Barsha rani Pradhan

Abstract Romance Tragedy

2.5  

Barsha rani Pradhan

Abstract Romance Tragedy

ଅଜାତିର ସଫଳ ପ୍ରେମ କାହାଣୀ

ଅଜାତିର ସଫଳ ପ୍ରେମ କାହାଣୀ

6 mins
400


      ଆଲୋ ତୋତେ ଟିକେ ଲଜ୍ୟା ସରମ ନାହିଁ । ସବୁ ଇଜ୍ଜତ ମହତ ଧର୍ମ କୁ ପୋଡ଼ି ଖାଇଲୁ । ହିନ୍ଦୁ ଘର ଝିଅ ହୋଇ ଖ୍ରୀଷ୍ଟିଆନ ଘରେ ବାହା ହେବାକୁ ଜିଦି ଧରୁଛୁ । ତୋ ଜିଭ କେମିତି ଲେଉଟିଲା ଏମିତି କଥା ଘରେ କହିବାକୁ । କୋଉଠି ନଈ ନାଳ ଦେଖି ବୁଡି ମାରିଲୁ ନାହିଁ । ଯେତିକି ମୋତେ କହିଲୁ ଏ କଥା ଯେମିତି ତୋ ବାପା କାନକୁ ନଯାଏ । ନହେଲେ ତୋ ବାପା ଯେମିତି ଲୋକ ସେ ତୋ ତଣ୍ଟି ଚିପିଦେବ । ଏମିତି ଅନର୍ଗଳ ରାଉ ରାଉ ହୋଇ ପ୍ରିୟଙ୍କା ଉପରେ ବର୍ଷୀ ଚାଲିଥିଲେ ତା ମା । ପ୍ରିୟଙ୍କା ସବୁ ଶୁଣୁଥିଲା ଚୁପ୍ ଚାପ୍ । 

       ପ୍ରିୟଙ୍କା କହିଲା , ସରିଲା ତୋ ଭାଷଣ ନା ଆଉ କିଛି କହିବୁ ? ପ୍ରିୟଙ୍କା ର ମା ସବିତା ର ରକ୍ତ ଗରମ ହୋଇଗଲା ପ୍ରିୟଙ୍କା ର ଏଇପଦ କଥା ଶୁଣି । ବିରକ୍ତ ହୋଇ କହିଲା ଆରେ ତୁ କଣ କରୁଛୁ ନିଜେ ଜାଣିଛୁ । ଗାଁ ଦାଣ୍ଡ ସାହି ପଡ଼ିଶାରେ କେତେ ଲୋକ ଟୁପୁରୁ ଟାପୁରୁ ହେବେ ତୋ ନାଁ ରେ । ଆଲୋ ଆମେ ମୁଣ୍ଡ ଟେକି ବାଟ ଚାଲି ପାରିବୁ ତ । ଗୋଟିଏ ବୋଲି ଝିଅ କେତେ ସ୍ବପ୍ନ ସାଇତି ଥିଲୁ ବାପା ମା ଶେଷରେ ଏୟା ଶୁଣିବାକୁ ଥିଲା । ତୋତେ କଣ ଆମ ଜାତିର ଟୋକା ମିଳିଲେ ନାହିଁ ଯେ ଖ୍ରୀଷ୍ଟିଆନ ଭଲ ପାଇଲୁ ପୁଣି ଏକା ଜିଦି ସେଇଠି ବାହା ହେବୁ । ତୋତେ ଭଲ ଦଶା ନାହିଁ ବୁଝିଲୁ । ମୋତେ ତ ଡର ଲାଗୁଛି ତୋ ବାପା କାନକୁ କଥା ଗଲେ କଣ ହେବ ? ପ୍ରିୟଙ୍କା କହିଲା ବୋଉ ତୁ ଯାହା କହ ଯେତେ ଚିଲା ମୁଁ ସେଇଠି ବାହା ହେବି ଆଉ ପ୍ରୀୟାଂସୁ ହିଁ ମୋ ଜୀବନ ସାଥି ହେବେ । ତୁମ ମାନଙ୍କୁ ଜଣାଇଲି ଏଇଠି ପାଇଁ ଯେ ମୋତେ ଯେମିତି ପଛରେ କେହି ଦୋଷ ନ ଦେବ । 

