Madhabi Patel

Inspirational

2.8  

Madhabi Patel

Inspirational

ଅବଶୋଷର ଧୂଆଁ

ଅବଶୋଷର ଧୂଆଁ

4 mins
400



ଅଞ୍ଜନ ଜଣେ ପୋଲିସଇନ୍ସପେକ୍ଟର ଭାବେ ଭଲ ନାଆଁ କରିଛନ୍ତି।ଉତ୍ତମ ଆଚରଣ  ପାଇଁ ସେ ଲୋକଙ୍କ ଭିତରେ ଯେତିକି ଆଦୃତ କଠୋର ଦଣ୍ଡପାଇଁ ଅପରାଧୀଙ୍କ ପାଇଁ ସେତିକି ଭୟଙ୍କର।ସେ ଦୁଇଦିନ ତଳେ କଲିକତାର ଏକ ଦୁର୍ଗମ ଅଞ୍ଚଳରେ ଏକ ବେଶ୍ୟାଳୟ ଠାବକରି ଚଢାଉ କରିଥିଲେ।କେତେଜଣ ଯୁବତୀ ଧରାପଡିଥିଲେ ସେ ଜାଗାରୁ।ଆଜି ସେମାନଙ୍କଠାରୁ ତାଙ୍କର ଆତ୍ମକଥା ଶୁଣିବାର ଥିଲା।ସେ ଗୋଟି ଗୋଟି କରି ସବୁ ଯୁବତୀଙ୍କୁ ଡାକି ପଚରା ଉଚୁରା କରିବାକୁ ଲାଗିଲେ।ପ୍ରାୟ ଯୁବତୀ ଗରିବ ଶ୍ରେଣୀର ଥିଲେ ଦଲାଲଙ୍କ ଦ୍ବାରା ଠକେଇରେ ପଡି ଓ କାମ ତଲାସରେ ଆସି ଏ ଧନ୍ଧାରେ ଫସି ଯାଇଥିଲେ।କେତେଜଣ ପ୍ରେମିକସହ ଫେରାର ହୋଇ ଧୋକା ଖାଇ ସେଠାରେ ପହଞ୍ଚିଥିଲେ।ହେଲେ ସେ ଭିତରେ ଶେଷରେ ଯୋଉ ଯୁବତୀଟି ବୟାନ ଦେବାକୁ ଆସିଲା ସେ ବଡ ସୁନ୍ଦରୀ ଥିଲା।ସେ ଜଣେ ସମ୍ଭ୍ରାନ୍ତ ପରିବାରର ଝିଅ ପରି ଲାଗୁଥିଲା।

ଅଞ୍ଜନ ପଚାରିଲେ ତୁମ ନାଆଁ କଣ?

ଯୁବତୀଟି କହିଲା ତୃପ୍ତି ରାୟ।

ତୁମେ ତ ସମ୍ଭ୍ରାନ୍ତ ସନ୍ତାନ ପରି ଲାଗୁଛ ଏ ବ୍ୟବସାୟକୁ କେମିତି ଆସିଲ?

ତୃପ୍ତି କହିଲା ମୁଁ ନିଜ ଇଚ୍ଛାରେ ଏ କାମକୁ ଆସିନି ଆଜ୍ଞା ଧୋକା ଖାଇ ଯାଇଛି।ନିଜର ଭୂଲ ପାଇଁ ମୁଁ ଆଜି ବଡ ଅନୁତପ୍ତ।ଅବଶୋଷର ଧୂଆଁ ଭିତରେ ଆକ୍ତାମାକ୍ତା ମୋ ଜୀବନ।ଫେରିବାକୁ ଆଉ ରାସ୍ତାଟେ ନାହିଁ।ପରିବାରର ସଭିଙ୍କୁ ହରାଇ ଦେଇଛି ନିଜର ଅପରିଣାମ ଦର୍ଶିତା ପାଇଁ।

