STORYMIRROR

Ashok Moharana

Comedy Romance Inspirational

3  

Ashok Moharana

Comedy Romance Inspirational

ଅଗାଧୁର ସ୍ୱପ୍ନ ଭଙ୍ଗ

ଅଗାଧୁର ସ୍ୱପ୍ନ ଭଙ୍ଗ

3 mins
211

ଯେଉଁଦିନ ଅଗାଧୁ ସହରକୁ ବୁଲି ଆସିଲା ସେଇଦିନୁ ଆଉ ଗାଆଁ ପ୍ରତି ଗୋଟେ ବିତୃଷ୍ଣା ଭାବ ଆସିଗଲା।

ସହରର ଚାକଚକ୍ୟ, ମୁହଁରେ କପଡା, ବିକ୍ରମ ପିଠିରେ ବେତାଳ ବସିବା ଭଳି ଗାଡ଼ିରେ ବୁଲୁଥିବା ଝିଅ ପୁଅଙ୍କ ଛଟକ ଦେଖି ସହର ନିଶାରେ ସେ ଉବୁଟୁବୁ ହେବାକୁ ଲାଗିଲା।

ଦିଅରପଶି ଗାଁରୁ ହରତାଳରେ ଯୋଗ ଦେବାକୁ ଆସିଥିଲା ନିର୍ବାଚନରେ.... ଜିନ୍ଦାବାଦ କରି ଭାତ ଡାଲମା ଖାଇବା ପରେ ଟିକେ ଭୋବନେଶ୍ୱର ବୁଲିବା ଇଚ୍ଛା ହେଲା।

ବାବୁ ବୁଲୁ ବୁଲୁ ରାସ୍ତା ପାର୍ଶ୍ଵରେ ବୁଲୁଥିବା ଗୋଟେ ସୁନ୍ଦରୀ ଷୋହଳ ବୟଶୀ କହିଲା"ଏ ବାବୁ ମାସେଜ କରିବ"....ଅଗାଧୁ କିଛି ବୁଝି ପାରିଲା ନାହିଁ... ଝିଅଟା ତାକୁ ଚାହିଁ ଏମିତି କଣ କହୁଛି।କହୁ କହୁ ଝିଅଟା ଗୋଟେ ଦୋକାନ ଭିତରକୁ ଟାଣିନେଲା।

ଘର ଭିତରକୁ ପଶୁ ପଶୁ ଅଗାଧୁ ଦେହ ଶୀତେଇ ଉଠିଲା। ମହମହ ବାସ୍ନାରେ ଘର ସାରା ମହକି ଉଠୁଛି। ନାଲି ନେଳି ଲାଇଟରେ ଘର ଭିତରଟା ଝଟକି ଉଠୁଛି। ତା ଭିତରେ ସୁନ୍ଦରୀ ସୁନ୍ଦରୀ ଚାରିଜଣ ଯିଏ ଅଛନ୍ତି।

ଝିଅ ଗୁଡ଼ାକ ହାତ କଟା ,ପିଠି କଟା,ଚାଟି କଟା ଡ୍ରେସ ସାଙ୍ଗକୁ ଛୋଟ ଛୋଟ ପ୍ୟାଣ୍ଟ ପିନ୍ଧି ଲିପ୍ସଟିକ ଲଗେଇ ଜଳ ଜଳ କରି ଚାହିଁଛନ୍ତି।

ଅଗାଧୁକୁ ଗୋଟେ ଚେୟାରରେ ବସେଇ ଦେଇ ଦୁଇ ପାର୍ଶ୍ଵରେ ଦୁଇ ଜଣ ତରୁଣୀ ହାତ ବେକ ବାହୁକୁ ଚିପିବାକୁ ଲାଗିଲେ। ବିଚରା ଅଗାଧୁ କରିବ କଣ ?ତାକୁ କୁତୁକୁତୁ ଲାଗୁଥାଏ।

ଝିଅ ଦୁଇ ଜଣ ଅଗାଧୁକୁ ଭଲ ଭାବରେ ପରଫୁମ ଲଗାଇ,ଫସିଆଲ କରି ଆଖିରେ କାକୁଡ଼ି ଦେଇ ସୁନ୍ଦର ଭାବରେ ମାଲିସ କରି ଦର୍ପଣ ସମ୍ମୁଖରେ ଛିଡ଼ା କରେଇ ଦେଲେ।

ଅଗାଧୁ ନିଜକୁ ନିଜେ ବି ବିଶ୍ୱାସ କରିପାରୁନଥିଲା ଯେ ସେ ଏମିତି ସୁନ୍ଦର ହୋଇପାରେ।

ଜଣେ ପଚାରିଲା...ଭାଇ ଆପଣଙ୍କ ନାଁ କଣ ?

