ଅସଲ ଧନ
ଅସଲ ଧନ
ଅସଲ ଧନ
ନଗେନ୍ଦ୍ର ନାଥ ପଟ୍ଟନାୟକ
ରାଜା ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ହସଖୁସିଆ ସଚ୍ଚୋଟ ବ୍ରାହ୍ମଣ ରହୁଥିଲେ । ହେଲେ ସେ ଭାରି ଗରିବ । ଦିନେ ତା’ ସ୍ତ୍ରୀ ତାଙ୍କୁ ପାଖରେ ବସାଇ କହିଲା- ହେଇ ଦେଖୁଛ ନା , ଆମ ପାଖରେ ଧନ ଦରବ ତ କିଛି ନାହିଁ , ଆମକୁ ପଚାରିବି କିଏ ? ଧନ ଦଉଲତ ଥିଲେ ସିନା ଜଣେ ଆମକୁ ମାନ ସମ୍ମାନ ଦେବ , ଖାତିର କରିବ । ଘରେ ଗୋଡ଼ ହାତ ଲମ୍ବାଇ ବସିଲେ ଧନ କ’ଣ ଗୋଡ ପାଖରେ ଆସି ଠୁଳ ହୋଇଯିବ । ଏଣୁ ତୁମେ ମୋ କଥା ମାନି ବାହାରକୁ ଯାଇ କିଛି ଧନ ଦରବ ସଂଗ୍ରହ କରି ଘରକୁ ଆଣ । ବ୍ରାହ୍ମଣୀର କଥା ଶୁଣି ବ୍ରାହ୍ମଣର ହଲକ ଶୁଖିଗଲା । ସେଦିନ ରାତିରେ ତା’ ଆଖିରୁ ନିଦ ହଜିଗଲା । ରାତିସାରା ଖାଲି ଗୋଟିଏ ଚିନ୍ତା , ମୋର ଘର ଧନ ଦଉଲତରେ ପୂରିବ କେମିତି ?
ତା’ ଆରଦିନ ବଡି ସକାଳୁ ଧନ ହାତେଇବ ଲାଗି ବ୍ରାହ୍ମଣ ଘରୁ ଗୋଡ଼ କାଢ଼ି ସିଧା ଜଙ୍ଗଲ ମୁହାଁ ହେବାକୁ ଲାଗିଲା । ଜଙ୍ଗଲ ଭିତର ଦେଇ ଯାଉଥିବାବେଳେ ମଝି ବାଟରେ ଜଣେ ମହାତ୍ମାଙ୍କ ସହିତ ବ୍ରାହ୍ମଣର ଭେଟ ହେଲା । ବ୍ରାହ୍ମଣଙ୍କୁ ବଡ଼ ଚିନ୍ତାରେ ପଡ଼ିଥିବାର ଦେଖି ମହାତ୍ମା କହିଲେ- ତୁମେ ଆଉ ଏଣିକି କିଛି ଚିନ୍ତା କରନି । ମୁଁ ତୁମର ସବୁ ପ୍ରକାର ବନ୍ଦୋବସ୍ତ କରିଦେଉଚି । ଏତକ କହି ମାହାତ୍ମା ବ୍ରାହ୍ମଣଙ୍କ ଆଗରେ ରାଜା ବିକ୍ରମାଦିତ୍ୟଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖଲେ । ସେଥିରେ ସେ ତାଙ୍କର ଇଛା ପୂରଣର ସମୟ ଆସିଗଲା ବୋଲି ଜଣାଇଦେଲେ । ପତ୍ରଟିକୁ ଗରୀବ ବ୍ରାହ୍ମଣ ହାତରେ ବଢ଼େଇ ଦେଇ ସେଠୁଁ ନିଜ ଆଶ୍ରମ ଆଡେ ମୁହାଁଇଲେ । ସେଇ ପତ୍ର ଖଣ୍ଡିକ ପଢି ରାଜା ବହୁତ ଖୁସି ହେଲେ , ଆଉ ତାଙ୍କ ପୂରା ରାଇଜର ଶାସନ ଭାର ବ୍ରାହ୍ମଣ ହାତରେ ସଁଅପି ଦେବାକୁ ପ୍ରସ୍ତୁତ ହୋଇଗଲେ । ତେଣେ ବ୍ରାହ୍ମଣ ଭାବିଲେ- ରାଜା