Satyabati Swain

Tragedy

4  

Satyabati Swain

Tragedy

ଅଭିନୟ

ଅଭିନୟ

5 mins
286



ସେଇ ସ୍କୁଲକୁ ମୋର ଟ୍ରାନ୍ସଫର ହୋଇଗଲା ଯେଉଁଠୁ ପାଞ୍ଚ କିଲୋମିଟର ଦୂର ତା ଘର।


ମୁଁ ଜାଣି ନଥିଲି ତା ଘର ଏଇଠି।


ଦିନେ ନବମ ଶ୍ରେଣୀରେ ପଢ଼ାଉଛି ପିଅନ ଆସି କହିଲେ ମୋତେ କେହି ଜଣେ ଦେଖା କରିବାକୁ ଆସିଛନ୍ତି।


ପଢା ଭିତରେ ଡିଷ୍ଟର୍ବ କଲେ ମୋତେ ବିରକ୍ତ ଲାଗେ।


ମୁଁ ଏଠି ନୂଆ ଆସିଛି।ମୋର ପସନ୍ଦ ନା ପସନ୍ଦ କେହି ଜାଣି ନାହାନ୍ତି।


ପଢ଼ା ମଝିରେ ଯେ କେହି ବି ଡିଷ୍ଟର୍ବ କଲେ ମୁଁ ଫାୟାର ହୋଇଯାଏ।ବରଦାସ୍ତ କରି ପାରେ ନାହିଁ ଏସବୁ।


ସହଜେ କ୍ଷିଣାଂଗୀ, ନାକ ଅଗରେ ମୋର ରାଗ।


ପିଅନ କୁ କହିଲି , କୁହ ବେଲ୍ ପଡିବାକୁ ଦଶ ମିନିଟ୍ ଅଛି।କ୍ଲାସ୍ ଓଭର ହେଲେ ଯିବି।ହଁ କମନ୍ ରୁମ୍ ରେ ବସାଇଥିବ।


ଟିକେ ଡିଷ୍ଟର୍ବ ହୋଇଗଲି।ପଢ଼ାଇଲା ବେଳେ ମୁଁ ଏ ଦୁନିଆଁ ରେ ନଥାଏ।ପଢ଼ାଉଥିବା ଟପିକ୍ ସହ ମୁଁ ଆତ୍ମିକ ସ୍ତରରେ ଯୋଡି ହୋଇ ଯାଇଥାଏ।କେବେ କେବେ ସନେଟ୍ ପଢାଇଲା ବେଳେ ମୁଁ କବିଙ୍କ ସହ ସତେକି କଥା ହେଉଥାଏ।ଖୁବ୍ ହଜେ ଆତ୍ମଲଗ୍ନ ହୋଇ।


ଏଣୁ ଡିଷ୍ଟର୍ବ ମାନେ ମୋ କନେକ୍ସନ୍ କଟ୍।ଆଉ ଯେତେ ଚାହିଁଲେ କନେକଟ୍ ହୋଇ ପାରେ ନାହିଁ।


ସେଦିନ କିନ୍ତୁ କିଛି ଭାବନା ମୋତେ ପିଅନ ଅପେକ୍ଷା ଅଧିକ ଡିଷ୍ଟର୍ବ କଲା।


ମୋତେ, ଏଠି କିଏ ଦେଖା କରିବାକୁ ଆସି ଥାଇ ପାରନ୍ତି!


ମୋତେ କେହି ଜାଣନ୍ତି କି ଏଠି!


ମୁଁ ତ ଏଇ ଦୁଇ ମାସ ହେବ ଭୁବନେଶ୍ୱର ରୁ ଟ୍ରାନ୍ସଫର୍ ହୋଇ ଆସିଛି।ନା ଏ ସହର ମୋର ଚିହ୍ନା, ନା ସହରବାସିନ୍ଦା।


ଦଶ ମିନିଟ୍ ପରେ କୌତୁହଳୀ ହୋଇ ମୁଁ କମନ୍ ରୁମ୍ କୁ ଗଲି।ଆରେ କେହି ନାହିଁ ତ! କୁଆଡେ ଗଲେ !,କିଏ ଆସିଥିଲେ!


