The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Akshayakumar Dash

Inspirational

3  

Akshayakumar Dash

Inspirational

ଅଭିରାମ ପରମହଂସ

ଅଭିରାମ ପରମହଂସ

2 mins
105


ବିଗତ ଦିନର କଥା।ଅଭିରାମଙ୍କ ବାର୍ଷିକ ସମ୍ମିଳନ ଜାରକାର ଯେମାସୁଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଥାଏ।ଏପ୍ରିଲ ମାସର ଗ୍ରୀଷ୍ମ ପ୍ରବାହ କୁ ଖାତିରି ନକରି ବହୁଭକ୍ତ ଦୂର ଦୁରନ୍ତ ରୁ ଛୁଟି ଆସନ୍ତି । ତିନିଦିନ ଧରି ପର୍ବ ଉପଲକ୍ଷେ ଏଠାରେ ପ୍ରସାଦ ସେବନ ର ବ୍ୟବସ୍ତା ମୁକ୍ତ ଥାଏ। ଦିନକୁ ଦୁଇଥର ପ୍ରସାଦ ପ୍ରସ୍ତୁତ ନିମିତ୍ତ ବହୁ ଭକ୍ତ ସହଯୋଗ କରନ୍ତି । ଆଖପାଖ ଗ୍ରାମର ଲୋକେ ଓବାହାରୁ ଆସିଥିବା ଭକ୍ତ ମାନେ ତିନିଦିନ ରହି ଠାକୁରଙ୍କ ପୂଜା ପର୍ବ ଉପଭୋଗ କରନ୍ତି। ଏପରିକି ଭକ୍ତମାନେ ପରିବାର ସହ ଯୋଗ ଦେବାକୁ ପ୍ରସ୍ତୁତ ହୋଇ ଆସିଥାନ୍ତି। ଆଖପାଖ ଘର ବାଡ଼ି ପିଣ୍ଢା ଯେଉଁଠି ଦେଖିବ ଲୋକାରଣ୍ୟ। ବିଶେଷକରି ମା ଭଉଣୀ ଓ ଭଦ୍ର ମହିଳା ମାନଙ୍କ ଭିଡ଼ ପରିଲକ୍ଷିତ ହୁଏ। ଏଠାରେ ତିନିଦିନ ରାତିବେଳରେ ଓଡ଼ିଶାର ସୁନାମ ଧନ୍ୟ କଳାକାର ମାନଙ୍କ କଳାକୃତି ପରିବେଷଣ କରନ୍ତି । ଗୋଟିପୁଅ ,ପାଲା, ଦାସକାଠିଆ, ଓଡିଶୀ, ପାଇକ ନାଚ, ରୁ ଆରମ୍ଭ ହୋଇ ତିନିରାତି ନିଳା ନାଟକ ପରିବେଷଣ ହୁଏ। ଓଡ଼ିଶାର ପ୍ରସିଦ୍ଧ ଭକ୍ତ କଳାକାର ମାନଙ୍କ କଳାକୃତି ଦେଖିବାର ସୁଯୋଗ ମିଳେ।ବିଶେଷକରି ଜାରକା ଭକ୍ତ ମଣ୍ଡଳୀ ର କଳାକାର ମାନେ ପ୍ରସ୍ତୁତ ନିଲା ନାଟକ ତୋର ମୋର ଭାବ ନଜାଣେ କେହି ଯେ ଦେଖିଛି ସେହି ଅଭିରାମ ପରମ ହଂସଙ୍କ ଜୀବନ ସମ୍ବନ୍ଧରେ ସମ୍ୟକ ପରିଚୟ ପାଏ। ଠାକୁର ଜଣେ ବ୍ୟକ୍ତି ହେଲେ ସମସ୍ତଙ୍କ ଅନ୍ତରକୁ ବୁଝି ଦୁଃଖ ଦୁରକରିବା ତାଙ୍କର କର୍ମ ଥିଲା। ଏହି ନିଲା ନାଟକ ଦେଖୁଥିବା ଶ୍ରଦ୍ଧାଳୁ ଭକ୍ତ ବି ସମସ୍ତ ଦର୍ଶକଙ୍କ ମନ ଯେମିତି ଠାକୁର ଚୋରେଇ ନେଇଛନ୍ତି। ଠାକୁର ଅଭିରାମ ପରମ ହଂସଙ୍କ ଅଭିନୟ କରୁଥିବା ବ୍ୟକ୍ତିଙ୍କ ଶରୀରକୁ ସ୍ୱୟଂ ଠାକୁର ପ୍ରବେଶ କରନ୍ତି । କାରଣ ନିଲା ନାଟକ ସରିଲା ପରେ ଶେଷ ପରଦାରେ ଅଭିନୟ କରୁଥିବା ବ୍ୟକ୍ତିଙ୍କ ର ଅଚେତ ଅବସ୍ଥାରେ ପଡନ୍ତି। ହରିବୋଲ ହୁଳାଂହୁଲି ଶଙ୍ଖ ନାଦରେ ଚେତା କିଛିସମୟ ପରେ ଫେରିଆସେ। ଅଲୌକିକ ଶକ୍ତି କାମକରେ।କେବଳ ନାଟକ ରେ ନୁହେଁ ପରନ୍ତୁ ପୁରା ତିନିଦିନ ଅଧି ଦୈବୀକ ଶକ୍ତି ର ପରିଚୟ ନିଜେ ପାଇଛି। ତୃତୀୟ ଦିନ ରାତ୍ରି ପ୍ରାୟ ୯ଟା ହେବ ଏପଟେ ପ୍ରବଚନ କାର୍ଯ୍ୟକ୍ରମ ଚାଲିଥାଏ।


