ପ୍ରଶାନ୍ତ କୁମାର ବେହେରା

Abstract

5.0  

ପ୍ରଶାନ୍ତ କୁମାର ବେହେରା

Abstract

ଅସହାୟ ବାପାମାନେ ( ଦ୍ୱିତୀୟ ଭାଗ )

ଅସହାୟ ବାପାମାନେ ( ଦ୍ୱିତୀୟ ଭାଗ )

3 mins
239


ଡାକ୍ତରି ପାଠ ପଢୁଥିବା ପିଲାଟିର ବାପା ମା ସୁଦୂର ବିହାରରେ ଥାଇ କିଭଳି ମନୋସ୍ତାପ ଭିତରେ ଥିବେ ଚିନ୍ତାକରି ଗଗନ ସାର୍ ସେଦିନ ତାକୁ ବହୁ ବୁଝାସୁଝା କରିବାରୁ ସେ ନୂଆ ମୋବାଇଲ୍ କିଣି ସେମାନଙ୍କ ସହିତ କଥାବାର୍ତ୍ତା ହେଲା l ଏଇ ଘଟଣା ପରେ ଗଗନ ସାରଙ୍କର ସିହ୍ନା ନାମଧାରୀ ସେଇ ଡାକ୍ତରି ପାଠ ପଢୁଥିବା ଛାତ୍ରଟି ଉପରେ ପ୍ରାୟ ନଜର ରହୁଥାଏ l ସମୟେ ସମୟେ ତାକୁ ବହୁତ ବୁଝାନ୍ତି ମଧ୍ୟ l ସେ କିନ୍ତୁ ସବୁକଥା ଏ କାନରେ ପୁରାଇ ସେ କାନରେ ବାହାର କରି ସବୁବେଳେ ମଦପିଇ ତା ବାଟରେ ଚାଲିଥାଏ l


ଗଗନ ସାର୍ ଏ ଭିତରେ ସିହ୍ନା ସହିତ କଥାବାର୍ତ୍ତା କରି ତା' ବାପା ମାଙ୍କ ବିଷୟରେ ବୁଝି ନେଇଥାନ୍ତି l ସିହ୍ନା ତା' ବାପା ମାଙ୍କର ଗୋଟେ ମାତ୍ର ପୁଅ l ମଆ ହାଉସୱ୍ୱାଇଫ୍ ଆଉ ବାପା ଜଣେ ବିଜିନେସମ୍ୟାନ୍ l ସିହ୍ନାର ବାପାଙ୍କ ବିଭିନ୍ନ ବିଜିନେସ୍ ଭିତରୁ ଯାହା ଗଗନ ସାରଙ୍କୁ ଅଧିକ ଆଶ୍ଚର୍ଯ୍ୟ କରାଇଲା ତାହା ହେଉଛି ଗୟାରେ ଚାଲିଥିବା ତାଙ୍କ ବିଜିନେସ୍ l ବିଜିନେସ୍ କହିଲେ କେଇଖଣ୍ତି କେବିନ୍ , ତିନୋଟି ଡଙ୍ଗା ସହିତ ଚାଳକ, କେଇଜଣ ବ୍ରାହ୍ମଣ ଓ ଜଣେ ମ୍ୟାନେଜର l ସବୁଠୁ ଅଧିକ ଲାଭ କୁଆଡେ ତା' ବାପା ଏଇ ବିଜିନେସରେ କରନ୍ତି l


ସେ ବିଜିନେସ୍ ଆମ ଭାରତର ସଂସ୍କୃତି ଓ ହିନ୍ଦୁମାନଙ୍କର ବିଶ୍ବାସ ସହିତ ଜଡିତ l ଏହି ବିଶ୍ୱାସ ହେଉଛି ପୂର୍ବପୁରୁଷମାନଙ୍କର ଅସ୍ଥି ବିସର୍ଜନ ଓ ପିଣ୍ତ ଦାନ କରିବା l କୁହାଯାଏ ଯେ, ପିଣ୍ତଦାନ କଲେ ଆରପାରିକୁ ଯାଇଥିବା ପୂର୍ବପୁରୁଷମାନେ ସନ୍ତୁଷ୍ଟ ହୁଅନ୍ତି l ଏହି ପିଣ୍ତ ବର୍ଷକୁ ଥରେ ମୃତ୍ଯୁ ତିଥିରେ ପ୍ରଦାନ କରାଯାଏ l ଏହି ବାର୍ଷିକ ପିଣ୍ତଦାନକୁ ଛାଡିଦେଲେ କେତେକ ତୀର୍ଥ ସ୍ଥାନରେ ମଧ୍ୟ ସ୍ୱତନ୍ତ୍ର ପିଣ୍ତଦାନ କରାଯାଏ l ଏହିସବୁ ତୀର୍ଥ ସ୍ଥାନଗୁଡିକ ହେଉଛି ଗୟା, ପାଦଗୟା, ନାଭିଗୟା, ପ୍ରୟାଗ, ବାରଣାସୀ, ହରିଦ୍ୱାର, କୋଲକତାର ହୁଗୁଳି ତୀର ଘାଟ ସମୁହ, ପୁରୀର ମହୋଦଧି , ବାଇଶିପାହାଚ ଓ ଆହୁରି ଅନେକ ପବିତ୍ର ତୀର୍ଥ ସ୍ଥାନ l


