Ashok Moharana

Comedy Romance

3  

Ashok Moharana

Comedy Romance

ଅଜାଗା ଘାଆ

ଅଜାଗା ଘାଆ

4 mins
204


ଗଞ୍ଜା ଓରଫ ଗଜାନନ ଘରେ ସଫା ସଫା କହିଦେଲେ...ଯଦି ସେ ବାହା ହେବ ତା ହେଲେ ପ୍ରେମ କରି ବାହାହେବ । ଯୁଗ ଆସି କୋଉଠି ପହଞ୍ଚିଲାଣି....ବାହା ଘର ପୂର୍ବରୁ ଡେଟିଂ, ମିଟିଂ,ଲିଭିଂ କେତେ କଣ.... କହୁଛି କଣ ଯା ଆମେ ଝିଅ ସ୍ଥିର କରିଛୁ ଦେଖିବୁ ସେଇଠି ତୋର ବାହାଘର ହେବ । ତୁମ ଇଚ୍ଛାରେ ବହାହେବି...ଜ୍ୟୋତିଷ କହିଛନ୍ତି ମୋର ପ୍ରେମ ବିବାହ ହେବ....ତୁମ କଥାରେ ଆଦୌ ନୁହେଁ କହି ଗଞ୍ଜା ତମ ତମ ହୋଇ ଘରୁ ବାହାରି ଗଲା । 

ମାଆ ଶ୍ରୀମତୀ ଭେଣ୍ଡିଆ ପୁଅଟାକୁ କଣ କହିବେ....ଯେଉଁଦିନ ଠାରୁ ତାକୁ ପ୍ରେମ ନିଶା ଧରିଲାଣି....ସେଇ ଦିନୁ ଏମିତି ହେଉଛି । 

ସବୁ ସେଇ । ମୋବାଇଲର ଦୋଷ... ଯେତେ ବେଳେ ଦେଖିବ ସେଇଥିରେ ମୁହଁକୁ ମାଡିଛି... .ଆଉ ଏଇ ଟିଭିରେ ତ ଖାଲି ପ୍ରେମ ଗୀତ, ଧାରାବାହିକ, ସିନେମା ସବୁ ପ୍ରେମକୁ ନେଇ....ଆଉ ଏ ଛୁଆଗୁଡା ଚୂଲିକି ଯିବେନି ଆଉ କୁଆଡେ ଯିବେ । 

ଗଜାନନ ଓରଫ ଗଞ୍ଜା....ଚୁଟିଗୁଡା ଗଞ୍ଜା ଭଳି କଟିଥିବାରୁ ଟୋକା ବୁଢା ସମସ୍ତେ ତାକୁ ଗଞ୍ଜା ବୋଲି ଡାକୁଛନ୍ତି । ସେଥିରେ ବି ତାର ଦୁଃଖ ନାହିଁ । 

ଗଞ୍ଜା ଶରୀର ଗଠନ ଦେଖିଲେ ଝିଅ ତ ଝିଅ ବୁଢ଼ୀ ବି ବେହୋସ ହୋଇଯିବ । ଗଞ୍ଜାର ପେଟଟା ଆଗକୁ ବାହାରି ପଡିଛି ଆଉ ହାତଗୋଡ଼ ନହନାହକା । ଅପପୁଷ୍ଟିର ଶିଖର ହେବା ଭଳି ଲାଗୁଚି । 

ବଡ଼ କଷ୍ଟରେ ବିଏ ପାସ କରିବା ପରେ ଏବେ ପ୍ରେମ ନିଶାଟା ଜୋର ଧରିଛି । ଘରେ ସିନା ବିଲବାଡି ସବୁ ଅଛି ହେଲେ ପ୍ରେମ ନିଶାରେ ଉବୁଟୁବୁ ହେଉଥିବା ଗଞ୍ଜା ଏବେ ଜ୍ୟୋତିଷ, ତାନ୍ତ୍ରିକ,ଗୁଣିଆଙ୍କ ପିଛା ଧରିଛି କୋଉ ଝିଅକୁ କେମିତି ପ୍ରେମ କରିବ । ଗୁଡାଏ ଅର୍ଥ ଶ୍ରାଦ୍ଧ ହେଲାଣି । 

ଏମିତି ଦିନେ ବାଇକରେ ଘୁରୁ ଘୁରୁ କଳା ଲୁହା ପିନ୍ଧା, ବେକରେ ବିଭିନ୍ନ ପ୍ରକାର ମାଳି, ତାବିଜ ପିନ୍ଧା,ମୁଣ୍ଡରେ ନାଲି ସିନ୍ଦୁର ଟୋପା, କାନ୍ଧରେ ଗୋଟେ ମୁଣା ଝୁଲାଇ ଥିବା ଲୋକ ରାସ୍ତାରେ ହଠାତ ଗଞ୍ଜାକୁ ଅଟକେଇ । 

