Kiran Mishra

Inspirational

3  

Kiran Mishra

Inspirational

ଅପରିକଳ୍ପତ ବିଶ୍ୱ।ସ

ଅପରିକଳ୍ପତ ବିଶ୍ୱ।ସ

4 mins
620


ମନୁଷ୍ୟର ସ୍ୱପ୍ନକୁ କେହି ଭାଙ୍ଗିଦେଲେ,ସରଳ ଶାନ୍ତ ମଣିଷଟିଏ ମଧ୍ୟ ବେଳେବେଳେ ରୁକ୍ଷ ପାଲଟି ଯାଏ।ସମସ୍ତଙ୍କ ଉପରେ ଅଭିମାନ ଆସେ। ସୁଧା ଦେବୀଙ୍କର ଅବସ୍ଥା ମଧ୍ୟ ସେହିପରି ହୋଇଛି। ଦୁଇ ଦିନ ହେବ ଦୁଆର କିଳି ବସିଛନ୍ତି। ସମସ୍ତେ ଯେତେ ଡାକିଲେ ବି ଦୁଆର ଖୋଲୁ ନାହାନ୍ତି।ଏକା ଯିଦ୍ ପୁଅ ଆମିତ ଓ ବୋହୂ ଅନାମିକା ଏ ଘରୁ ଗଲେ ସେ ଅନ୍ନ ଜଳ ସ୍ପର୍ସ କରିବେ ଓ ଦୁଆର ଖୋଲିବେ ।

ବନ୍ଦ ଘର ଭିତରେ ଥାଇ ସୁଧା ଦେବୀ ଭାବୁଛନ୍ତି ଜୀବନରେ ଖାଲି ତ୍ୟାଗ କରିଛନ୍ତି ସମସ୍ତଙ୍କ ପାଇଁ,କେହି ତ କେବେ ତାଙ୍କ ମନକଥା ବୁଝିଲେନି।ତା'ଙ୍କ ଜନ୍ମ କଣ ତ୍ୟାଗ ପାଇଁ !!ଯାହାକୁ ଜନ୍ମ ଦେଲେ ସେ ବି ତା'ଙ୍କ ମନ କଥା ବୁଝିଲାନି!

ସହରର ବିଶିଷ୍ଟ ଆଡ୍ଭୋକେଟ୍ ସୁମନ୍ତଙ୍କ ମିଶ୍ରଙ୍କ ସ୍ତ୍ରୀ ଥିଲେ ସୁଧା ଦେବୀ।ସୁଧା ଦେବୀ ବୋହୂ ହୋଇ ଆସିଲା ବେଳେ ଚାରୋଟି

ନଣନ୍ଦ,ଶାଶୁ,ଶ୍ୱଶୁର ଓ ସ୍ୱ।ମୀଙ୍କୁ ନେଇ ଏକ ବିରାଟ ପରିବାର। ପରିବାରର ବଡ଼ ତଥା ଏକମାତ୍ର ବୋହୂ ଭାବରେ ଶାଶୁ ଶ୍ୱଶୁରଙ୍କ ଅନେକ ଆଶା ଥିଲା ତାଙ୍କ ଉପରେ। ସେ ବି ବୋହୂ ହିସାବରେ ସମସ୍ତ ଦାୟିତ୍ୱ ସମଗ୍ର ଜୀବନ ବହନ କରିଛନ୍ତି।ନଣନ୍ଦମାନଙ୍କ ବାହାଘର,ଶାଶୁ ,ଶ୍ୱଶୁରଙ୍କ ସେବା ,ତା ଭିତରେ ନିଜର ଦୁଇଟି ଛୁଆଙ୍କର ଜଞ୍ଜାଳ ରେ ସମଗ୍ର ଜୀବନ କଟିଛି।କେବେ କାହାକୁ ହେଳା କରିଥିବା ତାଙ୍କର ମନେ ହୋଇନି।ଝିଅ ଆମିତାକୁ ଦୁଇ ବର୍ଷ ତଳେ ଦେଖିକରି ଗୋଟିଏ ଭଲ ପୁଅକୁ ବିବାହ ଦେଇଛନ୍ତି।ଇଚ୍ଛା ଥିଲା ମନ ମୁତାବକ ବୋହୂଟେ ଆଣିବା ପାଇଁ।

