Rasmi Rekha Tripathy

Inspirational

4.3  

Rasmi Rekha Tripathy

Inspirational

ଅବତାର

ଅବତାର

1 min
442


କିଛି ଲୋକ ଏତେ ଅବୁଝା ଯେ, ସେମାନଙ୍କୁ ବୁଝେଇବା ବହୁତ କଷ୍ଟ । ମୋବାଇଲ୍ ଫୋନରେ ଭଦ୍ରଲୋକଙ୍କ ନମ୍ବର୍ ଦେଖି ବିରକ୍ତି ଲାଗୁଥିଲା ମୋତେ । କ’ଣ କରିବି ? ଭୁଲ ତ ମୋର । ତାଙ୍କ ବହିଟା ମୁଁ ହିଁ ଫେରେଇ ନାହିଁ ଠିକ୍ ସମୟରେ । କୋଉଠି ରଖି ଦେଇଛି ବି ହଠାତ୍ ମନେ ପଡୁନି । ତାଙ୍କୁ ଗୋଟାଏ ଦିନ ସମୟ ମାଗିଲି । ସେ କିନ୍ତୁ ବୁଝିବାକୁ ନାରାଜ୍ । ଘରକୁ ଆସି ବହି ନେବେ ବୋଲି ଚରମ ବାଣୀ ଶୁଣେଇ ଦେଲେ । କ’ଣ ବା କରିବି ? ଅଫିସରୁ ଘରେ ପହଞ୍ଚିବା ବେଳକୁ ସନ୍ଧ୍ୟା ସାତ । ଦେହରେ ପ୍ରବଳ ଯନ୍ତ୍ରଣା । ମୁଣ୍ଡ ବି ଭାରି ଭାରି ଲାଗୁଛି । କିନ୍ତୁ ଘରେ ପହଞ୍ଚି ପ୍ରଥମେ ବହିକୁ ଖୋଜିଲି । ବହିର ସ୍ତୁପକୁ ଘାଣ୍ଟୁ ଘାଣ୍ଟୁ ହଠାତ୍ ଖସି ପଡିଲା ଖାମ୍ ଗୋଟିଏ । ଆରେ ଏହି ଖାମ୍ କଥା ତ ପୁରା ପୁରି ଭୁଲି ଯାଇଥିଲି ମୁଁ । ଖୋଲି ଦେଖିଲି ନିକଟ ଅତୀତରେ ଅଚଳ ଘୋଷଣା କରା ଯାଇଥିବା, ପାଞ୍ଚ ଶହ ଟଙ୍କା ଦୁଇଟି ତା’ ଭିତରେ । ଗୋଟିଏ ଗଳ୍ପ ପ୍ରତିଯୋଗିତାରେ ପାଇଥିବା ପୁରସ୍କାର ରାଶି । ମୋ ମନ ଓ ଶରୀରର କ୍ଲାନ୍ତି ଉଭେଇ ଗଲା । ଅଚଳ ଘୋଷିତ ନୋଟ୍ ସବୁ ବଦଳେଇବାର ଶେଷ ତାରିଖ ଡିସେମ୍ବର୍ 31 । ଯା’ ହେଉ ଭଗବାନ୍ ହିଁ ବଡଲୋକ । ଯେଉଁ ଭଦ୍ରବ୍ୟକ୍ତିଙ୍କ ଉପରେ ଦିନ ସାରା ଏତେ ବିରକ୍ତ ହେଉଥିଲି, ସିଏ ଏବେ ମୋତେ ଭଗବାନଙ୍କର ଅବତାର ଭଳି ଲାଗୁଥିଲେ ।


Rate this content
Log in

Similar oriya story from Inspirational