Harapriya Nayak

Tragedy

4.3  

Harapriya Nayak

Tragedy

ଅପେକ୍ଷା

ଅପେକ୍ଷା

5 mins
220



ବହୁତ ଦିନ ପରେ ରତନ ସୁଦୂର ତାମିଲନାଡୁରୁ ଘରକୁ ଆସିଛି। ଘରେ ତାର ସ୍ତ୍ରୀ ରେବତୀ ଆଉ ଆଠ ବର୍ଷର ପୁଅ ରାଜୁକୁ ଛାଡିଦେଲେ ତାର ଆଉ କେହିନାହାନ୍ତି। ନିଚ୍ଚ ଜାତିର ଝିଅକୁ ବିବାହ କରି ଆଣିବାରୁ ଗାଁରେ ତାକୁ ନିଆଁ,ପାଣି ବଞ୍ଚିତ କରିଦିଆଗଲା।ପଞ୍ଚାୟତରେ ସଭା ବସିବାରୁ ଅନେକ ଲୋକଙ୍କର ଅନେକ ମତ ପାଇଁ ରତନକୁ ଗାଁରୁ ବାସନ୍ଦ କରିଦିଆଗଲା। ନିଜ ଗାଁ ଛାଡି ରତନ ତା ସ୍ତ୍ରୀକୁ ସାଙ୍ଗରେ ନେଇ ଆଉ ଗୋଟେ ଗାଁରେ ରହିଲା। ରେବତୀକୁ ରତନ ଭାରି ଭଲପାଏ। ସେଥିପାଇଁ ଯେତେ ଦୁଃଖ କଷ୍ଟ ଥିଲେ ବି ସେ କେବେବି ରେବତୀକୁ ଆଭାସ ହବାକୁ ଦେଇନି। କିନ୍ତୁ ରେବତୀକୁ ରତନାର ଦୁଃଖ ଜଣାଥାଏ। କିନ୍ତୁ ରତନକୁ କିଛି ସାହାଯ୍ୟ କରିପାରୁନଥିବାରୁ ମନେ ମନେ ବହୁତ ଦୁଃଖି ମନେ କରୁଥାଏ। ପେଟକୁ ଦୁଇ ମୁଠା ଆହାର ଯୋଗେଇବା ପାଇଁ ଦିନ ରାତି ଯିଏ ଯେତେବେଳେ କହିଲା ସମସ୍ତଙ୍କ ବିଲରେ ମୂଲ ଲାଗି ଦି ପଇସା ରୋଜଗାର କରେ। ସେଇ ପଇସାରେ କିଛିଟା ଅଭାବ ଦୂର ହେଇଯାଏ। ଏମିତି ଅଭାବରେ ରହି ରହି ଗୋଟେ ବର୍ଷ ପରେ ରାଜୁୁର ଆବିର୍ଭାବ ହୁଏ। ରାଜୁ ଜନ୍ମ ହେବା ଖୁସିରେ ରତନର ଖୁସି ଢେର ଗୁଣ ବଢିଗଲା।ରାଜୁର ବୟସ ବଢିବା ସାଙ୍ଗକୁ ତାର ପାଠ ପଢିବା,ଖାଇବା ପିଇବା, ପୋଷାକ ପତ୍ର ପାଇଁ ଅର୍ଥର ଅଭାବ ଦେଖାଗଲା। ସେଥିପାଇଁ ରତନ ରାଜୁ ଆଉ ରେବତୀକୁ ଗାଁରେ ଛାଡି ସୁଦୂର ତାମିଲନାଡୁ ଯିବାକୁ ନିଷ୍ପତି ନେଲା। ଇଚ୍ଛା ନଥାଇକି ବି ପୁଅର ଉଜ୍ୱଳ ଭବିଷ୍ୟତ ପାଇଁ ରତନ ମନର କୋହକୁ ମନରେ ମାରି ଏକମୁହାଁ ହୋଇ ଘରୁ ବାହାରିଗଲା।

ଆଜିର ଦିନ......

