The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sruti Nayak

Romance Classics

2  

Sruti Nayak

Romance Classics

ଅନନ୍ଯ ପ୍ରେମିକ-ଭିନ୍ନ ପ୍ରେମିକା

ଅନନ୍ଯ ପ୍ରେମିକ-ଭିନ୍ନ ପ୍ରେମିକା

2 mins
310


"କୋଢାଇ,କୋଢାଇ"ଡାକୁଥିଲେ ବିଷ୍ଣୁଚିତ୍ତ,କୋଢାଇଙ୍କର ପିତା।

"ଫୁଲଗୁନ୍ଥା ସରିଲା କି?ପୂଜା ବେଳ ହୋଇଗଲାଣି ଯେ"

ମନେ ମନେ ହସିଲେ ବିଷ୍ଣୁଚିତ୍ତ।ପାଗେଳିଟା ଫୁଲମାଳ ଧରି କଣ କଣ ଭାବୁଥିବ ଯେ ଭାବୁଥିବ।ଯାହା ହେଉ ପଛେ ପୂଜାପୂଜିରେ ଭାରି ମନ ଝିଅଟିର। ହବନି ବା କେମିତି?

ତାକୁ ତ ତୁଳସୀଗଛ ମୂଳରୁ ପାଇଥିଲେ ନା। ଭଗବାନଙ୍କର ଆଶୀର୍ବାଦ ସେ। ପ୍ରଭୂ ଶ୍ରୀରଙ୍ଗନାଥଙ୍କୁ ପୂଜା କରି କରି ତାଙ୍କ ଭଳି ସନ୍ତାନହୀନ ଲୋକ ଏ ଭଳି ଲକ୍ଷ୍ମୀପ୍ରତୀମା ଝିଅଟିକୁ ପାଇଲେ।

ଏତେ ସବୁ ଭାବନା ଭିତରେ କୋଢାଇ ଫୁଲମାଳ ଧରି ଆସିଗଲେ। ବିଷ୍ଣୁଚିତ୍ତ ମଧ୍ୟ ସମସ୍ତ ସାମଗ୍ରୀ ଧରି ମନ୍ଦିର ଚାଲିଗଲେ।ପିତା ଗଲାପରେ କୋଢାଇ ପୁଣିଥରେ ନିଜ ରାଇଜକୁ ଚାଲିଗଲେ। ଅର୍ଥାତ୍ ନିଜକୁ ସଜାଇବାରେ ଲାଗିଲେ।ପ୍ରତିଦିନ ସେ ଏଇଭଳି ସଜ ହୁଅନ୍ତି।କିନ୍ତୁ ନିଜ ପାଇଁ ନୁହେଁ।ନିଜ ପ୍ରେମିକଙ୍କ ପାଇଁ।ସଜେଇ ହେବା ପରେ ଆଇନା ଆଗରେ ଠିଆ ହୋଇ ଭାବନ୍ତି ସେ କେତେ ସୁନ୍ଦର ସତେ। ତାଙ୍କୁ ଏ ବେଶରେ ଦେଖି ତାଙ୍କ ପ୍ରିୟତମ ନିଶ୍ଚୟ ଖୁସି ହେବେ। ପୁଣି ବେଳେ ବେଳେ ଭାବନ୍ତି ଏ ବେଶ ତାଙ୍କ ପ୍ରିୟତମଙ୍କୁ ଆଦୌ ଭଲ ଲାଗିବ ନାହିଁ। ତେଣୁ ସେ ଯାଇ ସାଙ୍ଗେ ସାଙ୍ଗେ ବେଶ ଓହ୍ଲାଇ ପକାନ୍ତି।

ଏହିପରି ଭାବେ କୋଢାଇ ଶ୍ରୀରଙ୍ଗନାଥସ୍ଵାମୀଙ୍କ ପ୍ରେମସ୍ରୋତରେ ଦିନରାତି ବୁଡିରୁହନ୍ତି।ତାଙ୍କପାଇଁ ଗୀତ ରଚନା କରି ଗାଆନ୍ତି। ତାଙ୍କ ପାଇଁ ଶୃଙ୍ଗାର କରନ୍ତି। ତାଙ୍କପାଇଁ ମଧ୍ୟ ଜୀବନ ଧାରଣ କରନ୍ତି।


ଦିନେ ବିଷ୍ଣୁଚିତ୍ତ ଶ୍ରୀରଙ୍ଗନାଥଙ୍କୁ ଫୁଲମାଳ ପିନ୍ଧାଇବା ସମୟରେ ଫୁଲମାଳରୁ ଗୋଟିଏ ଲମ୍ବା କେଶ ଆବିଷ୍କାର କଲେ। ତାଙ୍କର ଆଉ ବୁଝିବାକୁ ବାକି ରହିଲା ନାହିଁ କି ଫୁଲମାଳଟି କୋଢାଇ ଆଗରୁ ପିନ୍ଧିଦେଇଛି। ମନେ ମନେ ପ୍ରବଳ ଅସନ୍ତୁଷ୍ଟ ହୋଇ ସେ ସେହି ମାଳଟି ଫିଙ୍ଗିଦେଇ ଆଉ ଥରେ ନିଜେ ଗୋଟିଏ ମାଳ ଗୁନ୍ଥି ଠାକୁରଙ୍କୁ ଚଢାଇଲେ। ଘରକୁ ଫେରି କୋଢାଇକୁ ଖୁବ୍ ବିରକ୍ତ ହେଲେ ମଧ୍ୟ।