ରାଜ୍ୟ ତ୍ୟାଗ କରିବା ଲାଗି ଏତେ ଆଗ୍ରହୀ ଆଉ ଅତ୍ୟନ୍ତ ଆନନ୍ଦ ବିଭୋର ଦେଖାଯାଉଛନ୍ତି , ରାଜ ସୁଖକୁ ଆଡେଇ ଦେଇ ଯୋଗୀ ପାଖକୁ ଯିବା ପାଇଁ ଯେତେବେଳେ ଖୁବ୍ ଆନନ୍ଦ ଅନୁଭବ କରୁଛନ୍ତି ଯୋଗୀ ପାଖରେ ନିଶ୍ଚେ କୌଣସି ରାଇଜ ଅଛି , ଯୋଉଠି ବହୁତ ସୁଖ ରହିଛି । ଏଇଆ ଭାବି ବ୍ରାହ୍ମଣ ଅତି ନମ୍ର ଭାବରେ କହିଲା- ମହାରାଜ , ଆପଣ ମୋଠୁ ଆପଣଙ୍କ ରାଇଜକୁ ଫେରାଇ ନିଅନ୍ତୁ । ଏ ଲାଗେ ମୁଁ ମହାତ୍ମାଙ୍କ ନିକଟକୁ ଫେରି ଯାଉଛି । ରାଜାଙ୍କଠୁ ବିଦାୟ ନେଇ ବ୍ରାହ୍ମଣ ମହାତ୍ମାଙ୍କ ପାଖରେ ପହଁଚି କହିଲା- ଯୋଗୀ ମହାରାଜ , ରାଜା ତ ନିଜ ରାଜ୍ୟ ତ୍ୟାଗ କରି ଆପଣଙ୍କ ପାଖକୁ ଆସିବାକୁ ଅତ୍ୟନ୍ତ ବ୍ୟାକୁଳ , ଆଉ ଭାରି ଖୁସି ବି । ଆପଣଙ୍କର ରାଇଜର ଏକ ବଡ଼ ମୂଲ୍ୟବାନ ବସ୍ତୁ ରହିଛି , ଯାହାକୁ ଆପଣ ଦୟା ପୂର୍ବକ ମୋ ହାତକୁ ଟେକି ଦିଅନ୍ତୁ । ଏ କଥା ଶୁଣି ମହାତ୍ମାଙ୍କ ମନ ଖୁସିରେ ନାଚିଗଲା । ସେ ବ୍ରାହ୍ମଣଙ୍କୁ ପୂର୍ଣ ଯୋଗ କ୍ରିୟାର ପାଠ ଶିଖାଇଲେ । ଶେଷରେ ବ୍ରାହ୍ମଣ ଜଣେ ତପସ୍ୱୀ ହୋଇ ପରମ
ସୁଖ ଅନୁଭ।ଅ
ନଗେନ୍ଦ୍ର ନାଥ ପଟ୍ଟନାୟକ
ରାଜା ବିକ୍ରମାଦିତ୍ୟଙ୍କ ରାଜ୍ୟରେ ଜଣେ ହସଖୁସିଆ ସଚ୍ଚୋଟ ବ୍ରାହ୍ମଣ ରହୁଥିଲେ । ହେଲେ ସେ ଭାରି ଗରିବ । ଦିନେ ତା’ ସ୍ତ୍ରୀ ତାଙ୍କୁ ପାଖରେ ବସାଇ କହିଲା- ହେଇ ଦେଖୁଛ ନା , ଆମ ପାଖରେ ଧନ ଦରବ ତ କିଛି ନାହିଁ , ଆମକୁ ପଚାରିବି କିଏ ? ଧନ ଦଉଲତ ଥିଲେ ସିନା ଜଣେ ଆମକୁ ମାନ ସମ୍ମାନ ଦେବ , ଖାତିର କରିବ । ଘରେ ଗୋଡ଼ ହାତ ଲମ୍ବାଇ ବସିଲେ ଧନ କ’ଣ ଗୋଡ ପାଖରେ ଆସି ଠୁଳ ହୋଇଯିବ । ଏଣୁ ତୁମେ ମୋ କଥା ମାନି ବାହାରକୁ ଯାଇ କିଛି ଧନ ଦରବ ସଂଗ୍ରହ କରି ଘରକୁ ଆଣ । ବ୍ରାହ୍ମଣୀର କଥା ଶୁଣି ବ୍ରାହ୍ମଣର ହଲକ ଶୁଖିଗଲା । ସେଦିନ ରାତିରେ ତା’ ଆଖିରୁ ନିଦ ହଜିଗଲା । ରାତିସାରା ଖାଲି ଗୋଟିଏ ଚିନ୍ତା , ମୋର ଘର ଧନ ଦଉଲତରେ ପୂରିବ କେମିତି ?
