Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Lalita Mohan Mishra

Tragedy Classics Others


4  

Lalita Mohan Mishra

Tragedy Classics Others


ଅନୁଭୂତି ସାଉଁଟିବା

ଅନୁଭୂତି ସାଉଁଟିବା

5 mins 324 5 mins 324


ସେଦିନ ସନ୍ଧ୍ୟାରେ ଅନ୍ ଲାଇନ୍ ଭର୍ଚୁଆଲ ବନ୍ଧୁ ମିଳନ ହୋଇଥିଲା । ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିଲେ । ଏକ ନିଆରା ଅନୁଭୂତି ସେଥିରୁ ସାଉଁଟି ଥିଲୁ । କିଛି ସାଙ୍ଗକୁ ଦିର୍ଘ ଦିନ ପରେ ଦେଖିବାର ସୁଯୋଗ ପାଇଥିଲୁ । କାହାର ଚୁଟି ନାହିଁ ତ କାହାର ଚୁଟି ପାଚି ଗଲାଣି । କିଏ ବୁଢା ପରି ଦିଶୁଛି ତ କିଏ ପୁରା ବୁଢୀ । ବିଗତ ଦିନରେ ଯେ ସୁନ୍ଦରୀ ବୋଲାଉ ଥିଲା ବା ଯାହା ପଛରେ ସାଙ୍ଗ ମାନେ ଲାଇନ୍ ମାରୁ ଥିଲେ । ତାକୁ ଆଜିର ଦିନରେ ଦେଖିଲେ ଲାଗେ ଯେମିତି ଏକ ଅଣ୍ଡା ଦିଆ ବ୍ରୟଲର । ଯେ ବିଗତ ଦିନରେ ନିଜକୁ ହିରୋ ବୋଲି ସାବ୍ୟସ୍ତ କରୁଥିଲା । ସେ ଏବେ ଜୀବନର କସାଘାତରେ କବଳାୟିତ... ତାହା କଥା ନ କହିବା ଭଲ । 


ସେଦିନର କାର୍ଯ୍ୟକ୍ରମ ପରେ ନିରାକାର ଫୋନ୍ କରିଥିଲା । ବ୍ୟସ୍ତ ବହୁଳ ଜୀବନ ଭିତରେ ବନ୍ଧୁତ୍ବର ମହତ୍ତ୍ବ ଏବଂ ତାର ପରିଭାଷା ଉପରେ ବଖାଣି ଥିଲା । ଜୀବନର ଗତିପଥରେ ସୁଖ ସମୃଦ୍ଧି ଐଶ୍ଵର୍ଯ୍ୟ ପ୍ରତିପତ୍ତି କ୍ଷମତା ଉପରେ ବିସଦ ଆଲୋଚନା ଏବଂ ଆଲୋକପାତ କରିଥିଲା । ତାର ବନ୍ଧୁ ମିଳନର ସୁଖଦ ଅନୁଭୂତି ଓ ପ୍ରେରଣାପ୍ରଦ କଥା ଅତ୍ୟନ୍ତ ହୃଦୟସ୍ପର୍ଶୀ । 


ଜୀବନର ଅଙ୍କାବଙ୍କା ଚଲାପଥରେ ଚାଲୁଚାଲୁ ମଣିଷ ଅନେକ କିଛି ଅନୁଭୂତି ଲାଭକରେ । ସେସବୁକୁ ନେଇ ସେ ନିଜର ଆଗାମୀ ଜୀବନକୁ ଆହୁରି ସରସ ଓ ସୁନ୍ଦର କରିବାକୁ ଚେଷ୍ଟାକରେ । ଜୀବନର ବିଭିନ୍ନ ମୁହୂର୍ତ୍ତରେ ଲାଭ କରିଥିବା ଅନୁଭୂତି ମଣିଷ ମନରେ ଏକ ନୂତନ ଭାବବୋଧର ସଂଚାର କରେ । ତା ସହ ଜୀବନରେ ଘଟିଥିବା ପ୍ରତିଟି ମୁହୂର୍ତ୍ତକୁ ବ୍ୟକ୍ତ କରେ । ପର ଅପରକୁ ଅନୁଭୁତି ପରସେ । ଅନ୍ଯକୁ ସାମ୍ନା କରିବାକୁ ଶକ୍ତି ଯୋଗାଏ । ତେବେ ସେ ଅନୁଭୂତି କେବଳ ନିଜ ଜୀବନରେ ନୁହେଁ, ଅନ୍ୟର ଜୀବନରେ ମଧ୍ୟ ଉପଯୋଗୀ ହୋଇପାରେ - ସେ ବିଶ୍ୱାସ । 


