STORYMIRROR

shibaram dalai

Tragedy

4  

shibaram dalai

Tragedy

ଅନ୍ତା ପାଗଳ

ଅନ୍ତା ପାଗଳ

2 mins
575


ଆବେ ଶଳା ଅଇଁଠା ଖିଆ କୁକୁର, ଶଳା ବଡ଼ଲୋକ ଦେଖେଇ ହଉଛ ନାଇଁ । ଶଳା ହାରାମୀ ଭାଆରୀ ଆସବେ ପଦାକୁ । ଆ ତା ଘରେ ଗଳିବ, ଅଇଁଠା ଖାଇବ , ଚୋର,ତମେ ସବୁ କୁକୁର ଠୁ ହୀନରେ ଶଳେ । ବିଚରା ଅନନ୍ତା ପାଟିରୁ ଅନବରତ ଗାଳି ବାହାରୁଛି ।କେତେବେଳେ ଭେଁ ଭେଁ କାନ୍ଦୁଛି ତ କେତେବେଳେ ଗୋଟିଏ ଆଡ଼କୁ ଏକ ଲୟ ରେ ଚାହିଁ ହସୁଥାଏ ।ସମସ୍ତେ କୁହନ୍ତି ସେ କୁଆଡେ ପାଗଳ ହେଇଯାଇଛି ।କି ଶୀତ ,କି ଖରା ,କି ବର୍ଷା ତା ଦେହରେ ସେ କନ୍ଥାଟି ହାଡରେ ମାଂସ ଢାଙ୍କିଲା ପରି ଘୋଡେଇ ହେଇଥାଏ ।କାହିଁ କେତେ ଦିନୁ ଗାଁ ପୋଲ ମୁଣ୍ଡ ସେହି ଭଙ୍ଗା ଦୋକାନ ଚାଳିଆ ତାହାର ବାସଗୃହ ପାଲଟିଛି ।ଭୋକ ହେଲେ ଆ  ତା  ଘରୁ ମୁଠେ ମାଗି ଖାଇନଉଛି ।

    କିଛି ବର୍ଷ ପୂର୍ବରୁ ସମସ୍ତଙ୍କ ଆଦରଣୀୟ ଅନନ୍ତା ସମୟ ସ୍ରୋତରେ ପାଲଟି ଯାଇଛି ଅନ୍ତା ପାଗଳ । ଯୁଗ ଯୁଗରୁ ଚାଲିଆସିଛି ଦୁର୍ବଳମାନଙ୍କ ଉପରେ ସବଳମାନଙ୍କ ଅତ୍ୟାଚାର ।ଅନନ୍ତା ବି ସେଥିରୁ ବାଦ ପଡ଼ିଥାନ୍ତା କେମିତି ? ଭାରି ପରିଶ୍ରମୀ ଥିଲା ସେ ।ତେଣୁ ପ୍ରତିଦିନ ତାର କାମ ଲାଗିରହିଥାଏ ।ସବୁଦିନ କାମ କରିବାକୁ ଇଚ୍ଛା ନଥିଲେ ବି କାହାର ମନ ଭାଙ୍ଗି ଦେଇନି ସେ ।ଯେ କୌଣସି କାମ ଦେଲେ ବଡ ଆଦରର ସହ କରିଥାଏ ସେ ।ଭାରିଜା ଆଉ ଗୋଟିଏ ବୋଲି ପାଞ୍ଚ ବର୍ଷର ପୁଅକୁ ନେଇ ତାହାର ହସ ଖୁସିର ପରିବାର ।

