Lalita Mohan Mishra

Inspirational Others

3  

Lalita Mohan Mishra

Inspirational Others

ଅବାଞ୍ଛିତ ପ୍ରତିଯୋଗୀତା

ଅବାଞ୍ଛିତ ପ୍ରତିଯୋଗୀତା

4 mins
470


ବେଳେ ବେଳେ ଜୀବନର ଗତିପଥ ନିଜେ ସ୍ଥିର କରିପାରେ ନାହିଁ । ଏଇଟା କଲେ ଭଲ ହେବ କି ସେଇଟା କଲେ ଭଲ ହେବ - ନ ଯଯୌ ନ ସ୍ତତୌ ଅବସ୍ଥାରେ ବା ଦି ଛକିରେ ମଣିଷ ପଡିଯାଏ । ଅନ୍ଯର ପରାମର୍ଶ ଲୋଡେ । ଉଚିତ୍ ପରାମର୍ଶ ପାଇଲେ ଆଗେଇ ଯାଏ ନ ହଲେ ମନରେ ବିଷାଦ ଭରିଯାଏ ।


- ନିଜ ମନର କଥା ନିଜର ଲୋକଙ୍କୁ କହିବାକୁ ଇଚ୍ଛା କରେ କିନ୍ତୁ ସମ୍ପୂର୍ଣ୍ଣ କହିପାରେ ନାହିଁ । ତାର କାରଣ ମୁଁ ଯେଉଁ ସମସ୍ୟା ଦେଇ ଗତି କରୁଛି ସେ  ସମସ୍ୟାର ସମାଧାନ କରିବା ବଦଳରେ ଅନ୍ୟମାନେ ଆଉ କେତେକ ସମସ୍ୟା ଲଦି ଦେବେ ତେଣୁ ମୁଁ ଭାବେ ଏହାଙ୍କୁ କହି କିଛି ଲାଭ ନାହିଁ । 


- ଅନୁଭବି ଲୋକ ହିଁ ବୁଝିପାରିବ... ସମସ୍ତେ ବୁଝି ପାରିବେ ନାହିଁ । ତେଣୁ ଜୀବନଟା ବେଳେ ବେଳେ ଏକା ଏକା ଲାଗେ ମନରେ ହତାଶା ଭାବ ସୃଷ୍ଟି ହୁଏ । ସବୂଥାଇ ନ ଥିଲା ଭଳି ଲାଗେ ... ସବୁ ପାଇ ନ ପାଇଲା ଭଳି ଲାଗେ । କ'ଣ କଲେ ଭଲ ହେବ ? କ'ଣ କଲେ ଖରାପ ହେବ ? ଅସମଞସ ଅବସ୍ଥାରେ ପଡିଯାଏ । ଯାହାକି ଆମେ କହୁ - ଜୀବନଟି ଦି ଛକିରେ ପଡି ଯାଇଛି । 


- ସବୁଦିନ ପରି ଆଜି ମଧ୍ୟ ସକାଳ ଓ୍ବାକିଙ୍ଗରେ ଯାଇ ଥାଏ ସେହି ସବୁଜିମା ଭରା ଜଙ୍ଗଲ ଆଡକୁ । ମୋ ପରି ଏମିତି କେତେ ଲୋକ ଦୌଡୂଥାନ୍ତି । ମୁଁ ଲକ୍ଷ୍ୟ କଲି ମୋ ଠାରୁ କିଛି ଦୂର ରେ ଜଣେ ବ୍ୟକ୍ତି ମଧ୍ୟ ଦଉଡୁଛନ୍ତି ଆଉ ସେ ହୁଏତ ମୋ ଠାରୁ ଟିକିଏ ମନ୍ଥର ଗତି ରେ ଦଉଡୁଛନ୍ତି ।


- ମୋତେ ଲାଗିଲା ମୁଁ ଯଦି ଟିକିଏ ବେଗ ବଢେଇ ଦେବି ତାଙ୍କ ପାଖରେ ଶୀଘ୍ର ପହଞ୍ଚିଯିବି , ଏପରିକି ତାଙ୍କୁ ମଧ୍ୟ ଟପି ଯାଇ ପାରିବି । ତା ପରେ ମୋର ଗତିପ୍ରତି ମନଧ୍ୟାନ ଦେଲି ଆହୁରି ବେଗ ବଢେଇଦେଲି ଦଉଡିବାରେ ।


- ମୁଁ ଲକ୍ଷ୍ୟ ରଖୁଥାଏ , ପ୍ରତିଟି ଗଛ ପାରି ହେଲା ବେଳକୁ ମୁଁ ତାଙ୍କର ଟିକିଏ ନିକଟତର ହୋଇ ଯାଉଥାଏ । ଏମିତି ଦଉଡୁ ଦଉଡୁ ମୁଁ ମୋର ବେଗ ବଢେଇ ଚାଲିଥାଏ ଓ ଆହୁରି ଆହୁରି ସେଇ ବ୍ୟକ୍ତିଙ୍କ ନିକଟରୁ ନିକଟତର ହେଇ ଚାଲୁଥାଏ । ମୋ ମନରେ ଏକ ଆହେତୁକ ରୋମାଞ୍ଚ ଅନୁଭୂତ ହଉଥାଏ ।


- ଏପରି ଦଉଡୁ ଦଉଡୁ ଦେଖିଲି ସେ ମୋ ଆଗରେ ମାତ୍ର ୩୦୦ ଫୁଟ ଦୂର ରେ ଅଛନ୍ତି । ମୁଁ ପୁଣି ବେଗ ବଢେଇ କିଛି ମିନିଟ ରେ ୧୦୦ ଫୁଟ ଦୂରତାକୁ ଆସିଲି । ପୁଣି ବେଗ ବଢେଇ ଦେବାରୁ ଖୁବ ଶୀଘ୍ର ତାଙ୍କ ସମକକ୍ଷକୁ ହୋଇଗଲି ଓ ତାଙ୍କର ଆଗକୁ ମଧ୍ୟ ବଢି ଗଲି ।


- ସତ କହିବାକୁ ଗଲେ ମୋ ମନ ଭିତରେ ଗୋଟିଏ ଖୁସିର ଲହରୀ ଖେଳୁଥିଲା କେଇ ମୁହୂର୍ତ୍ତ ପାଇଁ , ମୁଁ ତାଙ୍କୁ ଜିତି ଗଲି ବୋଲି । ତେବେ ଜୋର ଦଉଡି ଥିବାରୁ କିଛିଟା କ୍ଲାନ୍ତ ଅନୁଭବ କରିଏକ ଗଛ ମୂଳରେ ବସି ପଡିଲି ଓ ସେତେବେଳେ ମନରେ ଚିନ୍ତାକଲି ।


- ମୁଁ ଏହି ଦୌଡରୁ ପାଇଲି କଣ ? ସେ ମହାଶୟ ତ ଜାଣି ନଥିଲେ ମୁଁ ତାଙ୍କ ସହ ଦୌଡ ପ୍ରତିଯୋଗୀତାରେ ଭାଗ ନେଇଛି ବୋଲି । ସେ ତ ତାଙ୍କ ପ୍ରକୃତିକ ଗତିରେ ଯାଉଥିଲେ । ତେଣୁ ମୁଁ ଜିତିଲି କେଉଁଠି ?


- ମୁଁ ଏହି ଦୌଡ ପ୍ରତିଯୋଗୀତାରେ ପାଇଲି କ'ଣ ହରେଇଲି କ'ଣ ସବୁ ?


୧.ତାଙ୍କୁ ଟପି ଆଗକୁ ଚାଲିଯିବା ନିଶା ରେ ନିମଗ୍ନ ହେଇ ବାଟରେ ମୋ ଘର ଆଡକୁ ଯିବା ରାସ୍ତା ଛାଡି ଦେଇ ମୁଁ ପଥ ଭ୍ରଷ୍ଟ ହେଲି । 

୨.ଜୋରରେ ଦୌଡିବା ଯୋଗୁଁ ଦୁଇ ତିନିଥର ଝୁଣ୍ଟିଲି ଓ ଖାଲରେ ଗୋଡ ପଡି ଯିବାରୁ କଚାଡି ହୋଇ ପଡିଥାନ୍ତି , ଅଳ୍ପକେ ବଞ୍ଚିଗଲି । ପଡିଥିଲେ ହୁଏତ ଗୋଡ ବି ଭାଙ୍ଗି ଯାଇଥାନ୍ତା । 

