Madhabi Patel

Inspirational

2.0  

Madhabi Patel

Inspirational

ଅପମାନ

ଅପମାନ

3 mins
113


ଅପମାନ।

କଥାରେ ଅଛି କଟୁରୀ ଅପେକ୍ଷା କଥାରେ ବେଶି ଶାଣ ଥାଏ। ଯାହା ମଣିଷକୁ କ୍ଷଣକରେ ଟୁକୁଡା ଟୁକୁଡା କରି କାଟିଦିଏ।ସତରେ ଶବ୍ଦଟେ ଭିତରେ ଏମିତି କ ଜାଦୁ ଲୁଚିଥାଏ ଯେ, ସେ ଜଣକ ହୃଦୟକୁ କ୍ଷଣକେ ଜିଣିପାରେ,ଆଉ ପୁଣି ସେଇ ଶବ୍ଦଟିଏ କଟାକ୍ଷ କରି କହିଲେ ଜଣକର ସ୍ବାଭିମାନକୁ ଚୂର୍ଣବିଚୂର୍ଣ କରିଦେଇପାରେ।


ମହାଭାରତର ଉଦାହରଣଟେ ଦେଉଛି।ଦ୍ରୋଣ ଓ ରାଜା ଦ୍ରୁପଦ ଏକା ଋଷି ଆଶ୍ରମରେ ଶିଷ୍ୟଥିଲେ।ଦୁଇ ଜଣକ ଭିତରେ ବନ୍ଧୁତା ଥିଲା।କାଳକ୍ରମେ ଦୁଇଜଣ ନିଜ ନିଜ କାମରେ ଲାଗିଗଲେ।ଦ୍ରୋଣଙ୍କ ପତ୍ନୀ ଅଶ୍ବସ୍ଥାମାକୁ ଜନ୍ମ ଦେଇ ମୃତ୍ୟୁମୁଖରେ ପଡିଲେ।ପୁତ୍ରର ପାଳନ ପାଇଁ ଦୁଗ୍ଧର ଆବଶ୍ୟକତା ପଡିଲା।ସେତେବେଳେ ଦ୍ରୋଣଙ୍କ ମନେ ପଡିଲା ସଖା ଦ୍ରୁପଦଙ୍କ କଥା।ଯିଏ ଏବେ ପାଞ୍ଚାଳ ଦେଶର ରାଜା ହୋଇ ସାରିଥିଲେ।ସେ ଗାଈଟିଏ ଦାନ ମାଗିବା ପାଇଁ ଦ୍ରୁପଦଙ୍କ ପାଖକୁ ଆସିଲେ।ହେଲେ ରାଜା ତାଙ୍କୁ ଚିହ୍ନି ନାହାଁନ୍ତି ବୋଲି କହିଦେଲେ।ଯଦିବି ସେ ଏକତ୍ର ବିଦ୍ୟାଶିକ୍ଷା କରିଥାଇପାରନ୍ତି ହେଲେ ଏବେ ତାଙ୍କର ବରାବରି ନାହିଁ,ତେଣୁ ସେ ତାଙ୍କୁ ସଖା ବୋଲି ମାନ୍ୟ ଦେଲେ ନାହିଁ।

କିନ୍ତୁ ସୁଦାମାଙ୍କୁ ଶ୍ରୀକୃଷ୍ଟ ଉତ୍ତମ ମାନ୍ୟ ଦେଇଥିଲେ।ଦ୍ରୁବଦଙ୍କ ଅପମାନ ସେଦିନ ଦ୍ରୋଣଙ୍କ ସମ୍ମାନକୁ ହାଣି ପକେଇଲା।ସେ ମନେମନେ ସଂକଳ୍ପ କଲେ ନିଶ୍ଚୟ ଦିନେ ଏ ଅପମାନର ପ୍ରତିଶୋଧ ନେବେ।କାଳକ୍ରମେ ଦ୍ରୋଣ କୁରୁ ଓ ପାଣ୍ଡବଙ୍କ ଗୁରୁ ହେଲେ।ବିଦ୍ୟାଦାନ ଦେବାପରେ ଯେତେବେଳେ ଗୁରୁଦକ୍ଷିଣାର ସମୟ ଆସିଲା ସେ ଦ୍ରୁପଦର ନତମସ୍ତକ ଚାହିଁଥିଲେ।

ପ୍ରଥମେ କୌରବଦଳ ଦୁର୍ଯ୍ୟୋଧନର ନେତୃତ୍ବ ରେ ଯୁଦ୍ଧପାଇଁ ବାହାରିଗଲେ ପାଞ୍ଚାଳକୁ।ସେଠି ବଡ ସଂଗ୍ରାମ ହେଲା।ହେଲେ କୁରୁ ଦଳ ପରାସ୍ତ ହୋଇ ମୁହଁ ନତକରି ଫେରିଲେ।ତାପରେ ଅର୍ଜୁନ ଗୁରୁଙ୍କୁ ଅନୁମତି ମାଗିଲେ ସେ ଗୁରୁଦକ୍ଷିଣା ରୂପେ ଦ୍ରୁପଦକୁ ବାନ୍ଧି ଆଣିବେ ବୋଲି।ଦ୍ରୋଣଙ୍କଠୁ ଆଶିର୍ବାଦ ନେଈ ସେ ବାହାରିଗଲେ ଯୁଦ୍ଧକୁ।ଅଳ୍ପ ସମୟ ଭିତରେ ସେ ଦ୍ରୁପଦଙ୍କୁ ପରାସ୍ତ କରି ଦେଇଥିଲେ।

