STORYMIRROR

Laxmipriya Rout

Action

4  

Laxmipriya Rout

Action

ଅକୁହା ସ୍ୱପ୍ନର ଉଡ଼ାଣ (ପ୍ରଥମ ଭାଗ)

ଅକୁହା ସ୍ୱପ୍ନର ଉଡ଼ାଣ (ପ୍ରଥମ ଭାଗ)

1 min
1

​📖 ଅକୁହା ସ୍ୱପ୍ନର ଉଡ଼ାଣ (ପ୍ରଥମ ଭାଗ)
​ରଘୁନାଥପୁର ଗ୍ରାମର ଜଣେ ଛୋଟ ଝିଅ। ବୟସ ତା’ର ମାତ୍ର ୧୨ ବର୍ଷ। କିନ୍ତୁ ଲୋକେ କହନ୍ତି ସେ ପରିବାର ପାଇଁ ଏକ ବୋଝ। ଝିଅଟିଏ ବୋଲି ଘର ଲୋକ କେହି ତାକୁ ପସନ୍ଦ କରନ୍ତି ନାହିଁ; କୁହନ୍ତି— "ପେଟରେ ମରିଗଲୁନି କାହିଁକି?"
​ଦିନକୁ ଦିନ ବୟସ ବଢ଼ିବାରେ ଲାଗିଲା ଏବଂ ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଆସିଲା। ଯେନତେନ ପ୍ରକାରେ ବିବାହ ସରିଗଲା, କିନ୍ତୁ ସେହି ଅଭାଗିନୀ ଝିଅର ଇଚ୍ଛା ଥିଲା ଖୋଲା ଆକାଶରେ ଉଡ଼ିବା ପାଇଁ। ସେ ସତେ ଯେମିତି ଏକ ଉଡ଼ନ୍ତା ଚଢ଼େଇ ପରି ନିଜ ସ୍ୱପ୍ନ ପୂରଣ କରିବାକୁ ଚାହୁଁଥିଲା। ହେଲେ ବିବାହ ପରେ ସବୁ ସ୍ୱପ୍ନ ଧୂଳିସାତ ହୋଇଗଲା। ଶାଶୂଘର ଗାଳି, ଯୌତୁକ ପାଇଁ ନିର୍ଯାତନା ଏବଂ ଅପମାନ ସହି ସହି ସେ ଭାଙ୍ଗି ପଡ଼ିଲା।
​ଦିନେ ଦକ୍ଷିଣା ପବନର ସୁରୁସୁରୁ ଶବ୍ଦରେ, ରାତିର ସବୁ କାମ ସାରି ସେ ମନେ ମନେ ସେହି କଥା ଭାବୁ ଭାବୁ ଶୋଇପଡ଼ିଲା। ସ୍ୱପ୍ନରେ ସେ ଏକ ନୂଆ ଦୁନିଆକୁ ଚାଲିଗଲା। ସତେ ଯେମିତି ଜଣେ ପରୀ ଭାବରେ ମୁକ୍ତ ଆକାଶରେ ସେ ଉଡ଼ି ବୁଲୁଛି ଏବଂ ଏକ ସୁନ୍ଦର ରାଜପ୍ରସାଦରେ ରହୁଛି। ଠିକ୍ ସେତିକି ବେଳେ କେଉଁଠୁ ଏକ ଶଙ୍ଖିବିଲେଇ ଆସି ଫୁଲଦାନିଟିକୁ ପକାଇଦେଲା। ଶବ୍ଦ ଶୁଣି ତା'ର ନିଦ ଭାଙ୍ଗିଗଲା। ଆଖି ଫିଟାଇ ଦେଖିଲା ବେଳକୁ ସେ ଯେଉଁଠି ଥିଲା, ସେଇଠି ଅଛି।
​ମନରେ ଦୁଃଖ ହେଲା ସତ, କିନ୍ତୁ ସେ ଭାବିଲା— "ଭାଗ୍ୟ ତ ଖେଳୁଛି ଖେଳ, ତା' ସହ ଅଛି କର୍ତ୍ତବ୍ୟର ବୋଝ।" ସେ ଦୃଢ଼ ହୋଇ କହିଲା:
​"କର୍ତ୍ତବ୍ୟ ମୋହର ସାଧିବି ଜୀବନେ, ଜୀବନକୁ ପଣ କରି,
ହସିବ ଏ ଦେଶ, ହସିବ ଜଗତ, ଦୁଃଖ ଯିବ ଅପସରି।"


Rate this content
Log in

Similar oriya story from Action