ଗଞ୍ଜା ଅଟକିବା ମାତ୍ରେ ଲୋକଟା କହିଲା ତୁମ୍ଭର ପ୍ରେମ କରିବାର ବହୁତ ଆଗ୍ରହ, ତୁମେ ମନ ଲାଖି ଝିଅଟେ ପାଉନ, ତୁମ ଶରୀର ଦୁର୍ବଳ ଯୋଗୁ ଝିଅମାନେ ତୁମକୁ ପସନ୍ଦ କରୁ ନାହାନ୍ତି । ମୁଁ ଗୋଟେ ତାବିଜ ଦେବୀ ସେଇଟା ବେକରେ ପିନ୍ଧିବ ଆଉ ସିନ୍ଦୂର ଦେବୀ ମଥାରେ ଲାଗେଇବ । 

ଏ କଥା ଶୁଣୁ ଶୁଣୁ ଗଞ୍ଜା ହାଁ କରି ଚାହିଁଛି....ୟେ କେମିତି ଏତେ କଥା ଜାଣିଲେ ଏ ହେଉଛନ୍ତି ତ୍ରିକାଳଦର୍ଶୀ ବାବା....ବୁଝୁ ବୁଝୁ ସେ କାଉଁରୀ କାମାକ୍ଷା ପିଠାରୁ ଆସିଛନ୍ତି କହିଲେ । 

ଗଞ୍ଜାର ବିଶ୍ୱାସ ହୋଇଗଲା । ସେ କହିଲା...."ବାବା ମୋତେ କେଉଁ ଝିଅ ପସନ୍ଦ କରୁ ନାହାନ୍ତି "

ବାବା କହିଲେ ମୋତେ ଦଶ ହଜାର ଟଙ୍କା ଦିଅ ମୁଁ ପୂଜା କରିବି ତୁମ ନାମରେ.... ଦବୁ ଠିକ ହୋଇଯିବ । ଆଉ ଗୋଟେ ବହି ଦେବି ତାକୁ ପଢି ପ୍ରେମ କରିବ ଆଉ ପ୍ରେମ କଣ ଜାଣିବ । 

ଗଞ୍ଜା ଘରକୁ ଯାଇ ଦଶ ହଜାର ଆଣି ତାବିଜ,ସିନ୍ଦୂର ଆଉ ବହି ନେଲା....ତା ସହିତ କିଛି ଜଡି ବୁଟି । 

ଖୁସିର ଗଞ୍ଜାର ଦେହ ସିରିଶିର ହୋଇ ଉଠିଲା ଏଥର ଫଳ ଫଳିବ । 

ଘରକୁ ଯାଇ ପ୍ରଥମେ ବହି ଖୋଲି ପଢି ବସିଲା । ସଫଳ ଆଉ ବିଫଳ ପ୍ରେମର ବିଭିନ୍ନ ତରିକା । 

ବହିରେ ଥିଲା ଅଧା ପ୍ରେମ,ପୁରା ପ୍ରେମ, କୁକୁରିଆ ପ୍ରେମ,ମାନକେଡ଼ିଆ ପ୍ରେମ, କନକନିଆ ପ୍ରେମ,ଛାନିଆ ପ୍ରେମ,ମୁନିଆ ପ୍ରେମ,ନିଦା ପ୍ରେମ, ପୋଲା ପ୍ରେମ ଏମିତି ପ୍ରେମର କେତେ କଥା । 

ଯେଉଁ ଝିଅ ହସି ହସି ଆଗୁଆ କହିବ ସେଇଟା ଅଧା,ପ୍ରେମ ପାଇଁ ଯିଏ ଗଳି କନ୍ଧି ପାର୍କ ସବୁଠି ଗପୁଥିବ ସେ ହେଉଛି କୁକୁରିଆ, ଯିଏ ପ୍ରେମିକା                                                                                                                                                            ଦେଖିବା ମାତ୍ରେ କୁତୁକୁତୁ ହୁଏ ସେଇଟା ମାନକେଡ଼ିଆ,ଯିଏ ଝିଅକୁ ଦେଖିବା ମାତ୍ରେ ଏପଟ ସେପଟ ଚାହିଁଥିବ ସେଇଟା କନକନିଆ ପ୍ରେମ, ପ୍ରେମ କରି ଲୋକ ଦେଖିଲେ ଡର ସେଇଟା ଛାନିଆ,ଯେଉଁ ଝୁଅ ସବୁବେଳେ ଗିଫ୍ଟ ମାଗୁଥିବ ସେଇଟା ମୂନିଆ, ଯିଏ କହିବ ମୋ ଭାଇକୁ ଡର ସେଇଟା ପୋଲା,ଆଉ ଯିଏ କିଛି ନ କହି ମୋ ଧନଲୋ,ଗେଲୁଟା ମୋ ଜୀବନ କହି ଗେଲ କରୁଥିବ ସୁଖରେ ଦୁଃଖରେ ସାମିଲ ହେଉଥିବ ସେଇଟା ନିଦା ପ୍ରେମ । । 

ଗଞ୍ଜା ମନକୁ ଭାରି ପାଇଲା ବହିଟା । ପରଦିନ ସକାଳୁ ମଥାରେ ଗାଧୋଇ ପାଧୋଇ ସିନ୍ଦୁର ଟିପା ମାରି ଯାଇ କଲେଜ ଛକରେ ବସିଲା । ଯେମିତି ହେଲେ ସେ ପ୍ରେମ କରିବ ଆଉ ବା ହେବ । 

ଏମିତି ଚାରିମାସ ବିତି ଗଲା କିଛି ଫଳ ଫଳିଲା ନାହିଁ । ଭାରି ମନ ଦୁଃଖରେ ଦିନେ ମୁହଁ ଶୁଖେଇ ବସିଥାଏ । ହଠାତ ଗୋଟିଏ ଝିଅ ଆସି କହିଲା"ଭାଇ ମୋତେ ଟିକେ ଘରେ ଛାଡ଼ିଦେବେ ସବୁ ବସ ଚାଲି ଗଲାଣି"

ମଳୁ ଖୋଜୁଥାଇ କାକର ପାଣି ଦଇବ ଦେଲା ତା ମନ ଜାଣି.....କୋଉଠିକୁ ଯିବ ପଚାରି ଗଞ୍ଜା ଗାଡି ଗଡାଇଲା । 

ରାସ୍ତାରେ ଝିଅର ନାଆଁ ପଚାରିଲା... ଝିଅଟି କହିଲା "ମୋ ନାଁ ହେନା...."ଭାରି ଭଲ ଲାଗିଲା ନାଆଁ ଟା ଗଞ୍ଜାକୁ...ବାଟରେ କହିଲା ମୋତେ ଶୋଷ ହେଲାଣି ପାଣି ପିଇବି ଏଇ ବାହାନାରେ ଗଞ୍ଜା ନିଜେ ପାଣି । କିଣି ପିଇଲା ଆଉ ବାଧ୍ୟ କରି ହେନାକୁ ଗୋଟେ ଆଇସକ୍ରିମ ଦେଲା । ନାହିଁ ନାହିଁ କରି ଝିଅଟି ଖାଇଲା । ବାଟରେ କିଛି କଥା ହୋଇ ଗଞ୍ଜା ଝିଅ ଘର ଗାଁ ମୁଣ୍ଡରେ ଛାଡି ଦେଇ ଆସିଲା । 

ଝିଅଟି ଦେଖିବାକୁ ମନ୍ଦ ନୁହେଁ କିନ୍ତୁ ଟିକେ କଳା ହେଲେ ବି ଗଠନ ଭଲ । ଗଞ୍ଜା ମନକୁ ପାଇଲା । ଭାବିଲା ଏଇ ଝିଅଟିକୁ ହିଁ ବହାହେବ । 

ବୟସ ବଢି ଯାଉଛି ହେଲେ ଗଞ୍ଜା ବାହା ହେବ ତ ପ୍ରେମ କରି ବହାହେବ ଜିଦ କରିଛି । ମାଆ ସବୁଦିନ ପଚାରୁଛନ୍ତି ଆରେ କୋଉଠି ଠିକ କଲୁ । 

ଗଞ୍ଜା ଚିଡି ଚିଡି ହୁଏ । 

ଏମିତି ଭିତରେ ପ୍ରତିଦିନ ଗଞ୍ଜା କଲେଜ ଛକରେ ବସିଥାଏ । ଦୂରରୁ ହେନାକୁ ଦେଖେ...ହେନା ଚାହିଁ ଦେଇ ଟିକେ ହାଡ଼ିଦେଲେ ଗଞ୍ଜା ଚୂଳଟା ଛିଡା ହୋଇଯାଏ ସେ ଆଉ ଦୁଇଥର ଚୁଟିକୁ ହାତରେ ସାଉଁଳି ଦିଏ । 

