Anita Jena

Abstract Fantasy Others

4.4  

Anita Jena

Abstract Fantasy Others

ଅଭିଶପ୍ତ ଝଡ଼

ଅଭିଶପ୍ତ ଝଡ଼

3 mins
378


ମା ମା ମୋର ସେ ନାଲି ଟି ସାର୍ଟ ଟା କୋଉଠି ଅଛି ଯେ ପାଉନି । 


- ପୁଅରେ ଦେଖୁନୁ ସେଇ ଆଲମାରୀରେ ଅଛି । କେତେ ଆଉ ଏ ବୁଢ଼ୀ ମଣିଷ ସବୁ ସଜେଇ ରଖିବ ତୁ କହ । 


- ମା, ତତେ ତ ମୁଁ ହଜାର ଥର କହିଛି ତୁ କିଛି ରଖିବୁନି । ମୁଁ ଆସିଲେ ଅଫିସ୍ ରୁ ମୋ ଜିନିଷ ସଜେଇକି ରଖିବି ।


 - ତୁ ଏମିତି ଜିଦି କଣ ପାଇଁ କରୁଛୁରେ ପୁଅ, ତତେ ମୁଁ କେତେ ବୁଝେଇ କହୁଛି ଆଉ ଥରେ ବାହା ହେଇପଡ ହେଲେ ତୁ କଣ ମୋ କଥା ଶୁଣୁଛୁ । ମୀନାର ମରିବା ଚାରି ବର୍ଷ ହେଇ ଗଲାଣି ହେଲେ ଆଜି ଯାଏଁ ତୁ ଆଉ କୋଉ ଝିଅକୁ ଆଖି ଉଠେଇ ଚାହିଁଲୁ ବି ନାହିଁ । 


- ପୁଣି ଆରମ୍ଭ ହେଇ ଗଲା ତୋର ସେଇ କଥା । 


- ଦେଖରେ ପୁଅ, ମୁଁ ତ ବୁଢୀ ହେଲିଣି, ତୋ ବାପା ବୋଉ କାଳରେ ଚାଲିଗଲେ । ତୋରି ମୁହଁ କୁ ଚାହିଁ ମୁଁ ବଞ୍ଚିଛି । ଆଉ ତୁ ଏମିତି ଦୁଃଖୀ ରହିଲେ ମତେ କଣ ଭଲ ଲାଗୁଛି । ମୋ ନାତିଆ ଟା ପରା, ଆଉ ଗୋଟିଏ ବାହା ହେଇ ଯା, କଣ ଦୁନିଆରେ ଝିଅ କମ୍ ଅଛନ୍ତି କି! 


- ତୁ ଗଲୁ ଏଠୁ । ଗୋଟିଏ ପାଲା ଚଲଉଛୁ ସବୁବେଳେ । ନିଜେ ବାହା ହେଇ ପଡୁନୁ । ମୋ ଟେନ୍ସନ୍ ର କେବଳ ତୁ । 

  ବୁଢୀ ମା ଆଉ କିଛି ନ କହି ଯାଇ ଚୁପ୍ ଚାପ୍ ବସି ପଡ଼ିଲେ ସୋଫା ଉପରେ । ଦୀପକ୍ ନିଜ ଉପରେ ବିରକ୍ତ ଅନୁଭବ କରି ବୁଢୀ ମା ପାଖକୁ ଗଲେ । ପଛରୁ କୁଣ୍ଢେଇ ଧରି କହିଲେ ମୋ ଜାନ୍ ରାଗିଲେ କି ? ସରି ବା ମା । ତୁ କହ ତତେ କେତେ ଥର କହିଛି ମୁଁ ଏ ବାହାଘର କଥା ତୁ କହିବୁନି ହେଲେ ତୁ ସବୁଦିନେ କହି ଚାଲିଛୁ । ମୁଁ ଟିକେ ରାଗି ଗଲି ଆଉ । ତୁ ଏମିତି ମନ ଦୁଃଖ କରନି । 


- ମୁଁ କଣ ତୋ ଖରାପ୍ ପାଇଁ କହୁଛି । ତୁ କଣ କେତେ କଷ୍ଟ ରେ ଅଛୁ ମୁଁ ଜାଣିନି । 


- ମା ମୁଁ ବୁଝୁଛି ତୁ ଭଲ ପାଇଁ ମୋର ଏ ସବୁ ଚିନ୍ତା କରୁଛୁ ହେଲେ କହ ମୁଁ କେମିତି ଭୁଲିବି ରୂପା କୁ । ମୁଁ ଯେତେ ଭୁଲିବାକୁ ଚେଷ୍ଟା କରୁଛି ସେ ମୋର ସେତେ ମନେ ପଡୁଛି । ସେଦିନ ର ସେ ତୁଷାର ଝଡ଼ ରାତି ମୋ ଜୀବନ କୁ ଖିନ ଭିନ୍ କରି ଦେଲା । ସେ ଝଡ଼ ମୋ ରୂପା କୁ ମୋ ଠୁ ଛଡେଇ ନେଲା । ରୂପା ଭଳି ଝିଅ ଟିଏ କଣ ମୁଁ ଆଉ ପାଇବି ! 

