Siddhartha Tripathy

Comedy Romance Inspirational

2  

Siddhartha Tripathy

Comedy Romance Inspirational

ଅଲୋଡା ପୃଷ୍ଠା (ଚତୁର୍ଥ ଭାଗ)

ଅଲୋଡା ପୃଷ୍ଠା (ଚତୁର୍ଥ ଭାଗ)

4 mins
137


*ଅଲୋଡା ପୃଷ୍ଠା*

             *(ଚତୁର୍ଥ ଭାଗ)*

   

     ଗୋଟିଏ ପାର୍ଶ୍ବରୁ ଉଈ ଖାଇଯାଇଥିବା ଡାଏରୀରୁ ବିଦ୍ୟାଳୟର ଅଦ୍ଭୁତ ଅନୁଭୂତି, ରାଘବସହ ହସଖୁସି ପରେ ଅନ୍ୟ ପୃଷ୍ଠା ଓଲଟାଇ ଦୁଃଖର ସାଗର ଭିତରକୁ ଲମ୍ଫ ପ୍ରଦାନ କରିବା ଅପେକ୍ଷା ଡାଏରୀ ସହ କଲେଜ ଜୀବନର କିଛିଟା ମୁହୂର୍ତ୍ତ ଜୀବନ୍ତ କରି ଛୁଟିଦିନଟାରେ ଅବୁଝା ମନଟାକୁ ଉତଫୁଲ୍ଲିତ କରିରଖିବାର ଅଦମ୍ଯ ଆଗ୍ରହକୁ ଦମନ ନକରି ଓଲଟାଇ ଦେଲି ଡାଏରୀର ପୃଷ୍ଠା।

      ଇଞ୍ଜିନିୟରିଂ ପଢିବା ପୁର୍ବରୁ କଲେଜ ସମୟରେ କିଛିଦିନ ......

ପଛ ବେଞ୍ଚରେ 🌹 ଗୋଲାପ ଫୁଲ ଖୋସି,ଶସ୍ତା ପାଉଡର ମାଖି ପଛ ବେଞ୍ଚରେ ବସୁଥିଲା ଜୟଲକ୍ଷ୍ମୀ। ଗୋଟିଏ ସାହିର ଝିଅ। ହଠାତ୍ କେମିତି ଏକ ଅଜଣା ଆକର୍ଷଣରେ ଆକର୍ଷିତ ହୋଇଗଲୁ ଦୁହେଁ। କଲେଜ ପଢା ଆରମ୍ଭରୁ ଶେଷ ଯାଏଁ ଅପଲକ ନୟନରେ ଦେଖିବାକୁ ଲାଗିଲୁ ଦୁହେଁ ଦୁହିଁଙ୍କୁ। ହଠାତ୍ ଦିନେ ପାଳ ସାର୍ ପଚାରିଥିଲେ ମୋଗଲ ସାମ୍ରାଜ୍ୟର ଶେଷ ସମ୍ରାଟ୍ କିଏ? ତମେ ଧଡ଼ କରି କହି ଉଠିଲ ସିଦ୍ଧାର୍ଥ..!