ପିଅନ କହିଲେ ଏଇଠି ତ ଥିଲେ।ରୁମ୍ କୁ ଗଲେ ନାହିଁ।ସେଇ ବାରଣ୍ଡା ଶେଷ କରମଙ୍ଗା ଗଛ ମୂଳେ ଥିଲେ ତ !


ବ୍ୟସ୍ତ ଲାଗିଲା। କିଏ ଆସିଥିଲେ ,କାହିଁକି ଆସିଥିଲେ ଲୋକ ମାନଙ୍କ ନ୍ୟୁନତମ ଜ୍ଞାନ ନାହିଁ।କ୍ଲାସ୍ ଓ ପିଲା, ପୁଣି ପଢା କୁ ଏମିତି ଭାବନ୍ତି କାହଁକି? ସ୍କୁଲ ଆୱାର ପରେ ଆସ କି ରିସେସ୍ ସମୟରେ ଆସ।ନାଇଁ , ଯିଏ ଯେତେବେଳେ ଚାହିଁବେ ଚାଲି ଆସିବେ।ଆରେ ବାବା ସମୟ ,ପଢା ମୁଲ୍ୟ ତ ବୁଝ।


କରମଙ୍ଗା ଗଛ ସେପଟେ ଖେଳ ପଡିଆ।ଖେଳ ପଡିଆ ପୂର୍ବ ପଟେ ଗୋଟିଏ ଝଙ୍କାଳିଆ ଆମ୍ବ ଗଛ।କାହାକୁ ନପାଇ ଫେରି ଆସୁଥିଲି।ପୁଣି ଟିକେ ପଛକୁ ଚାହିଁଲି।ୱା ଇଟ୍ ସାର୍ଟ କାହାର ଫାଳେ ଦିଶୁଥିଲା।


ସେଠି କିଏ?


ମୂର୍ତ୍ତିଟିଏ ଗଛ ସେପଟୁ ମୁହଁ ବାହାର କରି ଅନେଇଁଲେ।



ଇଏ କିଏ ! ଏ କଣ ମୋତେ ଦେଖା କରିବାକୁ ଆସି ଥିଲେ ?କିନ୍ତୁ ମୁଁ ତ ୟାଙ୍କୁ ଚିହ୍ନିନି ! ଛାଡ଼..


ମୁଁ ଫେରି ଆସିଲା ବେଳକୁ ଶୁଭିଲା, ରଙ୍ଗଣୀ।


ରଙ୍ଗଣୀ !


ରାଗିଲେ ମୋ ଧଳା ମିଶା ନାଲି ରଙ୍ଗ ପୁରା ନାଲି ଦେଖାଯାଏ। ସେଥିପାଇଁ ମା ଓ ଆଉ ଜଣେ ଡାକୁଥିଲା ରଙ୍ଗଣୀ।


ମା ତ ଆକାଶରେ।


ଆଉ ଜଣେ ..... ସେ ତ କେତେ ବଡ଼ ଅଫିସର!


କଣ ଏବେ ବି ସନ୍ଦେହ ରଙ୍ଗଣୀ।ଅବଶ୍ୟ ତୁ ସ୍ନିଗ୍ଧା ହିଁ ଲାଗୁଛୁ।ମାଷ୍ଟ୍ରାରାଣୀ ହୋଇଗଲୁଣି ନା, ଲାଗୁନି ଏତେ।ନାଲି ରଙ୍ଗ ଆଉ ତୋର ନାହିଁ।


ଓହୋ ହୋ ନୀରଜ୍। ଆରେ ସାହେବ୍ ଏଠି କେମିତି !