       ସବିତା କହିଲେ ତୋତେ ପାଠ ପଢ଼ାଇବାର ଫଳ ଦେଉଛୁ ତୁ ଏବେ ନା । ପ୍ରିୟଙ୍କା କହିଲା ବୋଉ ଜାତିରେ କଣ ଅଛି । ଆମ ରକ୍ତ କଣ ନାଲି ଆଉ ଖ୍ରୀଷ୍ଟିଆନ ରକ୍ତ କଳା । ଏ ଜାତି କଥା ମୋତେ କହନା । ତୁ ଯଦି ବାପାଙ୍କୁ ନ କହି ପାରିବୁ ମୁଁ କହିବାକୁ ବାଧ୍ୟ ହେବି । ସବିତା ନିରବ ରହିଲେ ଆଉ ପ୍ରିୟଙ୍କା ତମତମ ହୋଇ ଘର ଭିତରକୁ ପଳାଇଲା । ପ୍ରିୟଙ୍କା ଗୋରା ତକତକ ଝିଅଟେ । ଟିପ ମାରିଲେ ଦେହରେ ନାଲି ଦାଗ ପଡ଼ିଯାଏ । କ୍ଷୀର ଅଳତା ମିଶା ସୁନ୍ଦର ବର୍ଣ୍ଣ ଆଉ ତା ଗାଲରେ ଥିବା ଭଉଁରୀ ଇସ୍ ନଥିବା ଲୋକର ନଜର ଲାଗିଯିବ । ପ୍ରିୟଙ୍କା ବାପା ମାଆଙ୍କର ଗୋଟିଏ ବୋଲି ଝିଅ । ସେଥିପାଇଁ ସେ ବହୁତ୍ ଗେହ୍ଲା ହୋଇଛି । 

 ପ୍ରିୟଙ୍କା ରୁମ୍ ରେ ବସି ଭାବୁଛି ବୋଉ ସିନା ଅଳ୍ପ ପାଠ ସାଥ ପଢ଼ା ଗାଉଁଲି ବୋଲି ତାକୁ ଏମିତି କହିଦେଲି ହେଲେ ସତରେ ବାପା ଆସିଲେ କଣ ହେବ । କେମିତି ବୁଝେଇବି ମୁଁ ବାପାଙ୍କୁ । ଏମିତି ଭାବୁ ଭାବୁ ଆଖିକୁ ନିଦ ଆସି ଯାଇଥାଏ ।

ସବିତା ଉଠାଇ ଡାକିଲେ ଉଠ ବାପା ଡାକୁଛନ୍ତି । କାନ୍ଥ ଘଣ୍ଟା କୁ ଚାହିଁଲା ପ୍ରିୟଙ୍କା । ନିଜକୁ ଦୃଢ଼ କହିଲା ପ୍ରିୟଙ୍କା ନା ଯେତେ ଝଡ଼ ଝଞ୍ଜା ଆସୁ ମୋତେ ସାମ୍ନା କରିବାକୁ ପଡ଼ିବ । ଆଇନାରେ ମୁହଁ କୁ ଦେଖି ବେକରେ ଓଢ଼ଣି ପକାଇ ଗଲା ଡାଇନିଂ ରୁମକୁ। ବାପା ବସିଥିଲେ ଗୁମ୍ ସୁମ୍ ହୋଇ । ସାରା ଘରଟାରେ ଏକ ପ୍ରକାର ନିସ୍ତବ୍ଧତା ଖେଳି ଯାଇଥିଲା । ପ୍ରିୟଙ୍କା କାଠ ଗଡ଼ା ର ଦୋଷୀ ଟିଏ ପରି ଛିଡ଼ା ହେଲା ମୁଣ୍ଡ ପାତି । 

      ବାପା ପଚାରିଲେ ପ୍ରିୟଙ୍କା କିଏ ଏ ପ୍ରୀୟାଂଶୁ । ତୋ ନିସ୍ପତି କଣ ଶେଷ ନିସ୍ପତି । ପ୍ରିୟଙ୍କା ମୁଣ୍ଡ ପାତି ଛିଡ଼ା ହେଲା । ବାପାଙ୍କ ହୃଦୟ ବୁଝିଗଲା ଝିଅ ର ମନ କଥା । ତଥାପି ପଚାରିଲେ କିଛି କହିଲୁ ନାହିଁ । ଝିଅ ମାନେ ମାଆ ଆଗରେ ଯେତେ ଫଡ ଫଡ ହେଲେବି ଲଜ୍ୟା ନାମକ ଗହଣା ପାଇଁ ବାପାଙ୍କୁ ନିଜ ମନ କଥା କହି ପାରନ୍ତି ନାହିଁ ମୁହଁ ଖୋଲି । ପ୍ରିୟଙ୍କା ଆଖି ଦୁଇଟି ତଳକୁ କରି ହାତରେ ହାତ ଛନ୍ଦି ମୁଣ୍ଡ ନୁଆଁଇ ଛିଡ଼ା ହେଲା ଚୁପଚାପ୍ । କେବଳ ଗୋଡର ବୁଢ଼ା ଆଙ୍ଗୁଠି ରେ ମାର୍ବଲ ଚଟାଣରେ ଗାର ଟାଣିବାର ପ୍ରୟାସ କରୁଥାଏ । ସବିତା ବିରକ୍ତ ହୋଇ କହିଲେ କହୁନୁ । ଚୁପ୍ ରହିଲୁ କାହିଁକି । ମୋ ସାଙ୍ଗରେ ତ ଝଗଡ଼ା କରୁଥିଲୁ । ସଂଗ୍ରାମ ବାବୁ କିନ୍ତୁ ସବିତାକୁ ଆକଟ କରି କହିଲେ ତୁମେ ଚୁପ୍ ରୁହ । ମୁଁ ପଚାରୁଛି । ପ୍ରିୟଙ୍କା ବାପାଙ୍କ ସ୍ନେହ ବୋଳା ସମର୍ଥନ ପାଇବା ପରି ଅନୁଭବ କରି ନିରୀହ ଚାହାଣି ର ଚାହିଁଲା ବାପାଙ୍କୁ । ଆଖିରେ ଆଖି ମିଶାଇ ପାରୁ ନଥାଏ । ତଥାପି ଆସାର ଲହଡ଼ି ଉଙ୍କି ମାରୁଥାଏ । ସଂଗ୍ରାମ ବାବୁ କହିଲେ ପ୍ରୀୟାଂଶୁ କିଏ କେମିତି ପିଲା ତା ଘର ଦ୍ବାର କୋଉଠି ମୋତେ ନ ଜଣାଇଲେ ମୁଁ କେମିତି ନିଷ୍ପତି ନେବି । ଆଛା ତୁ ଗୋଟେ କାମ କର କାଲି ଦିନରେ ତାକୁ ଡାକ ଆମ ଘରକୁ । ମୋତେ ଯଦି ସେ ପସନ୍ଦ ଆସିଲା ତେବେ ମୁଁ ଯାହା ନିଷ୍ପତି ନେବି ଆଉ ଯଦି ପସନ୍ଦ ନ ଆସିଲା ତେବେ ୟା ଉପରେ ଏ ଘରେ କେବେ ଆଲୋଚନା ହେବ ନାହିଁ । ମୁଁ ଜାତିପ୍ରଥାରେ ବିଶ୍ଵାସ କରେନି କିନ୍ତୁ ମୋର ପିଲା ଖଣ୍ଡେ ଦରକାର । ଭଲ ପିଲା ଏବେ ଏ କଥା ଏଇଠି କ୍ଲୋଜ କରି ଖାଇ ବସ ।