ତବେ ସିହ୍ନାର ବାପାଙ୍କ ସବୁଠାରୁ ଲାଭ ଦାୟକ ବିଜିନେସ୍ ସେଇ ଗୟାରେ ହିଁ ଥିଲା l ଉପର ଲିଖିତ ସମସ୍ତ ସ୍ଥାନମାନଙ୍କ ମଧ୍ୟରୁ ଗୟା ହେଉଛି ସର୍ବଶ୍ରେଷ୍ଠ ସ୍ଥାନ l କୁହାଯାଏ ଗୟାରେ ପିଣ୍ତଦାନ କରିବାପରେ ପୂର୍ବପୁରୁଷମାନେ ମୁକ୍ତି ପାଇଯାଆନ୍ତି l ପ୍ରଭୁ ଶ୍ରୀରାମ ଓ ସୀତା ରାଜା ଦଶରଥଙ୍କ ଆତ୍ମାର ଶାନ୍ତି ପାଇଁ ଗୟାରେ ପିଣ୍ତଦାନ କରିଥିଲେ ବୋଲି କୁହାଯାଏ l ସେଥି ପାଇଁ ବିଶ୍ୱାସ କରାଯାଏ ପିତୃ ପକ୍ଷରେ ଗଙ୍ଗା ନଦୀରେ ଅସ୍ଥା ବିସର୍ଜନ କରି ଗୟାରେ ପିଣ୍ତଦାନ ଦ୍ୱାରା ପିତୃ ପୁରୁଷଙ୍କର ମୋକ୍ଷପାପ୍ତି ହୋଇଥାଏ l ଏମିତି ବି କୁହାଯାଏ, କୁଆଡେ ଗୟାରେ ପିଣ୍ଡଦାନ କରିବାକୁ ଯେଉଁମାନେ ଘରୁ ବାହାରନ୍ତି ସେମାନଙ୍କର ପ୍ରତିଟି ପାହୁଣ୍ତ ପିତୃପୁରୁଷଙ୍କର ସ୍ୱର୍ଗାରୋହଣ ପାଇଁ ଗୋଟିଏଗୋଟିଏ ସିଡି ତିଆରି କରିଥାଏ l


ଯେହେତୁ ଗୟାରେ ଯେଉଁ ଶ୍ରାଦ୍ଧ ଦିଆଯାଏ ତାହାର ମହିମା ଅନନ୍ୟ , ସେଇ ହିସାବରେ ସେଠି ପିଣ୍ତଦାନ କରି ପିତୃପୁରୁଷଙ୍କୁ ମୋକ୍ଷପାପ୍ତି କରିବାକୁ ହିନ୍ଦୁ ଧର୍ମର ଲୋକମାନଙ୍କର ପ୍ରବଳ ଭିଡ ହେବା ଖୁବ୍ ସ୍ୱାଭାବିକ୍ କଥା l ଆଉ ଏଇ ଭିଡର ଧମାକାଦାର୍ ଫାଇଦା ସିହ୍ନାର ବାପା ଉଠାନ୍ତି l ବ୍ରାହ୍ମଣ ଓ ନୌକା ଚାଳକ ମାନଙ୍କୁ ପ୍ରତିଦିନ ଓ ମାନେଜରଙ୍କୁ ମାସିକ ପାରିଶ୍ରମିକ ଦେଇ ସାରିବା ପରେ ପ୍ରଚୁର ଲାଭ ସିହ୍ନାର ବାପାଙ୍କ ପାଖକୁ ଯାଏ l ସେଠି ପିଣ୍ତଦାନ କରି ପିତୃପୁରୁଷଙ୍କୁ ସ୍ୱର୍ଗାରୋହଣ କରିବାକୁ ଯାଇଥିବା ଲୋକମାନଙ୍କୁ ପ୍ରବଳ ମାତ୍ରାରେ ଶୋଷଣ କରାଯାଏ ବୋଲି ଶୁଣାଯାଏ l ଘଣ୍ଟାପ୍ରତି ବ୍ରାହ୍ମଣଙ୍କ ଚାର୍ଜ, ଡଙ୍ଗାରେ ନଦୀ ଭିତରକୁ ଯାଇ ବୁଡ ପକାଇଲେ ପିତୃପୁରୁଷଙ୍କର ଆତ୍ମା ମୋକ୍ଷ ହେବ ଆଉ ସେଥିପାଇଁ ଏତିକି ଟଙ୍କା ଦେବାକୁ ହେବ l ଏସବୁ ବାଦ୍ ପିଣ୍ତପାଇଁ ବିଭିନ୍ନ ଜିନିସ ପତ୍ରର ବରାଦ l ଯେଉଁ ଲୋକଟି ସେଠି ପିଣ୍ତଦାନ କରୁଥାଏ, ଭାବେ ଯାହାପଛେ ଖର୍ଚ୍ଚ ହେଉଛି ହେଉ କିନ୍ତୁ ଏଇ ଥରକରେ ପିତୃପୁରୁଷ ମୋକ୍ଷ ହୋଇଯାଆନ୍ତୁ l 