ଓଃ ଚିହ୍ନି ପାରିଲୁ, ତାହେଲେ।ତୁ ଆମ ପାଖ ସ୍କୁଲକୁ ଆସିଛୁ ଜାଣି ଚାଲି ଆସିଲି ଦେଖା କରିବାକୁ।ତୁ ବହୁତ ବଦଳି ଯାଇଛି ଲୋ ସ୍ନିଗ୍ଧା।


ମୋ ପାଟିରୁ କିଛି ଶବ୍ଦ ବାହାରୁ ନଥିଲା।ଯାହାକୁ ଭେଟୁଛି ସେ ମୋ କଲେଜ ଜୀବନର ମୁଠାଏ ଶେଫାଳି ଫୁଲ ର ବାସ୍ନା।ବିଧି ,ସ୍ନିଗ୍ଧା ଓ ନୀରଜ ତିନି ସାଙ୍ଗ।


କୁଆଁରୀ ଜୀବନରେ ନୀରଜ କେବଳ ବନ୍ଧୁ ନଥିଲା।ମୁଠାଏ ମିଠା ସ୍ୱପ୍ନ ଥିଲା।ନୀରଜ ମନ ତଳେ ସ୍ନିଗ୍ଧା,ସ୍ନିଗ୍ଧା ମନ ତଳେ ନୀରଜ।ଅପ୍ରକାଶ୍ୟ ପ୍ରେମ।ହୃଦୟ କିନ୍ତୁ ଅନୁଭବ କରୁଥିଲା।ଆଖି ପଢ଼ି ବୁଝି ପାରୁଥିଲେ ଉଭୟ।ଆତ୍ମାରୁ ସୃଷ୍ଟ ପ୍ରେମ ପାଇଁ ଭାଷାର ଆବଶ୍ୟକତା କଣ ଯେ!


ବିଧି ମୋ ଅନ୍ତରଙ୍ଗ ବାନ୍ଧବୀ।କ୍ଷୀର ନୀରର ସମ୍ପର୍କ।ଶିବାଶିଷ ମହାପାତ୍ର ଜଣେ ସାଧାରଣ କିରାଣୀ, ଝିଅ ମୁଁ।କିନ୍ତୁ ବିଧି ଅତି ବଡ଼ ବ୍ୟବସାୟୀଙ୍କ ଏକମାତ୍ର ଅଳିଅଳୀ ରାଜକୁମାରୀ।ଜହ୍ନ ମାଗିଲେ ଆକାଶରୁ ଆସିବା ଥୟ।ସେ ଯେତେବେଳେ ନୀରଜକୁ ପସନ୍ଦ କଲା,ସେଠି ମୋ ଭାଗ୍ୟରେ ନୀରଜ କେଉଁଠୁ ଆସିବ?


କିନ୍ତୁ ନୀରଜ ଥରେ ମୋ ମୁହଁରୁ ଶୁଣିବାକୁ ଚାହୁଁଥିଲା "କହ ରଙ୍ଗିଣୀ ମୋତେ ଭଲ ପାଉ"?


ମୁଁ ସେଦିନ ଅବଜ୍ଞାର କୃତ୍ରିମ ହସ ଫିଙ୍ଗି କହିଥିଲି ,ଭଲ ପାଇବା, ପୁଣି ତୋତେ! ଛିଃ ମୋ ପରି ସୁନ୍ଦର ଝିଅକୁ ତୋ ପରି ପ୍ରେମିକ!!ତୁ ବିଧି ପାଇଁ ଠିକ୍।ମୋ ପାଇଁ କେଉଁ ରାଜ କୁମାର ଥିବ ବିଦ୍ଦୁ।ଭଲ ବନ୍ଧୁ ତୁ ମୋର।ବିଶ୍ୱାସ କର ନୀରଜ ତୋ ସଂଗେ ସାଙ୍ଗ ହେଲା ବେଳେ କେବେ ଭାବିନି ତୁ ମୋର ବଏ ଫ୍ରେଣ୍ଡ ବୋଲି।ମୋତେ ଲାଗେ ତୁ କେବଳ ମୋର ଗୋଟିଏ ଭଲ ସାଙ୍ଗ।


ଆଉ ତୋ ଏ ଲୁହ! ତୋତେ ଠିକ୍ ରେ ଅଭିନୟ କରି ଆସୁନି ରଙ୍ଗଣୀ। ଦେଖ ଅଭିନୟ କେମିତି କରନ୍ତି ମୋଠୁ ଶିଖ।