ପିଲାଙ୍କ ପାଇଁ ବାପା ମାଆ ବର କି କନ୍ୟା ଠିକ୍ କଲେ ଆତ୍ମ ସନ୍ତୋଷ ପାଇଥାନ୍ତି।ସମଗ୍ର ଜୀବନ ଯେଉଁ ପୁଅ ଝିଅଙ୍କ ପାଇଁ ଧନ୍ଦି ହୋଇଥାନ୍ତି ଭାବନ୍ତି ଯାହା ହେଉ ଆମ ପିଲାମାନେ ଆମ କଥାରେ ଅଛନ୍ତି।ଆମକୁ ସମ୍ମାନ ମଧ୍ୟ ଦେଖାଉଛନ୍ତି।ଅମିତ୍ କୁ ସେଦିନ ସେକହିଥିଲେ , "

-- ଆମିତ୍ ଦେଖେ ତୋର ବାହାଘର ପାଇଁ ମଧ୍ୟସ୍ତି କେତେଗୁଡିଏ ଫଟୋ ଦେଇଛି,ତୁ ବାଛେ ମୁଁ ଓ ବାବା ସେଗୁଡିକ ଦେଖି ତା ଭିତରୁ ଗୋଟିକୁ ସ୍ଥିର କରିବୁ"

ଆମିତର ଉତ୍ତରରେ କିନ୍ତୁ ସୁଧା ଦେବୀଙ୍କୁ ଆକାଶରୁ ଖସି ପଡିଲା ପରି ଲାଗିଲା।

- ନାଇଁ ମା ! ମୋ ପାଇଁ ଝିଅ ମୁଁ ଦେଖି ସାରିଛି।

ସୁଧା ଦେବୀ ପ୍ରଥମେ କିନ୍ତୁ ଆମିତର କଥା ବିଶ୍ୱ।ସ କଲେନି। ତାଙ୍କର ବାଧ୍ୟ ପୁଅଟି ନିଜେ ଠିକ୍ କରିନଥିବ। ସେ ନିଶ୍ଚୟ ଥଟ୍ଟା କରୁଛି।

ପଚାରିଲେ -ସତ କହୁଛୁ!!

ନା ମା!! ସତକହୁଛି। ଝିଅଟି ମୋ ସହିତ ପଢୁଥିଲା।ଏବେ ଗୋଟିଏ ବ୍ୟାଙ୍କରେ ମ୍ୟାନେଜର ପୋଷ୍ଟରେ ଅଛି। ଭଲ ଝିଅଟିଏ, ନିଶ୍ଚିତ ତୋ ମନକୁ ପାଇବ।

ସୁଧା ଦେବୀଙ୍କୁ କିନ୍ତୁ ପୁଅର କଥା ଶୁଣି ଆକାଶରୁ ଖସିଲା ପରି ମନେ ହେଲା।ପୁଅ ଆଉ କଣ କହୁଥିଲା ସେ ଶୁଣିପାରୁ ନଥିଲେ।। ନିଜର ସନ୍ତାନ ଉପରେ ଥିବା ଅଖଣ୍ଡ ବିଶ୍ୱ।ସ ମୂଳରେ ଯେମିତି କିଏ କୁଠାରାଘାତ କଲା। ପୁଅ ନିଜେ ଠିକ୍ କରିଛି,ପୁଣି ସେଏତେ ବଡ଼ ଚାକିରୀ କରିଛି। ସେ ଝିଅ କୁ ସୁଧା ଦେବୀଙ୍କର ରକ୍ଷଣଶୀଳ ମନ ଜମା ବି ଗ୍ରହଣ କରିପାରୁ ନଥିଲା।

--ସେ ଝିଅ କ'ଣଭଲ ବୋହୂ ହୋଇପାରିବ!ସେ ଝିଅ ଶାଶୁ ଶ୍ୱଶୁରଙ୍କୁ କ'ଣ ମାନିବ!ଚାକିରୀଆ ଝିଅ ଯମା ବି ଭଲ ବୋହୂ ହୋଇ ପାରନ୍ତିନି।

-ନା ବୋଉ ଅନାମିକା ସେମିତି ଝିଅ ନୁହେଁ।ତୁ ତାକୁ ଥରେ ଦେଖ!

