Lalita Mohan Dash

Inspirational

3  

Lalita Mohan Dash

Inspirational

ଅର୍ଣ୍ଣବ

ଅର୍ଣ୍ଣବ

1 min
125


ଅର୍ଣ୍ଣବ

ହେ ଅର୍ଣ୍ଣବ ! ତୁମେ ବୈଭବ 

     ତୁମେ ରମ୍ୟ ତୁମେ ସୌମ୍ୟ 

          ତୁମେ ଚିର ଶାଶ୍ଵତ ଗୌରବ ।

ତୁମେ ଜାଗି ଉଠ ଆଜି

     କବି ଲେଖକଙ୍କ ଶବ୍ଦ ହୋଇ

          ଚିତ୍ରକର ତୂଳୀର ରଙ୍ଗ ନେଇ 

ତୁମର ପ୍ରତିଟି କଣିକା

      ଭରିଦେଉ ପତିପ୍ରାଣେ ପୁଲକ

          ଆଲୋକିତ କର ତୁମ ଦୀପ୍ତିମନ୍ତ ଝଲକ ।

କେତେ ଜ୍ଞାନୀ ଗୁଣୀ କେତେ ମତି ମୁନି

        ତୁମ ପାଇଁ ଆଜି ବ୍ୟାକୁଳ 

 ଗର୍ଜିଉଠେ ଆଜି ଉତ୍ତର ତରଙ୍ଗେ 

        ହୋଇ ତୁମେ ଚଳଚଞ୍ଚଳ ।

ଦୀର୍ଘ ବର୍ଷର ଅବିଶ୍ରାନ୍ତ ଯାତ୍ରା ପରେ

        ତୁମେ ଜାଗି ଉଠିବାରେ ଝଙ୍କୃତ 

କେତେ କବି କେତେ ଲେଖକ ଭାବୁକ

        ତୁମ ସ୍ପର୍ଶ ପାଇ ହେବେ ହର୍ଷିତ ।

ବିଦ୍ୟାଳୟର ନୂତନ ବର୍ଷରେ

        ତୁମେ ଆସ ଶୁଭ ବାର୍ତ୍ତା ନେଇ  

ଚାହିଁ ବସିଛନ୍ତି ଆସିବ କେବେ

         ତୁମ ସୌମ୍ୟକାନ୍ତ ରୂପ ନେଇ ।

                 



Rate this content
Log in

Similar oriya story from Inspirational