      ହାସ୍ୟରୋଳରେ ଫାଟି ପଡିଲା ବିଦ୍ୟାଳୟର ଚାରିକାନ୍ଥ। ଲାଗୁଥିଲା ସତେ ଯେମିତି ବ୍ୟଙ୍ଗକବି ଜ୍ଞାନ ହୋତାଙ୍କ ବ୍ୟଙ୍ଗ କବିତାରେ ଦର୍ଶକ ହସି ଉଠୁଛନ୍ତି।ଲାଜରେ ତମର ପାଉଡର ଲଗା ଗୋରା ମୁହଁଟା ଅଙ୍ଗାର ପରି କଳା ପଡିଯାଇଥିଲା।ଦେଶଦ୍ରୋହୀ ଅପରାଧି ପରି ମୁଣ୍ଡପୋତି ପୁରାତନ କଲେଜର ଫଟା ଚଟାଣରେ ଅଧଛଡା ନେଲପଲିସ ନଖରେ ତମେ ଗାର କାଟୁଥିଲ।କଲେଜର ପିରିଅଡ ସମାପ୍ତିର ଘଣ୍ଟା ବାଜିସାରିଥିଲା,ଆଉ ପାଳସାର କ୍ଳାସରୁମରୁ ବିଦାୟ ନେଲାବେଳେ ତୁମକୁ ଥରେ ଓ ମତେ ଥରେ ଅନେଇ ଅନେଇ ଆଗକୁ ବଢୁଥିଲେ। ତାପରଦିନ କଲେଜର ଚୁନଛଡା କାନ୍ଥରେ ତୁମର ଓ ମୋର ନାମର ଅଶ୍ଳୀଳ ଚିତ୍ର।ଲାଗୁଥିଲା କୋଣାର୍କ ମନ୍ଦୀରର ଖୋଦିତ ଚାରୁଚିତ୍ରକଳା।

ଜୟଲକ୍ଷ୍ମୀ.....!

     ପ୍ରେମ କେଉଁଠି, କେଉଁ ପରିସ୍ଥିତିରେ,କାହା ସହ, କେମିତି ହୋଇଯାଏ କହିବା ମୁସ୍କିଲ। ଠିକ୍ ଯେମିତି ତମେ ଓ ମୁଁ। ଏତେ ନିନ୍ଦା ଅପବାଦକୁ ଖାତିରି ନକରି ଆଗେଇ ଆସିଥିଲେ ଦୁହେଁ।ଆଜିବି କଲେଜ ସନ୍ନିକଟ ଝାଉଁ ବଣର କୈାଣସି ନା କୈାଣସି ବ୍ରୁକ୍ଷ ଆମର ପ୍ରେମର ଗାଥା ନିଶ୍ଚୟ ତା ବିଶାଳ ଶରୀର ଭିତରେ ଲୁକ୍କାୟିତ କରି ରଖିଥିବ। ଆଜିକାଲି ପ୍ରେମର ପ୍ରାରମ୍ଭ ଶାରିରୀକ ମିଳନରୁ ଓ ପରିସମାପ୍ତି ତ୍ରୁଷା ମେଣ୍ଟିଯିବା ପରେ। କିନ୍ତୁ ଆମ ପ୍ରେମର ପ୍ରାରମ୍ଭ ଓ ଶେଷ ଥିଲା ଅନାବିଳ,ଅନାସକ୍ତ ପ୍ରେମରେ।

     ପ୍ରେମ ଅମର।ପ୍ରଥମ ପ୍ରେମ ଭୁଲି ହୁଏନା।ଆମେ ବି ଭୁଲି ନଥିଲେ କିଛି ବି। କିନ୍ତୁ ଆମ ପ୍ରେମ ଥିଲା ବାଳୁତ। ତା'ର ପକ୍ଷୀ ଲାଗି ମନପବନ 🐎 ଘୋଡାରେ ଡେଣା ମେଲି ଉଡ଼ି ଯିବା ଆଗରୁ ବାଳୁତ ପ୍ରେମ ଓ ତାର ଆକର୍ଷଣରେ ଭଟ୍ଟା ପଡିସାରିଥିଲା।

