Anita Jena

Abstract Fantasy Others

4.6  

Anita Jena

Abstract Fantasy Others

ଅପେକ୍ଷା ର ଅନ୍ତ

ଅପେକ୍ଷା ର ଅନ୍ତ

5 mins
258



ଜୟନ୍ତ ତୁ ଏମିତି ଏକୁଟିଆ ଆଉ କେତେ ଦିନ ରହିବୁ ? କାହା ପାଇଁ କାହାର ଦୁନିଆ କେବେ ଅଟକି ଯାଏ ନାହିଁ ଏ କଥା ତୁ କ'ଣ ପାଇଁ ବୁଝୁନୁ ? ନିଜ କଥା ନ ହେଲା ନାଇଁ ମଉସା ମାଉସୀ ଙ୍କ କଥା ତ ଟିକେ ଭାବେ , ଏ ବୟସ ରେ ବି ସେମାନେ ଘର ର ସବୁ କାମ କରିବେ । ଯଦି ସେ ଝିଅ ତତେ ଛାଡି ତତେ ଭୁଲି ନୂଆ ଗୋଟିଏ ଜୀବନ ଆରମ୍ଭ କରି ପାରିଲା ତାହେଲେ ତୁ କଣ ପାଇଁ ପାରିବୁ ନାହିଁ । ତୁ କ'ଣ ଏତେ ଦୁର୍ବଳ ? ଗୋଟିଏ ଏମିତି ପ୍ରତାରକ ଝିଅ ଟିଏ ପାଇଁ ତୁ ତୋ ନିଜ ଜୀବନ କୁ କଣ ପାଇଁ ନଷ୍ଟ କରୁଛୁ ? ମୋ କଥା ମନ ଦେଇ ଶୁଣୁ ଆଉ ଭାବେ ମଣିଷ ଜୀବନ ଆଜି ଅଛି କାଲି କୁ ନାହିଁ, ସବୁ ସାଙ୍ଗ ବନ୍ଧୁ ବାନ୍ଧବ ଯେ ସବୁଦିନ ସାଙ୍ଗ ରେ ରହିବେ ତାହାର କ'ଣ ଗ୍ୟାରେଣ୍ଟି ଅଛି ? 