ଅଞ୍ଜନର ଉତ୍କଣ୍ଠା ହେଲା ତା ବିଷୟରେ ସବୁ କିଛି ଜାଣିବା ପାଇଁ।ଏମିତି ପଥଭ୍ରଷ୍ଟ ଯୁବତୀଙ୍କ ଆତ୍ମକଥା ଶୁଣିଲେ ଆଜିର ଯୁବପିଢି ଉତ୍ତମ ରାସ୍ତା ଖୋଜି ପାଇବେ।ଆଜିର ଫେସବୁକ୍ ଓ୍ବଡସ୍ଏପ ରେ ବନ୍ଧୁତା ଯୁବ ପିଢିକୁ ପଥଭ୍ରଷ୍ଟ କରିଦେଉଛି।ଉପର ଠଉରିଆ ଭାବେ ମୋବାଇଲରେ ଦୁଇପଦ କଥା ହୋଇ ନିଜ ଜୀବନ ନଉକାର କାତ ଅନ୍ୟ ହାତରେ ସମର୍ପି ଦେଉଛନ୍ତି।ନିଜକୁ ପୂର୍ଣ ସମର୍ପଣ କଲାପରେ ଧୋକା ଖାଉଛନ୍ତି।ପରିବାର ସହ ବିଶ୍ବାସଘାତକତା କରି ଚାଲି ଯିବାପରେ କୋଉ ଲାଜରେ ଘରକୁ ଫେରିବେ।ପରେ ଶୋଚନିୟ ଜୀବନ ବିତେଇବାକୁ ବାଧ୍ୟ ହେଉଛନ୍ତି।


ତୃପ୍ତି ଏବେ ନିଜ କାହାଣୀ ଆରମ୍ଭ କଲା।ସ କଟକର ଜଣେ ପ୍ରତିଷ୍ଠିତ ପରିବାରର ସନ୍ତାନ।ବାପା ଜଣେ କିରାଣୀ ଥିଲେ।ହେଲେ ଅଜା ଅମଳରୁ ତାଙ୍କର ଏକ ବଡ କୋଠୀ ଥିଲା।ସେଠି ସୁଖରେ ରହୁଥିଲେ ସେମାନେ।ବଡ ଭଉଣୀ ଲିପିରେଖା ବଡ ସୁନ୍ଦରୀ ଓ ଗୁଣବତୀ ଥିଲା।ମାଟ୍ରିକପରେ ଗୃହକାମରେ ପାରଦର୍ଶିତା ଲାଭ କରିଥିଲା।ମାଆଙ୍କର ସହାୟିକା ହୋଇ ସେ ପ୍ରତି କାମରେ ସହଯୋଗ କରୁଥିଲା।ମୁଁ ଛୋଟ ଝିଅଥିଲି ମାଆ ବାପାଙ୍କର।ଛୋଟବେଳୁ ଟିକେ ଉଦଣ୍ଡୀ ଥିଲି।ଯାହା ମନ ଆସୁଥିଲା କରୁଥିଲି।ମାଆ ମତେ ବଡ ଆକଟ କରୁଥିଲେ ହେଲେ ବାପା ମତେ ସମର୍ଥନ କରୁଥିଲେ ସବୁ କଥାରେ।ମୁଁ ପିଲାବେଳୁ ବାପାଙ୍କ ମୋଟରସାଇକିଲ୍ ଚଲାଇ ଶିଖିଥିଲି।ଫୁଟବଲ୍ କ୍ରିକେଟ ଖେଳୁଥିଲି ପୁଅ ପିଲାଙ୍କସହ।ବଡ ହୋଇ କିଛି ଗୋଟେ ଅଲଗା କରି ଦେଖେଇବାର ମୋର ଇଚ୍ଛା ଥିଲା।ମୁଁ ମଡେଲ ହେବାକୁ ପସନ୍ଦ କରୁଥିଲି।ନିଜକୁ ନାନା ଢଙ୍ଗରେ ସଜାଉଥିଲି।ନୂଆଁ ପ୍ରକାର ଡ୍ରେସ ପିନ୍ଧୁଥିଲି।ମୋ ଆଈ ଓ ମାଆ ଏସବୁ ପସନ୍ଦ କରୁନଥିଲେ ହେଲେ ମୁଁ କାହା କଥାକୁ ଖାତିର କରୁନ ଥିଲି,କାରଣ ମୁଁ ବାପାଙ୍କ ଗେହ୍ଲୀ ଥିଲି।ବାପା ମତେ ମୋ ମାଗିବା ଆଗରୁ ଟଙ୍କା ଦେଉଥିଲେ ନିଜ ପସନ୍ଦ ପୂରା କରିବାକୁ।ଏସବୁ ଭିତରେ ବି ମୁଁ ଭଲ ପଢୁଥିଲି।