        ପ୍ରିୟଙ୍କା ବାପାଙ୍କ କଥା ଶୁଣି ଖୁସି ହୋଇ ପାରୁନଥିଲା । ବାପା ସିନା ଜାତିପ୍ରଥା କୁ ଆଡେଇ ଦେବେ କିନ୍ତୁ ପ୍ରିୟାଂଶୁ କୁ ଦେଖିଲେ କେବେ ବି ଗ୍ରହଣ କରିବେ ନାହିଁ । କେମିତି ବୁଝେଇବା ବାପାଙ୍କୁ । ବାପା ଯେ ମୋତେ ଭଲ ପାଉଛନ୍ତି ବୋଲି କିଛି ଜିନିଷ ଅଣଦେଖା କରି ପାରିବେ ନାହିଁ ନା । ସେ ବି ତ ଝିଅର ବାପା । ପ୍ରିୟଙ୍କା ଏମିତି ମନକୁ ମନ ଭାବି ଭାବି ରୁଟି ଦୁଇ ଖଣ୍ଡ ବି ପାଟିକୁ ନେଇ ପାରିଲା ନାହିଁ । ରାତି ସାରା ଶୋଇ ପାରିଲା ନାହିଁ । ତଥାପି ନିଜ ଉପରେ ଥିବା ବିଶ୍ଵାସ ପାଇଁ ପ୍ରିୟାଂଶୁ ଙ୍କୁ ଘରକୁ ଡାକିଲା । ପ୍ରିୟାଂଶୁ ଆସିବ ବୋଲି ବାପା ତାର ବି ସମ୍ମାନ ଦେବା ପାଇଁ କମ ଆୟୋଜନ କରି ନଥିଲେ । ହେଲେ ପ୍ରିୟଙ୍କା ଭାବୁଥିଲା ଆଉ କିଛି । ପ୍ରିୟାଂଶୁ କୁ ଦେଖି ବାପାଙ୍କ ସବୁ ଆୟୋଜନ ପାଣି ଫୋଟକା ପରି ମିଳେଇ ଜୀବନୀ ତ । ପ୍ରିୟାଂଶୁ ଆସି ପହଁଚିଲା ଠିକ୍ ସମୟରେ । ସଂଗ୍ରାମ ବାବୁ ଟିକେ ଗମ୍ଭିର୍ଯ୍ୟ ହୋଇ ବସିଲେ ସୋଫା ଉପରେ ପ୍ରିୟାଂଶୁ କୁ ଅପେକ୍ଷା କରି । କିନ୍ତୁ ପ୍ରିୟାଂଶୁର ପ୍ରବେଶ ପ୍ରିୟଙ୍କା ର ଛାତିର ଧଡ଼କନ କୁ ଏମିତି ବଢ଼େଇ ଦେଲା ଯେମିତି ପ୍ରିୟଙ୍କା ଏଇନେ ହାଟ୍ ଫେଲ୍ କରିଯିବ । ପ୍ରିୟାଂଶୁ ର ପ୍ରବେଶ କରିବା ମାତ୍ରେ ସବିତା ଓ ସଂଗ୍ରାମ ବାବୁ ଆଶ୍ଚର୍ଯ୍ୟ ହୋଇ ଅନେଇଥିଲେ ପ୍ରିୟାଂଶୁ କୁ । ସଂଗ୍ରାମ ବାବୁ ଧଡ଼୍ କରି ଉଠିପଡ଼ିଲେ ସୋଫା ରୁ କଣ କହିବେ ନ କହିବେ ପାଟି ଫିଟିଲା ନାହିଁ ।