     ସେଦିନ ରାମନବମୀ ଯାତ୍ରା ଦେଖି ଫେରୁଥିବା ଅନନ୍ତାର ଭାରିଜା ସାବୀ ଆଉ ତା ପୁଅ ଭଗିଆ ।କିନ୍ତୁ ଗାଁ ଭାଗବତ ଟୁଙ୍ଗୀ ପାଖରେ ଜଗି ରହିଥିବା ଜମିଦାରର ପୁଅ ଓ ତା ସାଥିମାନଙ୍କ କବଳରୁ ନିଜକୁ ବଞ୍ଚାଇ ପାରିଲାନି ସାବୀ ।ବହୁତ ଦିନରୁ ଚାତକ ପରି ଚାହିଁ ରହିଥିବା ଜମିଦାରଙ୍କ ପୁଅ ଏପରି ଏକ ସୁଯୋଗକୁ ହାତଛଡା କରିବାକୁ ଜମା ଚାହୁଁ ନଥିଲା । ଜିରା ଫୁଟିଲେ ବାସନା ପରି ସକାଳ ପାହୁପାହୁ ଚାରିଆଡେ କଥାଟା ପ୍ରଘଟ ହେଇଗଲା । ନ୍ୟାୟ ପାଇବା ପାଇଁ ସାବୀ ଆଉ ଅନନ୍ତା ଜମିଦାର ଚୌଧୁରୀଙ୍କ ଦ୍ୱାରସ୍ଥ ହେଲେ । ହେଲେ ନ୍ୟାୟ ବଦଳରେ ଅନେକ ଅପମାନ ପାଇ ଦୁହେଁ ଘରକୁ ଫେରିଲେ ।ସାବୀ ନିଜର ସର୍ବସ୍ୱ ହରାଇବା ଏବଂ ଜମିଦାର ଚୌଧୁରୀଙ୍କ ଅପମାନକୁ ସହି ନପାରି ନିଜକୁ ଝୁଲାଇ ଦେଲା ଗାଁ ମୁଣ୍ଡ ବରଗଛ ଡାଳରେ । ସେହିଦିନୁ ଭଗିଆ ବି ବାପା ମାଆ ସ୍ନେହରୁ ବଞ୍ଚିତ ହେଲା ।

     ସାବୀ ସିନା ନିଜକୁ ସର୍ଵଶ୍ୱାନ୍ତ କରି ନୀରବରେ ଲଟକୀ ଗଲା ବରଗଛ ଡାଳରେ କିନ୍ତୁ ନିରବ ରହିଲା ନାହିଁ ଅନନ୍ତା । ଅନବରତ ଗାଳି ଗୁଳଜରେ ପାଲଟିଗଲା ସେ ଅନନ୍ତାରୁ ଅନ୍ତା ପାଗଳ । ଅନ୍ତା ପାଗଳ ଭୟରେ ଚୋରମାନେ ରାତିକୁ ବି ଭୟ କଲେ ।  

     ସାବୀ ଚାଲିଯିବାର ସାତ ଆଠ ବର୍ଷ ବିତିଗଲାଣି ,ସେଦିନ ଘଟଣାକୁ ସମସ୍ତେ ଭୁଲିଗଲେଣି ।ଅନ୍ତା ବି ସାତ ଆଠ ବର୍ଷ ହେବ ପୋଲମୁଣ୍ଡ ଭଙ୍ଗା ଚାଲିଆକୁ ନିଜର କରିସାରିଲାଣି । ଲାଗି ଖାଇବା ଲୋକଟା ମାଗି ଖାଇ ନିଜର ଭିନ୍ନ ପରିଚୟ ସୃଷ୍ଟି କରିସାରିଛି ।

   ରାତି ପାହିଲେ ପହିଲି ରଜ ।ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସେହି ଗାଁ ମୁଣ୍ଡ ବରଗଛ ତଳେ ତାସ ପାଲି ସହ ପିଲାମାନଙ୍କ ପଟାଦୋଳି ଦଉଡ଼ି ଦୋଳି ସହିତ ନାଚ ଗୀତର ବେଶ ଆସର ଜମିଥାଏ ।କିନ୍ତୁ ଏ କଣ ସେହି ବରଗଛ ଡାଳରେ ଦୀର୍ଘ ଦିନରୁ ବନ୍ଦ ରହୁ ନଥିବା ପାଟିଟା ନୀରବରେ ସାବୀ ପରି ଦୋଳି ଖେଳୁଛି ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy