STORYMIRROR

Dr Jharana Satapathy

Inspirational

2  

Dr Jharana Satapathy

Inspirational

ଅପ୍ରିୟ ସତ୍ୟ

ଅପ୍ରିୟ ସତ୍ୟ

2 mins
599

ପ୍ରତ୍ୟେକ ମଣିଷଙ୍କର କିଛି ଭଲ ଅଭ୍ୟାସ ଥାଏ ଆଉ କିଛି ଖରାପ ଅଭ୍ୟାସ। ଏପରି କେହି ବ୍ୟକ୍ତି ନାହାନ୍ତି ସର୍ବଗୁଣ ସମ୍ପର୍ଣ୍ଣ ହୋଇଥିବ। ମଣିଷ ତାର ସବୁ କୁଅଭ୍ୟାସକୁ ତ୍ୟାଗ କରିବାକୁ ହେଲେ ନିଜକୁ ନିଜେ ବଦଳାଇବା ପାଇଁ ପଡିବ। ସାଧାରଣତଃ ଜୀବନକୁ ସରଳ ଓ ସୁନ୍ଦର ବନାଇବାକୁ ହେଲେ ଏବଂ ଖୁସିରେ ବଞ୍ଚିବାକୁ ହେଲେ ବ୍ୟକ୍ତିକୁ ତାହାର ଆଚାରବ୍ୟବହାର ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ। ତେବେ କିଛିଲୋକ ମଧ୍ୟ ଏପରି ଥାଆନ୍ତି,ଯେଉଁମାନେ କି ସେମାନେ ନିଜର ଖରାପ ଅଭ୍ୟାସ ବା କାର୍ଯ୍ୟକୁ ନେଇ ପଛରେ ଅନୁତାପ କରିଥା’ନ୍ତି। କାହିଁକିନା ସେମାନଙ୍କର ଏହି କୁଅଭ୍ୟାସ ହିଁ ବିପଦପଥକୁ ଟାଣିନେଇଥାଏ। 


ଦିନେ ମୋ ସହ ଜଣେ ଭଦ୍ର ବ୍ୟକ୍ତି ଲିଫ୍ଟରେ ଯାଉଥାନ୍ତି। ସେ ତାଙ୍କର ପାଟିରୁ ପାନଛେପ ବାହାର କରି ଲିଫଟ୍ ଡୋର ସାଇଡ୍ ରେ ପକାଉଥାନ୍ତି। ମୁଁ ସଙ୍ଗେ ସଙ୍ଗେ ଦେଖି ତାଙ୍କୁ ପ୍ରଶ୍ନ କରିଥିଲି ଆପଣ ଜଣେ ଶିକ୍ଷିତ ବ୍ୟକ୍ତି ହୋଇ ଏପରି କାର୍ଯ୍ୟ କରୁଛନ୍ତି। ଆପଣଙ୍କ ପରି ଏଭଳି ଶିକ୍ଷିତି ବ୍ୟକ୍ତି ଯଦି ଏପରି କାମ କରିବେ ଅନ୍ୟମାନେ କଣ ଶିଖିବେ ଏପରି କୁଅଭ୍ୟାସ ପରିତ୍ୟାଗ କରନ୍ତୁ। ସେ ଭଦ୍ର ବ୍ୟକ୍ତି ଓଲଟା ପ୍ରଶ୍ନ କରିଥିଲେ ଆପଣଙ୍କର କଣ କିଛି କୁଅଭ୍ୟାସ ନାହିଁ। ମୁଁ ମନା କରିଥିଲି। ନା ମୋର କୌଣସି କୁଅଭ୍ୟାସ ନାହିଁ। ନିଜକୁ ନିଜେ ଭାବି ନେଲି ମୋର କୌଣସି କୁଅଭ୍ୟାସ ନାହିଁ ନା ଚା ପିଇବା ନା ମଦ ଖାଇବା, ନା ପାନଖାଇବା, ନା ଗୁଟୁଖା ଇତ୍ୟାଦି ଖାଇବା । ତାମାନେ ନୁହଁ ମୁଁ ଜଣେ ଭଲ ମଣିଷଟିଏ ମୋର ମଧ୍ୟ ଭୁଲ ଅଛି କଥା କଥାରେ ଅନ୍ୟର ଭୁଲ ଦେଖି ତାର ଦୋଷ ଦୂର୍ବଳତା ବାହାର କରିଦିଏ । ଯାହା ଦ୍ବାରା ଅନ୍ୟମାନଙ୍କର ଅପ୍ରିୟ ପାତ୍ର ହୁଏ। ମୁଁ ଖାଲି ଏତିକି ଅପ୍ରିୟ ସତ୍ୟକଥା କହିଦିଏ। ଏହା ହିଁ ମୋର କୁଅଭ୍ୟାସ। ଏହାଠାରୁ ମୁଁ ଦୂରେଇବାକୁ ଚାହୁଁଛି କିନ୍ତୁ କାହାର ଭୁଲ ଦେଖିଲେ ଅଚାନକ ଅପ୍ରିୟ ସତ୍ୟ କଥା ବାହାରିଯାଏ। ମୁଁ ଖାଲି ଠାକୁରଙ୍କ ନିକଟରେ ଏତିକି ପ୍ରାର୍ଥନା କରେ ମୋ ମନରୁ କ୍ରୋଧ, ହିଂସା, ଇର୍ଷା, ଅହଂଭାଵ , ଲୋଭ, ମୋହ, ଆଶକ୍ତି, ଦୂରିଭୁତ କରି ଗୋଟେ ଭଲ ମଣିଷଟିଏ କରିବା ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational