Gitanjali Pujapanda

Tragedy Inspirational

3  

Gitanjali Pujapanda

Tragedy Inspirational

ଅବ୍ୟକ୍ତ

ଅବ୍ୟକ୍ତ

6 mins
255


କହିହୁଏ ନାହିଁ କି ସହି ହୁଏ ନାହିଁ 

ଅବ୍ୟକ୍ତ ଯନ୍ତ୍ରଣା ଅନ୍ତରର ।

ଆକ୍ତାମାକ୍ତା କରେ ଖିନଭିନ୍ ହୁଏ

ଅନ୍ତରର ସ୍ୱର ।

 ହୃଦୟ ସ୍ୱର କିଏ ଶୁଣିବ ଏଠି ପାଟିଖୋଲି 

କହିଲେ ବୁଝିବା ଅସମ୍ଭବ।

ନିଜ ଜୀବନକୁ ନେଇ ବ୍ୟସ୍ତ ଅନ୍ୟ

ଦୁଃଖ ପାଇଁ ହୃଦୟର ଜାଗା କାଇଁ।

ସବୁ ବ୍ୟକ୍ତ ଅଵ୍ୟକ୍ତ କରି ଜୀଇଁବା 

 ଏଠି ସହଜ ମାତ୍ର ।

ଯଦି ସବୁ ବ୍ୟକ୍ତ କର ହୃଦୟର ଭାବନା 

ସମସ୍ତେ ହୁଅନ୍ତି ଶୁଣି ତୁମ ଠାରୁ ଦୂର।

ଯିଏ ଏଠି ଯେତେ କଷ୍ଟ ପାଏ ତାର 

ଲୁହ ପୋଛିବ ବା କିଏ ।

ସୁକୁଟ ଦେଖିବାକୁ ବହୁତ ଅଛନ୍ତି ଏଠି

ନିଜ ଉପରେ ପଡିଲେ ବଜାଇ ଶିଖନ୍ତି।

ଅବ୍ୟକ୍ତ ଅନ୍ତରଧ୍ୱନିକୁ ନିଜ ପାଖେ ରଖ

କାହାକୁ କହିଲେ ସିଏ ଶୁଣିବ କଣ କୁହେ

ମୋର ବି ଅନୁରୂପ।

ଅବ୍ୟକ୍ତ ବ୍ୟକ୍ତ ସେହି ନିରାକାର ପରଂବ୍ରହ୍ମ

ପାଖେ ସେହି ହିଁ ଶ୍ରବଣ ଡେରି ରହିଥାଏ ବହୁରୂପେ ।


ଲେଖିକା ସମାଜସେବିକା ଓ ନାରୀନେତ୍ରୀ ନିଶିଗନ୍ଧା ମିଶ୍ର ଜଣେ ଉଚ୍ଚକୋଟୀର ସମ୍ବାଦିକା ଲେଖିକା ହିସାବରେ ଆଜି ଜଣା ଶୁଣା । ହଁ ସେ କଥାଟି ବୋଧହୁଏ ତାଙ୍କ ମିଛଟାରେ ବୋଲାଉଥିବା ପ୍ରିୟଜନଙ୍କୁ ପସନ୍ଦ ନୁହେଁ କେମିତି ହେବ ସେ ଜଣେ ବୋହୁ ଜଣେ ଝିଅ !!ଝିଅ ଶବ୍ଦଟି ବୋଧହୁଏ ଅଭିଶପ୍ତ, କାରଣ ଝିଅ ଜନ୍ମ ବେଳା ବଡ଼ ଦୁଃଖଦାୟକ ପରିବାର ପାଇଁ ହେଉ କି ଆତ୍ମୀୟସ୍ୱଜନମାନଙ୍କର ପାଇଁ । ସତରେ ଶୁଣୁ ଶୁଣୁ ଏ ହେ ଝିଅଟିଏ ହେଲା !!!

