Arati Sahoo

Tragedy Fantasy

3  

Arati Sahoo

Tragedy Fantasy

ଅସ୍ଥିର ବିଳାପ

ଅସ୍ଥିର ବିଳାପ

3 mins
483



 - ବାପାରେ , ସେ ବଧୁଲି ଫୁଲଗଛରେ ରଞ୍ଜାଟିଏ ଲଗେଇ ଦେଲୁ ଏମିତି ଭୃଶାଳ ହୋଇ ବଢୁଛି ଯେ !


- ଏ ମଝିଆଁ ବୋହୂ ତୁଳସୀ ଚଉଁରାଟା ଧୋଇପକା ଟିକେ , ବେଳ ଆସି ଦିଘଡି଼ ହେଲାଣି । ମୁରୁଜ ମାଟି ଟିକେ ପକେଇ ଦେବା ।


- ଏ କୁନି ଦେଖିଲୁ , ତୋ ବାପା ବିଲରୁ ଆସିଲେ ନା ନାହିଁ । ତାଙ୍କ ପାଇଁ କପେ ନାଲି ଚାହା ବସେଇ ଦେ ତ ।


- ସେ ଖଡ଼ରାଣୀ ଏ ଯାଏଁ ଭୂଜା ( ମୁଢି଼ ) ଆଣିଲା ନାହିଁ । କାଲି ଜାଣିକି ସମସ୍ତେ ଆସି ପହଞ୍ଚିବେ ଖାଇବେ କଣ । ବାବୁରେ ଯାଆ ତ ବୁଝି ଆସିବୁ ।


 - ଏ କୁନି , ଆସ୍ କନ୍ଥା ,ମୂଚୁଳା ଖରାରେ ଦେଇଦେବା । ଟିକେ ଟିକେ କାକର ଲାଗିଲାଣି । ସମସ୍ତେ ଘୋଡ଼ାଣ ଖୋଜିବେ ।


 ଆସନ୍ତା କାଲି ବେଲ ବରଣ । କୁନି ଦୀର୍ଘ ପନ୍ଦର ବର୍ଷ ପରେ ଆସିଛି ତାର ବାପ ଘର ଗାଁକୁ । ଶେଷଥର ପାଇଁ ଆସିଥିଲା ମାଆର କ୍ରିୟା କର୍ମରେ । ତା ଦେଢ଼ ବର୍ଷ ପୂର୍ବରୁ ବାପାଙ୍କ କ୍ରିୟାରେ । ବିଭିନ୍ନ କାରଣ ବଶତଃ ସେ ଆଉ ଆସି ପାରି ନଥିଲା । ଏବର୍ଷ ସେ ଦାୟିତ୍ୱ ମୁକ୍ତ । ପୁଅ ଝିଅ ସ୍ଵାବଲମ୍ବି ହୋଇ ସାରିଛନ୍ତି । 


 ଏବର୍ଷ ଆସିବାର ଆଉ ଏକ ବଡ଼ କାରଣ ହେଉଛି ଏଇ କେତେ ଦିନ ହେଲା ତାକୁ ଶୟନେ ଜାଗରଣେ ଭ୍ରମ କି କଣ , ତାକୁ ତା ମାଆର କରୁଣ ବିଳାପ ଶୁଣା ଯାଉଥିଲା । ବିଳାପ ନ କରନ୍ତେ ବା କିପରି । ଗୟା ମୋକ୍ଷଦ୍ଵାରରୁ ଫେରି ଆସିଛନ୍ତି ସେମାନେ ନିରାଶ ହୋଇ ପୁନର୍ବାର ଏହି ତୁଳସୀ ମୂଳର ନିବଦ୍ଧ କାରାଗାରକୁ । ହାତମୁଠାରୁ ମୋକ୍ଷ ଆସି ଖସିଯାଇଛି । ତା ମାଆର ପ୍ରିୟ ତୁଳସୀ ଚଉଁରା ଓ ନାଲିଆ ନରମ ଫୁଲଭର୍ତ୍ତି ବଧୁଲିଗଛ ତା ସ୍ଵପ୍ନରେ ଆସି ବାରମ୍ବାର ବିବ୍ରତ କରୁଥିଲେ ।


  କେତେ ବଦଳି ଯାଇଛି ତାର ଗାଁ । ତାର ଘର ଅଗଣା । ବଦଳି ନାହିଁ କେବଳ ତା ମାଆର ତୁଳସୀ ଚଉଁରା ଓ ବଧୁଲି ଗଛ । ବର୍ତ୍ତମାନ ମଧ୍ୟ ତୁଳସୀ ଗଛ ଲହଲହ ଓ ବଧୁଲି ଗଛ ଫୁଲ ଭାରାରେ ନତମସ୍ତକ ।


