ଅହଙ୍କାର
ଅହଙ୍କାର
ରମେଶ ହୋଟେଲରୁ ଖାଇସାରି ବାହାରିଲା ବେଳକୁ ବାସନ ମାଜୁଥିବା ମହିଳାକୁ ଦେଖି ଚିହ୍ନା ଚିହ୍ନ ଲାଗିଲା।
ସେ ଟିକେ ପାଖକୁ ଯାଇ ଭଲକରି ଦେଖିବାରୁ ତାର ପୂର୍ଣ ବିଶ୍ବାସ ହେଲା ସେ ବୀଣା ନୂଆଁଉ।ବୀଣା ବି ରମେଶକୁ ଦେଖି ଘାବରେଇ ଗଲା।ଯେମିତି ଚୋରିକରୁକରୁ ଧରାପଡିଛି।ତାର ଭୟଓ ଲାଜମିଶା ତରତର ବ୍ୟବହାର ତାର ବୀଣା ହେବାର ପୂରା ପ୍ରମାଣ ଦେଉଥିଲା।ଦିନେ ଏ ବୀଣା ନୂଆଉ ରୂପ ଓ ଧନ ଗର୍ବରେ ଇନ୍ଦ୍ର ଚନ୍ଦ୍ର ମାନୁନଥିଲେ।ଧନୀ ବାପରଝିଅଥିଲେ।ଦୁଇ ଭାଇରେ ଗୋଟିଏ ବୋଲି ଭଉଣୀ।ବାପା ଜଣେ ଅଧ୍ୟାପକ।ସମସ୍ତଙ୍କ ବେଶି ଭଲ ପାଇବା ତାଙ୍କୁ ଆଲସୀ ଓମୁଖରା କରିଦେଇଥିଲା।ଚାକର ଚାକରାଣୀଙ୍କ ସବୁ କାମ ବାହୁନିବା ତାଙ୍କର ନିତ୍ୟ ଅଭ୍ୟାସ।ନିଜେ ତ କିଛି ହାତରେ କରିବେନି ହେଲେ ଅନ୍ୟଲୋକ କରିଦେଲେ ମନକୁ ବି ପାଏନା।ନିଜକୁ ସବୁୁବେଳେ ବଡ ଭାବିବା ଓ ଅନ୍ୟକୁ ନିଚ୍ଚ ଭାବିବା ଆଉ ଏକ କୁ ଅଭ୍ୟାସ ତାଙ୍କର।ଯେତେବେଳେ ବିନୋଦ ଭାଇକୁ ବାହାହେଇ ଘରକୁ ଆସିଲେ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ମନ ପାଇଲାନି।।ବିନୋଦ ସିନା ବ୍ୟାଙ୍କରେ ଚାକିରି କରୁଥିଲେ ବୋଲି ବାହା ହେଇଗଲେ ହେଲେ।ତାଙ୍କ ପରିିବାର ଅବସ୍ଥା ଏବେବି ଅଭାବରେ ଚଳୁଥିଲା।ବାପା ଚାଷବାସ କରି ପିଲାଙ୍କୁ ପଢାଇଥିଲେ।ପୁଅମାନେ ଚାକିରିକଲେ ଘର ର ଉନ୍ନତି ହେବ ବୋଲି।ହେଲେ ନୂଆଉ ଆସିଲାଦିନୁ ଦାଦାଙ୍କୁ ଘରୁ ଅଲଗା କରିବାର ଯୋଜନାରେ ରହିଲେ।ସେ ଏ ଅଭାବ ପରିବେଶରେ ଅଣନିଶ୍ବାସୀ ହେଉଛନ୍ତିବୋଲି ତାଙ୍କର ପ୍ରସ୍ତାବ ସ୍ବାମୀ ପାଖରେ ସବୁବେଳେ ବାଢୁଥିଲେ।ନଣନ୍ଦ ତାଙ୍କର କିଛି ଜିନିଷ ଛୁଇଁଦେଲେ ବଡ ପାଟି କରୁଥିଲେ।