          ମନେ ଅଛି ଜୟଲକ୍ଷ୍ମୀ,ସେଦିନର ତମର ମୁଖ ମଣ୍ଡଳ।ମୋ ବୋଉ ଆମ ପ୍ରେମ ବିଷୟରେ ଅବଗତ ହୋଇ ମୋ ସାମ୍ନାରେ ତମର ସାତପୁରୁଷଙ୍କୁ ଅଶ୍ରାବ୍ଯ ଭାଷାରେ ଗାଳିଦେବା ସମୟରେ ଅଶୃଭରା ନୟନରେ ବିଦାୟ ଦେଇଥିଲ ତମେ।ସେହି ଶସ୍ତା ପାଉଡରର ଲେପ ଆଖିର ଲୁହରେ ଦୁଇଭାଗ ହୋଇଯାଇଥିଲା ଠିକ୍ ଯେମିତି ଗ୍ରୀଷ୍ମ ଋତୁରେ କାଠଯୋଡ଼ି ନଈପଠା,ଦୁଇପଟେ ଜଳରାଶୀ ମଧ୍ୟ ଭାଗରେ ସୁଉଚ୍ଚ ବାଲୁକା ସ୍ତୁପ।ତମେ ବିରହ ବେଦନାରେ ଝୁରି ଝୁରି କଣ୍ଟା ହୋଇଯାଇନଥିଲ କି ମୁଁ ବିରହ ବେଦନାରେ ଆତ୍ମହତ୍ୟା କରି ଦେଇନଥିଲି କାରଣ ଆମେ ପ୍ରେମର ସଜ୍ଞା ବାହାରକୁ ଲମ୍ଫ ପ୍ରଦାନ କରିନଥିଲେ।ନା ତମେ ବନିଥିଲ ଦୋଚାରୁଣୀ ନା ମୁଁ ବନିଥିଲି କାମୁକ ପ୍ରେମିକ।

ଆମ ପ୍ରେମ ପରା ଥିଲା ବାଳୁତ ପ୍ରେମ।

        ଦିନେ ତମେ ଥିଲ ମୋ ମନର ଦିଗନ୍ତ ବ୍ୟାପୀ ନୀଳିମା ଆକାଶର ହିରାଝଲମଲ ସ୍ଥିର ବିଦ୍ୟୁତ୍। ଦୁହେଁ ଦୁହିଁଙ୍କର ଗତିପଥ ବଦଳାଇବା ବେଳେ ତୁମେ ମୋତେ ଓ ମୁଁ ତୁମକୁ ଅପଲକ ନୟନରେ ଅନେଇ ରହିଥିଲି।କାରଣ ପ୍ରେମର ପୁର୍ଣଛେଦ ପଡ଼ିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା।

        ବିଶ୍ୱାସ କର ଜୟଲକ୍ଷ୍ମୀ,ତମ ପାଖରୁ ବିଦାୟ ନେଲା ପରେ, କୈାଣସି ଦିନ ମୁଁ ଆଉ ଚାହିଁ ନାହିଁ, କିମ୍ବା ବଜାରୀବୁଢା ନାଟକରେ ନିଜ ସ୍ତ୍ରୀ କୁ ପର ହାତରେ ଟେକିଦେଇ ଆଖିରୁ ଲୁହ ଝରାଇ ନିର୍ବୋଧ ତ୍ୟାଗୀ ଚରିତ୍ରରେ ରହି ଜୀବନନାଟକର ଯବନିକାର ଅନ୍ତ କରିବାକୁ କେବେ ବି ଭାବି ନାହିଁ। ଆମ ପ୍ରେମ ଥିଲା ବାଳୁତ ପ୍ରେମ।ତଥାପି, ତମକୁ ଦେଖା କରିବାକୁ ଭୟ,କାରଣ ପ୍ରେମର ଏତେ ବର୍ଷପରେ ସେହି ଅନାବିଳ ପ୍ରେମର ପରିଧି ଡେଇଁ ନିଶ୍ଚୟ ଆଶକ୍ତ ପ୍ରେମ ଆଡ଼କୁ ମନ ଚାଲିଯିବ।ତମର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ଉପରେ ମୋର ଅଶ୍ଳିଳ ଚକ୍ଷୁ ଘୁରିଆସିବ।।ତାହା ଆମର ବାଳୁତ ପ୍ରେମର ଘୋର ଅପମାନ ହେବ।

       ତମେ ବି ବୋଧେ ଠିକ୍ ସେୟା ଭାବି ମୋତେ......!

***** ***** ***** *****

ଓଃ.........

ଏ ଡାଏରୀ........

ସମ୍ପୁର୍ଣ୍ଣ ଭୁଲିଯାଇଥିବା କିଛିଦିନ କଲେଜ ଜୀବନର ପ୍ରେମ ଓ ବିରହକୁ ଉଜ୍ଜିବିତ କରି ଗଢି ତୋଳିଲ।

ଡାଏରୀ ... ତମେ ନା...