ସେହି ଦୁଃଖ ହେଉ କି ?? ହେଉ ଆଉ କିଛି ଲୋକମାନେ କହିବା କଥା ହିଁ କହିବେ !!! ସେହି ଝିଅ ଆମକୁ ମାଆର ସେହ୍ନ ଭଉଣୀର ଗେଲ ଆଦର ଦିଏ ସେହି ଝିଅ ପୁଣି ପ୍ରେମିକା ସ୍ତ୍ରୀ ହୋଇ ପ୍ରେମର ସ୍ପର୍ଶ ଦିଏ ମଲା ଯାଏଁ । ମାତ୍ର ଆମେ କଣ କରୁ ତା ଜନ୍ମ ବେଳେ ମନ ଦୁଃଖ କରୁ ତା ଜନ୍ମର !! ସେହି ମନ ଦୁଃଖରୁ ଜନ୍ମ ନିଏ ଅବହେଳାର ବିଚାରଧାରା । ଆଉ ସେହି କ୍ଷଣରୁ ଆରମ୍ଭ ହୁଏ ନିଷ୍ପସିତ, ଉପେକ୍ଷିତ ଅବହେଳିତ ଝିଅଟିର କାହାଣୀ । ସତେ ସମାଜରେ କଣ ପାଇଁ ଝିଅଟି ଅବହେଳିତ ??ସମାଜ ହା...ହା...ହା.... ସେଟା ତ ପର କଥା ପ୍ରଥମେ ପରିବାର । ତାର ଦୁଃଖ ଆରମ୍ଭ ହୁଏ ସେଠି ପ୍ରଥମେ ସେ ହୁଏ ଅବହେଳିତ ଆଉ ଲୁଣ୍ଠିତ କିନ୍ତୁ କହିପାରେ ନାହିଁ କାରଣ ସହିବା ପାଇଁ ତାକୁ ପିଲାଦିନୁ ଶିକ୍ଷାଦିଆ ଯାଏ ।


ଝିଅମାନେ ଏମିତି କରନ୍ତିନି, ସେମିତି କରନ୍ତି । ସତେକି ସବୁ ସଣ୍ଠଣା ତା ପାଇଁ ବାହାରିଛି ବୋଧହୁଏ । ଆଉ କିଏ ବାହାର କରିଛି ସେହି ଜଣେ ଉଚ୍ଚ ପାରିବାରିକ ପଦରେ ବସିଥିବା ତା ପରି ଜଣେ ନାରୀ । ବଡ଼ ଆଶ୍ଚର୍ଯ୍ୟ ଲାଗେ ଭାବିଲେ !!!ପ୍ରଥମରୁ ବେଶି ହସନ୍ତି ନାହିଁ କାହା ଆଗରେ ଜବାବ ଦିଅନ୍ତି ନାହିଁ । ସେ ଭୁଲ କଥା କହୁଥିଲେ ବି ଆମେ ଏମିତି ଏକ ସମାଜ ହେଉ କି ପରିବାର ହେଉ ସେଠି ବଞ୍ଚୁଛୁ, ଯେଉଁଠି ନାରୀ ଆଉ ପୁରୁଷକୁ ମୁଦ୍ରାର ଦୁଇ ପାର୍ଶ୍ଵ ଭାବେ ବର୍ଣ୍ଣନା କରାଯାଇଛି । ମାତ୍ର ମାନୁଛି କିଏ କେତେ ବେଳେ ଡ୍ରେସକୁ ନେଇ ଟିପ୍ପଣୀ ତ କେତେବେଳେ ଚଳଣିକୁ ନେଇ ବିଚିତ୍ର । ଏ ବାଛବିଚାର ନାରୀ ଆଉ ପୁରୁଷକୁ ନେଇ ।