ରାଜୁ:-ମାଆ ଆସେ ଦେଖିବୁ କିଏ ଆସିଛନ୍ତି।

ରେବତୀ ଘର ଭିତରୁ ଦୌଡିକି ଆସି ରତନକୁ ଦେଖିଲା ପରେ ନୟନ ଦ୍ୱୟ ତାର ଅଶ୍ରୁପୂର୍ଣ ହେଇଯାଇଥାଏ। ଜୋରରେ ଦୌଡି ଆସି ରତନକୁ କୁଣ୍ଢେଇ ପକେଇ ଜୋର ଜୋରରେ କାନ୍ଦି ପକାଇଲା। ମୁଖରୁ ତାର ଶବ୍ଦ ନିଶୃତ ବି ହେଉନଥାଏ।

କିଛି ସମୟ ଏମିତି କାନ୍ଦିବା ପରେ ରେବତୀ କିଛି କହିବାକୁ ଲାଗିଲା।

ରେବତୀ:-ଏତେ ବର୍ଷ ହେଲାଣି ତମେ ଯାଇଛ ଯେ ଘରକୁ ଆସିବାକୁ କଣ କେବେବି ଚିନ୍ତା କରିପାରିଲନି? ଆମେ ମାଆ ପୁଅ ଦୁହେଁ ବଞ୍ଚିଛୁ କି ମରିଗଲୁଣି ଟିକେ ବି ଜାଣିବାକୁ ଚାହିଁଲନି। ଆଜିକୁ ଆସିବାକୁ ମନେ ପଡିଲା।

ମନରେ ଥିବା ରାଗ, ଅଭିମାନ ମିଶ୍ରିତ ଅନେକ ଅଭିଯୋଗକୁ ଏକ ନିଶ୍ୱାସରେ ରେବତୀ ରତନକୁ କହିପକାଇଲା।

ରତନ :-ମୁଁ ନଆସିପାରିଲେ କଣ ହେଲା। ଟଙ୍କା ତ ମାସକୁ ମାସ ପଠଉଥିଲି ନା ତମ ଦୁଇଜଣଙ୍କ ଖୁସି ପାଇଁ ମୁଁ କିଛି ବି କରିପାରିବି।

ରେବତୀ :-ଥାଉ ସେ ଟଙ୍କା କିଛି ଦରକାର ନାହିଁ।ସେ କି ଟଙ୍କା ଯୋଉ ଟଙ୍କା ଗୋଟେ ସ୍ତ୍ରୀ ପାଖରୁ ତା ସ୍ୱାମୀକୁ ଦୂରେଇନିଏ। ସେ କି ଟଙ୍କା ଯୋଉ ଟଙ୍କା ପିଲା ପାଖରୁ ବାପାକୁ ବର୍ଷ ବର୍ଷ ଧରି ଅଲଗା କରିଦିଏ।ଘରଦ୍ବାର କିଛି ଅଛି ବୋଲି ଭୁଲିବାକୁ ବାଧ୍ୟ କରିଦିଏ। ଦରକାର ନାହିଁ.. ଦରକାର ନାହିଁ ଏତେ ଦୂର ଯାଇ ରୋଜଗାର କରିବା। ତମେ ଏବେ ଏଇଠି ରହି ଯାହା କାମ କରିବା କଥା କର।

ରତନ :-ଠିକ୍ ଅଛି ମୁଁ ଆଜିଠୁ ଏଇଠି ରହିବି କୁଆଡେ ବି ଯିବିନି।

ଖୁସିରେ ଖୁସିରେ ବର୍ଷଟେ କଟିଗଲା। ରତନ ଯାହା ରୋଜଗାର କରିଥିଲା ସଞ୍ଚିତ ଧନ ଧୀରେ ଧୀରେ ଶେଷ ହବାକୁ ଲାଗିଲା।

ରାଜୁ :-ବାପା ମୋ ସାଙ୍ଗ ରିଷି ପାଇଁ ତା ବାପା ଗୋଟେ ବଡ ଗାଡିଟେ ଆଣିଛନ୍ତି। ସେ ସବୁଦିନ ସେ ଗାଡିକୁ ଚଲଉଛି। ମୋ ପାଇଁ ବି ସେମିତି ଗୋଟେ ଗାଡି ଆଣିଦିଅ ନା।