ମନ ଗହନର ସବୁ କଥା କହି ହୁଏ ନାହିଁ । ତାହା ଅନୁଭବି ହିଁ ଅନୁଭବର ଭାବ ବ୍ୟକ୍ତ କରିପାରେ । ଆଜି ଜୀବନର ଘୋଡା ଦୌଡରେ ସମସ୍ତେ କ୍ଲାନ୍ତ ଅବସନ୍ନ ଏବଂ ବିଭିନ୍ନ କ୍ଷେତ୍ରରେ କ୍ଷତାକ୍ତ ମଧ୍ଯ । ଆଜିର ଦିନରେ ଆମର ପୂର୍ଣାଙ୍ଗ ସଂସାର। ଆମର ପିଲାମାନେ ବଡ ହୋଇଗଲେଣି ତ କାହାର ବଡ ହେବାକୁ ଯାଉଛନ୍ତି ।


ପ୍ରାୟ ସମସ୍ତଙ୍କର ବାପା ମାଆ ସାୟାହ୍ନରେ ଉପସ୍ଥିତ । କାହାର ବାପା ମା ଆରପାରିକୁ ଚାଲିଗଲେଣି ତ କାହାର ଟିକେଟ୍ ଧରି ବସିଛନ୍ତି । ଭାଇ ଭଉଣୀ ଏବଂ ସେମାନଙ୍କର ପିଲାମାନେ ଯେ ଯାହାର ନିଜ ପରିବାରକୁ ନେଇ ବ୍ୟସ୍ତ ବିବ୍ରତ । ଯେ ଯାହାର ସମସ୍ୟା ଏବଂ ସମସ୍ୟାର ସମାଧାନରେ ବ୍ୟସ୍ତ । ଆତ୍ମୀୟ ସ୍ବଜନ ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ ଯେ ଯାହାର ତେଲ ଲୁଣ ଦୁନିଆରେ ଦୌଡୁଛନ୍ତି । ସାଇ ପଡ଼ିଶା ପ୍ରିୟ ପରିଜନ ବାଦ ବିବାଦ ବିସମ୍ବାଦ । ଏସବୁ କିଛି ଲୋକ ପରର ସିରି ଦେଖି ନ ପାରି ଥାନା କୋର୍ଟ କଚେରୀକୁ ଦୌଡୁଛନ୍ତି ।


ସମ୍ପର୍କ ସମ୍ବନ୍ଧ ମାୟା ମମତା ଏସବୁ ସ୍ବାର୍ଥ ଓ ସମ୍ପତ୍ତିର ଜୁପ କାଠିରେ ବଳି ଚଢୁଛନ୍ତି । ପ୍ରତିଦିନ ପ୍ରତିମୁହୂର୍ତ୍ତରେ ପାରିବାରିକ ସମ୍ପର୍କ ସ୍ବାର୍ଥନ୍ବେଷୀ ହୋଇ ପଡୁଛନ୍ତି। କିଏ କାହାର ନୁହଁନ୍ତି । କର୍ମ କ୍ଷେତ୍ରରେ ସମସ୍ତେ ସମସ୍ତଙ୍କର ପ୍ରତିଯୋଗୀ । ସହଭାଗୀ ସହଯୋଗୀ ଏହି କେତୋଟି ହାତ ଗଣତି । ସୋସିଆଲ ମିଡିଆରେ ସଭିଏଁ ନିଜେ ନିଜର ଆତ୍ମବଡିମା ପ୍ରଦର୍ଶନ କରିବାରେ ବ୍ୟସ୍ତ । ଓ୍ୱାଟସ୍ ଆପ୍, ଟୁଇଟର, ଫେସବୁକ ଆଦି କଲ୍ପିତ ଦୁନିଆରେ ଜୀବନର ପରିଭାଷା ମତାମତ ଗ୍ରହଣ କରିବା ରେ ପରିବ୍ୟାପ୍ତ ।