ଥରେ ଆମସହରରେ ଏକ ମଡେଲ ସୋ ହୋଇଥିଲା।ମୁଁ ସେ ସୋ ଦେଖି ବଡ ପ୍ରଭାବିତ ହୋଇ ଯାଇଥିଲି।ମୁ ଜଣେ ମଡେଲ ବା ଅଭିନେତ୍ରୀ ହେବି ବୋଲି ମନରେ ଭାବିନେଲି।ମୋ ଶରୀରର ଗଠନ ବି ଏକ ହିରୋଇନ୍ ପରି ସୁନ୍ଦର ଥିଲା।ମୁଁ ସେ ଦଳର ଜଣେ ଲୋକଙ୍କ ସହ କଥାବାର୍ତ୍ତା କଲି।ସେ ଏ ସବୁ ମଡେଲ ମାନଙ୍କୁ ନିଜ ପଚେଷ୍ଠାରେ ଶିକ୍ଷା ଦେଇ ପ୍ରତିଷ୍ଠିତ କରୁଥିଲେ ବୋଲି ମତେ କହିଥିଲେ। ମୁଁ କହିଲି ମୁଁ ବି ଏସବୁ ଶିଖିବାକୁ ଚାହୁଁଛି।ଭବିଷ୍ୟତରେ ଜଣେ ହିରୋଇନ ହେବାର ମୋର ସ୍ବପ୍ନ ଅଛି।କିଛି ନହେଲେ ମଡେଲ ତ ନିଶ୍ଚୟ ହେବି।

ସେ ଲୋକ କହିଲା ଏଥିପାଇଁ ବହୁତ ଟଙ୍କା ଦରକାର ପଡିବ।ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ ଏକାମରେ। ମୋରତ ଜିଦିଥିଲା ମନରେ ମଡେଲ ହେବାକୁ।ମତେ ରାତିରେ ନିଦ ହେଉ ନଥିଲା।ଗୋଟିଏ ଚିନ୍ତା କେମିତି ଟଙ୍କା ଯୋଗାଡ କରିବି।ସେତେବେଳେ ବଡ ଭଉଣୀ ଲିପିର ବିବାହ ପାଇଁ ବାପା ଟଙ୍କା ଯୋଗାଡ କରିଥିଲେ।ଆଠଦିନ ପରେ ତାର ବାହାଘର ଥିଲା।ଅନେକ ନୂଆଁ ସୁନାଗହଣା ବି ଆସିଥିଲା ସମସ୍ତଙ୍କ ପାଇଁ।ମୁଁ ସେସବୁ ଗହଣା ଓ ଟଙ୍କା ନେଇ ଚାଲି ଆସିଲି।ପଛକଥା ଭାବିଲି ନାହିଁ।ମୋର ଏ କାମପରେ ଘରେ କଣ କଣ ଘଟିପାରେ?

ମୁଁ ତ କେବଳ ମୋ ସ୍ବପ୍ନକଥା ଭାବୁଥିଲି।

ସୁବ୍ରତ ଗୋଖଲେ ବୋଲି ସେ ଲୋକଟା ମତେ ଠକିକି ନେଇ ଆସିଲା କଲିକତା।ମୁଁ ତାକୁ ବିଶ୍ବାସ କରି ଟଙ୍କା ଓ ସୁନାତକ ରଖିବାକୁ ଦେଲି।ସେ କିଛିଦିନ ମତେ ନେଇ ଏଠି ସେଠି ଲୋକଙ୍କ ସହ ଭେଟକଲା।ସଭିଏଁ ମୋର ଫିଗର ମାପ ଯୋଖ ନେଲେ।ମତେ ଏସବୁ ଭଲ ନ ଲାଗୁଥିଲେ ବି ଏ ବ୍ୟବସାୟରେ ଏସବୁ କରିବାକୁ ହୁଏ ବୋଲି ସେମାନେ ଆଶ୍ବାସନା ଦେଉଥିଲେ।ମାସକ ଭିତରେ ମୋର ସବୁ ଟଙ୍କା  ସରିଗଲା।ହେଲେ ମୋ ହାତରେ କାମ ଆସିନ ଥିଲା।ମୁ ଦିନେ ସୁବ୍ରତକୁ ମୋର ଗହଣା ଫେରାଇ ଦେବାକୁ କହିଲି।ସେ ମୋ କଥାରେ ରାଗିଗଲା।ତାପରେ ମତେ ଆଣି ଜଣେ ଆଣ୍ଟିଙ୍କ ପାଖେ ଛାଡି ଚାଲିଗଲା।


ଦିନେ ସେ ଆଣ୍ଟିଙ୍କୁ ପଚାରିଲି ସେ ସୁବ୍ରତ କାହିଁ ଆଉ ଆସୁନି।ସେଦିନ ଲୈଲା ଆଣ୍ଟି କହିଲା ତତେ ସେ ମୋ ପାଖେ ପାଞ୍ଚଲକ୍ଷରେ ବିକି ଦେଇ ଯାଇଛି। ଏଠି ତୁ ରହି ଧନ୍ଦାକରି ମୋର ଟଙ୍କାତକ ସୁଝିବୁ।ଆଣ୍ଟି ପାଖରେ ଆଗରୁ ଏମିତି କେତେଜଣ ଝିଅ ଥିଲେ।