ରତନ :-ହଉ ତୋ ଜନ୍ମ ଦିନରେ ତୋ ପାଇଁ ଗାଡି ଆଣିଦେବି।

ରତନର ସଞ୍ଚିତ ଧନ ସବୁ ସରିଯିବାରୁ ଚିନ୍ତାର ପାହାଡ ଯେମିତି ତା ଉପରେ ମାଡିବସିଲା।

ରତନକୁ ଗାଁରେ କିଛି କାମ ନମିଳିବାରୁ ସେ ବାଧ୍ୟ ହେଇ ପୁଣି ତାମିଲନାଡୁ ଯିବାକୁ ବାହାରିଲା।

ରତନ :-ରେବତୀ ତୁ ରାଜୁର ଭଲରେ ଯତ୍ନ ନେଉଥିବୁ। ମୁଁ ଶୀଘ୍ର ଫେରିଆସିବି।

ରତନ କିଛି ଦିନ କମ୍ପାନୀରେ କାମ କରିଛି କି ନାହିଁ ଧୀରେ ଧୀରେ ତା ଦେହ ଖରାପ ହେବାକୁ ଲାଗିଲା।ଥଣ୍ଡା କାଶ, ଜରରେ ଦେହ ଦୁର୍ବଳ ହେଇଗଲା।ସେଠିକାର କିଛି ସାଥୀଙ୍କ ସହାୟତାରେ ମେଡିକାଲକୁ ଯାଇ ପରୀକ୍ଷା କଲାପରେ ରତନକୁ କୋରୋନା ହେଇଛି ବୋଲି ଜଣାପଡିଲା। କୋରୋନାର ପ୍ରଭାବ ସାରା ଦେଶରେ ଏତେ ମାତ୍ରାରେ ବ୍ୟାପି ଗଲାଯେ ସରକାର ଲକଡାଉନ, ଆଉ ସଟଡାଉନ କରିଦେଲେ।

କମ୍ପାନୀରେ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ନିଜର ସୁରକ୍ଷା ପାଇଁ ନିଜ ନିଜ ଘରକୁ ପଳେଇବାରୁ କମ୍ପାନୀରେ କାମ ବନ୍ଦ ହେଇଗଲା।

କିନ୍ତୁ ରତନର କୋରୋନା ପଜିଟିଭ୍ ଆସିଥିବାରୁ କମ୍ପାନୀ ତାକୁ ଆଉ ଘରକୁ ଛାଡିଲାନି କି ରତନ ବି ଘରକୁ ଆଉ ଫେରିବା ଅବସ୍ଥାରେ ନଥିଲା।

କିଛି ଦିନ ପରେ ରାଜୁର ଜନ୍ମଦିନ ଆସୁଥିବାରୁ ସେ ତା ବାପାଙ୍କର ଆସିବାର ଅପେକ୍ଷାରେ ଥାଏ।

ରାଜୁ :-ମାଆ ବାପା କହିଥିଲେ ଶୀଘ୍ର ଫେରି ଆସିବେ। କିନ୍ତୁ ଆଜି ପର୍ଯ୍ୟନ୍ତ ଆସିଲେନି କାହିଁକି?

ରେବତୀ:-ବ୍ୟସ୍ତ ହଅନାରେ ପୁଅ ଅପେକ୍ଷା କର ଦେଖିବୁ ବାପା ନିଶ୍ଚୟ ତୋ ଜନ୍ମ ଦିନକୁ ଫେରି ଆସିଥିବେ।

ଠିକ୍ ପାଞ୍ଚ ଦିନ ପରେ ରାଜୁର ଜନ୍ମ ଦିନ ଆସିଗଲା।

ରାଜୁ :-ମାଆ ବାପା କାହିଁ ଆସିଲେନି ତ?

ରାଜୁ କିଛି କହିଛି କି ନାହିଁ ହଠାତ୍ କେହିଜଣେ କବାଟ ଠକ ଠକ କରିବାର ଶବ୍ଦ ଆସିଲା। ରେବତୀ, ରାଜୁ ଦୁଇଜଣ ଆସି ଦେଖିବାରୁ ବାହାରେ ଜଣେ ପୁଅ ହାତରେ ଗୋଟେ ବଡ ପ୍ୟାକେଟ ଧରି ଠିଆ ହେଇଛି। ସେ ପୁଅଟି ନିଜକୁ କୋରିଅର ବୟର ପରିଚୟ ଦେଇ ସେ ପ୍ୟାକେଟକୁ ରେବତୀକୁ ଦେଇ ସେଠୁ ଚାଲିଗଲା।

ଘର ଭିତରକୁ ଯାଇ ରେବତୀ ପ୍ୟାକେଟକୁ ଖୋଲି ଗୋଟେ ବଡ ଗାଡିଟେ ବାହାର କଲା। ରାଜୁ ଗାଡିକୁ ଦେଖିଦେଇ ଖୁସିରେ ପୁରା ନାଚି ଉଠିଲା।

ରାଜୁ :-ମାଆ ଦେଖିଲୁ ବାପା କହିଥିଲେ ନା ମୋ ଜନ୍ମ ଦିନକୁ ନୁଆ ଗାଡି ଆଣିବେ।କିନ୍ତୁ ବାପା କୁଆଡେ ଗଲେ? ସେ କଣ ଆସିନାହାନ୍ତି କି?