ହେ ରଙ୍ଗଣୀ! ତୁ ମୋ ସାଙ୍ଗ ହୋଇ ପାରୁନା।ସ୍ୱାର୍ଥପର ଝିଅ, ନୀରଜ; ୟୁନିଭରସିଟ ଟପରର ସାଙ୍ଗ! ନୋ ନେଭର୍।ଆଇ ହେଟ ୟୁ ସ୍ନିଗ୍ଧା।ତୁ ମୋ ରଙ୍ଗଣୀ ହୋଇ ପାରୁନା।ନା କେବେ ନୁହେଁ।ତୁ କେବଳ ସ୍ନିଗ୍ଧା ମହାପାତ୍ର।ଚିଲେଇ କି କହିଲା ନୀରଜ।


ଏତକ କହି ଏକମୁହାଁ ହୋଇ ନୀରଜ ଚାଲିଗଲା ଷ୍ଟଡି ସେଣ୍ଟର ଆଗ ଦେବଦାରୁ ଗଛ ତଳୁ।ସେଇ ଦିନୁ ନା କଥା ହୋଇଛି ନା ଥରେ ରଙ୍ଗଣୀ ଡାକିଛି।ବରଂ ବିଧି ସହ ଏମିତି ପ୍ରେମିକ ଅଭିନୟ କରିଛି ଯେ ପିଲାଙ୍କଠାରୁ

ସାରଙ୍କ ଯାଏ ସମସ୍ତେ ଛି ଛି କରିଛନ୍ତି।


ପାଠ ସରିଛି।ଅଭିନୟ ବି ସରିଛି।ଛାତିରେ ଛାତିଏ କୁହୁଳା ଧୂଆଁ ନେଇ ମୁଁ ଆମ କ୍ୱାଟରକୁ ଚାଲିଗଲି।


ଏତିକି ଅଭିନୟ କରି ନଥିଲେ ବିଧି ନୀରଜକୁ ପାଇ ପାରି ନଥାନ୍ତା।ବିଧିଙ୍କ ବାପା ନୀରଜକୁ ବଂଚିବାକୁ ଦେଇ ନ ଥାନ୍ତେ।ଯେଉଁ ଖୁସି ତାଙ୍କ ଝିଅକୁ ମିଳିବନି ସେ ଖୁସିକୁ ସେ ସବୁଦିନ ସଂସାରରୁ ବିଦା କରିଦେବା ଲୋକ।ସମସ୍ତେ ଜାଣନ୍ତି ବିଧି ବାପା ନିଜକୁ ଭଲ ଲାଗୁଥିବା ଜିନିଷ କେମିତି ଛଡେଇ ନିଅନ୍ତି।


ମୁଁ ଏତିକ ଜାଣି କେମିତି ପ୍ରକାଶ କରିଥାନ୍ତି ହଁ ନୀରଜ ତୋତେ ମୁଁ ବହୁତ ଭଲ ପାଏ!


ଆରେ କଣ ଷ୍ଟାଚ୍ୟୁ ହୋଇଗଲୁ!!


ନାଇଁ ଘରେ' ବଂଶ' ଖାଇଲା କି ନାହିଁ ଭାବୁଥିଲି।ଖୁବ୍ ଦୁଷ୍ଟ ହୋଇଛି।


ସ୍ନିଗ୍ଧା ଥରେ କହିଥିଲି ମନେ ଅଛି ,ତୋତେ ଅଭିନୟ କରି ଆସେ ନାହିଁ।ତୁ ଏବେ ତୋ ପୁଅ ନୁହଁ ଆମ କଲେଜ କଥା ଭାବୁଥିଲୁ।ସତ କହ ,ଏଇଆ ନା।


କଲେଜ ! ଦୀର୍ଘ ପନ୍ଦର ବର୍ଷ ତଳ କଥା! ମୋର ଆଉ ମନେ ନାହିଁ ରେ।ତୁ କହିଲୁ ଏମିତି କଣ ଦିଶୁଛ? ବିଧି କେଉଁଠି? ତୁମ ପିଲା ପିଲି କେତୋଟି।ସେଇ ଦିନ ଭଲ ପାଏ ନାହି କଣ କହିଦେଲି ଯେ ସବୁ କାଟିଦେଲୁ?

ଭଲ ସାଙ୍ଗ କଣ ଏମିତି କରନ୍ତି!