ଏମିତି ତ ସବୁ କୁହାଯାଉଛି । ନାରୀ ହିଁ ସବୁ କିଛି । କିନ୍ତୁ ପ୍ରତ୍ୟେକ ପରିବାରରେ ସେ ଝିଅ ହେଉ କି ବୋହୁ ହେଉ ତା ମନର କଥା କିଏ ବୁଝୁଛି । ଏଇ ସୋ କଲଡ଼ ମର୍ଡନ ବୋଲାଉ ଥିବା ଯୁଗରେ ମଧ୍ୟ ନାରୀଟିଏ ଆଖିର ଲୁହ ହୋଇ ଝରୁଛି । ଖବର କାଗଜର ପ୍ରାୟକ ପୃଷ୍ଠା ଯୌତୁକ ହେଉ କି ଧର୍ଷଣ କି ନାରୀ ନିର୍ଯ୍ୟାତନାର ଖବର ମଣ୍ଡନ କରୁଛି । କେତେ ଦିନ ଚାଲିବ ଚାଲୁ । କାରଣ ନାରୀ ହିଁ ନାରୀର ପ୍ରକୃତ ଦୋଷୀ । ମିଛ ଗର୍ଵ ଅହଙ୍କାର ତା ଅସ୍ତିତ୍ୱ ପାଇଁ କାଳ ସାଜିଛି ।

ସେହି ନାରୀ କେବେ ଶାଶୂ ହୋଇ କେବେ ଯାଆ ଆଉ କେବେ ନଣନ୍ଦ ହୋଇ ନାରୀ ପାଇଁ ଲୋତକର ଧାରା ସାଜିଛି । ଆତ୍ମଗର୍ଵରେ ଜାଣି ପାରୁନି ସେ କଣ କ୍ଷତି କରୁଛି ତା ଜାତିର !!!


କାହାଣୀ ଆରମ୍ଭ ହୁଏ ଏକ ଛୋଟିଆ ଗାଁରୁ ଯେଉଁଠି ଗୋଟେ ଝିଅ ତା ବାପାଙ୍କର ପାଖରେ ଅଡ଼ି ବସେ ପାଠ ପଢିବା ପାଇଁ !!!ମାତ୍ର ଝିଅକୁ ପାଠ ବେଶୀ ପଢେବା ପାଇଁ ନାରାଜ ପିତା ମାତା ।


ବାପା କଣ ଏମିତି କହୁଛ ଯେ ପାଠରେ ତ ସମସ୍ତେଙ୍କର ଅଧିକାର । ସେ ଭାଇ ହେଉ କି ମୁଁ । ଭାଇ ତ ପଢୁଛି ମୁଁ କାହିଁକି ନୁହେଁ ?? ଏ କାହିଁକିର ଉତ୍ତର ଅଛି ମାଆ ମୋ ପାଖରେ । ତୁ ଏତେ ପାଠ ପଢି କଣ କରିବୁ । ଶେଷରେ ହାଣ୍ଡି ଚୁଲି ସମ୍ଭାଳିବୁ ପର ଘରେ । ହଁ ସେଥିପାଇଁ ବୋଧହୁଏ ଝିଅର ଜନ୍ମ ବୋଲି ତୁମେ ଭାବୁଛ । ଆଉ ଭାଇ କଣ କରିବ ପାଠ ପଢି ମୁଁ ଶୁଣେ । ଏମିତି ଅନେକ ଯୁକ୍ତିକୁ କାଟୁ ଥାନ୍ତି ନିଶିଗନ୍ଧା ।