  ମାତ୍ର କେଇ ଦିନ ର ସମ୍ପର୍କ ଥିଲା ତୋର ସେ ଝିଅ ସହିତ ତା ପାଇଁ ତୁ ତୋର ବାପା ମା , ଭାଇ ଭଉଣୀ ସମସ୍ତ ଙ୍କ ଭଲ ମନ୍ଦ ଭୁଲି ଯାଉଛୁ । ଆଜି ବି ତୁ ସେ ବିଚ୍ଛେଦ ର ଦୁଃଖ ରେ ବୁଡି ରହିଛୁ କ'ଣ ପାଇଁ ଜୟନ୍ତ ? କଣ ପାଇଁ ? କ'ଣ ନ କରିଥିଲୁ ତୁ ସେ ଝିଅ ପାଇଁ ? ଏତେ ବଡ଼ ଚାକିରୀ ଖଣ୍ତେ ପାଇ ବି ତାକୁ ହାତ ଛଡ଼ା କରିଦେଲୁ ଆଉ ଏଇ ସହର ରେ ପାଖରେ ଛୋଟ ଦରମା ରେ ଚାକିରୀ କଲୁ । ଦିନ ରାତି ଯେତେବେଳେ ସେ କହିଲା ସେତେବେଳେ ତାକୁ ନେଇ ବୁଲିଲୁ, କେତେ ଟଙ୍କା ଆଉ ସମୟ ନଷ୍ଟ କଲୁ ହେଲେ ଶେଷ ରେ ସେ ତୋର ନୁହେଁ ଆଉ କାହା ହାତ ଧରି ଚାଲିଗଲା । ଜାଣିଛୁ ଦୁନିଆ ରେ ପୋଷା କୁକୁର ବି କେବେ ବିଶ୍ବାସ ଘାତକତା କରେ ନାହିଁ ଯେତିକି ଏ ମଣିଷ କରେ । ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ତୁ ଏମିତି କଣ ପାଇଁ କରୁଛୁ? ଯଦି ସେ ଝିଅ ର ତୋ ପାଇଁ ଟିକେ ବି ଚିନ୍ତା ଥାଆନ୍ତା ନା ତାହେଲେ ସେ ଏମିତି କେବେ ବି କରି ନ ଥାଆନ୍ତା । କେବେ ଥରେ ଭାବି କି ଦେଖେ ତୋର ଏ ବୁଢ଼ୀ ମା କେମିତି ସହୁ ଥିବ ତୋର ଏ ଉଦାସ ଚେହେରା କୁ , ତୋ ଆଖି ର ଲୁହ କୁ ଦେଖି ସେ ଲୁଚି ଲୁଚି କାନ୍ଦୁଛି ସବୁ ରାତିରେ । ଆଉ ତୋର ଛୋଟ ଭାଇ ଭଉଣୀ ସେ କ'ଣ ଶିଖିବେ ତୋ ଠାରୁ ? ହଁ ମୁଁ ବୁଝୁଛି ତୁ ତାକୁ ଭଲ ପାଉ ଥିଲୁ , ବହୁତ୍ ବେଶୀ ନିଜର ଭାବି ଥିଲୁ ହେଲେ ତାକୁ ଛାଡ଼ି ଦେଲେ ତୋର ଆଉ କେହି ବି ନିଜର ଅଛନ୍ତି ସେ କଥା ତୁ ଭୁଲି ଯାଉଛୁ କ'ଣ ପାଇଁ ? ସମସ୍ତ ଙ୍କୁ ଜୀବନ ରେ ନିଜ ନିଜ ଜାଗା ରେ ରଖିବା ନିହାତି ଦରକାର । ଦେଖେ ମୋ ଭାଇ ଟା ପରା ତୁ ସେ ଝିଅକୁ ସବୁଦିନ ପାଇଁ ଭୁଲି ଯା । ଆଉ ବିଚ୍ଛେଦ ର ଦୁଃଖ କୁ ନେଇ ସାରା ଜୀବନ ବଞ୍ଚିବାର ନିଷ୍ପତି କୁ ବଦଳେଇ ଦେ । ନୂଆ ଜୀବନ ଆରମ୍ଭ କର , ନୂଆ ଜୀବନ ସାଥି ସହିତ । 