ନିଜ ଦାମି ଜିନିଷରେ କାହାର ହାତମାରିବା ସହି ପାରୁନଥିଲେ।କହିବାକୁ ଗଲେ ତାଙ୍କର ସେୟାର ବା ଭାଗ କରିବା ଗୁଣ ନଥିଲା।ମାଆ ବାପାଙ୍କ ଏକା ଝିଅ ଥିବାରୁ ସବୁ ମିଳିଯାଉଥିଲା।ଯାହା ନମଲିିଲେ ଯୋର୍କରି ଛଡାଇ ନେବା ଶିଖିଥିଲେ ସେ ପିଲାଦିନୁ। ଭଲ ସଂସ୍କାର ପାଇନଥିଲେ।ଉଦ୍ଧତପଣ ଓ ଶାଳିନତା ବିହିନ
ଜୀବନ ବଞ୍ଚୁଥିଲେ ସେ।ସ୍ବାଧିନ ଜୀବନ ବଞ୍ଚିବା ଚାହୁଁଥିଲେ।ବାହାର ପାର୍ଟି ଫଙ୍ଗସନରେ ଯାଇ ଅନେକ ପୁରୁଷ ବନ୍ଧୁଙ୍କ ସହ କଟୁଥିଲା ତାଙ୍କ ସମୟ।ଅହଙ୍କାର ଥିଲା ବହୁତ ସେ ଅନ୍ୟଠୁ ସୁନ୍ଦର ଓ ପ୍ରତିଷ୍ଠିତ ବୋଲି।ସେ ଭାଇଙ୍କୁ ଅଲଗା ରହିବାକୁ ଅନେକ ଚେଷ୍ଟାକରି ବିଫଳ ହେବାପରେ ତାଙ୍କୁ ଆଉ ପସନ୍ଦ କଲେନି।ତୁମେ ଜଣେ ଶିକ୍ଷିତ ମଫସଲି ବୋଲି ତାଙ୍କୁ ଝିଙ୍ଗାସ କରୁଥିଲେ।ମୁଁ ତୁମ ଘରେ ରହି ମୋ ଜୀବନ
ର ଅମୂଲ୍ୟ ସମୟ ବର୍ବାଦ କରିପାରିବିନି।ଏମିତି କହି ସେ ଛାଡପତ୍ର ନେଇଗଲେ।ଭାଇବି ତାଙ୍କଠୁ ମୁକ୍ତି ପାଇଲେ।ସେ ଦ୍ବିତୀୟ ବିବାହ କରି ଏବେ ଖୁସିରେ ଅଛନ୍ତି।ବନିତା ଭାଉଜ ସଂସ୍କାରି ମମତାମୟୀ ନାରୀ ଜଣେ।ପରିବାରକୁ ବାନ୍ଧି ରଖିଛନ୍ତି ନିଜର ତ୍ୟାଗ ବଳିଦାନ ଓ ସ୍ନେହ ମମତାର ରଜ୍ଜୁରେ।ଭାଇଙ୍କର ପ୍ରମୋସନ ହେଇ ଏବେ ସବୁପ୍ରକାର ଉନ୍ଳତି ହେଇଛି ତାଙ୍କ ପରିବାରର।ପୁଅ ଝିଅ ଭଲ ପାଠପଢି ଭଲ ଚାକିରି କରୁଛନ୍ତି।ହେଲେ ଏ ବୀଣା ଭାଉଜଙ୍କ ଏମିତି ଅବସ୍ଥା ହେଲା କିପରି?ସେ ଶୁଣିଥିଲା ସେ କୁଆଡେ ଜଣେ ଧନୀ ଲୋକକୁ ବାହା ହେଇଛନ୍ତି।ତାହେଲେ ଏ ଅବସ୍ଥା?ସେ ପାଖକୁ ଯାଇ ନମସ୍କାର ହେଲା।ବୀଣା ଏବେ ବାସନମଜାରୁ ଉଠି ହାତ ପୋଛିଲା।
ତୁମେ ରମେଶ ତ ଏପଟେ କେମିତି ଆସିଲ ?ରମେଶ କହିଲା ସେ ଏବେ ଏସହରରେ ଚାକିରି କରୁଛି।ହେଲେ
ଆପଣଙ୍କର ଏ ଅବସ୍ଥା ହେଲା କିପରି?
ସେ କହିବାକୁ ଆରମ୍ଭ କଲେ ମୋର ଅହଙ୍କାର ହିଁ ଏସବୁର କାରଣ।ମୁଁ ନିଜକୁ ସବୁବେଳେ ଅନନ୍ୟ ଭାବୁଥିଲି।ଉର୍ଦ୍ଧରେ ରହିବାର ଦୌଡରେ ସମସ୍ତ ପ୍ରିୟଜନଙ୍କୁ ପଛରେ ଛାଡିଦେଲି।ଚକଚକିଆ ପଥରପଛରେ ଦଉଡି ହୀରାକୁ ଛାଡି ଆସିଲି।ଏକ ବିବାହିତ ପୁରୁଷର ରକ୍ଷିତା ହେଇ ରହିଥିଲି।ସବୁ ପ୍ରକାର ସୁଖ ସୁବିଧା ଉପଲବ୍ଧ ଥିଲାସେଠି।ହେଲେ ମୋର ସ୍ଥାନ ବି ସେମାନେ ମନେ ପକେଇ ଦେଉଥିଲେ ମୁଁ ଜଣେ ରକ୍ଷିତା ପତ୍ନୀ ନୁହେଁ ବୋଲି।କହିବାକୁ ଗଲେ ସମ୍ମାନ ନଥିଲା ସେଠି।କିଛିବର୍ଷ ଠିକ୍ ଚଲିଲା।ତାଙ୍କର ଦେହ ଖରାପ ହେଲା।ମତେତ ସେବା ଯତ୍ନ କରିବା ଦାୟିତ୍ବ ନେବା ଆସେନି।ତାଙ୍କର ପ୍ରଥମ ପତ୍ନୀ ନିଜ ପାଖକୁ ନେଇ ଯତ୍ନକଲେ।ହେଲେ ଶେଷରେ ତାଙ୍କ ମୃତ୍ୟୁ ହେଇଗଲା।ଏବେ ସବୁ ସମ୍ପତି ତାଙ୍କ ପୁଅ ନାଆଁରେ ଥିଲା।ସେ ତାକୁ ଘରୁ ବାହାର କରିଦେଲା।
ବାପ ଘରକୁ ଯାଇଥିଲା ସେଠିବି ଭାଇବୋହୁ ମାନେ ଏମିତି ମୁଖରାକୁ ଘରେ ରଖି ଅଶାନ୍ତିକୁ ଘରକୁ ଡାକିବୁନି ବୋଲି କହିଲେ।ଏବେ ମୁଁ ମୂଲ୍ୟହୀନ ଅଚଳଟଙ୍କା ହେଇଯାଇଥିଲି।ନା ଯୌବନ ଥିଲା ନା ଟଙ୍କା ପଇସା।ପାଠବି ଏତେ ପଢିନି କି କିଛି ଚାକିରି ମିଳିଥାନ୍ତା।ଶେଷରେ ଜୀବନ ବଞ୍ଚାଇବାକୁ ଏଠି କାମକରୁଛି।ରହିବାକୁ କୋଠରୀଟେ ଦେଇଛନ୍ତି।ଖାଇବାକୁ ମୁଠେ ଦେଉଛନ୍ତି।ଏବେ ମୁଁ ବୁଝୁଛି ଜଣେ ସ୍ତ୍ରୀକୁ ଶାଳିନତା ପରିଶ୍ରମୀ ଓ ଶୁଶୀଳା ହେବା କେତେ ଜରୁରୀ।ଉଦଣ୍ଡ
ମୁଖରା ହେଲେ ପରେ ଏମିତି ହତାଦର ହେବାକୁ ପଡେ।ସ୍ନେହ ମମତାରେ ବାନ୍ଧି ରଖିଥିଲେ ବୟସ ହେଲେ ସେମାନେ ତାର ସେବାଯତ୍ନ କରିଥାନ୍ତି।ଦେଖନା ମୋର ସମସ୍ତେ ଥାଇ ଆଜି କେହିନାହାଁନ୍ତି।
ରମେଶ ଭାବୁଥିଲା ଯଦି ଏକଥା ଆଗରୁ ବୁଝିଥାନ୍ତ ତାହେଲେ ଆଜି ଆମଘରେ ରାଣୀ ହେଇ ରହିଥାନ୍ତ ହେଲେ ଏବେ ବହୁତ ବିଲମ୍ବ ହେଇଗଲା।
