STORYMIRROR

Dr Jharana Satapathy

Inspirational

4  

Dr Jharana Satapathy

Inspirational

ଅଜଣା ନମ୍ବର

ଅଜଣା ନମ୍ବର

3 mins
276


ସମୟ ପାଖାପାଖି ରାତି ବାରଟା ଦିନଯାକର ଥକ୍କାପଣ ଦୂର କରି ଶାନ୍ତିରେ ଟିକେ ଶୋଇବାକୁ ବିଞ୍ଛଣାକୁ ଯାଇଛନ୍ତି ନା ନାହିଁ ହଠାତ୍ ଫୋନ୍ ଟି ଵାଜି ଉଠିଲା। ବିଞ୍ଛଣାରୁ ଉଠି ଧାଇଁ ବସିଗଲା ରୁବି। ଛାତିର ହୃଦସ୍ପନ୍ଦନଟା ଆପେ ଆପେ ବଢିଗଲା।ମନ ଭିତର ଟିକେ ଅଶ୍ବସ୍ତିକର ଅନୁଭବ କଲା ରୁଵି ।


ଏତେ ରାତିରେ ପୁଣି କିଏ କଲ କରୁଛି ? 


ଇଏ ତ ତା ମୋବାଇଲର ରିଙ୍ଗଟୋନ ନୁହଁ!


ତାମାନେ ଵିଵେକଙ୍କର ଫୋନକୁ କିଏ କଲ କରୁଛନ୍ତି ।


ମୋବାଇଲଟିକୁ ଵିବେକ ହାତକୁ ବଢାଇ ଦେଇ କହିଲା ଦେଖ ତୁମ ପାଖକୁ ଏକ କଲ ଆସିଛି।


ଦେଖିଲ ଏତେ ରାତିରେ କିଏ ଫୋନ କରିଛନ୍ତି! 


ମନ ଭିତରଟା କାଇଁ ଗୋଳେଇଘାଣ୍ଟି ହେଉଛି। 


ରୁଵିର ଏହି ହାଵଭାଵ ଦେଖି ଵିଵେକ ଵୁଝାଇ କହିଲେ ଏତେ ବ୍ୟସ୍ତଵିଵ୍ରତ କାହିଁକି ହୋଇ ପଡୁଛ ସାଙ୍ଗସାଥୀ ହୋଇଥିବେ ନଚେତ୍ ପରିବାର ଲୋକ କେହି ଫୋନ କରିଥିବେ।


ନାହିଁ ମ ଦେଖୁନ କାହାର ଅଜଣା ନମ୍ବର ଭଳି ଜଣାପଡୁଛି।


ବରଂ ଵିଵେକ ରୁବିକୁ ଵୁଝାଇ କହିଲେ ଟିକେ ଧର୍ଯ୍ୟ ଧର। ବୋଧେ କାହାର କିଛି ଅତି ଗୁରୁତ୍ବପୂର୍ଣ୍ଣ କାମ ଥାଇପାରେ ନଚେତ୍ କିଏ କିଛି ଅସୁବିଧାରେ ପଡିଥାଇ ପାରନ୍ତି। କିଛି ସାହାର୍ଯ୍ୟ ପାଇଁ ବୋଧେ ଫୋନ କରିଥାଇ ପାରନ୍ତି।


କଣ କହୁଛ ତୁମେ ! ଏତେ ରାତିରେ ତୁମକୁ କିଏ ଅବା ସାହାର୍ଯ୍ୟ ମାଗିବ! ତାହାବି ଏକ ଅଜଣା ନମ୍ବରରୁ!


କ'ଣ ଏମିତି କହୁଛ ରୁବି ଅଜଣା ନମ୍ବରରୁ କିଏ ସାହାର୍ଯ୍ୟ ପାଇଁ ଫୋନ କରିପାରିବେ ନାହିଁ। 


ହଁ ତୁମ କଥା ସତ ବି ହୋଇଥାଇପାରେ । ତୁମର ସେହି କାର୍ଯ୍ୟଦପ୍ତର ଭିତରେ ପ୍ରତ୍ୟକ ଦିନ ତୁମେ କିଛି ନା କିଛି ଲୋକଙ୍କୁ ସାହାର୍ଯ୍ୟ କରି ଆସୁଛ।ପ୍ରଥମେ ତୁମେ ହେଲୋ କହି ଦେଖ 


ବିବେକ ବାବୁ ଫୋନଟିକୁ ନେଇ ହାଲୋ କହିଛନ୍ତି ନା ନାହିଁ ଜଣେ ମହିଳାଙ୍କର ଆଓ୍ବାଜ ଶୁଭିଲା ହାଲୋ......


ମୁଁ ରଶ୍ମିତା କହୁଛି......


ଵିଵେକ ଵାଵୁ ତ!


ହଁ ମୁଁ ଵିଵେକ କହୁଛି।


ଆପଣ କଣ ପାଇଁ ଫୋନ କରିଛନ୍ତି କୁହନ୍ତୁ? 


କୋ ରଶ୍ମିତା! 


ଏତିକି କହିବା ମାତ୍ରେ ସେ ମହିଳା ଜଣକ ଫୋନଟି କାଟି ଦେଲା। ରୁବିକୁ ବି ସେ ଆଓ୍ବାଜଟି ଶୁଭୁଥାଏ। ।


କିଛି ସମୟ ଯାଇଛି ନା ନାହିଁ ପୁଣି ଥରେ ଵିଵେକ ଫୋନକୁ ସେହି ନମ୍ବରରୁ କଲ ଆସିଲା ----ତୁମେ ମୋ ଉପରେ ଵିରକ୍ତିଭାବ ପ୍ରକାଶ କରୁଛ ମୁଁ ଆଉ କହିବି କଣ!


ଓଲଟା ଵିଵେକ ଵାଵୁ କହିଲେ ଶୁଣନ୍ତୁ ମେଡମ ମୁଁ କେତେବେଳେ ଆପଣଙ୍କ ଉପରେ ଵିରକ୍ତ ହେଲି ?


ମୁଁ ତ ହାଲୋ କହୁଛି ! ଆପଣ କୋ ରଶ୍ମିତା କହୁନାହାନ୍ତି? କଣ ପାଇଁ ଫୋନ କରିଛନ୍ତି ଆପଣ କୁହନ୍ତୁ !


ପୁଣି ସେ ମହିଳା ଜଣକ ଫୋନ ନମ୍ବରଟିକୁ କାଟିଦେଲା।


ରୁଵିକୁ ଏହା କିଛି ମାତ୍ରାରେ ଗଡଵଡ ଲାଗିଲା। ସିଏ ଭଲଭାବରେ ଜାଣେ ତା ବିବେକ ସେଭଳି ଲୋକ ନୁହଁନ୍ତି ।କୌଣସି ସ୍ତ୍ରୀ ଲୋକଙ୍କୁ ସେ କେବେ ମୁଣ୍ଡ ଉଠାଇ ଚାହାନ୍ତି ନାହିଁ। ତାଙ୍କ ସ୍ତ୍ରୀ ହୋଇ ନିଜକୁ ଧନ୍ୟ ମନେକରେ।ସବୁବେଳେ ଭାବେ ସତରେ ବହୁ ଜନ୍ମର ଭାଗ୍ୟବଳରେ ଏମିତି ସ୍ବାମୀ ମିଳିଛନ୍ତି ଯାହାର ସେ ହାତ ଧରିଛି।ମନେ ମନେ ଭାଵିନେଲା ସିଏ ଯିଏ ଵି ଫୋନ କରୁଛି ବାଜେ ମହିଳା ଜଣକ।ଏତେ ରାତିରେ ଅନ୍ୟର ନିଦରେ ବ୍ୟାଘାତ ସୃଷ୍ଟି କରିବା ଏମାନଙ୍କର କାମ ।ସେମାନଙ୍କର ଉଦ୍ୟଶ ଭିନ୍ନ।ବିଭିନ୍ନ ନମ୍ବର ସଂଗ୍ରହ କରି ସେମାନଙ୍କ କାମ ହେଲା ରାତିରେ ଅନ୍ୟମାନଙ୍କୁ କଲ କରିବା। ପ୍ରଥମେ ବିଭିନ୍ନ ନମ୍ବର ସଂଗ୍ରହ କରି ବନ୍ଧୁତା ସ୍ଥାପନ କରନ୍ତି ତାପରେ ପ୍ରେମ ଆଉ ତାପରେ ସବୁକିଛି।ନୂତନ ଯୁବପିଢ଼ିକୁ ବହୁତ ଆକୃଷ୍ଟ କରାନ୍ତି ।ସବୁ ସରିଲା ପରେ ମୋଟା ଅଙ୍କର ଅର୍ଥ ଆଦାୟ ।ଏମାନଙ୍କର ବୃତ୍ତି ଏହା।


କିନ୍ତୁ ବିବେକ ବାବୁଙ୍କର ମନ କିନ୍ତୁ ବୁଝୁ ନଥାଏ । ସେ ଭାରି ସରଳ ନିଷ୍କପଟ ଲୋକ। ମାଛିକୁ ଵି ମ କହନ୍ତି ନାହିଁ।କାହାର ଦୁଃଖ ଦେଖି ସହ୍ୟ କରିପାରନ୍ତି ନାହିଁ। ଭାରି ଦାତାପଣ। ଭଗବତ ବିଶ୍ବାସୀ ମଧ୍ୟ।ଘରେ ବାହାରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଲୋକଙ୍କୁ ସାହାଯ୍ୟ କରନ୍ତି ପ୍ରତି ବଦଳରେ ଅନ୍ୟଠୁ କେବେ ସାହାଯ୍ଯ ଆଶା କରନ୍ତି ନାହିଁ।


