Sruti Nayak

Inspirational

4.3  

Sruti Nayak

Inspirational

ମୋ ଗୁରୁ

ମୋ ଗୁରୁ

2 mins
253


ମୁଁ ଯେତେବେଳେ ଖୁବ୍ ଛୋଟ ଥିଲି ସେ ମୋତେ ବରାବର୍ ମୋ ସ୍କୁଲକୁ ନେଇ ଯାଉଥିଲେ ଛାଡ଼ିବା ପାଇଁ । ସ୍କୁଲରେ ପହଞ୍ଚିବା ପୂର୍ବରୁ ମୋର ପାଠ ପଢା ଆରମ୍ଭ ହେଉଥିଲା ତାଙ୍କ ସାଇକଲର ଆଗ ସିଟରୁ । ମୁଁ ତାଙ୍କୁ ଭୟ କରୁଥିଲି ପ୍ରଚୁର କିନ୍ତୁ ମୋର ଯାହା ବୁଝିବାର ଥାଏ ମୁଁ ତାଙ୍କୁ ହିଁ ପଚାରେ କାରଣ ତାଙ୍କଠୁ ବେଷ୍ଟ୍ ଆନ୍ ସର୍ ଆଉ କେହି ଦେଇପାରିବ ସେ ବିଶ୍ୱାସ ମୋର ନଥିଲା । 

  ଧିରେ ଧିରେ ମୁଁ ହାଇସ୍କୁଲ ଗଲି । ମୋର ଟିଉସନ ସନ୍ଧ୍ୟା ଆଠଟାରେ ସରେ । ଏକା ଏକା ଘରକୁ ଆସିପାରିବିନି ବୋଲି ବାବା ମୋତେ ଆଣିବାକୁ ଯାଆନ୍ତି । ଆଉ ଫେରିବା ବେଳେ ମଧ୍ୟ ମୁଁ ବହୁତ୍ କଥା ଶିଖେ ତାଙ୍କଠାରୁ । କେବେ ତାଙ୍କ ଠାରୁ ସିଧାସଳଖ ଶିଖେ ତ କେବେ ବୋଉ ମାଧ୍ୟମରେ । ମୋର ବାବା ଶ୍ରୀମା ଓ ଶ୍ରୀ ଅରୋବିନ୍ଦଙ୍କ ଅନୁଗାମୀ ଅଟନ୍ତି । 

ଜଣେ ସରଳ, ନ୍ୟାୟବାଦୀ, ବିଶିଷ୍ଟ କବି, ପରୋପକାରୀ ଓ ଜ୍ଞାନୀ ବ୍ୟକ୍ତି ମୋର ବାବା ବୋଲି ମୁଁ ସବୁବେଳେ ଗର୍ବ କରେ । 

 ଜଣେ ପ୍ରାଥମିକ ଶ୍ରେଣୀର ଛାତ୍ରୀ ଠାରୁ ଜଣେ ଶିକ୍ଷକ ହେବା ପର୍ଯ୍ୟନ୍ତ ମୋର ଯାତ୍ରା ଅନେକ ଘଟଣା ବହୁଳ । ଜୀବନର ବିଭିନ୍ନ ପର୍ଯ୍ୟାୟରେ ମୁଁ ଅନେକ ଶିକ୍ଷକମାନଙ୍କଠାରୁ ଶିକ୍ଷା ଲାଭ କରିଛି ଯେଉଁମାନେ ମୋର ଚିର ନମସ୍ୟ । କିନ୍ତୁ ଜୀବନର ପ୍ରତିଟି ପାହାଚରେ ମୁଁ ମୋ ବାବାଙ୍କୁ ଗୁରୁ ଭାବେ ପାଇଛି । ଆଉ ଏ କଥା ବି ସ୍ପଷ୍ଟ ଯେ ଯେତେବେଳେ ମୋ ଲେଖନୀ ଅଟକି ଯାଏ, ମୋ ହାତ ଆପେ ଆପେ ମୋ ମୋବାଇଲ ସ୍କ୍ରିନ ଉପରକୁ ଚାଲିଯାଏ ଯେଉଁଠି ମୋ ବାବାଙ୍କ ନମ୍ୱରଟି ଥାଏ । ସାହିତ୍ୟ କ୍ଷେତ୍ରରେ ମୋର ଏକମାତ୍ର ଅଦ୍ୱିତୀୟ ଓ ସର୍ବକାଳୀନ ଗୁରୁ ମୋ ବାବା । 

 ଆଜି ମଧ୍ୟ ମୋ ନୂଆ ଲେଖାର ପ୍ରଥମ ପାଠକ ଓ ସଂଶୋଧକ ମୋ ବାବା । ଆଜି ଗୁରୁଦିବସରେ ମୁଁ ଯେତେବେଳେ ମୋ ଗୁରୁମାନଙ୍କ ବିଷୟରେ ଭାବିଲି ପ୍ରଥମେ ମୋ ବାବା ହିଁ ମୋ ମନକୁ ଚାଲିଆସିଲେ । ମୋ ବାବା, ମୋ ବୃତ୍ତିଗତ ପାରିବାରିକ ସାମାଜିକ ଓ ସାହିତ୍ୟ ଜଗତର ସର୍ବଶ୍ରେଷ୍ଠ ଗୁରୁ । 



Rate this content
Log in

Similar oriya story from Inspirational