STORYMIRROR

Purnimarani Sahoo

Abstract

3  

Purnimarani Sahoo

Abstract

ଅଜଣା ସହର

ଅଜଣା ସହର

1 min
478

ଅଜଣା ଥିଲା ଏ ସହର, ଭାବିଥିଲି ଏଇଠି ହିଁ ଜୀବନର ସବୁ କୁହା,ଅକୁହା, ଲିଭା,ଅଲିଭା ସ୍ମୃତିକୁ ସାଇତି ରଖି ବର୍ତ୍ତମାନକୁ ନେଇ ଏଇ ସହରର ଗଳିକନ୍ଦି ସହ ନିବିଡ଼ ହେଇ ଏ ରଙ୍ଗ ବେରଙ୍ଗର ଆଲୁଅରେ ପାଦ ପାଦରେ ସ୍ମୃତି ସାଉଁଟୁ ସାଉଁଟୁ ଦିନେ ଏଇ ସ୍ମୃତିକୁ ମୁଁ ମୁକ୍ତା ରୂପ ଦେଇ ବିଶାଳ ସମୁଦ୍ରରୁ ସାଉଁଟି ଆଣି ସାଇତି ଦେବି। ହେଲେ ମୁଁ ଭୁଲି ଯାଇଥିଲି ଯେ ଇଏ ସହର ଆଉ ଏଠି ତ ବର୍ଷା ବିରଳ। ସ୍ମୃତି ସାଉଁଟିବାରେ ଏତେ ବ୍ୟସ୍ତ ଥିଲି ଯେ ଗ୍ରୀଷ୍ମର ନିଦାଘ ଖରାରେ ଏ ସହରର ତତଲା ପିଚୁ ରାସ୍ତାରେ ପାଦର ଧ୍ୟାନ ଦେବାକୁ ପୁରା ଭୁଲିଯାଇଥିଲି। ସହର ସହ ତ ଅଙ୍ଗାଅଙ୍ଗି ଭାବେ ପରିଚିତ ଥିଲି ହେଲେ ଏ ଚକଚକିଆ ଦେଖା ଯାଉଥିବା ରାସ୍ତାକୁ ନ ଚିହ୍ନି ପାରି ଆଜି ପଙ୍ଗୁ ହେଇ ଯାଇଛି। ସହରର ନାଲି ନୀଲ ବତିରେ ଏତେ ଆକର୍ଷିତ ହେଇ ଯାଇଥିଲି ଯେ ନିଜକୁ ମୁଁ ସେ ସହରରେ ହଜେଇ ଦେଇଥିଲି, ଗାଁ ରେ ଶୁଣିଥିବା ଲୋକ ବାଣୀ "ଅତି ରୁ ଇତି" କୁ ଭୁଲି ଯାଇଥିଲି। ବୋଧହୁଏ ଏ ସହରରେ ପାଦ ରଖି ମୁଁ ଭୁଲ୍ କରିଥିଲି।


   ଆଜି ବି ମୁଁ ସେଇ ସହରରେ ଥାଇ ମଧ୍ୟ ନିଜକୁ ଦୂରେଇ ରଖିଛି, ସେ ଚକଚକିଆ ରାସ୍ତା ପରା ମତେ ପଙ୍ଗୁ ବନେଇ ଦେଇଛି। ଖଲି ଦୂରରୁ ନୁହେଁ ତ ଅତି ପାଖରୁ ବି ସେ ସହର ଆଉ ପ୍ରିୟ ଜନଙ୍କ ଦୁଃଖ ଆଉ ସୁଖକୁ ଦେଖୁଛି, ଅନୁଭବ ବି କରୁଛି ଆଉ ନିଜକୁ ସାନ୍ୱନା ଦେଇଚାଲିଛି। ପ୍ରଶ୍ନ କରିବା ଛାଡି ଉତ୍ତର ଦେଇ ଚାଲିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract