STORYMIRROR

Madhabi Patel

Inspirational

4  

Madhabi Patel

Inspirational

ଅଭିନୟ

ଅଭିନୟ

2 mins
1.9K


ଦିନସାରା ଏକ ରାଜନନ୍ଦିନୀର ଜୀବନ ବଞ୍ଚୁଥିଲା ଉର୍ବଶୀ।ନାଆଁଟି କିଏ ଦେଇଥିଲା ଉର୍ବଶୀ କେଜାଣି?

ଠିକ୍ ଏକ ଅପ୍ସରା ପରି ରୂପ ତାର।ଦୁଧିଆ ରଙ୍ଗ ସାଙ୍ଗରେ ସୁନ୍ଦର ଗଢଣ।ଅଧିକ ମୋଟା ନୁହେଁକି ଅଧିକ ପତଳା ବି ନୁହଁ,ମାପିଚୁପିକି ଯେପରି ଗଢିଥିଲେ ସୃଷ୍ଟିକର୍ତ୍ତା |ଭଗବାନ ଗରିବ ପରିବାରରେ ଏପରି ଅପରୂପାର ଜନ୍ମ କେମିତି କରିଦେଲେ କେଜାଣି?ବୋଧହୁଏ ଭୂଲରେ କରିଥାଇ ପାରନ୍ତି?

ଏକ ଟିଭି ସିରିଏଲରେ କାମକରେ ଉର୍ବଶୀ।ଦିନସାରା ବଡ ଉଆସ ଭିତରେ ସୌକିନ ସାଜ ସରଞ୍ଜାମ ସାଙ୍ଗରେ କଟେ ତାର ଜୀବନ।ଭଲ ଦାମୀ ଡ୍ରେସ,ସୁନ୍ଦର ଗହଣା ପିନ୍ଧି ବୁହୁତ ସୁନ୍ଦର ଦିଶେ।ଦାମୀ ଗଜଦନ୍ତ ପଲଙ୍କର କୋମଳ ଶେଜ ସୁପାତିରେ ଶୁଏ। ଭଲଭଲ ଖାଦ୍ୟ ଖାଇବାକୁ ମିଳେ।କେତେ ରକମର ଯୋତା,ଚପଲ,କେତେ ରକମର କ୍ରିମ, ଲିପିଷ୍ଟିକ ଓ ଶୃଙ୍ଗାର ଜିନିଷ ବ୍ୟବହାର କରେ।ଲାଗେ ଯେମିତି ସେ ସତକୁ ସତ ରାଜକୁମାରୀ ଟିଏ।ସେଠି ସମସ୍ତଙ୍କୁ ଆଦେଶ ଦେଲେ ସବୁ କାମ ପୂରା କରିବାକୁ ଦାସୀ ପରିଚାରୀ ଥାଆନ୍ତି।ମାଲିକାଣୀ ସାଜି ଉଚ୍ଚ ସ୍ବରରେ ଆଦେଶ ଦେବା ଅଭ୍ୟାସ ହୋଇଯାଇଛି ତାର। ରାଜକୁମାର ଟିଏ ତାର ପ୍ରେମରେ ପାଗଳା ହୋଇ ଥାଏ।ତାର ସବୁ କଥାକୁ ସମ୍ମାନ ଓ ମହତ୍ତ୍ବ ଦେଉଥାଏ।କେବେ ପକ୍ଷୀରାଜ ଘୋଡାରେ ତ କେବେ କାର୍ କି ଉଡାଜାହାଜରେ ବୁଲାଇ ନିଏ ବିଭିନ୍ନ ଜାଗାକୁ।କେତେ ନୂଆଁ ଦେଶ ଓ ସୁନ୍ଦର ଜାଗା ଦେଖି ସାରିଲାଣି ଏ ଭିତରେ।କଥା କହିଲାବେଲେ ସଭ୍ୟ ଶବ୍ଦର ଉଚ୍ଚାରଣ ଶୁଣି ଆସୁଛି ତା କାନ।ମନରେ ଆଘାତ ଦେବାଭଳି କଥା କେହି କହନ୍ତିନି ସେଠି।ତାକୁ ସେଠି ଲାଗେ ସେ ଯେମିତି ସବୁଠୁ ସୁଖୀ ମଣିଷ ଟିଏ।ଧନ ସମ୍ପଦ ପ୍ରେମ ସବୁ ତା ପାଖରେ ଉପଲବ୍ଧ ଅଛି ।


ହେଲେ ଯେତେବେଳେ କାମସାରି ଘରକୁ ଫେରେ।ଜୀବନ ସଂପୂର୍ଣ ଓଲଟା ହୋଇ ପଡେ।ଛୋଟ କୁଡିଆ ଭିତରେ ରହିବାକୁ ପଡେ।ଶାଶୁଶଶୁରଙ୍କ କଟୁ ବଚନ ରେ ଛାତି ଚିରିଯାଏ।ଆସୁ ଆସୁ କହିବେ ବହୁତ ଦିନ ବାହାରେ ମଜାରେ ଅୟସ କଲୁ ଏବେ ଆମପାଇଁ କଛି କରି ଖୁଆଅ ।ବୋହୂ ହେବାର ଦାୟିତ୍ବ ତୁଲାଅ।ମଦୁଆ ସ୍ବାମୀ କହିବ ବେଶି ହିରୋଇନ ହେବାର ନଖରା ଦେଖାନି ମୋପାଖେ ।କେତେ କମାଇଛୁ ସବୁ ଆଣି ମତେ ଦେ।ତୋର ସତୀ ପଣିଆଁ ତ୍ରିୟା ଚରିତ୍ର ମୁଁ ସବୁ ଜାଣିଛି।ତୋର ସେ ଅପସରି ରୂପ ମତେ କିମଆଁ କରି ପାରିବନି।