ତୁ ଭଲ ସାଙ୍ଗ! ହୁଏତ ସେଦିନ ସେମିତି ଅଭିନୟ କରି ନଥିଲେ ମୋ ଜୀବନ ଗତି କୁଆଡେ ଯାଇଥାନ୍ତା।ତୋ ସାଙ୍ଗ ବିଧି ,ଯାହା ପାଇଁ ମୋତେ ଛାଡ଼ିଦେଲୁ ସେ କଣ କଲା? ତୁ ତା ସଙ୍ଗେ ହୋଇ କେମିତି ଜାଣି ନଥିଲୁ ତା ନେଚର୍! ତାର କଣ ଗୋଟେ ନାରୀ ମନ! ସେ ସମ୍ପୂର୍ଣ୍ଣ ପ୍ରଜାପତି ଟିଏ।ଗୋଟିଏ ଫୁଲରେ ବସି କଣ ସନ୍ତୁଷ୍ଟ ହେବ! ଏ ସାରା ଦୁନିଆଁ ଫୁଲ ତାର।


କଣ କହୁଛୁ ଯେ।ବିଧି ବିଷୟ ରେ ମୁଁ କିଛି ବି ଜାଣିନି।ସେ ତୁମକୁ ପାଗଳ ପରି ଭଲ ପାଉଥିଲା ତ।ପୁଣି କଣ ହେଲା?


ତୋତେ ନା ଅଭିନୟ କରି ଆସେ ,ନା ତୁ କାହା ଅଭିନୟ ବୁଝିପାରୁ।ସେ ଠିକ୍ ଜାଣିଥିଲା ଆମେ ପରସ୍ପର ଭଲ ପାଉଥିଲେ।ହଁ ଏବେ ପ୍ରକାଶ କରି ନଥିଲେ।ସେଥିପାଇଁ ସେ ତୋ ସରଳ ସ୍ୱଭାବର ଫାଇଦା ଉଠାଇଲା।ନଚେତ କଲେଜ ଟପର ନୀରଜ ମିଶ୍ରକୁ ସେ ପାଇଁ ପାରିଥାନ୍ତା।ଏମ୍ ସି ପରେ ତୁ ତ ଚାଲିଗଲୁ।ମୁଁ ଏଣ୍ଟ୍ରାନ୍ସ ଦେଇ ଇଣ୍ଡିଆନ ଷ୍ଟାଷ୍ଟିସ୍କାଲ ସର୍ଭିସ ପଞ୍ଜାଵ ରେ ପାଇଗଲି।ଜାଣି ଜାଣି ବିଧି ତୋ ସହ ସମ୍ପର୍କ କାଟିଲା ।କାରଣ ସେ ଚାହୁଁ ନଥିଲା ତୋତେ ମୁଁ ଦେଖେ।ଖୁବ୍ ଚାଲାକ ଥିଲା।ଗୁଡାଏ ବାଜେ ଅଭ୍ୟାସ।ପାର୍ଟି ,ଡ୍ରିଙ୍କସ୍,ରାତି ଅଧିଆ ଘରକୁ ଫେରିବା ଇତ୍ୟାଦି।


ପୋଖତ ଅଭିନେତ୍ରୀ ତୋ ବିଧି। କି ଚମକ ପ୍ରଦ ତାର ନାଟକୀୟ ଯୋଜନା! ଜାଣିଛୁ ସେ ଡିଭୋର୍ସ ମୋତେ କାହିଁକି ଦେଲା?


ମୁଁ କୁଆଡେ ଅଫିସ୍ ରେ ମହିଳା ଷ୍ଟାପଙ୍କ ସହ ଖରାପ ସମ୍ପର୍କ ରଖେ।ମୋ ଚରିତ୍ର ଖରାପ।ପଇସା ଦେଇ ସାକ୍ଷୀ ବି ଯୋଗାଡ଼ କରିଦେଲା।ସବୁ ସାକ୍ଷୀ ପ୍ରମାଣ ମୋ ବିରୁଦ୍ଧରେ।କୋଟି କୋଟି ଟଙ୍କାର ମାଲିକ ବାପାର ଝିଅ।କାଉକୁ ସେ ଧଳା କରି ଦେଇପାରେ।