ତା’ ଆରଦିନ ବଡି ସକାଳୁ ଧନ ହାତେଇବ ଲାଗି ବ୍ରାହ୍ମଣ ଘରୁ ଗୋଡ଼ କାଢ଼ି ସିଧା ଜଙ୍ଗଲ ମୁହାଁ ହେବାକୁ ଲାଗିଲା । ଜଙ୍ଗଲ ଭିତର ଦେଇ ଯାଉଥିବାବେଳେ ମଝି ବାଟରେ ଜଣେ ମହାତ୍ମାଙ୍କ ସହିତ ବ୍ରାହ୍ମଣର ଭେଟ ହେଲା । ବ୍ରାହ୍ମଣଙ୍କୁ ବଡ଼ ଚିନ୍ତାରେ ପଡ଼ିଥିବାର ଦେଖି ମହାତ୍ମା କହିଲେ- ତୁମେ ଆଉ ଏଣିକି କିଛି ଚିନ୍ତା କରନି । ମୁଁ ତୁମର ସବୁ ପ୍ରକାର ବନ୍ଦୋବସ୍ତ କରିଦେଉଚି । ଏତକ କହି ମାହାତ୍ମା ବ୍ରାହ୍ମଣଙ୍କ ଆଗରେ ରାଜା ବିକ୍ରମାଦିତ୍ୟଙ୍କ ଉଦ୍ଦେଶ୍ୟରେ ଏକ ପତ୍ର ଲେଖଲେ । ସେଥିରେ ସେ ତାଙ୍କର ଇଛା ପୂରଣର ସମୟ ଆସିଗଲା ବୋଲି ଜଣାଇଦେଲେ । ପତ୍ରଟିକୁ ଗରୀବ ବ୍ରାହ୍ମଣ ହାତରେ ବଢ଼େଇ ଦେଇ ସେଠୁଁ ନିଜ ଆଶ୍ରମ ଆଡେ ମୁହାଁଇଲେ । ସେଇ ପତ୍ର ଖଣ୍ଡିକ ପଢି ରାଜା ବହୁତ ଖୁସି ହେଲେ , ଆଉ ତାଙ୍କ ପୂରା ରାଇଜର ଶାସନ ଭାର ବ୍ରାହ୍ମଣ ହାତରେ ସଁଅପି ଦେବାକୁ ପ୍ରସ୍ତୁତ ହୋଇଗଲେ । ତେଣେ ବ୍ରାହ୍ମଣ ଭାବିଲେ- ରାଜା ରାଜ୍ୟ ତ୍ୟାଗ କରିବା ଲାଗି ଏତେ ଆଗ୍ରହୀ ଆଉ ଅତ୍ୟନ୍ତ ଆନନ୍ଦ ବିଭୋର ଦେଖାଯାଉଛନ୍ତି , ରାଜ ସୁଖକୁ ଆଡେଇ ଦେଇ ଯୋଗୀ ପାଖକୁ ଯିବା ପାଇଁ ଯେତେବେଳେ ଖୁବ୍ ଆନନ୍ଦ ଅନୁଭବ କରୁଛନ୍ତି ଯୋଗୀ ପାଖରେ ନିଶ୍ଚେ କୌଣସି ରାଇଜ ଅଛି , ଯୋଉଠି ବହୁତ ସୁଖ ରହିଛି ।
ଏଇଆ ଭାବି ବ୍ରାହ୍ମଣ ଅତି ନମ୍ର ଭାବରେ କହିଲା- ମହାରାଜ , ଆପଣ ମୋଠୁ ଆପଣଙ୍କ ରାଇଜକୁ ଫେରାଇ ନିଅନ୍ତୁ । ଏ ଲାଗେ ମୁଁ ମହାତ୍ମାଙ୍କ ନିକଟକୁ ଫେରି ଯାଉଛି । ରାଜାଙ୍କଠୁ ବିଦାୟ ନେଇ ବ୍ରାହ୍ମଣ ମହାତ୍ମାଙ୍କ ପାଖରେ ପହଁଚି କହିଲା- ଯୋଗୀ ମହାରାଜ , ରାଜା ତ ନିଜ ରାଜ୍ୟ ତ୍ୟାଗ କରି ଆପଣଙ୍କ ପାଖକୁ ଆସିବାକୁ ଅତ୍ୟନ୍ତ ବ୍ୟାକୁଳ , ଆଉ ଭାରି ଖୁସି ବି । ଆପଣଙ୍କର ରାଇଜର ଏକ ବଡ଼ ମୂଲ୍ୟବାନ ବସ୍ତୁ ରହିଛି , ଯାହାକୁ ଆପଣ ଦୟା ପୂର୍ବକ ମୋ ହାତକୁ ଟେକି ଦିଅନ୍ତୁ । ଏ କଥା ଶୁଣି ମହାତ୍ମାଙ୍କ ମନ ଖୁସିରେ ନାଚିଗଲା । ସେ ବ୍ରାହ୍ମଣଙ୍କୁ ପୂର୍ଣ ଯୋଗ କ୍ରିୟାର ପାଠ ଶିଖାଇଲେ । ଶେଷରେ ବ୍ରାହ୍ମଣ ଜଣେ ତପସ୍ୱୀ ହୋଇ ପରମ ସୁଖ ଅନୁଭବ କଲେ ।ସଲ ଧନ