Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Dr Jharana Satapathy

Inspirational

5.0  

Dr Jharana Satapathy

Inspirational

ଅପରିଚିତ ବ୍ୟକ୍ତି

ଅପରିଚିତ ବ୍ୟକ୍ତି

2 mins
362



ଟୋଏଟା ଇଟୋସ୍ ଗାଡି ବୁକ୍ ହୋଇଥାଏ । ଧଳା ଚକଚକ ଗାଡି । ଗାଡିର ବେଗ ଥାଏ ୬୦ ଭିତରେ । ଘାଟି ରାସ୍ତା । ଦକ୍ଷତା ସଂପର୍ଣ୍ଣ ଡ୍ରାଇଭର । ସେ ଗାଡିରେ ବସିଥାଉ ମୋ ମିଷ୍ଟେର ଏବଂ ମୁଁ । ମହିଶୁରରୁ ଉଟି ଅଭିମୁଖେ ଯାତ୍ରା କରୁଥିଲୁ । ଅଙ୍କାବଙ୍କା ଘାଟି ରାସ୍ତା । ସେ ଡ୍ରାଇଭରର ଡ୍ରାଇଭିଙ୍ଗ୍ ଉପରେ ଖାଲି ଗାଡିଟି ନ୍ୟସ୍ତ ଥାଏ । ଏହି ସମୟରେ ପଛପଟୁ ଅଜଣା ଅଚିହ୍ନା ବ୍ୟକ୍ତିଙ୍କର ଏକ ଗାଡି ଆମ ଗାଡି ପଛପଟକୁ ଧକ୍କା ଦେଇଥିଲା । ଫଳରେ ଆମ ଗାଡିର ପଛପଟ ଡିକି ଭାଙ୍ଗି ଯାଇଥିଲା । ଆମେ ସଙ୍ଗେ ସଙ୍ଗେ ଗାଡିଟିକୁ ରାସ୍ତାର ସାଇଡ୍ ଉପରେ ରଖି ସେ ଅଜଣା ଅଚିହ୍ନା ବ୍ୟକ୍ତିଙ୍କୁ ତାଙ୍କର ଭୁଲ ଡ୍ରାଇଭିଙ୍ଗ୍ ଲାଗି ତାଙ୍କୁ ସଚେତନ କରାଇଥିଲୁ । କିନ୍ତୁ ଆମ ଗାଡି ଡ୍ରାଇଭର ତା ନିଜ ଜିଦରେ ଅଟଳ ଥାଏ । ତା ମାଲିକର ଗାଡି । ପଛପଟେ ଶକ୍ତ ଧକ୍କା ଖାଇଛି ଗାଡି । ଡ୍ରାଇଭର ସେ ବ୍ୟକ୍ତି ଉପରେ ଗରଗର ହୋଇ ଏହାର କ୍ଷତି ବାବଦ ଯେତିକି ଖର୍ଚ ସେତିକି ବହନ କରିବାକୁ କହିଲା । କିନ୍ତୁ ସେ ଭଦ୍ର ବ୍ୟକ୍ତି ଆମ ପାଖକୁ ଆସି କହିଲେ ସରି ମୋର ଭୁଲ ହୋଇଯାଇଛି । ଏଥିରେ ମୋର କିଛି ଦୋଷ ନାହିଁ । କିଛି ମାଙ୍କଡ ପଲ ଗଛଉପରୁ ଡିଆଁ ମାରି ଗାଡି ଉପରେ ପଡି ଗଲେ ଫଳରେ ମୁଁ ଭାରସାମ୍ୟ ହରାଇ ଆପଣଙ୍କ ଗାଡିକୁ ଧକ୍କା ଦେଇଦେଲି । ଠିକ୍ ଅଛି ଆଜ୍ଞା ଆପଣଙ୍କ ଗାଡି ପାଇଁ ଯାହା କିଛି ଖର୍ଚ ହେବ ମୁଁ ଦେବି । ଆମେ ମନା କରୁଥିଲୁ । କିନ୍ତୁ ଡ୍ରାଇଭର ମାନିଲା ନାହିଁ । ସେ ତାର କ୍ଷତି ସେ ବ୍ୟକ୍ତିଙ୍କ ଠାରୁ ମାଗିଲା । ସେ ଅଜଣା ବ୍ୟକ୍ତି ବୟସ ୭୦ ହେବ । ବହୁତ ଭଦ୍ର ସରଳ ଲୋକ । ସିଏ ବି ଉଟି ଅଭିମୁଖେ ଯାଉଥିଲେ । ତାଙ୍କୁ ନିଳଗିରି ଯିବାର ଥିଲା ।


କିନ୍ତୁ ସେ ଦିନସାରା ଆମ ପାଇଁ ସମୟ ଦେଇ ଗାଡି ଠିକ୍ ହେବା ପର୍ଯ୍ୟନ୍ତ ସିଏ ନିଜେ ରହି ଦାୟିତ୍ବ ନିଭାଇ ଥିଲେ । ଏମିତି ସେ ଭଦ୍ର ବ୍ୟକ୍ତିଙ୍କ ସହ ଆମେ ବହୁତ କଥାବାର୍ତ୍ତା କରିଥିଲୁ । ସେ ଚାହିଁଥିଲେ ସେଠୁ ଖସି ପଳାଇଥାନ୍ତେ କିନ୍ତୁ ତାଙ୍କ ପାଖରେ ଭଲ ହୃଦୟ ଖଣ୍ଡିକ ଥିଲା । ଆମକୁ ବହୁଯାଗା ବୁଲିବା ପାଇଁ କହି ଥିଲେ । ନିଳଗିରିରୁ ତେଲ ନେବା ପାଇଁ କହିଥିଲେ । ଆମେ ଉଟି ଯିବା ପର୍ଯ୍ୟନ୍ତ ସେ ଆମ ଆଗରେ ଆଗରେ ଯାଉଥାନ୍ତି ଆମେ ତାଙ୍କ ପଛରେ । ସତରେ ରାସ୍ତାରେ କେତେମାଙ୍କଡ ପଲ ଦେଖିବାକୁ ମିଳିଥିଲା । ଯୋ ଗାଡି ଦେଖନ୍ତି ସେମାନେ ଚଟାପଟ ଡିଆଁ ମାରିଦିଅନ୍ତି ଗାଡିଉପରକୁ । ଏଭଳି ଭାବେ ଆମେ ଉଟିରେ ପହଞ୍ଚିଲୁ । ସେ ଭଦ୍ର ବ୍ୟକ୍ତି ତାଙ୍କ ଗାଡିରୁ ଓହ୍ଲାଇ ଆମକୁ ନମସ୍କାର କରି ହେପି ଜର୍ନି କହି ନିଳଗିରି ଅଭିମୁଖେ ଚାଲି ଯାଇଥିଲେ । ଏବେବି ସେ ଭଦ୍ର ବ୍ୟକ୍ତିଙ୍କ ଚେହେରା ମୋ ଆଖି ଆଗରେ ନାଚି ଉଠୁଛି ।  



Rate this content
Log in

More oriya story from Dr Jharana Satapathy

Similar oriya story from Inspirational