ଫେସବୁକରେ ବନ୍ଧୁତ୍ବ କିନ୍ତୁ ମୁହାଁମୁହିଁ ଦେଖାହେଲେ କଥା ହୁଅନ୍ତି ନାହିଁ । ଫେସବୁକର ଆବର୍ତ୍ତମାନରେ ଘଣ୍ଟା ଘଣ୍ଟା ଚାର୍ଟ କରୁଛନ୍ତି । ଗୋଟିଏ ଘରେ ରହି ଗୋଟିଏ କୋଠରୀରୁ ଅନ୍ୟ ଏକ କୋଠରୀରେ ଥିବା ଲୋକଙ୍କ ସହିତ ମୋବାଇଲ୍ ରେ କଥାବାର୍ତ୍ତା ହେଉଛନ୍ତି । ମେସେଜ୍ ଦିଆନିଆ ହେଉଛନ୍ତି । ଅଜଣା ଅଶୁଣା ମଣିଷପରି ଦିନ ଦିନ ସାକ୍ଷାତ୍ ହେଉ ନାହାଁନ୍ତି ।


ଆଜିର ବାସ୍ତବ ଦୁନିଆରେ ଜଣା ଲୋକ ଅଜଣା ହୋଇ ଯାଉଛନ୍ତି । ଆଉ ଅଜଣା ଲୋକ ଫେସବୁକ, ଟୁଇଟର, ଇନ୍ ଷ୍ଟାଗାମ୍ ଇତ୍ୟାଦି ମାଧ୍ୟମରେ ଜଣା ହୋଇ ଯାଉଛନ୍ତି । ଏମିତି ଏକ ସମ୍ପର୍କ ବିହିନ ଆବେଗ ରହିତ ବନ୍ଧୁତ୍ବ ଚିରସ୍ଥାୟୀ ହୋଇ ପାରିବ ?


ଆମେ ଯେଉଁ ବାଲ୍ୟ କୈଶୋର ତାରୁଣ୍ୟ ଓ ଯୌବନରେ ସାଙ୍ଗ ସାଥୀଙ୍କ ସାନିଧ୍ୟ ଲାଭ କରିଛେ ତାକୁ କ'ଣ ମନରୁ ପାସୋରିଦେବା ? ନା... କାରଣ ସେମାନେ ଯେଉଁ ବୟସରେ ସାଥି ହୋଇଥିଲେ !  !  ! ଜୀବନର ଯେଉଁ ପର୍ଯ୍ୟାୟରେ ସେମାନଙ୍କ ସହିତ ସମ୍ପର୍କ ଗଢି ଉଠିଥିଲା । ତାହା ପାଇବା... ହରାଇବା... ଲାଭ କ୍ଷତି... ଦେବା ନେବା ଇତ୍ୟାଦିରେ ହିସାବ ନ ଥିଲା । ସେଥିରେ ଥିଲା ସ୍ବତସ୍ଫୂର୍ତ୍ତ ନିଃସ୍ବାର୍ଥପର ଆବେଗିକ । ପରସ୍ପର ପ୍ରତି ଢେର ସାରେ ଭଲପାଇବା, ସରଳ ନିଷ୍କପଟ କୋମଳ ଜୀବନର ତାହାଥିଲା ଆଦ୍ୟଭାଗ ।