  କେତେ ସହଜ ରେ ତୁ ଏ ସବୁ କହିଦେଲୁ ନା ପଙ୍କଜ । ଜାଣିଛୁ କେତେ ଭଲ ପାଉଥିଲି ମୁଁ ଲିଜା କୁ । ନିଜ ଜୀବନ ଠୁ ବି ବେଶୀ ଅଧିକ । ମୁଁ ଜାଣି ନାହିଁ ସେ କ'ଣ ପାଇଁ ଏମିତି ଗୋଟିଏ ନିଷ୍ପତି ନେଲା ହେଲେ ମୁଁ ଆଜି ବି ତାର ସେ ହସ ହସ ଚେହେରା, ମୋ ଉପରେ ମିଠା ଅଭିମାନ ର ଛିଟା କୁ ଭୁଲି ପାରୁ ନାହିଁ । କ'ଣ ନ କରିଥିଲି ମୁଁ ତା ପାଇଁ ? ଜାଣେ ଭଲ ପାଇବା ଆଉ ସମ୍ପର୍କ ରେ ଦେବା ନେବା, ପାଇବା ଆଉ ହରେଇବା ର ହିସାବ ରଖା ଯାଏ ନାହିଁ ହେଲେ ସମୟ ଆଉ ପରିସ୍ଥିତି ମୋତେ ବାଧ୍ୟ କରୁଛି ଏ ସବୁ ର ହିସାବ କରିବା ପାଇଁ । ତା ମୁହଁ ରେ ହସ ଟିକିଏ ଦେଖିଲେ ମୁଁ ମୋ ଖୁସି ବି ଭୁଲି ଯାଏ । ହେଲେ ସେ ଟିକେ ବି ମୋ କଥା ଭାବିଲା ନାହିଁ କେତେ ସହଜ ରେ ଆସି କହି ଦେଇ ଗଲା ମୋତେ ଆମ ଘରେ ଆମ ସମ୍ପର୍କ କୁ ନେଇ ରାଜି ନାହାଁନ୍ତି ତମେ ମୋତେ ଭୁଲି ଯାଅ । ଥରେ ଚେଷ୍ଟା ବି କଲା ନାହିଁ ଘର ଲୋକ ଙ୍କୁ ବୁଝେଇବା ପାଇଁ କି ମୋତେ ଗୋଟେ ସୁଯୋଗ ବି ଦେଲା ନାହିଁ । ହେଲେ ମୁଁ ତ ତା ପରି ପ୍ରତାରକ ନୁହେଁ ନା, ମୁଁ ଦେଇଥିବା ସବୁ କଥା ମୋର ଆଜି ବି ମନେ ଅଛି । 


- ଆରେ କୋଉ କଥା କଥା କହୁଛୁ? ଯୋଉ ମଣିଷ ପାଇଁ ଏତେ ସବୁ ହେଇ ଗଲା ଆଉ ସେ ନିଜର ହେଇ ରହିଲା ନାହିଁ ତାହେଲେ ସେ ଦେଇଥିବା କଥା ପ୍ରତିଶ୍ରୁତି ସବୁ ତୁ ମନେ ରଖୁଛୁ କଣ ପାଇଁ ?  

  ଦେଖେ ମାଉସୀ ମଉସା ଙ୍କ ର କେତେ ସ୍ବପ୍ନ ଆଉ ଆଶା ତତେ ନେଇ । ତୁ ତାଙ୍କର ବଡ଼ ପୁଅ , ତୋ ପରେ ତୋର ଭଉଣୀ ଅଛି ଆଉ ଗୋଟେ ସାନ ଭାଇ ବି । ସେ ଦି ଜଣକର ଭବିଷ୍ୟତ କଣ ହେବ ? ତୁ ଯଦି ଏମିତି ସବୁ କାମ ଛାଡି କେବଳ ଘର ଭିତରେ ରହି ସବୁ ସମୟ ନଷ୍ଟ କରିବୁ ଅଯଥା ରେ ତାହେଲେ ତୋର ଆଉ ତୋ ପରିବାର ର ଅବସ୍ଥା କଣ ହେବ ? ଆଜି ର ଏ ଦୁନିଆ ରେ ଯେତିକି ସତର୍କ ହେଇ ରହିବୁ ସେତିକି ଭଲ, ଲୋକ ଏଠି ହୃଦୟ ଚିହ୍ନ ନ୍ତି ନାହିଁ, ବାସ୍ ଖେଳି ଚାଲନ୍ତି ଆଉ ସମୟ ଆସିଲେ ଦୂରେଇ ଦେଇ ଏମିତି ଚାଲି ଯାନ୍ତି ଯେମିତି ସେ ଆମକୁ ଜାଣି ନାହାଁନ୍ତି । 


- ନା ପ୍ଲିଜ୍ ତୁ ତାକୁ କିଛି ବି ଦୋଷ ଦେ ନାହିଁ, ସେ ବହୁତ୍ ଭଲ ଥିଲା । ଭୁଲ୍ ବୋଧେ ମୋର ଥିଲା । ମୋ ଭାଗ୍ୟ ହିଁ ମୋର ସାଥ୍ ଦେଲା ନାହିଁ ଆଉ ସେ କଣ ଦେଇ ଥାଆନ୍ତା । କିନ୍ତୁ ତତେ ବହୁତ୍ ବହୁତ୍ ଧନ୍ୟବାଦ୍ ସାଙ୍ଗ ତୁ ସବୁବେଳେ ମୋ ସହ ରହି ଆସିଛୁ । ମୁଁ ଆଜି ଯାହା ହରେଇଛି ତାକୁ ତ କେବେ ପାଇବି ନାହିଁ ହେଲେ ସେ ଚକ୍କର ରେ ମୋ ସାଙ୍ଗ ରେ ଯିଏ ଅଛନ୍ତି ତାଙ୍କୁ ହରେଇବା ର ଭୁଲ୍ କରୁଛି ମୁଁ । 

  ମୁଁ ତତେ କଥା ଦଉଛି ସାଙ୍ଗ ମୁଁ ଆଜି ଠୁ ନିଶ୍ଚେ ବଦଳି ଯିବି । ମୋ ମନ ରେ ଯେତେ ବି କଷ୍ଟ ଥାଉ ନା କାହିଁକି ମୁଁ କିନ୍ତୁ ମୋ ପରିବାର ଆଖି ରେ କେବେ ବି ଲୁହ ଦେବି ନାହିଁ । ସେ ସିନା ତା ମୋ ଭିତରେ ବିଚ୍ଛେଦ ର ଲକ୍ଷ୍ମଣ ରେଖା ଟାଣି ଦେଇଛି ହେଲେ ମୁଁ ତ ତାକୁ ମୋ ହୃଦୟ ରୁ ଭଲ ପାଇଥିଲି ନା , ମୋ ପ୍ରେମ ସବୁବେଳେ ଶାଶ୍ଵତ ଆଉ ପବିତ୍ର ହେଇ ରହିବ । ମୋର ତା ପାଇଁ ଅପେକ୍ଷା ସବୁବେଳେ ଅପେକ୍ଷା ହେଇ ହିଁ ରହିବ । ମୋର ଏ ଅପେକ୍ଷା ର ଅନ୍ତ ସେତେବେଳେ ହବ ଯେତେବେଳେ ମୃତ୍ୟୁ ଆସି ମୋ ପାଖରେ ପହଞ୍ଚିବ । 


ପଙ୍କଜ ର ଆଖି ଛଳ ଛଳ ହେଇଗଲା ଜୟନ୍ତ ର କଥା ଶୁଣି ଆଉ ସେ ଜୟନ୍ତ କୁ ଜାବୁଡି ଧରି କହିଲା ସତରେ ସାଙ୍ଗ ଆଜି କା ଦୁନିଆ ରେ ପ୍ରେମ ର ସଂଜ୍ଞା ଯାହା ହେଲାଣି ତା ଆଗରେ ତୋର ଏ ନିଃସ୍ଵାର୍ଥପର ପ୍ରେମ ଦେଖି ମୋତେ ଭାରି ଗର୍ବ ଲାଗୁଛି । ଦେଖିବୁ ଭଗବାନ ଭଲ ଲୋକ ଙ୍କୁ କେବେ ବି ଦୁଃଖ ଦେବେ ନାହିଁ ତୋତେ ତୋ ଭାଗ ର ଖୁସି ନିଶ୍ଚେ ମିଳିବ ଆଉ ବହୁତ୍ ଶୀଘ୍ର ମିଳିବ । ତୁ ସିନା ଏମିତି କହୁଛୁ ହେଲେ ମୋ ମନ କହୁଛି ତୋର ଏ ଅପେକ୍ଷା ର ଅନ୍ତ ଖୁବ୍ ଶୀଘ୍ର ହେବ । ଖୁବ୍ ଶୀଘ୍ର । । ।।



Rate this content
Log in

Similar oriya story from Abstract