ଅମିତ୍ କଥା ଶୁଣି ସୁଧା ଦେବୀ ଚୁପ୍ ରହିଲେ। । ସେ ଶୁଣିଛନ୍ତି ପ୍ରେମ ବିବାହ କରି ଆସିଥିବା ଝିଅ କାହାକୁ

ଖାତିରି କରନ୍ତି ନାହିଁ।ତେଣୁ ପୁଅ କଥା ଶୁଣି ମନ ତାଙ୍କର ମରିଗଲା। ପରିବାର ପ୍ରତି ସମଗ୍ର ଜୀବନର ତ୍ୟାଗ ତାଙ୍କୁ ପାଣି ରେ ପଡିଗଲା ପରି ଲାଗିଲା।ପୁଅକୁ ଅନୁରୋଧ କରିଥିଲେ ତାଙ୍କ ପସନ୍ଦର ଝିଅଟିଏ ବାହା ହେବାପାଇଁ,କିନ୍ତୁ ପୁଅ ରାଜି ହୋଇ ନଥିଲା,ପରନ୍ତୁ ତା ପସନ୍ଦିତା ଝିଅକୁ ବୋହୂ କରିବାକୁ ଜିଦ୍ ଧରି ବସିଥିଲା ।

ଯେତେ ବୁଝାଇଲେ ବି ସୁଧା ଦେବୀଙ୍କୁ କେହି ବୁଝାଇ ପାରିଲେନି।ଶେଷରେ ଅମିତ୍ ବାପା ଓ ଭଉଣୀଙ୍କ ସହାୟତରେ ସେ ଝିଅକୁ ବାହା ହୋଇ ଆସିଲା।ସମସ୍ତଙ୍କ ବିଶ୍ୱ।ସ ଥିଲା ବାହାଘର ପରେ ସୁଧା ନିଶ୍ଚୟ ଆମିତ୍ କୁ କ୍ଷମା ଦେଇ ଦେବେ।

ସେଦିନ ସୁଧା ଦେବୀ କିନ୍ତୁ ଠାକୁର ଘରେ ଦୁଆର ଦେଇ ରହିଲେ।

ଯିଏ ଯେତେ ଡାକିଲେ ବି ଦୁଆର ଖୋଲିଲେନି।ଜିଦ୍ ଥିଲା ଅମିତ୍ ଓ ସେ ଝିଅ ଘରୁ ଗଲେ ଦୁଆର ଖୋଲିବେ।

ସୁଧା ଦେବୀଙ୍କ ଜିଦ୍ ଆଗରେ ଅମିତ୍ ମୁଣ୍ଡ ନୁଆଁଇ ଥିଲା।

ସ୍ତ୍ରୀ ଅନାମିକାକୁ ନେଇ ଘର ଛାଡିଥିଲା। ସୁଧା ଦେବୀଥରେ ଵି ସୁଯୋଗ ଦେଲେନି ଝିଅଟିକୁ ନିଜର ସ୍ୱଭାବ ଜଣାଇବା ପାଇଁ।

ଅମିତ୍ ଘର ଛାଡିବାର ଅଳ୍ପ ଦିନ ପରେ ହଠାତ୍ ସୁଧା ଦେବୀ ଦିନେ ସକାଳୁ ଶେଯରୁ ଉଠି ପାରିଲେନି। ସୁମନ୍ତ ଡାକ୍ତର ଡାକି ଦେଖାଇବାରୁ ଡାକ୍ତର ଦେଖି କହିଲେ ପାରାଲିସିସ୍ ହୋଇ ଯାଇଛି।

