Satyabati Swain

Thriller Others

2  

Satyabati Swain

Thriller Others

ଅଦ୍ଭୁତ ବନ୍ଧୁତା

ଅଦ୍ଭୁତ ବନ୍ଧୁତା

2 mins
349


ସହରରେ ଆତଙ୍କ ଖେଳି ଗଲା । ଚିଡ଼ିଆ ଖାନାରୁ ଗରିଲାଟିଏ ତାର ଜାଲି ଭାଙ୍ଗି ପଳାଇଛି । ତା ଆଗରେ ଯାହା ପାଉଛି ଭାଙ୍ଗି ରୁଜି ଚୁରମାର କରି ଦେଉଛି । ଅତିଷ୍ଠ ହୋଇ ପଡ଼ିଲେଣି ତା ଭୟରେ ସହରବାସୀ । ଜଙ୍ଗଲ ଅଫିସର ମାନେ କେହି ଧରି ପାରୁ ନାହାନ୍ତି ଗରିଲାଟିକୁ ।


ଘରୁ କେହି ବାହାରକୁ ଗରିଲା ଭୟରେ ବାହାରୁ ନଥିଲା ବେଳେ ମୋନା ଜଙ୍ଗଲ ଅଫିସରଙ୍କ ସଂଗେ ଯୋଗା ଯୋଗ କରି ଗରିଲାଟିକୁ ଦେଖିବାକୁ ଚାହିଁଲା । ଥରେ ଜଙ୍ଗଲ ଭିତରେ ହଜି ଯାଇଥିଲା ମୋନା ବାଟ ଭୁଲି,ସାଙ୍ଗ ମାନଙ୍କ ଠାରୁ ବିଛିନ୍ନ ହୋଇ । ବାଘ, ସିଂହ, ଭାଲୁ ତାକୁ ମାରି ଖାଇବାକୁ ବସିଥିଲା ବେଳେ ଗରିଲା ଟିଏ ବଞ୍ଚାଇ ଥିଲା ତା ଜୀବନ । ମୋନା ଓ ଗରିଲା ମଇତ୍ର ହୋଇ ଯାଇଥିଲେ । ସେଇ ଗରିଲା ଜଙ୍ଗଲ ଭିତରୁ ମୋନାକୁ ବାହାର କରି ସହର ରାସ୍ତା ଦେଖାଇଥିଲା ।


ଯଦି ଗରିଲାଟି ତାର ବନ୍ଧୁ ହୋଇଥାଏ, ସେ ନିଶ୍ଚୟ ବଞ୍ଚେଇ ପାରିବ ସହରକୁ ଧ୍ୱଂସ ମୁଖରୁ । ପ୍ରଥମେ ମୋନା କଥାରେ କେହି ରାଜି ହେଉ ନଥିଲେ । ମରଣ ମୁହଁକୁ ଝିଅଟିକୁ ପେଲିବାକୁ । ମାତ୍ର ମୋନାର ଅତି ଅନୁରୋଧ କ୍ରମେ ଜଙ୍ଗଲ ଅଫିସର ରାଜି ହେଲେ ।


ଗରିଲାଟି ଲୁଚିଥିବା ସ୍ଥାନକୁ ମୋନା ଏକା ଏକା ଯାଇ ଡାକିଲା ବନ୍ଧୁ ଗରିଲା ମୁଁ ଆସିଛି, ଦେଖ୍ ତୁମ ବନ୍ଧୁ ମୋନା । ହେ ପ୍ରିୟ ବନ୍ଧୁ ତୁମେ କେଉଁଠି ମୋତେ ଦେଖା ଦିଅ ।

ସମସ୍ତଙ୍କୁ ଚକିତ କରି ଲୁଚିଥିବା ସ୍ଥାନରୁ ବାହାରି ଆସିଲା ବିରାଟ କାୟ ଏକ ଗରିଲା । ମୋନାକୁ ଛାତିରେ ଜାକି ଧରି କାନ୍ଦୁଥିଲା । ଗର୍ଜନ କରି କହୁଥିଲା ଅବା ତା ଦୁଃଖ ।

ଜନ ସମୁଦ୍ର ଦେଖୁଥିଲେ ମୋନା ଓ ଗରିଲାର ଅଶ୍ରୁତ ପୂର୍ବ ବନ୍ଧୁତା । ମୋନା ଗରିଲା ପିଠି ଥାପୁଡ଼େଇ କହୁଥିଲା ତୁ କାହିଁକି ଆମ ଘର ଦ୍ୱାର ଭାଙ୍ଗି ଦେଉଛୁ? ମୋ ସୁନାଟା ତୁ ଫେରି ଯା’ ସେଇ ତାର ଜାଲି ଦିଆ ଘରକୁ, ନ ହେଲେ ଏ ଲୋକ ମାନେ ତୋତେ ଗୁଳି କରି ମାରିଦେବେ ।


ସତକୁ ସତ ଗରିଲା ସୁନା ପିଲା ପରି ଚିଡ଼ିଆ ଖାନାକୁ ଫେରିଗଲା । ସେଇ ଦିନଠୁ ପ୍ରତିଦିନ ମୋନା ଦେଖା କରିବାକୁ ଯାଏ ତା ବନ୍ଧୁ ଗରିଲାକୁ । ଉଭୟେ ଦୁଃଖ ସୁଖ ହୁଅନ୍ତି, ହସନ୍ତି । ମଣିଷ ଓ ପଶୁ ମଧ୍ୟରେ ଏପରି ବନ୍ଧୁତା ଦେଖି ଲୋକେ ତଟସ୍ଥ ହୁଅନ୍ତି ।


Rate this content
Log in

Similar oriya story from Thriller