   ସେଦିନ ର ସେ ଘଟଣା ଆଜି ବି ଆଖି ଆଗରେ ନାଚି ଯାଏ । ସେଦିନ ଆମେ ତତେ ମାମୁଁ ଘରେ ଛାଡ଼ି ଦେଇ ରୂପା ଆଉ ମୁଁ ବାହାରି ପଡ଼ିଲୁ ମୋର ଗୋଟିଏ ସାଙ୍ଗ ର ଜନ୍ମଦିନ ପାର୍ଟି କୁ । ଦିନ ସାରା ନାଚ ଗୀତ ର ଆସର ହେଇ ଥିଲା । ଫେରୁ ଫେରୁ ଟିକେ ରାତି ହେଇ ଗଲା । ଆମେ ଜଙ୍ଗଲ ରାସ୍ତା ଦେଇ ଫେରୁ ଥାଉ । ଶୀତ ରାତି ସେଦିନ କୋଉଠି କେଜାଣି ଥିଲେ ହଠାତ୍ କୁହୁଡି ସବୁ ମାଡ଼ି ଆସିଲେ , ଏମିତି ଲାଗିଲା ସତେ ଯେମିତି ତୁଷାର ଝଡ଼ ଆରମ୍ଭ ହେଇ ଗଲା । ଆଗକୁ ରାସ୍ତା ଦେଖା ଯାଉ ନ ଥାଏ । ଗାଡ଼ି ଲାଇଟ୍ ରେ ବି ଗୋଟିଏ ମିଟର ଆଗକୁ ଥିବା ରାସ୍ତା ଦେଖା ଯାଉ ନ ଥାଏ । ରୂପା ଖାଲି କହୁ ଥାଏ ମତେ ଭାରି ଡର ଲାଗୁଛି ଏ ଜଙ୍ଗଲ ରାସ୍ତା ରେ , ତମେ ଯେମିତି ବି କରି ଗାଡ଼ି ଆଗକୁ ନେଇ ଚାଲ ଆମେ ଆଗରେ କୋଉଠି ରହିବା ଏଠି ମତେ ଡର ଲାଗୁଛି । ମୁଁ ଭାରି କଷ୍ଟ ରେ ଧିରେ ଧୀରେ ଗାଡ଼ି ଆଗକୁ ନଉ ଥାଏ ,ହେଲେ ହଠାତ୍ ସାମ୍ନା ପଟରୁ ମାଡି ଆସିଲା ଏକ ଟ୍ରକ୍ ଆଉ ଧକ୍କା ଦେଲା ଆମ କାର କୁ । ଆଉ ତା ପରେ , ଆମେ ଗାଡ଼ି ସହ ମାଡ଼ ହେଲୁ ଯାଇ ଗୋଟିଏ ବଡ ଗଛ ରେ । ମତେ ଖାଲି ରୂପା ର ରକ୍ତ ଜୁଡୁବୁଡୁ ସେଇ ମୁହଁ ମନେ ଅଛି ଆଉ ତା ପରେ ମୋର କିଛି ବି ମନେ ନାହିଁ । 

    ହଠାତ୍ ଆଖି ଖୋଲିଲା ବେଳକୁ ନିଜକୁ ହସ୍ପିଟାଲ୍ ବେଡ୍ ରେ ପାଇଲି ଆଉ ସେତେବେଳକୁ ମୁଁ ମୋ ଜୀବନର ସବୁ କିଛି ହରେଇ ସାରି ଥାଏ ମୋ ଜୀବନର ସବୁଠୁ ମୂଲ୍ୟବାନ ମଣିଷକୁ । ସେଦିନ ଠାକୁରଙ୍କୁ ମୁଁ ଅନେକ ଗାଳି ଦେଇଛି । ରୂପାର ସେ ରକ୍ତ ଜୁଦୁବୁଡୁ ମୁହଁ ମୋର ଆଜି ବି ମନେ ଅଛି । ତୁ କହ ବୁଢୀ ମା କେମିତି ଭୁଲିବି ମୁଁ ତାକୁ । କହ, ତାକୁ ଭୁଲି ଏତେ ଶୀଘ୍ର ଅନ୍ୟ ଜଣଙ୍କୁ କେମିତି ତା ଜାଗାରେ ରଖି ଦେବି ମୁଁ ! ତା ଭାଗର ଭଲ ପାଇବାକୁ କେମିତି ଆଉ କାହା ସହ ଭାଗ କରିଦେବି ମୁଁ ? 

ନା ବୁଢୀ ମା ନାଁ ମୁଁ ପାରିବି ନାହିଁ । ମୁଁ ପାରିବି ନାହିଁ । 

   ବୁଢୀ ମା ଦୀପକ୍ ଆଖିର ଅମାନିଆ ଲୁହ ସବୁ କୁ ଚାହିଁ ରହି ଭାବୁ ଥାନ୍ତି ସତରେ କେତେ ନିର୍ଦ୍ଦୟ ଏ ଭଗବାନ୍ , ମୋ ପିଲାଟାର ସବୁ ଖୁସିକୁ ଛଡେଇ ନେଇ କି ଲାଭ ପାଇଲେ ! ସେ ଅଭିଶପ୍ତ ଝଡ଼ରେ ମୋ ନାତିର ସବୁ ଖୁସି ଉଜୁଡି ଗଲା । ଝଡ଼ର ପ୍ରକୋପରେ ନାତିର ସବୁ ହସ ସବୁ ଦିନ ପାଇଁ ମଉଳି ଗଲା ।


Rate this content
Log in

Similar oriya story from Abstract