        ଘରକୁ ଡକେଈ ଥିବା ଅତିଥିଙ୍କ ଅପମାନ ଆମ ସଂସ୍କୃତି ପରମ୍ପରା ରେ ନାହିଁ ଭାବି ପ୍ରିୟାଂଶୁ ଙ୍କୁ ବସିବାକୁ କହି କିଛି ମୁହୂର୍ତ୍ତ ମାତ୍ର କଥା ହୋଇ ଅତିଥି ଚର୍ଚ୍ଚା କରିବାକୁ ସ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇ ଉଠିଗଲେ ସେଠାରୁ କାମ ର ବାହାନା ନେଇ । ପ୍ରିୟଙ୍କା ବୁଝି ପାରୁଥିଲା ବାପାଙ୍କ ମନୋଦଶା । ପ୍ରିୟାଂଶୁ ବିଦା ହେବା ପରେ ସଂଗ୍ରାମ ବାବୁ ପ୍ରିୟଙ୍କା କୁ ଡାକି ପଚାରିଲେ ତୁ ଭାବୁଛୁ ତୁ ଠିକ୍ ନିଷ୍ପତି ନେଇଛୁ । କିନ୍ତୁ ମୁଁ ତୋ ନିଷ୍ପତିରେ ରାଜି ନୁହେଁ । ସାରା ଜୀବନ କେମିତି ଚଳିବୁ ସେ ପିଲା ସହ ଯିଏ ନିଜେ ବି ନିଜର ଦୁଇ ପାଦ ଆଗକୁ ଚାଲିବାକୁ ଆଶା ବାଡ଼ିର ସାହାରା ନେଉଛି । ମୁଁ ତ ତାର ପ୍ରବେଶ କରିବା ସମୟରେ ଆଶ୍ଚର୍ୟ୍ଯ ହୋଇ ଯାଇଥିଲି । ନା ନା ତୋ ଭବିଷ୍ୟତ ମୁଁ ଏମିତି ନଷ୍ଟ ହେବାକୁ ଦେବି ନାହିଁ । ତୁ ଭୁଲିଯା ତାକୁ । ମୁଁ ତୋ ପାଇଁ ଭଲ ପ୍ରସ୍ତାବ ଖୋଜି ଆଣିବି । ପ୍ରିୟଙ୍କା ଆଖିରୁ ଲୁହ ବୋହିଗଲା । ସବିତା ପ୍ରିୟଙ୍କା ର ଲୁହ ଦେଖି ପଚାରିଲେ ତୁ କଣ ଅନ୍ଧ ହୋଇଗଲୁ । ଜାଣି ଜାଣି ଛୋଟା ପିଲାଟାକୁ ବାହା ହୋଇ ଜୀବନ ନଷ୍ଟ କରିବୁ । ପ୍ରିୟଙ୍କା କାନ୍ଦୁ ଥାଏ କହିଲା ବୋଉ ମୁଁ ଯଦି ବାହା ହେବି ତ ପ୍ରିୟାଂଶୁ କୁ । ନହେଲେ ଆଉ କାହାକୁ ବାହା ହେବି ନାହିଁ । ସବିତା ପ୍ରିୟଙ୍କା କୁ ପଚାରିଲେ ହେଲେ ପ୍ରିୟଙ୍କା କହିଲା ହେଲେ ଫେଲେ କିଛି ନାଇ ବୋଉ । ବୋଉ ଶୁଣିବୁ ମୋ କାହାଣୀ । ମୁଁ କଲେଜ ରେ ପଢ଼ୁଥିବା ବେଳେ ପ୍ରିୟାଂଶୁ ମୋ କଲେଜ ରେ ପଢ଼ୁଥିଲେ । ଶାନ୍ତ ସରଳ ଆଉ ପାଠରେ ଆଗୁଆ ପ୍ରିୟାଂଶୁ ଙ୍କୁ ମୁଁ କଣ କଲେଜ ସାରା ସମସ୍ତେ ଭଲ ପାଉଥିଲେ ।  ପ୍ରିୟାଂଶୁ ମୋତେ କେବେ ଆଡ଼ ଆଖିରେ ଦେଖି ନଥିଲେ । ଦିନେ ମୋ ସ୍କୁଟି ନେଇ ଯାଉଥିବା ବେଳେ ମୋ ସ୍କୁଟି ରାସ୍ତାରେ ଖରାପ ହୋଇଗଲା ଆଉ ସେ ତାଙ୍କ କ୍ଲାସ୍ ପିଲା ବୋଲି ମୋତେ ସାହାଯ୍ୟ କରିଥିଲେ । ସାହାଯ୍ୟ ରୁ ବନ୍ଧୁତା ଆଉ ତା ପରେ ମୋତେ ପାଠରେ ସାହାଯ୍ୟ କରୁ କରୁ ପ୍ରେମ ହୋଇଗଲା । 

