STORYMIRROR

Dr Jharana Satapathy

Inspirational

3  

Dr Jharana Satapathy

Inspirational

ଅମାନିଆ

ଅମାନିଆ

1 min
206


ପିଣ୍ଟୁ ଓଃ ଆହାଃ କରି ପିଚାପଛ ପଟ ଅଣ୍ଡଳା ଆଉଁସାକରି ଖାଲି ପୋଲିସକୁ ଗାଳି ଦେଉଥାଏ। ନିଜର ଭୁଲଟା ତାକୁ କିନ୍ତୁ ଦେଖା ଯାଉ ନଥାଏ।  ଲୋଳା ଫଟା ମାଡରେ ତାର ପିଚାସାରା ଦାଗ । ଆଉ କେଉଁଠି ତାର ବାକି ନଥାଏ । 


ଲକ୍ ଡାଉନ ସମୟରେ ସରକାରଙ୍କର କଡା ନିର୍ଦ୍ଧେଶ ସର୍ତ୍ତେ ମିଛରେ ଘରୁ ପରିବା ଆଣିବା ବାହାନା କରି ଯାଇଥିଲା ଵାଇକ ଧରି ତା ଗାର୍ଲ ଫ୍ରେଣ୍ଡ ସହ ଦେଖା କରିଵାକୁ। ଘର ଲୋକ ତାକୁ ଯେତେ ବୁଝାଇଲେ ମଧ୍ୟ ବୁଝିଲା ନାହିଁ। ନିର୍ଧୁମ ଛେଚା ଖାଇବା ସହ ଗାଡି ସିଜ୍ ହୋଇ ଚାଲି ଚାଲି ଘରକୁ ଫେରିଥିଲା। 


ତାକୁ ଦେଖି ମନେ ମନେ ଭାବିଲି ଭଲ ହୋଇଛି ତାକୁ ପାହାର ବାଜିଲା।ଏ ଦିଗରେ ନିଜେ ସଚେତନ ହେବା ନିହାତିଦରକାର।ସମସ୍ତେ ଏ ବିଷୟରେ ଜାଣିବା ଦରକାର।


ହେ ଭଗବାନ ଆଉ କେବେ ଏ ମୂର୍ଖମାନେ ବାଟକୁ ଆସି ସଚେତନ ହେବେ।ବର୍ତ୍ତମାନ ବିଶ୍ବର ଅବସ୍ଥା ଯାହା ହେଲାଣି କରୋନା ମହାମାରୀରେ କେତେଜଣ ମୃତ୍ୟୁ ବରଣ କରୁଛନ୍ତି ତାହାର ପ୍ରତ୍ୟକ ଦିନ ଘନ ଘନ ନ୍ୟୁଜ୍ ଆସୁଛି ।ବର୍ତ୍ତମାନ ଆମ ଦେଶରେ ବହୁଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଲାଣି।ଆମ ରାଜ୍ୟରେ ମଧ୍ୟ ଆଜି ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।


ତଥାପି ମଣିଷ ସଚେତନ ହେଉନାହାନ୍ତି। ଏଭଳି ପରିସ୍ଥିତିରେ ନିଜେ ସଚେତନ ହେବା ନିହାତି ଦରକାର।


ନିଜେ ଥରେ ଭଲଭାବରେ ଚିନ୍ତା କରି ଦେଖିଲେ ଜଣାପଡିବ ଆମ ପାଇଁ କେତେ କଷ୍ଟ ସହୁଛନ୍ତି ପୋଲିସ୍ କର୍ମଚାରୀ,ଡାକ୍ତର ମାନେ।ସେମାନେ ନିଜ ଜୀବନକୁ ବାଜି ଲଗାଇଦେଉଛନ୍ତି ଆମ ମାନଙ୍କର ସୁରକ୍ଷା ପାଇଁ।ମୂହୁର୍ତ୍ତେ ବି ସମୟ ନାହିଁ ସେମାନଙ୍କ ପାଖରେ ଏ ଲକ୍ ଡାଉନ ସମୟରେ ତାଙ୍କ ପରିବାର ସହ ସମୟ ବିତାଇବା ପାଇଁ।କାହାର କଅଁଳ ଛୁଆଟିଏ ଘରେ ଅଛି, ଆଉ କାହାର ବୃଦ୍ଧବାପା ମାଆ ଏକୁଟିଆ ଅବସ୍ଥାରେ।


ସେମାନଙ୍କ ପାଖରେ ବସି ଟିକେ ବସି କଥାହେବା ପାଇଁ ସମୟ ନାହିଁ ପୋଲିସ ଅଧିକାରୀ ଏବଂ ଡାକ୍ତରମାନଙ୍କୁ।ସେମାନଙ୍କର କର୍ତ୍ତବ୍ୟ ନିଷ୍ଠାକୁ ମାନିବାକୁ ପଡିବ।


ଆମେ କେଵେ ଏକଥା ଭାଵୁଛେ ନା ଚିନ୍ତା କରୁଛେ !ସବୁ ଭୁଲ ହେଉଛି ଆମମାନଙ୍କର ଆମେ ନିଜେ ସଚେତନ ରହିଲେ ପରିସ୍ଥିତି ସୁଧାରୀ ପାରିବ। 



Rate this content
Log in

Similar oriya story from Inspirational