Madhu mita

Comedy Classics Inspirational

3  

Madhu mita

Comedy Classics Inspirational

ଅନଲାଇନ୍ ବାହାଘର

ଅନଲାଇନ୍ ବାହାଘର

3 mins
111


"ଆଗୋ ଶୁଣୁଛ..ସୁରେଶ ବାହାଘର କାର୍ଡ ଆସିଛି ଦେଖ ସର୍ବଦନମ ବାବୁ ପାଟି କରି ଡାକିଲେ "କିଏ ଆସିଥିଲା କାର୍ଡ ଦେବାକୁ? କାଇଁ ଡୋର୍ ବେଲ୍ ବାଜିନି ତ?"ଭାନୁମତୀ ପଚାରିଲେ"ଓହୋ ହେଇଟି ଦେଖୁନ ଅନଲାଇନ ନିମନ୍ତ୍ରଣ ଆସିଛି "କହି ମୋବାଇଲ୍ ଦେଖେଇଲେ ସର୍ବଦମନ "ଏଇଟା କେମିତିକା ନିମନ୍ତ୍ରଣ କିହୋ ? ଗୁଆ ନାଇଁ ନଡ଼ିଆ ନାଇଁ ଖାଲି ଫୋଟ ପଠେଇଲେ ହେଇଗଲା ନା କଣ ?" ନାକ ଟେକି ଶ୍ରୀମତୀ କହିବାରୁ ବାବୁ ବୁଝାଇବାକୁ ଆରମ୍ଭ କଲେ "ଆଗୋ ଶ୍ରୀମତୀ ଏଇଟା ହେଉଛି ଅନଲାଇନ୍ ନିମନ୍ତ୍ରଣ।ଲକ୍ ଡାଉନ୍ ଚାଲିଛି।ଏମିତିରେ କେହି କୁଆଡେ ଯାଇ ପାରିବନି।ତେଣୁ ଏମିତିକା ଅନଲାଇନ କାର୍ଡ ଆସିଛି" "ହଉ ହେଲା ଯେ କିନ୍ତୁ ସୁରେଶ କେମିତି ବାହା ହେବେ ? ଅନଲାଇନ୍ ? ସେଇଟା ଫେରେ କେମିତି ?"ଅବୁଝା ହୋଇ ପଚାରିଲେ ଭାନୁମତୀ।

"ଆରେ ଏମିତି ଅନଲାଇନ୍ ବାହାଘର ହେଲେ ପୁଅ ଘରେ ପୁଅ ଥିବ ଆଉ ଝିଅ ଥିବ ତା ଘରେ। ନନା ମଝିରେ ଅନଲାଇନ୍ ମନ୍ତ୍ର ପଢ଼ିବେ ଆଉ ବାହାଘର ହେବ ବୁଝିଲ" "ଇୟେ କେମିତି କଥା ମ ? ଯାହା ଘରେ ସିଏ ଥାଇକି କେମିତି ବାହା ହୋଇଯିବେ ?" "ଓହୋ ଏଇ ସବୁ ଏମିତି ହେବ ସେକଥା କଣ କିଏ ଜାଣିଥିଲା କି ? ସୁରେଶ ବାହାଘର ବର୍ଷେ ତଳୁ ଅକ୍ଷୟ ତୃତୀୟା ଦିନ ହେବାକୁ ଠିକ୍ ହୋଇଥିଲା।ଆଉ ଏବେ ଏ ଲକ୍ ଡାଉନ୍ ଭାଇରସ ! ଏସବୁ ପାଇଁ ସେମାନେ ଅନଲାଇନ୍ ବାହା ହେଉଛନ୍ତି।ସୁରେଶର କକେଇ ଶ୍ୱଶୁର କୁଆଡେ ବୁଢ଼ା ହେଲେଣି।କେତେବେଳେ କେଉଁ କଥା।ବାହାଘର ଦେଖିଦେବେ ବୋଲି ଅନେଇ ବସିଛନ୍ତି ସେଥିପାଇଁ ବାହାଘର ବି ଆଗକୁ ଘୁଂଚେଇ ହେଉନି ଅଧାରୁ କଥା ଛିଣ୍ଡେଇ ଭାନୁମତୀ କହିଲେ ହେଲେ ମୋତେ ଟିକେ ବୁଝେଇଲ ହାତ ଗଣ୍ଠି ଅନଲାଇନ୍ କେମିତି ପଡ଼ିବ ? ସିନ୍ଦୂର ପିନ୍ଧା ଆଉ ଅଗ୍ନି ପ୍ରଦକ୍ଷୀଣ ଏସବୁ କେମିତି ଅନଲାଇନ୍ ହେଇଯିବ?" "ଆରେ ସମୟ ପଡିଲେ ସବୁ ଆଡ଼ଜଷ୍ଟ କରିବାକୁ ପଡ଼ିବ ନା !ସୁରେଶ ଆଉ ବୋହୁ ମନ୍ତ୍ର ଅନୁସାରେ ଯାହା ଘରେ ସିଏ ହାତରେ ନିଜ ଉତ୍ତରୀୟ ବାନ୍ଧିବେ ଆଉ ଅଗ୍ନି ଚାରିଆଡ଼େ ବୁଲିବେ।ତା ପରେ ସେ ଦିଟା ଭିଡିଓ ଏଡିଟ୍ କରି ଯୋଡ଼ି ଦିଆଯିବ। ନନା ମନ୍ତ୍ର ଉଚ୍ଚାରଣ ଦୁଇଜଣ ପାଖରେ ସମାନ ଚାଲିଥିବ।ସୁରେଶ ଏପଟେ ହାତରେ ସିନ୍ଦୂର ଧରିବ ଆଉ ନୁଆବୋହୁ ତା ଘରେ ସେତେବେଳେ ସିନ୍ଦୂର ପିନ୍ଧିଦେବେ।ବୁଝିଲ?" ସବୁ ବୁଝିଲା ପରି ମୁଣ୍ଡ ହଲେଇଲେ ଭାନୁମତୀ ପୁଣି ପଚାରିଲେ "ହଇଓ ଏସବୁ ହେଲା ଯେ ହେଲେ ଅନଲାଇନ୍ ଝିଅ ବିଦା କେମିତି ହେବ? ସେମାନେ ସଂସାର କରି ଗୋଟିଏ ଘରେ ରହିବେ ନା ସେଇଟା ବି ଅନଲାଇନ୍ ଘରଦ୍ୱାର ବୋଲି କିଛି ଅଛି ?" "ଲକ୍ ଡାଉନ୍ ପରେ ଝିଅ ବିଦା ହୋଇ ଆସିଯିବ ନା ସେଥିରେ କଣ ବଡ଼ କଥା ଅଛି ? ଆଉ ବନ୍ଧୁ ବାନ୍ଧବ !ସାଙ୍ଗସାଥି ? ବରଯାତ୍ରୀ?"