ଦୁଃଖ ଦେବାକୁ ଭଲପାଅ ବୋଧେ।

ଖୁସିର ପୃଷ୍ଠା ଖୋଜୁଖୋଜୁ ପୁଣି ଦୁଃଖର ପାହାଡ, ବିରହ ରାଗିଣୀ।

***** ***** ***** *****

ଜୟଲକ୍ଷ୍ମୀ......

 ଆଜି ସୁଯୋଗ ଦେଖି ତମେ ମୋ ହାତକୁ ଚିଠିଖଣ୍ଡେ ବଢାଇ ଦେଇ ଦୌଡି ଚାଲିଗଲ।

       ସନ୍ତର୍ପଣରେ ଚିଠିଟି ଖୋଲି ପଢିବାକୁ ଲାଗିଲି ମୁଁ....

ଲେଖାଥିଲା,ମୋ ଦୂରଦେଶର ବନ୍ଧୁ ସିଦ୍ଧାର୍ଥ....!

ମୋ ମନଅଗଣାରେ ପ୍ରେମର ଦୀପ ଜଳାଇ, ପ୍ରେମର ପରିଭାଷା ବିଷୟରେ ଜ୍ଞାନ ଦେଇଥିବା ବାଳୁତ ପ୍ରେମିକ....!

    ଏତେ ବର୍ଷପରେ ହଠାତ୍ ଦେଖା। ମନେ ପଡିଗଲା କଲେଜ ଜୀବନର ପ୍ରେମ।ଜୀବନର କୈାଣସି ଏକ ଫୁଲ ଫୁଟିବା ର ମୁହୂର୍ତ୍ତରେ କେଉଁ ଏକ ପୁଅ ଓ ଝିଅର ଦେଖା ହୋଇଥିଲା, ଉଭୟେ ନିୟତିର ଅଦ୍ରୁଶ୍ୟ ଇଙ୍ଗିତରେ ପରସ୍ପରର ନିକଟବର୍ତ୍ତୀ ହୋଇଥିଲେ ଏବଂ ପରେ କୈାଣସି ନା କୈାଣସି କାରଣରୁ ବାଟ ଭାଙ୍ଗି ଅଲଗା ରାସ୍ତାରେ ଚାଲିଗଲେ; ସେଇଟା ଏ ବିରାଟ ପ୍ରୁଥିବୀ,କାଳ ସ୍ରୋତରେ ଏହା ଗୋଟିଏ ବଡ଼ କଥା ନୁହଁ।ସମାଜର ସବୁ ନିୟମ ମଣିଷ ନିଜେ ଗଢିଛି;ନିଜେ ମଧ୍ୟ ଭାଙ୍ଗୁଛି।ତମେ ଯେମିତି ବାଳୁତ ପ୍ରେମ କହି ନିଜକୁ ନିଜେ ଠକି ଚାଲିଛ ଜୀବନ ସାରା।ହେଲେ ମୁଁ ?? ମୁଁ ପରା ଝିଅଟା। ଆଜି ଦୂରରୁ ଦେଖୁଥିଲି ତୁମେ ଖୁସିରେ ତୁମବାପାଙ୍କ ପ୍ରଦତ୍ତ ମୋପେଡକୁ ପ୍ରେମକରି ଭୁଲିଗଲ ସବୁକିଛି। ଏଇ ସମାଜର ନୀତି ନିୟମ ଭଙ୍ଗା ଗଢାର ଖେଳ ଭିତରେ ରୂପ ବଦଳାଇ ଚାଲିଛି ମଣିଷର ସସ୍କ୍ରୁତି ଆଉ ସଭ୍ୟତା। ମୁଁ ଚାହିଁଥିଲି ଜୀବନରେ ତୁମେ ସୁଖୀ ହୁଅ। ଦୁଃଖ ତୁମକୁ ଶୋଭା ପାଏନା।

ସିଦ୍ଧାର୍ଥ......