ଅଗାଧୁ ଦେହରେ ଯେମିତି ଗୋଟେ ଛୁରି ବିଦ୍ଧ ହୋଇଗଲା।କଣ ଗୋଟେ ନାଁ କହିବ।ଅଗାଧୁ କହିଲେ ସେମାନେ କଣ ଭାବିବେ ସେଇକଥା ଭାବୁଭାବୁ କହିଲା ମୋ ନାଁ ଜନ।

ଆରେ ଜନ ଭାଇ ପୁରା ହିରୋ ଭଳି ଦିଶୁଚ। ଏ କଥା କହି ଅଗାଧୁ ପ୍ୟାଣ୍ଟରେ ହାତ ପୁରାଇ ମନିପର୍ସଟା ବାହାର କରି ଜଣେ କହିଲା"ଭାଇ ତୁମେ ଭାରି ସୁଇଟ ଦେଖା ଯାଉଛ"।

ଏଥର ଆମ ପାଉଣା ଦିଅ।ଅଗାଧୁ ପାଞ୍ଚ ଶହ ଟଙ୍କା ବାହାର କରି ବଢ଼େଇ ଦେଲା। ଏମିତି ଆନନ୍ଦ ଏ ରାଜଧାନୀରେ ଅଛି....ନିଅନ୍ତୁ କେତେ ନେବେ...ସେ ରୋଜଗାର କରିବ ଆଉ ଖୁସି କରିବ।

ଟଙ୍କା ଦେଇ କହିଲା ଆଉ ତୁମ ନାଁ.... ଜଣେ କହିଲା ମୋ ନାଆଁ ରାନୀ ଆଉ ଜଣେ କହିଲା।ମୋ ନାଆଁ ରିନି।ଏତିକି କହି ଅଗାଧୁ ଓରଫ ଜନ ଦେହରେ ଘଷି ହୋଇଗଲେ ଦୁଇ ତରୁଣୀ ତ ଅଗାଧୁ ଖୁସିରେ ଉତ୍ଫୁଳିତ ହୋଇଗଲା।

ଟ୍ରେନ ଛାଡି ଦେଵ କହି ସେଠୁ ସିଧାସଳଖ ଷ୍ଟେସନକୁ ଚାଲି ଆସିଲା।

ଫେରିବା ଦିନଠାରୁ ଅଗାଧୁ ଆଖିରେ ନିଦ ନାହିଁ। ନା ଭୋକ ନା ଶୋଷ।ରିନିର ମୁହଁ ତା ଆଖି ସମ୍ମୁଖରେ ଭାସି ଉଠୁଛି।କଣ କରିବ ଯେମିତି ହେଲେ ସେ ଜିନିକୁ ବିବାହ କାଟିବ ଆଉ ସେଇ ଭୋବନେଶ୍ୱରରେ ରହିବ।

ଘରେ କଳି ଝଗଡା ଲଗେଇ ଜମି ବିକ୍ରି କରି ସହରକୁ ଫେରିଲା ଅଗାଧୁ। ବାପା ମାଆଙ୍କ ଗୋଟିଏ ବୋଲି ପୁଅ କଣ କରିବେ ଅଗାଧୁର ବାପା ପିତେଇ ଓ ମାଆ କୁଜି କାନ ମୁଣ୍ଡ ଆଉଁସି ରହିଲେ।ପୁଅକୁ କହିଲେ ପୁଅ ଯଦି କିଛି କରିଦେବ।ଯଦି ଘର ଛାଡ଼ି ଚାଲିଯିବ ସେଇ ଭୟରେ କିଛି କହିଲେ ନାହିଁ।

ଅଗାଧୁ ଜମି ବିକା ଟଙ୍କାରେ ଗୋଟେ ଘର ବୁଝି ରହିଲା ମନ ପାଇଲେ କାମକୁ ଗଲା ନହେଲେ ଜମି ବିକ୍ରି ଟଙ୍କାରେ ଜିନିକୁ ଧରି ବୁଲିଲା। ଆଉ ସଞ୍ଜ ହେଲେ ପାର୍କ କି ସିନେମା ଦେଖିବା ସହିତ ପାରଲର ମାସେଜ କରି ସବୁ ଟଙ୍କା ଖର୍ଚ୍ଚ କରୁଥିଲା।

ଦିନେ ଅଗାଧୁ ଓରଫ ଜନ କହିଲା, ଏ ଜିନି ମାଇଁ ଡାର୍ଲିଂଗ... ଚାଲ ଏଥର ଵିଵାହ କରି ଗାଆଁକୁ ଯିବା ସେଇଠି ରହିବା।

ଗାଁ କଥା ଶୁଣି ଜିନି ଚିହିଁକି ଉଠିଲା କହିଲା ମୁଁ ଭୋବନେଶ୍ୱର ଝିଅ ଯିବି ଗାଁରେ ରହିବାକୁ ! କାଦୁଅ ପଚ ପଚ ମଫୁକୁ...ବିଚରା ଜନ ଆଉ କରେ କଣ।

ଶେଷରେ କହିଲା ଠିକ ଅଛି ଆମେ ମନ୍ଦିରରେ ବିବାହ କରି ଏଇଠି ରହିବା ଜିନି ବିବାହ କଥାଟି ଶୁଣି ଆହୁରି ଚିଡ଼ିଯାଇ କହିଲା, ତୁ ଗୋଟେ ମଫସଲ ପିଲା ତୋର ରୋଜଗାର କେତେ ଯେ ତୋତେ ଵିଵାହ କରିବି..... ମୋ ଜୋତା, ଲିପ୍ସଟିକ, ପାଇଁ ତୋ ପାଖରେ ଟଙ୍କା ଅଛି।ଯା ଆଗ ରୋଜଗାର କରି ଆଣ... ତା ପରେ ଚିନ୍ତା କରିବି।

ଜନ ନିଶା ଏବେ ଓହ୍ଲାଇ ଯାଇ ସେ ଅଗାଧୁ ହୋଇଗଲା।ଜିନିର କଥା ଗୁଡା ତା ଦେହରେ କଣ୍ଟା ଭଳି ଫୋଡି ହୋଇ ଯାଇଥିଲା।ମନ ଦୁଃଖରେ ଭଡା ଘରକୁ ଫେରି ପାଣି ଗ୍ଲାସ ପିଇ ଶୋଇଗଲା ହେଲେ ଆଖିରେ ନିଦ ନଥିଲା।ଜିନି ମାୟାରେ ସେ ସହର ଆସିଲା।ବୁଢା ବାପା ମାଆଙ୍କୁ ଛାଡି ଜମି ବିକି ଆସିଥିଲା ଏଠି ରହିବ ବୋଲି ହେଲେ କଣ ହେଲା ଘର କଥା ମନେ ପଡି ମନ ଘାଣ୍ଟି ଗୋଳେଇ ହେଲା।

କିନ୍ତୁ ଜିନି ଭୁତ ଛାଡି ନଥିଲା।ପରଦିନ ସନ୍ଧ୍ୟାରେ ପାରଲର ସମ୍ମୁଖରେ ପହଞ୍ଚିଲା।ଜିନି ନଥିଲା.... ବାହାରେ ଥିବା ଗୋଟେ ଚା ଦୋକାନ ସମ୍ମୁଖରେ ଚା ପିଇ ବାକୁ ଲାଗିଲା।

ଆରେ ଏ କଣ ସେ ଦେଖୁଛି।ଗୋଟେ ମୋଟର ସାଇକେଲରେ ପଛରେ ଜିନି ବସିଛି ଯେମିତି ବିକ୍ରମ ପିଠିରେ ବେତାଳ ବସିଥିଲା। ଗୋଟେ ଟୋକାକୁ ଜାବୁଡି ଧରିଛି।

ହଠାତ ଅଗାଧୁର ଚା ଗ୍ଲାସଟା ତଳେ ପଡ଼ି ଭାଙ୍ଗିଗଲା। ଅଗାଧୁର ସ୍ୱପ୍ନ ଭଙ୍ଗ ହୋଇଯାଇଥିଲା।


Rate this content
Log in

Similar oriya story from Comedy