"ସମସ୍ତେ ଏକା ସମୟରେ ଅନଲାଇନ୍ ରହିବେ। ନାଚଗୀତ ସବୁ ଯେ ଯା ଘରେ ଥାଇ କରିବେ।ପୁରା ବାହାଘର ଆମ ଆଖି ଆଗରେ ଅନଲାଇନ୍ ହେବ।" "ଆଛା ଆଉ ଗିଫ୍ଟ ?" "ଆଗୋ ଶ୍ରୀମତୀ ହସି କହିଲେ ସର୍ବଦମନ ବାବୁ ଅନଲାଇନ୍ ବାହାଘର ହେଲେ ଏ ସବୁ ଝିଂଝଟ ନାହିଁ ବୁଝିଲ?" "ହେଲେ ସୁରେଶ ବାହାଘର ପାଇଁ ମୁଁ ଯେଉଁ ବନାରସୀ ପାଟ ଆଉ ଚନ୍ଦ୍ରହାର କିଣିଛି ?" "ତୁମେ ତାକୁ ହିଁ ପିନ୍ଧି କାଲି  କମ୍ପୁଟର ଆଗରେ ବସିଯିବ।ତୁମକୁ ଅନଲାଇନ୍ ସମସ୍ତେ ଦେଖିବେ"ଖୁସି ହୋଇ କହିଲେ ସର୍ବଦମନ। "ହୁଁ" କେଜାଣି କଣ ବୁଝିଲେ ଭାନୁମତୀ ?

ତା ପରଦିନ ସକାଳୁ ସଜବାଜ ହୋଇ ବନାରସୀ ପିନ୍ଧି ଚନ୍ଦ୍ରହାର ସହିତ ଅନ୍ୟ ଗହଣାରେ ସଜେଇ ହୋଇ ଭାନୁମତୀ କମ୍ପୁଟର ଖୋଲି ବସିଯାଇଥିଲେ ସର୍ବଦମନ ବାବୁ ମଧ୍ୟ ନୂଆ କୁର୍ତ୍ତା ପିନ୍ଧି ଆସି ତାଙ୍କ ପାଖରେ ବସି ପଡ଼ିଲେ ଦିନ ଦଶଟା ବାଜିଲାଣି।ଜଳଖିଆ ଛାଡ ଚା କପେ ବି ମିଳିନି।ଶ୍ରୀମତୀ ବାହାଘରିଆ ନାଚଗୀତରେ ପୁରା ମଜ୍ଜି ଯାଇଛନ୍ତି। ଏତିକିବେଳେ ଛେପ ଢ଼ୋକି ପଚାରିଲେ ସର୍ବଦମନ ବାବୁ

"ଆଗୋ ଭାଗ୍ୟବତୀ ଆଜି ପେଟପୁଜା ହେବନି କି ?"

ଲକ୍ଷେ ଟଙ୍କାର ହସଟେ ଫିଙ୍ଗି ଦେଇ ଭାନୁମତୀ କହିଲେ"

"କାହିଁକି କମେଡି କରୁଛ କହିଲ ? ବାହାଘରକୁ ଆସିଲା ପରେ କଣ କେହି କଣ ନିଜ ଘରେ ଆଉ ଚୁଲି ଲଗାଏ ?ଦେଖୁଛ ନୂଆ ସଂସାର କେତେ ବଢ଼ିଆ ଅନଲାଇନ୍ ଆରମ୍ଭ ହେଉଛି ଆଉ କଣ ଆମକୁ ଅନଲାଇନ୍ ବାହାଘର ଭୋଜିଟା ମିଳିବନି ?"


Rate this content
Log in

Similar oriya story from Comedy