ଚାକିରି ଛାଡି ତାରି ବାପା ବ୍ୟବସାୟରେ କୁକୁର ହେବାକୁ ମୋତେ ପରାମର୍ଶ ଦେଲା।ତା କଥାରେ ବସ୍ ଉଠ୍ ହେବାକୁ କହିଲା।ସ୍ୱାଭିମାନୀ ମଣିଷ ମୁଁ କୁକୁର ହେବାକୁ ଚାହିଁବି କି? ଏଣୁ ମିଛ ସାକ୍ଷୀ ଦେଇ ଜଣେ ମହିଳା ଷ୍ଟାପ୍ଙ୍କ ସହ ମୋର ଅନୈତିକ ସମ୍ପର୍କ ଥିବାରୁ ମୋତେ ଡିଭୋର୍ସ ଦେଇଦେଲା।


ଓଃ ଦୀର୍ଘଶ୍ଵାସ ଛାଡି କହିଲି ଓହୋ ଏତେ କଥା ଘଟି ଯାଇଛି! ମୁଁ କିଛି ବି ଖବର ପାଇନି।ତୁମେ ତ କୁଆଡେ ଗଲ କଣ କଲ କିଛି ଜାଣି ପାରିଲିନି।ବିଧି ଏତେ ତଳକୁ ଖସି ଗଲା!ସେ ଯଦି ତା ସୁଖ ରାସ୍ତା ଧରିଲା ,ତୁମେ ଆଉ ଜଣେ ସାଥି ଖୋଜିଲନି !


ନା ବାବା ନା ବାପା ଝିଅ ଆମେ ଖୁବ୍ ଖୁସିରେ ଅଛୁ।ଦଶ ହରା ଛୁଟିରେ ଘରକୁ ଆସିଥିଲି।ଶୁଣିଲି ତୁ ଆମ ସ୍କୁଲରେ ମାଷ୍ଟ୍ରାରାଣୀ ଅଛୁ ।ଦେଖା କରିବାକୁ ଟିକେ ଚାଲି ଆସିଲି।

 

ଝିଅ ! 


ହଁ 'ପାରୁଲୁ' ମୋ ଝିଅ ଷ୍ଟାଣ୍ଡର୍ଡ ଏଇଟିର ଛାତ୍ରୀ।


ରିସେସ ବେଲ୍ ପଡିଲା।ନୀରଜ କହିଲା ଯା ସ୍ନିଗ୍ଧା ତୋ କ୍ଲାସ୍ ଥିବ।


ହଁ କହି ମୁଁ ଭାରି ମନ ନେଇ ଫେରିଲି।ବିଧି ଝିଅଟିଏ ଛାଡି ଅନ୍ୟତ୍ର ବିବାହ କଲା? କିନ୍ତୁ ସେଦିନ କି ଅଭିନୟ କରିଥିଲା ମୋ ପାଖେ।"ସ୍ନିଗ୍ଧା ! ନୀରଜ ବିନା ମୁଁ ବଞ୍ଚି ପାରିବି ନାହିଁ।ତୋର ସେ ଭଲ ସାଙ୍ଗ।ତାକୁ ଟିକେ କହ।ତୋ କଥା ସେ ନିଶ୍ଚେ ରଖିବ।ସ୍ନିଗ୍ଧା ତୁ ମୋ ବେଷ୍ଟ ଫ୍ରେଣ୍ଡ ନା।ଏତିକି କର ପ୍ଲିଜ଼।"


ଲୋକମାନେ କେମିତି ଏମିତି ଅଭିନୟ କରି ପାରନ୍ତି!


କେବଳ ମୋ ପାଇଁ ନୀରଜ ପରି ଗୋଟେ ସୁଧାର ପିଲା ଜୀବନ ନଷ୍ଟ ହୋଇଗଲା ଭାବି ଖୁବ୍ କଷ୍ଟ ଲାଗିଲା।


ମନ କହୁଥିଲା ନୀରଜ ମୋତେ ସ୍ନିଗ୍ଧା ନ କହି ରଙ୍ଗଣୀ ରଙ୍ଗଣୀ କହିଥାନ୍ତା କି!




Rate this content
Log in

Similar oriya story from Tragedy