ରେବତୀ ପାଖରେ କିନ୍ତୁ ରାଜୁ ପ୍ରଶ୍ନର କୌଣସି ଉତ୍ତର ନଥିଲା। ରାଜୁକୁ ଆଉ ତା ମନକୁ ବୁଝେଇ ନେଲା। କିନ୍ତୁ କେତେ ଦିନ? ରତନକୁ ନେଇ ତା ମନରେ ଗୋଟେ ଭୟର ବାତାବରଣ ସୃଷ୍ଟି ହବାକୁ ଲାଗିଲା। ଯେତେବେଳେ ଦୁଇ ତିନି ଥର ରତନ ପାଖରୁ ଟଙ୍କା ଆସିବା ବନ୍ଦ ହେଇଗଲା ରେବତୀ ରତନ ବିଷୟରେ ଜାଣିବାକୁ ଚେଷ୍ଟା କଲା। କିନ୍ତୁ ରତନ ବିଷୟରେ ତାକୁ କିଛି ବି ଖବର ମିଳିଲାନି। କିଛି ଦିନ ଗଲାପରେ ପଡିସା ଘର ଟିଭିରେ ରତନକୁ ଦେଖି ରେବତୀ ଦୁଃଖରେ ଭାଙ୍ଗି ପଡିଲା। କାରଣ ସେ ଯୋଉ ରତନକୁ ଏତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା ସେଇ ରତନ ତା ସ୍ୱାମୀ କୋରୋନା ମହାମାରୀର ସିକାର ହେଇ ସବୁଦିନ ପାଇଁ ତାକୁ ଆଉ ରାଜୁକୁ ଛାଡି ଚାଲିଯାଇଛି। କେମିତି ଏତେ ବଡ କଥା କହିବ ତା ପୁଅକୁ? ଖଣ୍ଡମଣ୍ଡଳ ତା ହୃଦୟ ଫଟା ଚିତ୍କାରରେ ଫାଟିପଡୁଥାଏ। ଯୋଉ ମନକୁ ଏତେ ଦିନ ହେବ ବୁଝେଇ ଚାଲିଥିଲା ସେ ମନ ଆଜି ଅମାନିଆ ହେଇଯାଇଛି। ଅଜଶ୍ର ଲୁହର ବନ୍ୟା ବହିଯାଉଛି, ଲୋକ ମାନଙ୍କର ସାନ୍ତ୍ୱନାକୁ କର୍ଣପାତ କରିପାରୁନି। କେମିତି ବା ବୁଝିବ? ରତନକୁ ଭଲପାଇ ଯୋଉଦିନ ଘରଛାଡି ଚାଲିଆସିଥିଲା ସେହି ଦିନଠାରୁ ରତନ ଏକା ତାର ସାହାଭରଷା ଥିଲା। ଏବେ ଆଉ କାହାକୁ ଭରଷା କରି ବାଟ ଚାଲିବ।

ରେବତୀ :-ଶୀଘ୍ର ଆସିବେ ବୋଲି କହି ସବୁ ଦିନ ପାଇଁ ଚାଲିଗଲେ। କେଡେ ହତଭାଗିନୀ ମୁଁ ଶେଷ ସମୟରେ ତାଙ୍କୁ ଦେଖିବାର ସୁଯୋଗ ବି ମତେ ମିଳିଲାନି କି ପାଟିରେ ପାଣି ଟୋପାଏ ବି ଦବାର ଭାଗ୍ୟରେ ମତେ ମିଳିଲାନି।

ରତନ ଚାଲିଯିବାର ପନ୍ଦର ବର୍ଷ ବିତିଯାଇଛି। ରାଜୁ ବହୁତ ପରିଶ୍ରମ କରି ପାଠ ପଢି ଡାକ୍ତରଟିଏ ହେଇଛି। ରୋଗୀଙ୍କୁ ଭଲ କରିବା ସହ ଅନେକ ଅସହାୟ ମଣିଷଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପ୍ରତିଗ୍ୟାଁ ବଦ୍ଧ ହେଇଛି।

କିନ୍ତୁ ଏତେ ବର୍ଷ ବିତିଗଲା ପରେ ବି ନିଜ ମନକୁ ବୁଝେଇ ନପାରି ରେବତୀ ରତନ ଉପରେ ଅଭିମାନ କରି ବସିଛି।

କାରଣ ରତନ ତା କଥା ନମାନି ଏତେଦୂର ଚାଲିଗଲା। ଆସିବ ବୋଲି କହି ଆଉ ଆସିଲାନି। ରେବତୀର ଅପେକ୍ଷା ସବୁଦିନ ପାଇଁ ଅପେକ୍ଷାରେ ହିଁ ରହିଗଲା।।

                         



Rate this content
Log in

Similar oriya story from Tragedy