 ତା ମାଆର କଥା ସବୁ ପ୍ରତିଧ୍ଵନିତ ହେଉଛି ତା କାନରେ । ବାପାଙ୍କ କଳା ଯୋତାର ମଚ ମଚ ଶବ୍ଦ ଶୁଣା ଯାଉଛି । ତୁଳସୀ ଚଉଁରା ମୂଳେ ବାପା ମାଆଙ୍କର ଅସ୍ଥି କଳସ ପୋତା ହୋଇ ରହିଛି । ଭାଇମାନଙ୍କ କାର୍ଯ୍ୟ ବ୍ୟସ୍ତତା ଓ ପରସ୍ପର ଅସହଯୋଗ ନିମନ୍ତେ ଅସ୍ଥି ତର୍ପଣ କରା ଯାଇପାରିନାହିଁ । ସାନଭାଇ ପ୍ରାୟ କୁନି ପାଖକୁ ଯାଇ ଖବରଜବର କହେ । ଥରେ ବଡ଼ ଦୁଇ ଭାଇ ଅସ୍ଥି ନେଇ ଯାଇଥିଲେ କିନ୍ତୁ କୁଟୁମ୍ବରେ କାହାର ମୃତ୍ୟୁ ହୋଇ ଯାଇ ଥିବାରୁ ଗୟା ଫଲ୍ଗୁ ଘାଟରୁ ବାହୁଡି଼ ଆସିଥିଲେ । ପଛରେ ତୁଣ୍ଡ ବାଇଦରୁ ଜଣା ପଡ଼ିଥିଲା ଯେ ଚାରି ଭାଇ ମିଶି ଯାଇନଥିବାରୁ ବାପା ମାଆ ମୁକ୍ତି ଚାହିଁନଥିଲେ । 


 ଆଜି ମାତା ପିତାଙ୍କର ସେହି ଅସ୍ଥିର ବିଳାପ କୁନିକୁ ଟାଣି ଆଣିଛି ଏ ମହା ପାର୍ବଣର ପବିତ୍ର ଅବସରରେ । 


 ସାନଭାଉଜ ପାଖରେ ଶୋଇଛି କୁନି । ହଠାତ ତାର ନିଦ୍ରା ଭଙ୍ଗ ହୁଏ ଏକ କରୁଣ କ୍ରନ୍ଦନ ଶୁଣି । ଶବ୍ଦଟା ଆସୁଥାଏ ତୁଳସୀ ଚଉଁରା ପାଖରୁ । କୁନିର ନିଦ ଟଳମଳ ପାଦ ସ୍ଵତଃ ବଢ଼ି ଚାଲେ ତୁଳସୀ ଚଉଁରା ପାଖକୁ । ଲଥ କରି ବସିପଡେ କୁନି ତା ସମ୍ମୁଖରେ । ମାଟି ଭିତରେ ସତେ କି ତା ମାଆ କାନ୍ଦୁଛି । ତା ବାପା ଗୀତା ପାଠ କରୁଛନ୍ତି ,


 "ନୈନଂ ଛିନ୍ଦନ୍ତି ଶସ୍ତ୍ରାଣୀ ନୈନଂ ଦହତି ପାବକ ......."


କୁନିର ଆଖିରୁ ଲୁହ ଝରଝର ବୋହି ପଡ଼ିଲା


ବାପା ପ୍ରତିଦିନ ସନ୍ଧ୍ୟାରେ ଗୀତାପାଠ ଓ ବିଷ୍ଣୁ ସହସ୍ରନାମ ଉଚ୍ଚ ଏବଂ ସଂଗୀତ ମୟ ସୁଲଳିତ କଣ୍ଠରେ ପାରାୟଣ କରୁଥିଲେ । ତାହା ଛକ ପର୍ଯ୍ୟନ୍ତ ଝଂକୃତ ହେଉଥିଲା । 


 ମାଆ କାନ୍ଦୁଥିଲା ବାହୁନି ବାହୁନି । 


 ମୋ ଘର , ମୋ ଛୁଆ , ମୋ ତୁଳସୀ ଚଉଁରା , ମୋ କୂଅମୂଳ , ମୋ ଜୁଇ ଫୁଲ , ମୋ ଶୁଆ ସାରୀ , ମୋ କାଳିଗାଈ , ମୋ ସଜନା ଗଛ , ମୋ ବଧୁଲି ଫୁଲ , ମୋ କୁନି । 


ତୁହାକୁ ତୁହା କୋହ ଶୁଣାଯାଉଥିଲା । ମାଆର ଲୁହ ବୋହୂଥିଲା କୁନି ଆଖିରୁ । ମାଟିତଳେ ବନ୍ଦୀ ବାପା ମାଆଙ୍କର ଅଶାନ୍ତ , ଅମୋକ୍ଷ ଆତ୍ମା ବିଳପୁଥିଲେ ।


    " ମୁକ୍ତି ଦିଅ , ମୋକ୍ଷ ଦିଅ " 


Rate this content
Log in

Similar oriya story from Tragedy