ଶେଷରେ ଜେଜେମାଆର ପାଟି ଓଃ !! ଝୁଅ ପିଲା ପାଠ ପଢି ମୁଣ୍ଡରେ ଚଢ଼ିବ କି ଘୋଡାରେ ଚଢ଼ିବ । ଏବେ ତ ବାପା ମୁଣ୍ଡରେ ଚଢ଼ୁଛି । କାଲିକାଲିକା ଟିକେ ବଡ଼ ହେଲେ ଆଉ ଇନ୍ଦ୍ର ଚନ୍ଦ୍ର ମାନିବ ନି !! କଣ ମୁଁ କଲି ଜେଜେ ମାଆ । ବଡ଼ ପାଟିରେ କଥା ଖାଲି ଭାଇ ହେଇ ପାରିବ ଆଉ ମୁଁ ନୁହେଁ । ଭାଇକୁ ବେଶୀ ସ୍ୱାଧୀନତା ଆଉ ମତେ ଏଠିକି ଯାଆନା ସେଠିକି ଯାଅନା । ଆଉ ଯଦି ଟିକେ ବଡ଼ ପାଟି କରେ ବଡ଼ ବଡ଼ ଆଖି ଦେଖେଇ ଡରେଇ ଦିଅନ୍ତି । ମୁଁ ବି ତ ମଣିଷ ନା ଖାଲି ଝିଅଟିଏ ବୋଲି ମୋର କିଛି ବି ଇଚ୍ଛା ନାହିଁ !!


...ସବୁ ଇଚ୍ଛା ପୁରଣ ହୁଏନି ମାଆ

...ଆରେ ଗୋଟେ ଭଲ ପ୍ରସ୍ତାବ ଆଜି ନାହାକ ଭାଇନା ମନ୍ଦିର ବେଢାରେ ମତେ ଦେଖି କହିଥିଲେ । ପିଲାଟି ବହୁତ ଭଲ ଘରର ପୁଅ ଆଉ ଗୋଟିଏ ପୁଅ କିଛି ଡିମାଣ୍ଡ ବି ନାହିଁ, ତାଙ୍କର ଖାଲି ସୁନ୍ଦର ଝିଅଟିଏ ଦରକାର । ଆଉ ଆମ ନିଶି ତ ସଜ ଫୁଟା ଗୋଲାପ କେମିତି ହେବ ତାକୁ ବିବାହ କଲେ । ଜାତକ ମେଳକ ହେଲେ ବିବାହ କରିବୁ ବୋଲି ମୁଁ କହିଲି ସେ କହିଲେ ସିଂହାସନ ଥୁଆ କରିବେ ତୁ କଣ କହୁଛୁ ??


...ହଁ ଲୋ ବୋଉ ଯେତେ ଶୀଘ୍ର ଝିଅଟିକୁ ପାର କରିଦେବା । ତା ଜୀବନ ଆଉ କାହା ହାତରେ ସମର୍ପି ଆମର ଦାୟିତ୍ୱ ସରିବ । ପୁଣି ପିଲା ଛୁଆ ହେଲେ ଯାହା ଜଞ୍ଜାଳ ଲାଗିବ ଆଉ କଣ ??


ନିଶି ଦୂରରେ ଛିଡା ହୋଇ ସବୁ ଶୁଣି ଆଖିର ଲୁହ ଓଠରେ ପିଇ ବୋଉ କୋଳରେ ମୁଣ୍ଡ ଗୁଂଜି କାନ୍ଦିଦିଏ । ଆଉ କୁହେ ବୋଉ ତୋର ମନେ ଅଛି ରେଶମା ଅପା କଥା ଆମ ସ୍କୁଲରେ ଯିଏ ମାଟ୍ରିକରେ ସର୍ବୋଚ୍ଚ ନମ୍ବର ରଖି ପ୍ରଥମ ଦଶ ଜଣ ମଧ୍ୟରେ ଥିଲେ ଆଉ ତାଙ୍କ ବାପା ତାଙ୍କ ବେଶୀ ପାଠ ନ ପଢେଇ ବିବାହ କରିଦେଲେ ଆଉ ମାସେ ପରେ ଖବର ଆସିଲେ ସେ ମରିଗଲେ ବୋଲି । ତାଙ୍କ ଶାଶୂଘର ଯୌତୁକ ଦାବି କରି ନିଆଁରେ ପୋଡି ଦେଲେ ରେଶମା ଅପାଙ୍କୁ । ମୁଁ ବାହା ହେବିନି ବୋଉ ତୁ ବାପାଙ୍କୁ ମନା କର ।

ଆରେ ମାଆ ସମସ୍ତେ କଣ ଏକା ଭଳି । ଝିଅ ଜୀବନ ତ ପର ଘରକୁ !! ଆଜି ନହେଲେ କାଲି ଯିବେ !! ଆଉ ବେଶୀ ବୟସ ହେଲେ ଲୋକେ ବାର କଥା କହିବେ । ତୋ ଭାଇକୁ କନିଆଁ ମିଳିବନି । ସହଜେ ନିଶି ବୋଉର କଥା ଶୁଣି ନିଜର ବ୍ୟକ୍ତ କରିବା କଥାଗୁଡିକ ଅବ୍ୟକ୍ତ କରିଦିଏ, ଆଉ ନିରବରେ ଆଖିରୁ ତାର ଝରଝର ଅଶ୍ରୁର ଝରଣା ବୋହିଗଲେ ବି କିଏ ପୋଛିବ ତାର । ବାପା ଆରେ ମାସରେ ବିବାହ କରେଇବେ ବୋଲି ଠିକ କରିଛନ୍ତି, ଆଉ କହୁଛନ୍ତି ବିବାହ ଯୋଗ କୁଆଡେ ତାର ଫିଟି ଗଲାଣି !!ସତେରେ କଣ ପାଠ ପଢା ଯୋଗ ବନ୍ଦ ହୋଇ ବିବାହ ଯୋଗ ଖୋଲି ଲାଣି ନା ନିଜ ମୁଣ୍ଡରୁ ବୋଝ ଉତ୍ତରିବା ପାଇଁ ଏକ ପ୍ରୟାସ ମାତ୍ର !!!ଆମେ ଝିଅ ମାନେ କଣ ସତେ ଜଣେ ଜଣେ ବୋଝ ଘର ପାଇଁ ଯେ ଯେତେ ଶୀଘ୍ର ଉତ୍ତରିବ ସେତେ ଶୀଘ୍ର ମନରେ ଶାନ୍ତି ଆସିବ ଅଭିଭାବକଙ୍କୁ । ସମାଜ କଣ କରୁଛି ସେ ଯୌତୁକ ନିଆଁରେ ପୋଡି ମାରୁଥିବା ନିରୀହ ଝିଅମାନଙ୍କର । ଯିଏ ଗଲା ସିଏ ଗଲା । ପୋକ ମାଛି ସତେକି ଝିଅଗୁଡିକ । ମୁଁ କିନ୍ତୁ ନିଜକୁ ପୋକ ମାଛି ପରି ମାରିବାକୁ ଦେବିନି !!ଯାହାହେଉ ପଛେ ମୁଁ ନିଜେ ଗୋଡ଼ରେ ଠିଆ ହେବି ସେ ଦିନ ନିଜ ସହିତ ସଂକଳ୍ପରେ ବାନ୍ଧି ହୋଇଥିଲେ ନିଶିଗନ୍ଧା !!


ବିବାହ ହେଲା ତାଙ୍କର ସତ କିନ୍ତୁ ଗୋଟେ ସର୍ତ୍ତରେ ରଖିଥିଲେ ବାପାଙ୍କର ପାଖରେ ବିବାହ ପରେ ମଧ୍ୟ ସେ ପଢିବେ ଯେତେ କଷ୍ଟ ହେଲେ ବି । ଯଦି ସେଥିରେ ରାଜି ତାହେଲେ ସେ ବିବାହ ପାଇଁ ରାଜି !!