ରାଗଋଷା ମାନ ଅଭିମାନ ଯେମିତି ଉତ୍ପନ୍ନ ହୁଏ ପାଣିଫୋଟକା ପରି ସେମିତି ମିଳେଇ ଯାଏ । ତେବେ ଏକ ନିର୍ଦ୍ଦିଷ୍ଟ ସମୟରେ ସାଙ୍ଗ ସାଥି ମାନଙ୍କୁ ଛାଡି ଆମ୍ଭେମାନେ ବୃତ୍ତି ଖୋଜିବାକୁ ବାହାରି ପଡିଲେ । ସାମାଜିକ ନିୟମାନୁସାରେ ଯେ ଯାହାର ଘରସଂସାର କଲେ । ତେଲ ଲୁଣ ଦୁନିଆରେ ସଂସାର ଏବଂ ଜୀବନ ଜିଇଁବାର ପକ୍ରିୟା ଏତେ ବେଶୀ ଯେ ପଛକଥା ସବୁ ଅଜାଣତରେ ଭୁଲି ଗଲେ ।


ପୁଣି ଯେତେବେଳେ ସଫଳତାର ସିଡିରେ କିଏ ବଡ ? କିଏ ଛୋଟ... କିଏ କେତେ ଉଚ୍ଚକୁ ଉଠି ପାରିଲା ତା କଥାକୁ ନେଇ ମନ ଫଟା ଫଟି ହେଲେ । ଅର୍ଥ କ୍ଷମତା ସାମର୍ଥ୍ୟ ସାମାଜିକ ପ୍ରତିଷ୍ଠା ଯାହାର ଯେମିତି ବଢିଲା । ଜୀବନ ଜଞାଳରେ ବ୍ୟସ୍ତ ମନୁଷ୍ଯ ପାଇଁ ସାଙ୍ଗ ସାଥି ଅଲୋଡା ଅପାଂକ୍ତେୟ ହୋଇପଡିଲା । ଅନାବୃଷ୍ଟି ଅଯତ୍ନ ଅନାଗ୍ରହରେ ମଊଳି ପଡୁଥିବା ଲତାଟିଏ ପରି ବନ୍ଧୁତ୍ବ ଧିରେ ଧିରେ ମଊଳି ଗଲା । ପାସୋରି ହୋଇଗଲା ବିଗତ ଦିନର ସେହି ସ୍ମୃତି । 


ମୋର ଅନୁଭୂତି କହୁଛି ପୁଣି ସେହି ସମୟ ଆସିବ ! ଆମେ ସମସ୍ତେ ଆମର ସାଙ୍ଗ ସାଥିକୁ ଖୋଜିବା । ପୁଣି ସେହି ସ୍ମୃତିକୁ ସତେଜ କରିବା । ପରସ୍ପରକୁ ଯୋଡି ହେବାର ପ୍ରୟାସ କରିବା । ବିତି ଯାଇଥିବା ସେହି ସରଳ ନିଷ୍କପଟ ନିରୀହ ଘଟଣାକୁ ମନେ ପକାଇ ଜୀବନର ମାନଚିତ୍ର ଖୋଲିବା । କେମିତି ରହିଛି ବାସ୍ତବ ଜୀବନର ମାନଚିତ୍ର ଅନ୍ୟକୁ ଦେଖେଇବା ।


