STORYMIRROR

Dr Jharana Satapathy

Inspirational Others

3  

Dr Jharana Satapathy

Inspirational Others

ଅମାପ ଖୁସି

ଅମାପ ଖୁସି

1 min
384


ପରିବାରର ଅମାପ ଖୁସି ମିଳିଥାଏ ପରସ୍ପରର ସ୍ନେହ ଶ୍ରଦ୍ଧା ମଧ୍ୟରେ।ମୋର ପରିବାର ମୋ ସ୍ବାମି ,ମୋ ଶାଶୁଘର ଏବଂ ମାଆ ଘର ଏବଂ ବନ୍ଧୁବାନ୍ଧବ ଆତ୍ମୀୟ ସ୍ବଜନକୁ ନେଇ ଗଠିତ।ମୁଁଁ ନିଜକୁ ନିଜେ ଭାଗ୍ୟବାନ ମନେ କରେ ଏତେ ସୁନ୍ଦର ପରିବାର ଲାଗି।ମୋ ପାଇଁ ବହୁତ ସୁଖଦ ମୁହୁର୍ତ୍ତ ଥିଲା ଆମ ପରିବାରର ଭାଇ ଏବଂ ଭଉଣୀ କବି ସମ୍ମିଳନୀରେ ଉପସ୍ଥିତ ଥିଲୁ।ମୋ ପାଇଁ ସତରେ ଜୀବନରେ ଖୁସିର ମୂହୁର୍ତ୍ତ ଆଣିଦେଇଥିଲା।ଆମ ପରିବାରରେ ମତେ ମିଶାଇ ପାଞ୍ଚ ଭଉଣୀ ଏବଂ ଦୁଇ ଭାଇ ।ମୁଁ ରାକ୍ଷୀ ବାନ୍ଧିବା ପାଇଁ ପ୍ରତ୍ୟକ ବର୍ଷ ମାଆ ଘରକୁ ଯାଏ।ମୋ ଜଗା ବଳିଆ ଦୁଇ ଭାଇ ହାତରେ ରାକ୍ଷୀ ବାନ୍ଧେ।ସେଦିନ ମୁଁ ଘରେ ପହଞ୍ଚିବା କ୍ଷଣି ମୋ ଵଡ ଭାଇଙ୍କ ଠାରୁ ଶୁଣିବାକୁ ପାଇଲି ଏକ କବି ସମ୍ମିଳନୀ ହେଉଛି। ସେଠାକୁ ତୁ ମଧ୍ୟ ଯିବୁ। ଏହା ମୋ ପାଇଁ ସତରେ ଖୁସିର ମୂହୁର୍ତ୍ତ ଆଣି ଦେଇଥିଲା।ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବାରେ ଖୁସି ଆଣିବା ସଙ୍ଗେ ଖୁସିରେ ବିଭୋର ହୋଇଗଲି ସେଦିନ ଏକ କବି ସମ୍ମିଳନୀକୁ ଯିବା ପାଇଁ।କିଛି ସମୟ ପରେ ମୋ ଅନ୍ୟ ଏକ ନାନୀ ଘରେ ପହଞ୍ଚିଲା। ସିଏ ମଧ୍ୟ ବାହାରିଲା ସେହି କବି ସମ୍ମିଳନୀକୁ କବିତା ପାଠ ଲାଗି ।କି ଖୁସିର ମୂହୁର୍ତ୍ତ ! ଘରୁ ତିନି ତିନି ଜଣ ଏକ କବି ସମ୍ମିଳନୀରେ।ଉପସ୍ଥିତ ବିଚାରକ ମଣ୍ଡଳି ଯେତେବେଳେ ଜାଣିଲେ ଆମେ ଗୋଟିଏ ଘରର ସଦସ୍ୟ ବୋଲି ବହୁତ ଖୁସି ହୋଇ ଯାଇଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational