Rasmi Rekha Tripathy

Inspirational Abstract

3  

Rasmi Rekha Tripathy

Inspirational Abstract

ଅଷ୍ଟମ ଆଶ୍ଚର୍ଯ୍ୟ

ଅଷ୍ଟମ ଆଶ୍ଚର୍ଯ୍ୟ

1 min
7.5K


ଯେତେବେଳେ ବି ହାତ ଖର୍ଚ୍ଚ ପାଇଁ ବୋଉକୁ ମାଗେ ବୋଉ କହେ ତା ପାଖରେ ପଇସାଟେ ବି ନାହିଁ l ନନାଙ୍କ ଠାରୁ ଆଣି ଦେବ l ମୁଁ ଚିଡି ଯାଏ l ନନା ଜାଣିଲେ ଏତେ ହିସାବ ମାଗିବେ ଯେ...... ଛାଡ.....

ପୁସ୍ତକମେଳା ଚାଲିଥିଲା l ବୋଉକୁ ପଇସା ମାଗିଲି ଯେ ବୋଉ ତାର ଚିରାଚରିତ ବାକ୍ୟ ଶୁଣେଇଲା l ତା ବ୍ୟାଗ୍ ଝାଡିଝୁଡି ଦେଖେଇଦେଲା ମଧ୍ୟ l ତା ଉପରେ ଚିଡି ଚିଡି ଅନ୍ୟମନସ୍କ ଭାବେ ଯାଉ ଯାଉ ପିଣ୍ଡା ତଳକୁ ଖସିଗଲି l ମୁଣ୍ଡ ଫାଟିଗଲା, ଗୋଡ ବି ଭାଙ୍ଗିଗଲା l ଦଉଡି ଆସିଲା ବୋଉ l ନନା ନ ଥିଲେ l ଅଟୋ ଡାକି ମୋତେ ନେଇ ପହଞ୍ଚିଲା ଘରୋଇ ଡାକ୍ତରଖାନାରେ l ପ୍ରାୟ 2000 ଟଙ୍କା ଖର୍ଚ୍ଚ ହେଲା l ଆଉ ମୁଁ ଦେଖୁଥିଲି ବୋଉର ଖାଲି ବ୍ୟାଗ୍ ଭିତରୁ ଟଙ୍କା ସବୁ ଅଷ୍ଟମ ଆଶ୍ଚର୍ଯ୍ୟ ଭଳି ବାହାରି ଆସୁଥିଲା l


Rate this content
Log in

Similar oriya story from Inspirational