ତା ପରେ କେମିତି ରହିଛି ସମସ୍ତଙ୍କର ଜୀବନ ଯାତ୍ରା ତାହାକୁ ନେଇ ପସରା ମେଲିବା । ସେଥିରେ କାହାର କିଛି ଛଳନା ନ ଥିବ । ନିର୍ଦ୍ଵନ୍ଦରେ ନିର୍ଭୟରେ ମନ ଗହନର କଥା ପୁରୁଣା ସାଙ୍ଗସାଥି ଙ୍କୁ ବାଣ୍ଟିବା । ସେଥିରେ ସାଙ୍ଗ ସାଥି ଦୋଷ ଦେବେନି । ତୁମର ଦୋଷତ୍ରୁଟି କୁ ବାଛି କ୍ଷତାକ୍ତ ହୃଦୟକୁ ଆହୁରି ଉଖାରିବେନି । ତୁମକୁ ଦୁନିଆର କାଠ ଗଡାରେ ଠିଆ କରାଇବେ ନାହିଁ । ସେମାନେ କେବଳ ଶୁଣିବେ । ସହାନୁଭୂତି ଦେବେ... ବୋଧ ଦେବେ... ବିଶ୍ବାସ ଦେବେ... ଧୈର୍ଯ୍ୟ ପ୍ରଦାନ କରିବେ । ଆମେ ସଂସାରରେ ତୋ ସହିତ ଅଛୁ ବୋଲି ଆତ୍ମବିଶ୍ୱାସ ଦେବେ ।


ତେଣୁ ଏବେ ସମୟ ଆସିଛି ଆମେ ଆମର ବନ୍ଧୁଙ୍କୁ ଖୋଜିବା ଏକାଠି କରିବାର ପ୍ରୟାସ କରିବା । ନଚେତ୍ ଅନ୍ୟ ମାନଙ୍କ ପରି ଆମେ ହେବା । 


ସେଥିପାଇଁ କଥାରେ ଅଛି - ବେଳ ଥାଉ ଥାଉ ବାନ୍ଧିଥା ବନ୍ଧ । ଆହୁରି ମଧ୍ଯ କଥାରେ ଅଛି - ଉପର ବରଡା ଖସୁଛି, ତଳ ବରଡା ହସୁଛି, ମଝି ବରଡା କହୁଛି ତୋ ଦିନକାଳ ଆସୁଛି । ଆମେ ପରକୁ ସମାଲୋଚନା କରିବା ନାହିଁ। ପରର କଥାକୁ ଗୁରୁତ୍ବ ଦେବା ଗ୍ରହଣ କରିବା । 


ଆଜି କାଲି ଆଇଏସ୍, ଓଏସ୍ ଅଫିସରଙ୍କୁ ଇନ୍ଦିରା ପାର୍କ ଆଗରେ ଥିବା ଚା ଦୋକାନରେ ଲକ୍ଷ୍ୟ କରୁଥିବୁ । ସେମାନେ ଅବସର ନେଇ ମର୍ଣ୍ଣିଂ ଓ୍ୱାକ୍ ଇଭିନିଂ ଓ୍ୱାକ୍ ରେ ଆସୁଛନ୍ତି । ଅନ୍ଯ ସହିତ କଥାବାର୍ତ୍ତା ହେବା ପାଇଁ ଭାରି ଇଛା.। କାରଣ ଘରେ ସମୟ କଟୁ ନାହିଁ କିନ୍ତୁ କିଏ ସାଥି ଦେଉ ନାହାଁନ୍ତି । ତାର ମୂଳ କାରଣ ହେଲା ପଦପଦବୀର ଦ୍ବାହି ଦେଇ ଅନ୍ୟର ପ୍ରିୟ ଭାଜନ ହୋଇ ପାରି ନାହାଁନ୍ତି । ଅଥବା ପଦବୀର ଅପ ବ୍ୟବହାର କରିଛନ୍ତି ଯାହାଦ୍ୱାରା ସମାଜ ଗ୍ରହଣ କରୁନାହିଁ ।


ବାସ୍ତବରେ ନିରାକାର ତାର ଅନୁଭୁତିସମ୍ପନ୍ନ କଥା କହି ନ ଥିଲା ଯେ ମୋତେ ସଚେତନ କରାଇଥିଲା । ଦୁନିଆର ରୀତିନୀତିକୁ ଆଲୋକପାତ କରାଇ ଥିଲା ।


Rate this content
Log in

More oriya story from Lalita Mohan Mishra

Similar oriya story from Tragedy