ମତେ ପ୍ରଥମ ଦିନ ଧନ୍ଦା କରିବାକୁ କହିଲା ବେଳେ ମୁଁ ରାଜି ନ ଥିଲି।ମୁ ସେ ଲୋକଟାକୁ ପେଲି ମୁଣ୍ଡ ଫଟାଇଦେଲି।ଆଣ୍ଟି ସେ ଦିନ ଚାବୁକରେ ମୋର ପିଠି ଫଟାଇ ଦେଇ ଥିଲା।ଦୁଇଦିନ ଯାଏ ଅଖିଆ ଅପିଆ ରଖିଲା।ପରେ ତା କଥା ମାନିବାକୁ ମୁଁ ବାଧ୍ୟ ହେଲି।

କଟକରୁ ମିତାଲି ନାମରେ ଆଉ ଜଣେ ଝିଅ ଆସିଲା ଆମ ଦଳକୁ।ତାକୁ ତାର ପ୍ରେମିକ ବିବାହର ପ୍ରତିଶୃତି ଦେଇ ନେଇଆସିଥିଲା କଲିକତା।କିଛିଦିନ ତା ସହ ମଜାକରି ସେ ଘରୁ ଆଣିଥିବା ଟଙ୍କା ସରିଯିବାପରେ ଲୈଲା ଆଣ୍ଟି ପାଖେ ବିକିଦେଲା। ମିତାଲି ଠାରୁ ସେ ଯାହା ଶୁଣିଲା ତା ,ମନ ଅନୁତାପରେ ଭରିଗଲା।ମିତାଲି ଖବର କାଗଜରେ ପଢିଥିଲା ତୃପ୍ତି ରାୟ ଘରଛାଡି ଚାଲିଯିବା ପରେ ତା ବଡ ଭଉଣୀ ଲିପିରେଖା ଆତ୍ମହତ୍ୟା କରିଦେଲା।କାରଣ ତା ବିବାହ ଭାଙ୍ଗି ଯାଇଥିଲା।ତାବାପା ବି ଏ ଦୁଃଖରେ ଚାଲିଗଲେ।

ସ୍ବାମୀ ଓ ଝିଅ ମାନଙ୍କୁ ହରାଇ ତା ମାଆ ପାଗଳୀ ହୋଇ ଗଲେ ଓ ସଡକରେ ଏଠି ସେଠି ବୁଲୁବୁଲୁ ଦିନେ ଗାଡିତଳେ ଦୁର୍ଘଟଣାରେ ମରିଗଲେ।କଟକରେ ଏ ଘଟଣା ଚାଞ୍ଚଲ୍ୟ ଖେଳାଇ ଥିଲା।ଜଣେ ଝିଅର ବିଶ୍ବାସଘାତକତା ପାଇଁ ଗୋଟିଏ ପରିବାର ନଷ୍ଟ ହୋଇ ଯାଇଥିଲା।

ସେ କଥା ଶୁଣିବା ପରେ ମୁଁ ଏଇଠିହିଁ ମନକୁ ବୁଝାଇ ପଡି ରହିଲି।କଟକ ଫେରିଥିଲେ ବି ମୋ ପରିବାରର ଆଉ କେହି ନଥିଲେ।ସଭିଏଁ ମୋ ଭୂଲ ନିଷ୍ପତି ପାଇଁ ବଳୀ ଚଢିଗଲେ।ସେ ଦିନଠୁ ମୁଁ ଅବଶୋଷର ଧୂଆଁ ଭିତରେ କାଳ କାଟୁଛି।ମୋପରି ଝିଅ କୌଣସି ମାଆ ବାପାଙ୍କୁ ନ ମିଳୁ।

ଅଞ୍ଜନ ଏମାନଙ୍କର କାହାଣୀ ସବୁ ଶୁଣି ଦୀର୍ଘ ନିଶ୍ବାସଟେ ଛାଡିଲେ। ଝିଅମାନେ ଠକେଇହେବା କେବେ କେମିତି ବନ୍ଦ କରାହେବ ସେ କଥା ଭାବୁଥିଲେ ସେ।ଏ ସମସ୍ୟାତ କେଉଁ ଯୁଗରୁ ଚାଲି ଆସିଛି।ଆଜି ଝିଅ ଶିକ୍ଷିତ ହେଲାପରେବି ପୁରୁଷଙ୍କ ପାଲରେ ପଡି ଠକି ଯାଉଛନ୍ତି।

ମାଧବୀ ପଟେଲ।ଝାରସୁଗୁଡା।


Rate this content
Log in

Similar oriya story from Inspirational