ଯାହା କମେଇ ଆଣିଥିବ ସବୁ ଘରଖର୍ଚ୍ଚକୁ ନିଅଣ୍ଟ ପଡେ।ନିଜ ପାଇଁ କିଛି କିଣି ପାରେନି।ଛୋଟ ଝିଅ ସିମି ସେପଟେ ଅନେଇଁଥିବ ମାଆ କେତେବେଳେ ଗେଲ କରିବ ବୋଲି।ମାଆ ସବୁବେଳେ କାମରେ ବାହାରେ ରହୁଛି।ସେ ଘରେ ଏକା ହୋଇଯାଏ।ମଦୁଆ ବାପା ଆଉ ଜେଜେମା ମାଆ ପଛରେ ଅନେକ ନିନ୍ଦା କରନ୍ତି।ମାଆର ନିନ୍ଦା ତା ପାଇଁ ଅସହ୍ୟ ହୁଏ।ମାଆ ଏତେ କଷ୍ଟକରି ଉପାର୍ଜନ କରି ଆଣନ୍ତି ଅଥଚ ତାଙ୍କ ଫ୍ରଶଂସା ବଦଳରେ କେତେ କଥା ଶୁଣାନ୍ତି ସେମାନେ।ବଡ ରାଗ ହୁଏ ତାର।ହେଲେ କଣ ବା କରିବ?ଛୋଟ ଅଛି ସିଏ?

ଉର୍ବଶୀ ଝିଅର ନିରୀହ ଆଖିର ଭାଷା ବୁଝେ।ଝିଅ ପାଇଁ ସମସ୍ତଙ୍କ ସବୁ କଟୁବଚନ ହଜମ କରିନିଏ।

 ଘରେ ଆସିଲେ ମାଟି ଚୁଲ୍ଲୀରେ ରୋଷେଇକରେ ଧୂିଆଁରେ ଆଖିରୁ ଲୁହ ଗଡିପଡେ।ଘରେଆସି ପୁରୁଣା ସୂତାଶାଢୀ ଗୁଡେଇ ହୁଏ ।ବାସି କି ବଳକା ଯାହା ଖାଦ୍ୟ ମିଳେ ଖାଏ।ରାତିରେ ମଦୁଆ ସ୍ବାମୀର ମାଡ ଅତ୍ୟାଚାର ବି ସହେ।

ମନେପଡେ ରାଜକୁମାରର ପ୍ରେମ। ତାସହ ସ୍ବାମୀ ବିର୍ଜୁର ଅଶ୍ରାବ୍ୟ ବଚନକୁ ତୁଳନା କରେ।ଶାଳୀ , ରଣ୍ଡୀ ବେଶି ଦେଖେଇ ହଉଛି, ନିଜେ କମଉଛି ବୋଲି।ତୋର ପିଲା ସମ୍ଭାଲୁଛି।ସ୍ତ୍ରୀ ହେବାର ମାନ୍ୟତା ଦେଇଛି।ସେଥିପଇଁ ମୁଣ୍ଡ ଟେକି ବାଟ ଚାଲୁଛୁ। ତୋର ଗରିବ ବାପର ଓଜନ ହାଲୁକା କରିଛି ବିନା ଯୌତୁକରେ ତତେ ବିବାହ ହୋଇ।ନହେଲେ ଅବିହାରି ହୋଇ ପଡିଥାନ୍ତୁ ଆଜିଯାଏ । କମାଉଛୁ ଯେ ଆମପାଇଁ କିଛି ଦୟା କରୁନୁ।ମୁଁ ବିତ କମାଉଛି ଘରପାଇଁ।ସ୍ତ୍ରୀ ପୁରୁଷ ଦୁଇଜଣ କମାଇଲେ ଯାଇ ଘର ଚଳେ।ହଁ ମୁଁ ମଦଟିକେ ପିଇଦିଏ।ତୁ,ବିତ କେତେ ସଜବାଜ ଜିନିଷ କିଣୁ। ଉର୍ବଶୀ ସବୁ ସହିଯାଏ।କେବଳ ଝିଅପାଇଁ। ସେ ମନସ୍ଥ କରିଛି ସିମିକୁ ପଢାଇ ଯୋଗ୍ୟ କରିବାକୁ ପଡିବ।କିଛି ସମ୍ମାନ ଜନକ ଚାକିରି କରିବ ତାର ଝିଅ।ତାପରି ହିନିମାନଭରା ଦୁଇଟା ଜୀବନ ବଞ୍ଚିବନି।ସେ ଅଭିନୟରେ ନୁହେଁ ସତରେ ରାଜନନ୍ଦିନୀର ଜୀବନ ବଞ୍ଚିବ।



Rate this content
Log in

Similar oriya story from Inspirational