ଏହି ଅଜଣା ନମ୍ବରକୁ ନେଇ ସ୍ବାମୀ ଏବଂ ସ୍ତ୍ରୀ ମଧ୍ୟରେ କିଛି ସମୟ ଆଲୋଚନା ହେଲା।


ଏସବୁରୁ ରୁଵି ଅନୁମାନ କରିନେଲା ରଶ୍ମିତା ନାମରେ ଜଣେ ମହିଳା ଜଣକ କିଛି ମନ୍ଦ ଉଦ୍ଦେଶ୍ୟରେ ସେ ଫୋନ କରି ଥାଇପାରେ।ରୁବି ବିବେକକୁ କହିଲା ଆରେ କେଡେ ଅଭଦ୍ର ମହିଳା ।ଅଧ ରାତିରେ ହିଁ ତାକୁ ଫୋନ କରିବାର ଥିଲା। 


ଆରେ ରୁବି ତୁମେ ଠିକ୍ କଥା କହୁଛ ଯେ ଯିଏ କଲ କରୁଛି ସିଏ ଜଣେ ମହିଳା ନ ହୋଇ ପୁରୁଷ କାଇଁ ହୋଇପାରିଵନି ?


ତୁମେ ଡ୍ରିମଗାର୍ଲ ମୁଭି ମନେପକେଇଲ 2019ର । ଭୁଲିଗଲଣି ନା କ'ଣ! ସେ ମୁଭିର ହିରୋ ଜଣେ କର୍ଲଗାର୍ଲ ହୋଇ ସ୍ବର ବଦଳାଇ କେମିତି ଏକ୍ଟିନ୍ଗ କରୁଥିଲା।


ଆରେ ହେଇ ସତକଥା କହିଲ ହିନ୍ଦି ମୁଭି ଡ୍ରିମଗାର୍ଲର ହିରୋ ଗୋଟିଏ କର୍ଲ ଗାର୍ଲ ହୋଇ ପୂଜାର ଚରିତ୍ର ଚିତ୍ରଣ କରୁଥିଲା ଏମିତି ହିଁ ଜଣକୁ ଜଣକୁ କଲ କରୁଥିଲା।ତାର ସବୁ ଏକ୍ଟିଙ୍ଗ୍ ମନେପଡିଗଲା ରୁବିକୁ। 


ଏକଥାକୁ ନେଇ ଦୁହେଁ ମିଶି ହସି ହସି ଵେଦମ ହୋଇଗଲେ। 


ଆରେ ବିବେକ ସମୟ କେତୋଟା ଵାଜିଲାଣି ଦେଖିଲଣି ଆମେ ଯଦି ଏମିତି ହସୁଥିଵା ରାତିପାଇ ପୁଣି ସକାଳ ହୋଇଯିଵ।ଘଡିକୁ ଦେଖ ସବୁଠୁ ଭଲ ଉପାୟ କଣ ଜାଣ ଵିଵେକ ଆମ ପାଇଁ ମୋବାଇଲଟାକୁ ସୁଇଚ୍ ଅଫ୍ କରିଦେବା।ନଚେତ୍ ସାରାରାତି ଏମିତି ପାଲା ଚାଲିଥିବ। 


ସିଏ ଯିଏ ହେଉନା କାହିଁକି ପୂଜା, ରଶ୍ମିତା ଯାହାକୁ ସାହାଯ୍ୟ ଦରକାର ସକାଳୁ ସିଏ ଆପେ ଆପେ ଫୋନ କରିବ।ରାତିରେ ଆମେ ଆରାମ ଶାନ୍ତିରେ ତ ଶୋଇପାରିବା। ରାତି ପାଇ ସକାଳ ହେଲା ଅପେକ୍ଷା କରିଥିଲା ରୁବି କାଳେ ସେ ନମ୍ବରରୁ କିଛି କଲ ଆସିବ ! କିନ୍ତୁ କିଛି କଲ ଆସିଲା ନାହିଁ। ଏଭଳି ରାତ୍ରି ଘଡିକ ଯାଇ ପୁଣି ସକାଳ ହେଲା ବିବେକ ନମ୍ବରକୁ ନା ଫୋନ ଆସିଥିଲା ନା କିଏ ସାହାର୍ଯ୍ୟ ପାଇଁ ନିବେଦନ କରିଥିଲା।କାର୍ଯ୍ୟର ବ୍ୟସ୍ତତା ଭିତରେ ବାହାରିଗଲେ ଵିବେକ ବାବୁ ପୁଣି ଅଫିସ।


Rate this content
Log in

Similar oriya story from Inspirational