ଖବର ପାଇ ବନ୍ଧୁ ବାନ୍ଧବ,ଝିଅ ସମସ୍ତେ ଆସିଲେ। ଖବର ପାଇ ଅମିତ ବି ମାକୁ ଦେଖିବାକୁ ଆସିଲା। ଅମିତକୁ ଦେଖି ସୁଧା ଦେବୀ ମୁହଁ ବୁଲାଇ ଦେଇଥିଲେ। ମା'ର ଅଭିମାନକୁ ନଧରି ଆମିତ ସବୁଦିନ ମାକୁ ଦେଖିବାକୁ ଆସେ।

ଝିଅ ଓ ବନ୍ଧୁବାନ୍ଧବ ଦେଖିକରି ଚାଲିଗଲେ ସିନା ,ସୁଧା ଦେବୀଙ୍କ ସେବା କରିବ କିଏ! ସୁମନ୍ତଙ୍କ ମୁଣ୍ଡରେ ଚଡକ ପଡିଲା।

ଦିନେ ଅମିତ ,ସୁଧା ଦେବୀଙ୍କ ସେବା ପାଇଁ ଗୋଟିଏ ନର୍ସ ଧରି ଆସିଲା। ଝିଅଟି କାଳୁ ଆସି ସଂଧ୍ୟାରେ ଯାଏ। ଝିଅଟିର ନା ରିତା।

ଖୁବ ଆତ୍ମୀୟତାର ସହ ଝିଅଟି ସେବା ଯତ୍ନ କରୁଥାଏ। ଝିଅଟିର ସେବାରେ ସୁଧା ଦେବୀ ମାସକ।ଭିତରେ ଟିକେ ସୁସ୍ଥ ହେଇ ଆସୁଥାନ୍ତି।ଝିଅଟିର ବ୍ୟବହାର କିନ୍ତୁ ତାଙ୍କୁ ମୁଗ୍ଧ କରି ଦେଇଥାଏ। ମନେ ମନେ ଭାବୁଥାନ୍ତି ,"ଏଇ ଝିଅଟି ଯାହାର

ବୋହୂ ହୋଇଥିବ,ସେ ଶାଶୂ ଶ୍ୱଶୁର କେତେ ଭାଗ୍ୟବାନ ହୋଇ ନଥିବେ''। କେବେବି ତା'ର ବ୍ୟକ୍ତିଗତ ଜୀବନ କଥା

ସେ କୁହେନି କି ସୁଧା ଦେବୀ ପଚାରନ୍ତିନି।

ଗୋଟିଏ ମାସରେ ସୁଧା ଦେବୀ ଭଲ ହୋଇଗଲା ପରେ ଝିଅଟି ସୁମନ୍ତ ବାବୁଙ୍କୁ କହିଲା, "ମ୍ୟାଡ଼ମ ତ ଭଲ ହୋଇ ଗଲେଣି

ମତେ ଏବେ ଛୁଟି ଦିଅନ୍ତୁ"।

ରିତା ଛୁଟି ନେବାର ଦୁଇ ଦିନ ପରେ ସୁଧା ଦେବୀ ରିତାର ଅନୁପସ୍ଥିତିକୁ କରି ସ୍ୱ।ମୀଙ୍କ କହିଲେ, "ଏଇ ମାସେ ଭିତରେ

ଝିଅଟା କେମିତି ସ୍ନେହର ଡୋରିରେ ଏ ଘରକୁ ବାନ୍ଧି ପକାଇଛି। ଲାଗୁଛି ତାର ସଂପର୍କ ଏ ଘର ସହିତ ଜନ୍ମ ଜନ୍ମାନ୍ତରର।

କେତେ ସଂସ୍କାରି ଝିଏଟିଏ! ଅମିତ୍ କ'ଣ ଶୁଣିଲା ମୁଁ ଚାହୁଁ ଥିଲି ଏମିତି ସଂସ୍କାରି ଝିଅଟିଏ ବୋହୂ କରିବାକୁ। ମନକୁ ମନ ବାହା

ହୋଇଗଲା୍।ମୋ କଥା ଥରେବି ଶୁଣିଲାନି।"

ସୁଧା ଦେବୀଙ୍କ କଥା ଶୁଣି ସୁମନ୍ତ ବାବୁ ଜୋର୍ ରେ ହସି କହିଲେ।

"ହଉ ଅମିତ୍ କୁ କହିବା ଏଥର ରିତା ଭଳି ଝିଅ ବାହାହେବ"।

ସୁମନ୍ତଙ୍କ କଥା ଶୁଣି ସୁଧା ରାଗିଯାଇ କହିଲେ,"ଆଉ କ'ଣ ବାହାହେବ! ବାହାତ ହେଇ ସାରିଲାଣି!"ସୁମନ୍ତ ଆଉ କିଛି

କହିଲେନେ।

ତା ପରଦିନ ସକାଳୁ ସୁମନ୍ତ ଅମିତ୍ କୁ ଖବର ଦେଲେ 'ବୋଉର ଦେହ ଖରାପ,ରିତାକୁ ଧରି ଆସେ"।

ଖବର ପାଇ ଆମିତ୍ ରିତାକୁ ଧରି ଆସଛି। ସୁମନ୍ତ ବାବୁ ଅମିତ ଓ ରିତାକୁ ନେଇ ସୁଧା ଦେବୀଙ୍କ ପାଖକୁ ଯାଇଛନ୍ତି୍।

ସୁଧା ରିତା ଆସିଥିବା ଦେଖି ଖୁସି ହୋଇଛନ୍ତି।ସୁମନ୍ତ କହିଛନ୍ତି

--ମା ରିତା !ତୋ ଶାଶୁ ତତେ ଏବେ ବୋହୂ ଭାବରେ ଗ୍ରହଣ କରି ସାରିଲାଣି।ତତେ ଆଜିଠୁ ଏଘର ଛାଡି ଯିବାକୁ ପଡିବନି।

ସୁଧା! ଏ ହେଉଛି ତୁମର ବୋହୂ ଅନାମିକା।

--ହଁ ବୋଉ! ତୋର ଦେହ ଖରାପ ଶୁଣି ଅନାମିକା ନିଜ ଆଡୁ ନର୍ସ ହୋଇ ଆସିବାକୁ ପ୍ରସ୍ତାବ ଦେଲା। ମାସେ ହେଲା ଚାକିରୀରୁ ଛୁଟୀ ଆଣି ଏଠି ରହିଲା।ତୁ ବିଶ୍ୱ।ସ କରୁ ନଥିଲୁନା,ଚାକିରୀଆ ଓ ପାଠ ପଢୁଆ ଝିଅ ଶାଶୁ ଶ୍ୱଶୂରଙ୍କ ସେବା କରିବେନି।

ମୋର କିନ୍ତୁ ଅନାମିକା ଉପରେ ଅଗାଧ ବିଶ୍ୱ।ସ ଥିଲା ଏବଂ ସେ ବିଶ୍ୱ।ସକୁ ସେ ସତ୍ୟରେ ପରିଣତ କଲା।

ସ୍ୱ।ମୀ ଓ ପୁଅର କଥା ଶୁଣି ସୁଧା ଦେବୀ ଲଜ୍ଜିତ ଅନୁଭବ କଲେ। କହିଲେ ମତେ କ୍ଷମା କରିଦେ ଝିଅ! ମୋର ସ୍ୱଳ୍ପ ବୁଦ୍ଧିରେ ମୁଁ ଭୁଲ କରି ଦେଇଛି।ପାଠ ପଢୁଆ ଚାକିରୀଆ ଝିଅ ଯେ ଭଲ ବୋହୂ ହୋଇ ପାରିବେନି ବୋଲି ମୋର ଯେଉଁ ଭ୍ରାନ୍ତ ଧାରଣା ଥିଲା ତାହା ତୁ ତୋର ବ୍ୟବହାର ଦ୍ୱ।ରା ପରିବର୍ତ୍ତନ କରିଦେଲୁ।ଅନୁରୋଧ ତୁମେ ଦୁଇଜଣ ଏ ଘର ଛାଡି ଯାଅନି। ଅନାମିକା କୁଣ୍ଢାଇ ଧରି ସୁଧା ଦେବୀ କଇଁ କଇଁ କାନ୍ଦୁଥିଲେ ।


Rate this content
Log in

Similar oriya story from Inspirational