ହେନା ଘର ରତନପୁର । ସେ ହେଉଛି ବଡ଼ ଝିଅ । ଶୀଘ୍ର ଶୀଘ୍ର ବା ଘର କରିବାକୁ ହେନାର ବାପା ମାଆ ବର ଖୋଜୁଥିଲ । 

ପୁଣି ଦିନେ ହେନା.... ବସ ଫେଲ ତ ଗଞ୍ଜା ପୁରା ରେଡି । ଏଥର ପୁଣି ଦୋକାନରେ ଆଇସକ୍ରିମ ଖାଇଲେ... ଏଥର ଆଉ ହେନା ମନା କରି ନଥିଲା । ରାସ୍ତାରେ ଗଞ୍ଜା ପିଠିକୁ ଲାଗି ବସିଥିଲା । ଲୋକ ଦେଖିଲେ ଘୁଞ୍ଚି ଯାଉଥିଲା । ଆଉ ଗଞ୍ଜାକୁ ଭାରି ମଜା ଲାଗୁଥିଲା । 

ଏମିତି ଦିନେ ମଉକା ଦେଖି....ଗଞ୍ଜା ଆଇ ଲଭ ୟୁ କହିଦେଲା ତ ଝିଅ ବି ହସି ହସି ଆଈ ଲଭ ୟୁ....କହି ସମ୍ମତି ଜଣାଇଲା । 

ଏବେ ସବୁଠାରେ ହେନା ଆଉ ଗଞ୍ଜାଙ୍କ ଚର୍ଚ୍ଚା । ଦିନେ ମଉକା ଦେଖି ଗଞ୍ଜା ମାଆକୁ କହି ହେନା ଘରେ ପ୍ରସ୍ତାବ ପକାଇଲେ । 

ବାହାଘର ଠିକ ହୋଇଗଲା । ଆଉ ବିଭାଘର ବି ହୋଇଗଲା । 

ହେନା ରାତିରୁ ଉଠି ସବୁ କାମ କରି ଦିଏ ଲୁଗାପଟା ଧୋଇ ଦିଏ । 

ଗଞ୍ଜା ବୁଝି ପାରେ ନାହିଁ ହେନା ଏତେ ରାତିରୁ ଉଠି ଲୁଗାପଟା ଧୋଇଛି କାହିଁକି ....ପଚାରିଲେ କହୁଛି ମୋର ବ୍ରତ ଅଛି । 

ଗଞ୍ଜା ସନ୍ଧାନରେ ଲାଗି ପଡ଼ିଲା । ସତକୁ ସତ ଯେଉଁ ବେଡ଼ ସିଟରେ ହେନା ଶୋଉଛି ସେଇଟା ମୁତୁରା ମୁତୁରା ବାସୁଛି । ସେଇଟା ମୁତରେ ପୁରା ସଡ଼ ସଡ଼ ହୋଇ ଯାଉଛି । । ସେଇଥିପାଇଁ କେହି ଉଥିବା ପୂର୍ବରୁ ହେନା ଲୁଗାପଟା ଧୋଇଛି । 

 ଗଞ୍ଜା କଥାଟା....ପଚାରିଦେଲା....

ହେନା କହିଲା"ଏଇ ରାଗିବନି....ଏଇଟା ମୋର ଗୋଟେ ରୋଗ....ଯେତେ ଡାକ୍ତର ଦେଖେଇଲେ ଭଲ ହେଉନି....ରାତିରେ ଦୁଇଥର ମୋର ମୁତିବା ରୋଗ ଅଛି । 

ଗଞ୍ଜା ଚୂଳ ଘାଇଁ ଘାଇଁ କରିଦେଲା....ଯିଏ ଶୁଣିବ କଣ କହିବ.... ବୋହୁଟା ଶେଯରେ.... ଏତ ଅଜାଗା ଘାଆ....

ଗଞ୍ଜା କହିଲା....ସେଇଥିପାଇଁ ବୋଧହୁଏ ୟା ନାଁ ହେନା । 

ଗଞ୍ଜାକୁ ଭାରି ହସ ମାଡ଼ିଲା.... ଖୁବ ଜୋରରେ ଠୋ ଠୋ ହୋଇ ହସି ଉଠିଲା । 

ଚାଳରେ ଥିବା ଯୋଡ଼େ ଘରଚଟିଆ ଫୁର କିନା ଉଡ଼ିଗଲେ.....



Rate this content
Log in

Similar oriya story from Comedy