Dr Jharana Satapathy

Inspirational Others Children

4.2  

Dr Jharana Satapathy

Inspirational Others Children

ଅପହଞ୍ଚ ଇଲାକାରେ ଅନଲାଇନ ପାଠପଢା

ଅପହଞ୍ଚ ଇଲାକାରେ ଅନଲାଇନ ପାଠପଢା

2 mins
36



ଆରେ ମୁକୁନ୍ଦ ତତେ କେତେଥର କହିଲିଣି ତୁ ସେ ପାହାଡର ଶିଖର ଉପରେ ଚଢେନି।ଗୋଡ ଯଦି ଥରେ ଖସିଯିଵ ନା ତତେ ପ୍ରବଳ ମାଡ ହେଵ!ସବୁବେଳେ ତୁ ସେହି ଶିଖର ଉପରେ ଚଢୁଛୁ ।କଣ ସେଠୁ ପୂରା ଦୁନିଆର ଝଲକ ଦେଖା ଯାଉଛି କି ତତେ !ଘରେ ରହି ପାଠସାଠ ପଢୁନୁ!


ହଁ ସେ ପାଠ ପଢିବା ପାଇଁ ତ ଶିଖର ଉପରେ ଚଢିବା ପାଇଁ ପଡୁଛି।ଇଣ୍ଟରନେଟ୍ ସୁବିଧା ନ ଥିବା ଯୋଗୁ ମତେ କେତେବେଳେ ଗଛ ଉପରେ ଚଢିବାକୁ ପଡୁଛି ଆଉ କେତେବେଳେ ପାହାଡ ଉପରେ।ପାହାଡ ଉପରେ ଚଢି ଚଢି ଶୀର୍ଷରେ ପହଞ୍ଚିଗଲେ ମୋବାଇଲରେ ନେଟ୍ ଘାଇଁ ଘାଇଁ ଆସୁଛି।ପାଠ ପଢିବା ପାଇଁ ଭାରି ସୁବିଧା ହେଉଛି।


ତୋର ପାହାଡ ଚଢା ,ଗଛ ଚଢିବାର ଦେଖି ମତେ ଭାରି ଡର ମାଡୁଛି।


ତୁ ଏତେ ବ୍ୟସ୍ତ ହୋଇପଡିଲେ ହେବ କି ମାଆ!


ଇଣ୍ଟରନେଟ୍ ପାଇଁ ଗଛ ଉପରେ ଚଢୁଛନ୍ତି ପରା ପିଲା।


ଆଣ୍ଡ୍ରଏଡ୍ ଫୋନଟି ନାହିଁ ମୋ ପାଇଁ ଆଣିଦେ କହିଲାରୁ ଫୋନଟି ତୋ ପାଇଁ ଆଣିଲି ଆ ତାଠୁ ଧାର କରଜ କରି।ସବୁବେଳେ କହୁଥିଲୁ ତାର ଫୋନ ଅଛି ଆର ଫୋନ ଅଛି ଅନଲାଇନ କ୍ଲାସ କଲାବେଳେ ଭାରି ଅସୁବିଧା ହେଉଛି।କେତେ ବାଟ ଯାଇ କୋ ସାଙ୍ଗ ଘରକୁ ଯିବି ପଢା ବିଷୟରେ ବୁଝିଆସିବି! ଏବେ କହୁଛୁ ପୁଣି ଇଣ୍ଟରନେଟ୍ ର ଅସୁବିଧା!


ମାଆ ତତେ ଥରେ ନେଇ ଦେଖେଇବି ତତେ ବିଶ୍ୱାସ ଆସିବ କେମିତି ଆମେ ସବୁପିଲା ସେଠି ଯାଇ ପାଠପଢୁଛୁ!


ମୁଁ କଣ ପାହାଡ ଚଢିପାରିବି ଯେ ତୋ ସହ ଯିବି ତୋ କିଲାସ ଦେଖିବି।ମୁଁ ତ ମୁରୂଖ ପାଠସାଠ କଣ ବୁଝିବି!


ମା ଯେଉଁ ସମୟରେ ସ୍କୁଲ ଶିକ୍ଷକ,ଶିକ୍ଷୟତ୍ରୀମାନେ ଅନଲାଇନରେ ପଢାଉଛନ୍ତି,ସେ ସମୟରେ ନେଟ୍ ସୁବିଧା ଅପହଞ୍ଚ ହୋଇଯାଉଛି।ଆଉ ଯେତେବେଳେ ନେଟ୍ ସୁବିଧା ଥାଉଛି ଆମ ଅନଲାଇନ କ୍ଲାସ ସରି ଯାଇଥାଉଛି।ଆମର ପାଠପଢା ସବୁବେଳେ ପୂର୍ବାହ୍ନରେ ହେଉଛି।


ହେ ଭଗବାନ ଆମର ଏ ଦୁଃଖ କିଏ ବୁଝିବ କେବେ ଏ କରୋନା ଦାଉରୁ ରକ୍ଷା ମିଳିବ! 


ଆମ ଛାତ୍ରଛାତ୍ରୀମାନଙ୍କ ସହିତ କିଛି ଜାଗାରେ ଶିକ୍ଷକମାନେ ମଧ୍ୟ ନେଟ୍ଓ୍ବାର୍କ ଅସୁବିଧା ହେତୁ ନିଜର ଲାପଟପ ନେଇ ଗଛ ଉପରେ ବସି ଅନଲାଇନ କ୍ଲାସରେ ପିଲାଙ୍କୁ ପାଠ ପଢାଇବା ପାଇଁ ବାଧ୍ୟ ହେଉଛନ୍ତି।


ମାଆ ଆଜି ଗଛ ଉପରେ ଚଢି ପାଠ ପଢିଲାବେଳେ ଝୁମୁରୀ ଗଛ ଉପରରୁ ତଳକୁ ପଡିଯାଇଥିଲା ।କଣ ଝୁମୁରୀର କିଛି ହୋଇନି ତ ନା ଟିକେ ମୁଣ୍ଡରେ ଆଘାତ ଲାଗିଛି। 


ହଁ ବେଳେବେଳେ ମତେ ଭାରି ଭୟ ବି ଲାଗୁଛି ଖରାବର୍ଷାକୁ ତୁ ଖାତିର ନକରି ଜୀବନକୁ ବାଜି ଲଗାଇ ଯାଉଛୁ ହେ ମା ଗୋଜଵାୟାଣୀ ତୁ ମୋ ପୁଅର ଏକା ସାହା ଭରସା ।ଏ କରୋନା ଦାଉରୁ କେବେ ରକ୍ଷା ମିଳିବ!

ପିଲାଏ କେବେ ସ୍କୁଲ ଯିବେ!



Rate this content
Log in

Similar oriya story from Inspirational