ଅର୍ଜୁନ ବିନୟ ଭାବରେ କହିଲେ ରାଜା କ୍ଷମାକରିବେ ମୁଁ ଗୁରୁଙ୍କ କଥା ପୂରଣ ପାଇଁ ଆପଣଙ୍କୁ ବାନ୍ଧିକି ନେବାକୁ ବାଧ୍ୟ ହେବି ମତେ ଏ ଭୂଲପାଇଁ କ୍ଷମା କରିବେ।ତାପରେ ଏକ ସାମାନ୍ୟ ପାଟଡୋରରେ ଦ୍ରୁପଦଙ୍କ ହାତକୁ ବାନ୍ଧି ରଥରେ ବସାଇ ନେଇ ଆସିଲେ।ଅର୍ଜୁନଙ୍କ ବୀରତ୍ବ ଓ ଉତ୍ତମ ଆଚରଣ ଦ୍ରୁପଦଙ୍କୁ ବଡ ପ୍ରଭାବିତ କରିଥିଲା।ସେ ନିଜ କନ୍ୟା ପାଇଁ ଅର୍ଜୁନକୁ ଜାମାତା କରିବା ପାଇଁ ମନେ ମନେ ସଂକଳ୍ପ କଲେ।


ଦ୍ରୋଣ ଯଦିଓ ଦ୍ରୁପଦଙ୍କୁ କିଛି କଟୁକଥା କହିନ ଥିଲେ ହେଲେ ସେଦିନ ବୁଝାଇ ଦେଲେ ଯେ ଯାହାକୁ ଦିନେ ନିକୃଷ୍ଟ, ଛୋଟଭାବି ନିନ୍ଦା କରୁଛ ଦିନେ ସେବି ଉପରକୁ ପହଞ୍ଚି ଯାଇ ପାରେ।ମୁଁ ତ ତୁମକୁ ଆଜି ବି ବନ୍ଧୁ ବୋଲି ଭାବୁଛି।ହେଲେ ତୁମେ ସେଦିନ ରାଜଗର୍ବରେ ମତେ ବନ୍ଧୁ ସ୍ବିକାର କରିବାକୁ ଲଜ୍ୟା କରିଥିଲ।ସେକଥା ଶୁଣି ଦ୍ରୁପଦ କ୍ଷମା ମାଗିଥିଲେ ଓ ଅପମାନ କଥା ଭୂଲି ଯିବାକୁ କହିଥିଲେ।


ଆଉ ଏକ ଘଟଣା ରାଜା ଯୁଧିଷ୍ଠିର ବାରୁଣାବନ୍ତନଗରୀ ବସାଇ ସାରିଥାନ୍ତି।ବହୁତ ସୁନ୍ଦର ନଗରୀ ହୋଇଥାଏ।ନଗର ପ୍ରତିଷ୍ଠାଦିନ ଦୁର୍ଯ୍ୟୋଧନ ନିଜ ଭାଇବନ୍ଧୁଙ୍କୁ ଧରି ନିମନ୍ତ୍ରୀତ ହୋଇ ଆସିଥିଲା।ସେ ନଗର ଶୋଭା ପରିଦର୍ଶନ କରି ବୁଲୁଥିବା ବେଳେ ଦେଖିଲା ଏକ ଜାଗାରେ ମାର୍ବଲପଥରଟି ଜଳ ପରିସ୍ବଚ୍ଛ ଦିଶୁଥାଏ।ସେ ଜଳ ଭାବି ପାଦ ଥୋଇଦେଲା ହେଲେ ତାହା ପ୍ରକୃତରେ ପଥର ଥିଲା।ସେ ଭାବିଲା ଏସବୁ ମାୟରେ ତିଆରି।ଆଗକୁ ଯାଉ ଯାଉ ଏକ ଜାଗାରେ ଫୁଲରେ ରଙ୍ଗୋଲି ସଜା ହୋଇଥିଲା ଓ ସେଠି" ଆଗକୁ ଜଳ ସାବଧାନ" ଲେଖା ହୋଇଥିଲା।ହେଲେ ଯେହେତୁ ଆଖିରେ ତାହା ଜଳପରି ଆଦୌ ଦିଶୁନଥିଲା। ତାହା ରଙ୍ଗୋଲିପରି ଦିଶୁଥିଲା ତେଣୁ ଦୁର୍ଯୋଧନ ପାଦ ରଖିବା ମାତ୍ରେ ଜଳକୁଣ୍ଡରେ ପଶିଗଲା।ଏକଥା ଦ୍ରୋପଦୀ ସଖୀ ଗହଣରେ ଉପର ମହଲରୁ ଦେଖୁଥିଲେ ଓ ଠହାକା ମାରି ହସି ଦେଇଥିଲେ।ପୁଣି କଟାକ୍ଷ କରି କହିଥିଲେ ଅନ୍ଧର ପୁଅ ଅନ୍ଧ, ପାଖରେ ଥିବା ଫଳକରେ ଜଳ ପ୍ରତି ସାବଧାନ ଲେଖାଥିବା ସତ୍ତ୍ବେ ଜଳରେ ମାଡିଗଲ।ଏକଥା ଦୁର୍ଯ୍ୟୋଧନକୁ ବଡ ଅପମାନିତ କରିଥିଲା।ଏ ଅପମାନର ବଦଳା ନେବାପାଇଁ ସେ ପଶାଖେଳ ଓ ଦ୍ରୋପଦୀବସ୍ତ୍ରହରଣ କରିଥିଲା।ଯାହାପାଇଁ ପରେ ମହାଭାରତ ପରି ମହାସଂଗ୍ରାମ ଘଟି ଯାଇଥିଲା।ଦୁଇ କୁଳର ଅନେକ ଧନ ଜନ କ୍ଷତି ହୋଇଥିଲା।