ସେଠି ଏମିତି ଶୋଷିତ ହୋଇ ଆସିଥିବା ବ୍ୟକ୍ତି ଜଣେ ଥରେ କହିଲେ, " ମୋ ପୁଅକୁ ମୁଁ ମନା କରିଛି ସେଠିକି ମୋ ଅସ୍ଥିନେଇ କେବେହେଲେ ଯିବୁନାହିଁ, ଏଇ ପୁରୀର ମହୋଦଧିରେ ବିସର୍ଜନ କରିଦେବୁ ।"


ସିହ୍ନାର ବାପାଙ୍କ ରୋଜଗାରର ସିଂହଭାଗ ଏଇ ବିଜିନେସରୁ ଆସୁଥିବାରୁ ଓ ସେଇ ଟଙ୍କାରେ ସିହ୍ନା ଏଠି ଓଡିଶାର ଏକ ପ୍ରାଇଭେଟ୍ ମେଡିକାଲ୍ କଲେଜରେ ପ୍ରବଳ ମାତ୍ରାରେ ଡୋନେସନ୍ ଦେଇ ମେଡିକାଲ୍ ପାଠ ପଢୁଥିବାରୁ, ଗଗନ ସାର ମନେ ମନେ ଭାବୁଥିଲେ ଯେଉଁ ତରିକାରେ ଟଙ୍କା ଆସୁଛି ଏଠି ସେଇ ତରିକାରେ ଟଙ୍କା ବି ଉଡିଯାଉଛି l ଏ ସିହ୍ନା ସବୁବେଳେ ମଦ ପିଇ ପିଇ ଯାହା ପାଠ ପଢୁଥିବ ଆଉ ପରୀକ୍ଷାରେ ଯାହା କରିବ ସବୁ ଜଣା ପଡୁଛି l ଯଦିବି ଟଙ୍କାର ତାକତ୍ ରେ ମେଡିକାଲ୍ ପାଠ ପାଶକରି ଚାଲିଗଲା ତାହେଲେ ନିଶ୍ଚୟ ରୋଗୀମାନଙ୍କୁ ଯଥାଶୀଘ୍ର ସ୍ୱାର୍ଗାରୋହଣ କରାଇବାରେ ସହାୟକ ହେବ l ଏବେ ତା' ପାଇଁ ଖୁବ୍ ଅସହାୟ ହେଉଥିବା ତାଙ୍କ ବାପା ସେତେବେଳେ ତାଙ୍କ ବିଜିନେସ୍ ମାଧ୍ୟମରେ ମରୁଥିବା ସେଇ ଲୋକମାନଙ୍କର ପିଣ୍ତଦାନ କରାଇ ମୋକ୍ଷପାପ୍ତି କରାଇଚାଲିବେ l


ଏସବୁ ଘଟଣା କେବଳ ଯେ, ଅଧିକ ଟଙ୍କା ଡୋନେସନ୍ ଦେଇ ପଢୁଥିବା କଲେଜରେ ଘଟେ ତାହା ନୁହେଁ, ସାଧାରଣ କଲେଜ ମାନଙ୍କରେ ମଧ୍ୟ ଏମିତି ଘଟଣା ସବୁ ଦେଖାଯାଏ l ୨୦୦୭ କି ୨୦୦୮ ମସିହାର ଏକ ଘଟଣା ଯାହା ଆମ କଲେଜରେ ଏବଂ ମୋ ଆଖିସାମ୍ନାରେ ହିଁ ଘଟିଥିଲା l


Rate this content
Log in

Similar oriya story from Abstract