ସେଦିନ ରାତିରେ ବିଷ୍ଣୁଚିତ୍ତ ଶ୍ରୀରଙ୍ଗନାଥଙ୍କୁ ସ୍ବପ୍ନରେ ଦେଖିଲେ।ଠାକୁରଙ୍କର ମୁଁହ ଖୁବ୍ ଉଦାସ ଦେଖାଯାଉଥିଲା।ବିଷ୍ଣୁଚିତ୍ତ ଶୁଣିଲେ ରଙ୍ଗନାଥଙ୍କର ମୁଖରୁ"ବିଷ୍ଣୁଚିତ୍ତ ,ତୁମେ ମାଳା ଫିଙ୍ଗିଲ କାହିଁକି? ପ୍ରତିଦିନ କୋଢାଇ ପିନ୍ଧିଥିବା ମାଳାକୁ ମୁଁ ପିନ୍ଧିବାକୁ ସୁଖ ପାଏ। ତୁମେ ତାହାକୁ ଫିଙ୍ଗି ମୋତେ ନିରାଶ କରିଛ।"ବିଷ୍ଣୁଚିତ୍ତ ସାଙ୍ଗେ ସାଙ୍ଗେ ନିଦରୁ ଉଠି ମନ୍ଦିର ମଧ୍ୟକୁ ଧାଇଁଲେ। ସେଠାରେ ସେ ଠାକୁରଙ୍କ ପାଦ ତଳେ ପଡି କାନ୍ଦି କାନ୍ଦି ଭୂଲ୍ ମାଗିବାକୁ ଲାଗିଲେ।


ସମୟ ବିତିବା ସଙ୍ଗେ ସଙ୍ଗେ ବିଷ୍ଣୁଚିତ୍ତଙ୍କୁ ଲାଗିଲା ଯେ କୋଢାଇଙ୍କର ବିବାହ କରାଇଦେବା ଉଚିତ୍। ତେଣୁ ସେ କୋଢାଇଙ୍କ ନିମନ୍ତେ ଉପଯୁକ୍ତ ପାତ୍ର ଖୋଜିବାକୁ ଲାଗିଲେ। କୋଢାଇଙ୍କୁ ଏ କଥା ଜଣାପଡିଲାରୁ ସେ ଶ୍ରୀରଙ୍ଗନାଥଙ୍କୁ ହିଁ ବିବାହ କରିବେ ବୋଲି ନିଜର ନିଷ୍ପତ୍ତି ଜଣାଇଦେଲେ। ଏ କଥା ଶୁଣି ବିଷ୍ଣୁଚିତ୍ତ ଚିନ୍ତାରେ ପଡିଗଲେ। ଏ କିପରି ସମ୍ଭବ! ଦେବତାଙ୍କ ସହ ମାନବୀର ବିବାହ? ଏଠାରେ ମଧ୍ୟ ଶ୍ରୀ ରଙ୍ଗନାଥ ତାଙ୍କର ଏ ଦ୍ବୀଧା ଦୂର କରିଦେଲେ। ସ୍ବପ୍ନରେ ବିଷ୍ଣୁଚିତ୍ତଙ୍କୁ ବିବାହର ସମ୍ମତି ଜଣାଇବା ସହ ବିବାହର ସମୟ ମଧ୍ୟ ଧାର୍ଯ୍ୟ କଲେ।

ଏ କଥା ଶୁଣିକୋଢାଇଙ୍କର ଖୁସି କହିଲେ ନ ସରେ। ତାଙ୍କ ପ୍ରୀୟତମ ତାଙ୍କର ପ୍ରେମ ସ୍ବୀକାର କରିଛନ୍ତି। କେବଳ ସେତିକି ନୁହେଁ ବରଂ ତାଙ୍କୁ ଗ୍ରହଣ କରିବାକୁ ସମ୍ମତି ମଧ୍ୟ ଦେଇଛନ୍ତି। ବିବାହ ଦିନ ଯେତେ ପାଖେଇ ଆସୁଥିଲା କୋଢାଇ। ବିଭୂପ୍ରେମରେ ସେତେ ଅଧିକ ପାଗଳି ହେଇଯାଉଥିଲେ।

ନିର୍ଦ୍ଦିଷ୍ଟ ଦିନ ଉଭୟ ମନ୍ଦିର ଓ ବିଷ୍ଣୁଚିତ୍ତଙ୍କ ଘର ବିବାହ ନିମନ୍ତେ ସଜାଗଲା। ଶ୍ରୀରଙ୍ଗନାଥଙ୍କର ପ୍ରତିମା ବର ରୂପରେ ପ୍ରସ୍ତୁତ ହୋଇ କୋଢାଇଙ୍କର ପାଣିଗ୍ରହଣ କଲେ। କୁହାଯାଏ ଯେ କୋଢାଇ ମନ୍ଦିରର ଗର୍ଭଗୃହରେ ଶଶରୀରେ ଈଶ୍ୱରଙ୍କଠାରେ ଲୀନ ହୋଇଯାଇଥିଲେ।


ଆଜି ମଧ୍ୟ କୋଢାଇ ଦେବୀ ଅଣ୍ଡାଲ୍ ରୂପରେ ଶ୍ରୀରଙ୍ଗନାଥଙ୍କ ମନ୍ଦିରରେ ପୂଜା ପାଆନ୍ତି ଚିରନ୍ତନ ପ୍ରେମର ପ୍ରତିକ ହୋଇ ।


Rate this content
Log in

Similar oriya story from Romance