ନିଶିଗନ୍ଧାଙ୍କର ଶାଶୂଘରର ଲୋକ ମାନେ ହେଉ କିମ୍ବା ତାଙ୍କର ଭାବି ସ୍ୱାମୀ ସିଦ୍ଧାନ୍ତ ବାବୁ ସେଥିରେ ରାଜି ହେଲେ । ମାତ୍ର ପଛରେ ନିଶିକୁ ବହୁତ କଷ୍ଟ ସହିବାକୁ ପଡିଥିଲେ ହେଁ ସେ ନିଜ ଲକ୍ଷ୍ୟ ପଥରୁ କେବେ ବି ବିରତି ନେଇନଥିଲେ । ଏଥିରେ ତାଙ୍କ ପୂର୍ଣ୍ଣ ସହଯୋଗର ହାତ ବଢ଼େଇ ଥିଲେ ତାଙ୍କ ସ୍ୱାମୀ ସିଦ୍ଧାନ୍ତ ବାବୁ ସେ ସିନା ଭଲ ବର ପାଇ ଗଲେ ବୋଲି !!!ଆଉ ଯେଉଁ ଝିଅର ଭାଗ୍ୟରେ ସେ ସବୁ ନାହିଁ ଆଉ ସେ ନିଜରର ସାହସ ଶକ୍ତି ହରେଇଛି, ତା ପାଇଁ ନିଶିଗନ୍ଧା ନାରୀ ନେତ୍ରୀ ପାଲଟିଛନ୍ତି । ଆପନ୍ନା ନାମକ ଏକ ନାରୀ ବିକାଶ ସଂସ୍ଥାକୁ ସେ ଚଳାଉଛନ୍ତି । ସାହିତ୍ୟ ଜଗତରେ ମଧ୍ୟ ତାଙ୍କୁ ସାରଳା ସମ୍ମାନ ମିଳିଛି । ସବୁ ଅଛି, ହେଲେ କେହି ଖୁଶି ନୁହନ୍ତି କାହିଁକି?? କେଜାଣି ଗୋଟେ ନାରୀ ଅନ୍ୟ ନାରୀର ସଫଳତା ସହିପାରେ ନାହିଁ ଅତି ଆତ୍ମୀୟ ହୋଇ ମଧ୍ୟ!!


ମୋ ମତରେ ଯେତେବେଳେ ସବୁ ନାରୀ ଏକାଠି ନିଜର ଜାତିକୁ ଉପରକୁ ଉଠେ ବାକୁ ଚେଷ୍ଟା କରିବେ କେହି ତାଙ୍କୁ ପଛରେ ପକେଇ ଆଗକୁ ବଢ଼ିପାରିବେନି !!କାରଣ ନାରୀ ହାତରେ ହିଁ ସୃଷ୍ଟି ଆଉ ଧ୍ୱଂସ ବି !!!!


ନାରୀ ତୁମେ ସର୍ବଂସହା

ପୁଣି କେତେବେଳେ ଦୁର୍ଗା 

ଜାୟା ଜନନୀ ଭଗିନୀ ଯୋଗମାୟା

ଶତ୍ରୁ ନାଶ କରି ବନିଯାଅ ଚଣ୍ଡୀ

ପୁଣି କେତେବେଳେ ହୋଇଯାଅ ଉଦଣ୍ଡୀ

ଦୁଃଖ କଷ୍ଟ ଯନ୍ତ୍ରଣାକୁ ହସିହସି ସହିଯାଇ

ପୁଣି ଧୈର୍ଯ୍ୟ, ପ୍ରେମ, ସନ୍ତୋଷର ଉଦାହରଣ

କର ତୁମେ ସୃଷ୍ଟି।

 ଅଶେଷ ସ୍ନେହ ଶକତିର ଅଧିକରିଣୀ ତୁମେ

ଆଖିର ଲୁହ ସବୁ ହସି ହସି ପିଇବି ପାର

ଆଖିରେ ଲୁହର ବନ୍ୟା ବି ଆଣିପାର ତୁମେ।

ନାରୀ ତୁମେ ସର୍ବ ଶକ୍ତି ଧରିଣୀ 

ତୁମେ ହାତରେ ଗଢିଘର ପୁଣି

ଭାଙ୍ଗି ବି ପାର ତାକୁ ତୁମେ ସୃଷ୍ଟିକରିଣୀ

ତୁମେ ଧ୍ୱଂସକାରିଣୀ ତୁମେ ଚିରନମସ୍ୟା ।



Rate this content
Log in

Similar oriya story from Tragedy