      ଦିନେ ପ୍ରିୟାଂଶୁ ତାଙ୍କ ବାଇକ୍ ରେ କଲେଜ ରୁ ଫେରୁଥିଲେ ଆଉ ଆକ୍ସିଡେଣ୍ଟ ହୋଇଗଲା । ଆକ୍ସି ବେଣ୍ଟ ରେ ତାଙ୍କର ଗୋଟେ ଗୋଡ଼ ଅଚଳ ହୋଇଗଲା ସବୁଦିନ ପାଇଁ । ସେ ଏସବୁ ଜାଣିବା ପରେ ମୋ ଠାରୁ ଦୂରେଇ ଦୂରେଇ ରହିଲେ । ବୋଉ ତୁ କହ ମୋର ଯଦି ବାହାଘର ସରିଥାନ୍ତା ତେବେ କଣ ମୁ ଦୂରେଇ ପାରିଥାନ୍ତି । ତେଣୁ ମୁଁ ନିଷ୍ପତି ନେଲି ମୁଁ ପ୍ରିୟାଂଶୁ ଙ୍କୁ ଛାଡ଼ି ପାରିବି ନାହିଁ । ପ୍ରିୟାଂଶୁ ନିଜ ଚେଷ୍ଟାରେ ଆଜି ସଫଳ ମଣିଷ ଟିଏ । ବୋଉ ଭଗବାନ ଯଦି ମୋ ଗୋଡ଼ ଏମିତି ଛୋଟା କରି ଦେଇଥାନ୍ତେ ତେବେ । ବୋଉ ମୋର କିଛି ଅସୁବିଧା ନାହିଁ ପ୍ରିୟାଂଶୁ ଙ୍କୁ ନେଇ ସଂସାର କରିବାକୁ ।ସଂଗ୍ରାମ ବାବୁ ସବୁ ଶୁଣୁଥିଲେ ବି ନ ଶୁଣିଲା ପରି ଚୁପ୍ ରହିଲେ । ପ୍ରିୟଙ୍କା ସେଦିନ ଦିନସାରା କାନ୍ଦି କାନ୍ଦି ରହିଲା । ସଂଗ୍ରାମ ବାବୁ ଡାକିଲେ ପାଖକୁ । ପ୍ରିୟଙ୍କା ମୁଣ୍ଡରେ ହାତ ମାରି କହିଲେ ମା ତୋ କଥା ସବୁ ଶୁଣି ମୁ ନିଷ୍ପତି ନେଇଛି ତୋ ବାହାଘର ପ୍ରିୟାଂଶୁ ସହ ହେବ । ଏ ପ୍ରେମ ଏମିତି । କିଛି ବୁଝେନା । ସବୁ ଅଣଦେଖା କରିଦିଏ । ଠିକ୍ ସେମିତି ମୁ ବି ତୋତେ ବହୁତ୍ ଭଲ ପାଏ । ମୁଁ କେମିତି ତୋର ଦୃଢ଼ ବିଶ୍ବାସ ଓ ଭଲ ପାଇବା କୁ ବିରୋଧ କରିବି । ଆଶା ତୁ ଭଲରେ ରହିବୁ । ତୋ ଖୁସିରେ ମୋ ଖୁସି । ମୋତେ ବହୁତ ଖୁସି ଲାଗୁଛି ତୋ ପ୍ରେମରେ ବିଶ୍ଵାସ ଅଛି । ଆଉ ସେତିକି ଦରକାର ଜୀବନ ଖୁସିରେ ବଞ୍ଚିବାକୁ । ମୋ ଆଶୀର୍ବାଦ ଅଛି । ପ୍ରିୟଙ୍କା ଖୁସି ହୋଇଗଲା ବହୁତ୍ । ଆଉ ଭାବୁଥିଲା ସତରେ ପ୍ରେମ ଟା ଏମିତି । ବାପାଙ୍କୁ କୁଣ୍ଢାଇ ପକାଇଲା ପ୍ରିୟଙ୍କା । 


Rate this content
Log in

Similar oriya story from Abstract