ସେମିତି ଏକ ଘଟଣା ଘଟିଥିଲା ବବ୍ଲୁ ଜୀବନରେ।

ସେମାନେ ଥିଲେ ଗରୀବ ପରିବାର।ହେଲେ ସ୍ବାଭିମାନୀ ଥିଲେ।ତା ମାଆ କେତେ ଜଣକ ଘରେ ପାଇଟି କରୁଥିଲେ।ଦିନେ ଜଣକ ମାଛଭଜା ମୂଷା ନେଇଗଲା ଆଉ ସେ ମାଛଚୋରୀର ନିନ୍ଦା ତା ମାଆ ଉପରେ ଲଗାଇ ଦୁଇ ଥାପଡ ପିଟିଥିଲେ ପରେ ଜଣା ପଡିଥିଲା ମାଛ ମୂଷା ଖାଇଥିଲା । କାରଣ ମାଛକଣ୍ଟାମିଳିଥିଲା ଘର କୋଣରୁ।ମାଆର ସେ ଅପମାନ ବାବ୍ଲୁକୁ ଛୋଟବେଳେ ବଡ ବାଧିଥିଲା ।ସେ ମାଆକୁ କାମ ଛଡାଇ ସହରକୁ ନେଇ ଆସିଲା।ସହରରେ ନିଜେ ଛୋଟମୋଟ କାମକରି ପାଠବି ପଢିଲା।

ଏକ ଚାଆ ଦୋକାନ ଆରମ୍ଭକଲେ ସଭିଏଁ ମିଶି।ପକୁଡି ବରା ତିଆରିକରି ବିକିଲେ।ସେ ପାଠ ଭଲ ପଢୁଥାଏ।

ବ୍ୟବସାୟବି ଭଲ ଚାଲୁଥାଏ।ଶେଷରେ ତାର ପରିଶ୍ରମ ସାର୍ଥକ ହୋଇଥିଲା।ବବ୍ଲୁ ଏବେ ଆଇଏ, ଏସ ,ଅଫିସର ହୋଇ ନିଜ ସହରକୁ ଫେରିଥିଲା। ଯୋଉମାନେ ତା ମାଆକୁ ଅପମାନ କରିଥିଲେ ଏବେ ଆସି ବବଲୁକୁ ଫୁଲତୋଡା ଦେଇ ସମ୍ମାନ କରୁଥିଲେ । ତା ମାଆର ଗୋଡତଳେ ପଡି ଜୁହାର ହେଉଥିଲେ।ନିଜ କାମ କରିଦେବା ପାଇଁ ତା ମାଆକୁ ଚାପଲୁସି କରିବାକୁ ଲାଗିଲେ।ବବଲୁ ଏପରି ଭାବରେ ଅପମାନକୁ ଭଲ କାମରେ ବିନିଯୋଗ କରି ପାରିଥିଲା।କାରଣ ସବୁବେଳେ ଅପମାନର ବଦଳା ନିଆ ଯାଏନି।ଅପମାନ କୁ ଅପମାନରେ କେବେ ନଷ୍ଟ କରାଯାଇ ପାରିବନି।ଅପମାନକୁ ନଷ୍ଟ କରିବାକୁ ହେଲେ ପ୍ରେମ ଦ୍ବାରା ଅନ୍ୟର ହୃଦୟକୁ ବଦଳାଇବାକୁ ପଡେ।ଯେପରି ବବଲୁର ଭଲ ଆଚରଣରେ ସେଇ ଲୋକମାନେ ବଦଳି ତାକୁ ସମ୍ମାନ ଦେବାକୁ ବାଧ୍ୟ ହୋଇଗଲେ।



Rate this content
Log in

Similar oriya story from Inspirational