ମନୋରମା ମହାପାତ୍ର ଓ ହୃଦାନନ୍ଦ ରାୟଙ୍କ ସହିତ ବୈକୁଣ୍ଠ ବାବା ମଞ୍ଚ ଉପରେ ପ୍ରବଚନ ଦେଉଥାନ୍ତି। ବହୁ ଲୋକ ସମାଗମ।ରାସ୍ତା ରେ ପ୍ରବଳ ଗହଳି। ଲୋକମାନେ ପ୍ରସାଦ ସେବନ ମଣ୍ଡପ ପାଖରେ ଭିଡ଼।ଏତିକି ସମୟରେ ଜଣେ ଭକ୍ତ ଭାଇ ଆସି କହିଲେ ଚାଉଳ ସରିଗଲା। ରାତିଯାକ ଅର୍ଣ୍ଣ ପ୍ରସ୍ତୁତ ହେବ । ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇ କହିଲି, କେମିତି ସକାଳେ ଷାଠିଏ ବସ୍ତା ଚାଉଳ ଥିଲା ସରିଗଲା। ପୁଣି ପାଟିରୁ ବାହାରି ଆସିଲା ଠାକୁରଙ୍କ କାମ ଠାକୁର ବୁଝିବେ ଏତିକି କହି ଆଗକୁ ମାନେ ଭିଡରୁ ଶହେ ହାତ ଆଗକୁ ଯାଇଛି, ଗୋଟିଏ ଚାରିସହ ସାତେ ଗାଡ଼ିରେ ବାବା ଅରୁଆଚ।ଉଳ ପ୍ରାୟ ଦଶ ବସ୍ତା ଓ ଡାଲି ଘିଅଟିଣେ ଆସି ମତେ ପଚାରିଲେ କେଉଁଠି ରଖିବୁ। ମୁଁ ତାଙ୍କୁ ନିଧିଷ୍ଟ ସ୍ଥାନରେ ରଖିବାକୁ ଡାକିନେଲି। ସେମାନଙ୍କୁ ପଚାରିଲି କିଏ ପଠେଇଛନ୍ତି । ସେମାନେ କେବଳ ବାବା ନାଁ କହି ଚାଲିଗଲେ।ଆଉଜନେ ରୋଷେଇ କରୁଥିବା ଭକ୍ତ ଆସି ମତେ ପଚାରିଲା ସାର ଆଉ ଚାଉଳ ନାହିଁ?ମୁଁ ତାଙ୍କୁ ପଚାରିଲି ଅର୍ଣ୍ଣ ଯେତିକି ପ୍ରସ୍ତୁତ ହୋଇ ରହିଛି କେତେ ଜଣ ପାଇବେ?ସେକହିଲା ହଜାର ଲୋକଙ୍କ ପାଇଁ ଅଛି। ଠିକ ଅଛି ଅଧାସରିଲେ ମୋତେ କହିବ। ପୁଣି କହିଲା ଆଗରୁ ବ୍ୟବସ୍ତା କରି ରଖିଥାନ୍ତୁ ଦୋକାନ ସବୁ ବନ୍ଦ ହୋଇଯିବ। ରାତି ଏଗାରଟା ପରେ ଆସି ଦୁଇବସ୍ଥା ଚାଉଳ ମାଗିନେଲେ। ଆହୁରି ଆଠ ବସ୍ଥା ଚାଉଳ ବଂଚିଗଲା। ନିଜ ଅନୁଭୂତି। ବେଦରୁ ପରା ଓ ଅପରା ଶକ୍ତି ବିଷୟ ରେ ଜାଣିଥିଲି। ଅଲୌକିକ ବଳୟ ସତ୍ କାର୍ଯ୍ୟରେ ସୃଷ୍ଟି ହୁଏ। ଯାହାକୁ ଅପରା କୁହାଯାଏ। ଅଦୃଶ ସତ୍ତା। ସଚିତା ନନ୍ଦ ସତଗୁରୁ ଅଭିରାମ ପରମ ହଂସଙ୍କୁ ଅନନ୍ତ ପ୍ରଣାମ ।


Rate this content
Log in

More oriya story from Akshayakumar Dash

Similar oriya story from Inspirational