ କଥାରେ ଭରସା ଆସିଲା ବୋଧେ କି ତାର ରାସ୍ତା ସେଇ ପର୍ଯ୍ୟନ୍ତ ଥିଲା ମୁଁ ଜାଣିନି ।ମୁଁ ଶୁଣି ଥିଲି ଅତୃପ୍ତ ଆତ୍ମା ବିଷୟ ରେ ସେତେ ବେଳେ ଭାବେ ମନ ଗଢା କାହାଣୀ ଆଉ ଆଜି ମୋ ନିଜସ୍ଵ ଅନୁଭବ!ପାଣି ମୁନ୍ଦେ ପିଇ ଦେଲି ଢକ୍ ଢାକ୍ କରି । ପଛ ସିଟ୍ ରେ ବସିଥିବା ଭାଇ କହିଲେ ତୁ କଣ ରାତିରେ ଏମିତି ସବୁବେଳେ ସ୍ଵପ୍ନ ଦେଖି ଚିଲାଉ।ସେତେ ବେଳକୁ କିଛି ତ ଗୋଟେ ମୋ ସହିତ ଘଟିଚିବୋଲି ମୋ Mr ଜାଣି ପାରିଥାନ୍ତି ।ମୋତେ ସହଜକରିବା ପାଇଁ କହିଲେ ଥକି ଗଲେ ଏମିତି ହୁଏ।

ସେଦିନ ଘରେ ପହଞ୍ଚି ସବୁ ଶୋଇ ପଡ଼ିଲୁ।ସକାଳୁ ସେ ସ୍ଵପ୍ନ ଓ ଛାଇ ମୋ ମନକୁ ଭିଡ଼ି ଧରି ଥାଆନ୍ତି।ସକାଳ କାମ ସରିଲା ପରେ ହକର୍ କୁ ଫୋନ କଲି, ଛାୟାଟି କହିଥିବା ତାରିଖର ସବୁ ପେପରଗୁଡ଼ିକ ଆଣିବା ପାଇଁ। ଡବଲ ମୂଲ୍ୟ ଦେବା ବଦଳ ରେ।ଆଶ୍ଚର୍ଯ୍ୟ ର କଥା ମୁଁ ଯେତେ ବେଳେ ଦୁଇ ତିନୋଟି ପେପରରୁ ସେହି ଦୁର୍ଘଟଣାର କାହାଣୀ ପଢିଲି।ନିଜେ ବି ବିଶ୍ୱାସ କରି ପାରୁ ନଥିଲି ଏମିତି ଘଟଣା ଘଟେ, ଅତୃପ୍ତ ଆତ୍ମା ଅଛି ! ଯିଏ ନିଜକୁ ନ୍ୟାୟ ଦେବା ପାଇଁ ନିଜେ ଅଣ୍ଟା ଭିଡ଼ିଛି।ବଞ୍ଚିଥିବା ବେଳେ ଝିଅଟା କେତେ ସଂଗ୍ରାମ କରି ନ ଥିବ ସତେ। ମୁଁ ମଧ୍ୟ ନୀରବ ହୋଇ ବସିବା ଉଚିତ୍ ହେବନି ବୋଲି ଅନୁଭବ କଲି ।

  


Rate this content
Log in

Similar oriya story from Tragedy