ଆମର ଖେଳଘର ଭାଙ୍ଗିଗଲା। ବାଳୁତ ପ୍ରେମ ସରିଗଲା।ଚିଠି ସବୁ ଚିରିଗଲା।ଆରମ୍ଭ ହେଲା ଦୁଇଟି ହ୍ରୁଦୟରୁ ନିଃଶବ୍ଦ ରକ୍ତ କ୍ଷରଣ।ସେ ରକ୍ତର ରଙ୍ଗ ଲାଲ ନୁହେଁ କଳା।ସେଇ ଥୋପ ଥୋପ କଳା ରକ୍ତରେ ଭିଜି ଯାଇଛି , ଅଳ୍ପଦିନର ସାକ୍ଷାତ,କଲେଜ ନିକଟର ଝାଉଁ ବଣ ଓ ହାତଲେଖା ଚିଠି ସବୁ। ଆମେ ଦୁହେଁ ଦୁଇଟି ଅଲଗା ରାସ୍ତାରେ ଚାଲିଗଲେ; ଯେଉଁ ରାସ୍ତା କେବେ କେଉଁଠି ମିଶିବାର ସମ୍ଭାବନା ନଥିଲା। ତଥାପି କାହିଁକି ସେଇ ବାଳୁତ ପ୍ରେମର କଳା ରଙ୍ଗର ସ୍ମୃତି ମୋ ମନର ସବୁଜ ବନସ୍ପତିରେ ଜାବୁଡ଼ି ଧରି ବୋଧେ ଜୀବନସାରା ଝୁଲି ରହିବ।

କିନ୍ତୁ ତମେ.....

ତମେ ପରା ପୁଅ। ଉନ୍ମତ୍ତ ଭ୍ରମର। ତମର ପ୍ରେମ ଡାଏରୀର ଚିରା ପୃଷ୍ଠା। ହେଲେ ମୁଁ।

ଛାଡ.............

***** ***** *****

   ଓଃ, ଏ ଡାଏରୀ.....

ଆଜିପରି ଛୁଟିଦିନରେ ଜୀବନର ପଚାଶ ଫଗୁଣ ଅତିକ୍ରାନ୍ତ କଲାପରେ କେଉଁଠି ଟିକିଏ ଖୁସି ଅନ୍ୱେଷଣ କରିବା ସମୟରେ, ତମେ ଦୁଇଧାଡି ଖୁସିର ଲେଖା ଦେଇ ଦୁଃଖର ସାଗର ଭରିଦେଉଛ, ଠିକ୍ ଯେମିତି ଛୋଟ ଛୁଆଟିଏ ଲଲିପପ୍ ଖାଇ ଖୁସି ହେବା ସମୟରେ କୃମିଗୁଡାକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଗୁଡାକୁ କୁଣ୍ଡେଇ କୁଣ୍ଡେଇ ଲାଲ କରିଦେବା ସହ ଯନ୍ତ୍ରଣା ଦେବାକୁ ପଛାନ୍ତି ନାହିଁ।

 ହେ ନିରବ, ନିଶ୍ଚଳ ଡାଏରୀ, ବିବଶ କରିଦେଇ ଏତେ ବର୍ଷର ପୁରୁଣା ସ୍ମୃତିକୁ ଉଜ୍ଜୀବିତ କରାଇ ବାଧ୍ୟ କରିଦେଲ ଅମାନିଆ ଲୁହକୁ ବୋହିବା ପାଇଁ। କିଛିକ୍ଷଣ ପାଇଁ ନିଶ୍ଚଳ ହୋଇ ଏକାଏକା ବିରାଟ ଗୋଲ ତକିଆ ଦୁଇଟି ଦୁଇପଟେ ଦେଇ "ଦ କପିଳ ଶର୍ମା ସୋ " ଦେଖି ମନଟା ହାଲକା କରିବାର ପ୍ରୟାସ କରୁଥିଲି ମୁଁ।

କ୍ରମଶଃ.........


       



Rate this content
Log in

Similar oriya story from Comedy