୩.ମୋର ଚତୁର୍ଦିଗ ରେ ଥିବା ସୁନ୍ଦର ସବୁଜିମା ର ସୌନ୍ଦର୍ଯ୍ୟ ଉପଭୋଗ କରି ପରିଲି ନାହିଁ ଯାହା ସାଧାରଣତଃ ସବୁଦିନ କରିଥାଏ । 

୪.ସବୁଦିନ ପରି ପ୍ରଭାତ ଭ୍ରମଣ ସମୟରେ ମନ ଭିତରେ ଯେଉଁ ଅନ୍ତରାତ୍ମାକୁ ଖୋଜି ତାହା ଉପରେ ଭାବନା ଦେଇଥାଏ ଓ ଶାନ୍ତି ଲାଭ କରି ଥାଏ ,ତାହା ମଧ୍ୟ ହୋଇ ପାରିଲା ନାହି , ମୋର ସବୁ ଧ୍ୟାନ କେବଳ ତାଙ୍କଠାରୁ ଆଗକୁ ଯିବାରେ କେନ୍ଦ୍ରୀଭୂତ ହୋଇ ରହିଗଲା । 


-ଏହି ସବୁ ଭାବନା ମନରେ ଖେଳିଯିବା ପରେ ଭାବନା ଆସିଲା - ଆରେ , ଇୟେ ତ ଦୌଡ ପ୍ରତିଯୋଗୀତା ନୁହେଁ ଏହା ପ୍ରଭାତ ଭ୍ରମଣର ବ୍ୟାୟମ । ତେବେ ଆମେ କଣ ଆମ ଜୀବନ ସାରା ଏହା ହିଁ କରୁ ନାହୁଁ କି ? ଆମେ ସଦା ସର୍ବଦା ପ୍ରତିଯୋଗୀତାରେ ରହୁ ନାହୁଁ କି ? ନିଜ ସହକର୍ମୀ ମାନଙ୍କ ସହ , ନିଜ ପଡୋଶୀ ମାନଙ୍କ ସହ , ନିଜ ବନ୍ଧୁବାନ୍ଧବ ମାନଙ୍କ ସହ , ଏପରିକି ନିଜ ପରିବାରର ଭାଇ , କୁଟୁମ୍ବ ଲୋକ ଙ୍କ ସହ ? ? ? ?


- ଆମେ କଣ ସଦା ସର୍ବଦା ନିଜର ଦ୍ରୁଷ୍ଟି ନିବେଶ କରୁ ନାହୁଁ କି ତାଙ୍କ ଠାରୁ ଆଗକୁ ଯିବାକୁ , ବେଶୀ ସଫଳ ହେବାକୁ , ବେଶୀ ନାମ କରିବାକୁ , ବେଶୀ ଅର୍ଥ ରଖିବାକୁ , ବେଶୀ ଆରମ ରେ ରହିପାରିବାକୁ ? ?


- ତେବେ ଆଉ... ଏହା ଦ୍ଵାରା ଆମେ ନିଜକୁ ବଞ୍ଚିତ କରୁଛୁ ନିଜ ପରିବେଶ ଭିତରେ , ନିଜ ସାମର୍ଥ୍ୟ ଭିତରେ ସୁଖୀ ଓ ଆରାମ ର ଜୀବନ ନିର୍ବାହ କରିବାକୁ । ନିଜର ଯେତିକି ଅଛି ସେଥିରେ ଆମେ ଖୁସି ରହି ତ ପାରନ୍ତେ , ଯଦି ଆମେ ଏହି ଅବାଞ୍ଛିତ ପ୍ରତିଯୋଗୀତାରୁ..... ନିଜକୁ ଦୂରେଇ ରଖି ପାରନ୍ତେ !


- କଥା ହେଲା , ଏହି ଅବାଞ୍ଛିତ ପ୍ରତିଯୋଗୀତା ଏକ ଅନ୍ତ ହୀନ ଚକ୍ରବୁହ୍ୟ । ଏଥିରେ ପଡିଲେ ମୁକ୍ତି ଲଭିବା ସହଜ ନୁହେଁ । ଏହାର କାରଣ - 

୧ . ସବୁବେଳେ ତୁମେ ଭାବ.. ଜଣେ ନା ଜଣେ ବ୍ୟକ୍ତି ଆପଣଙ୍କ ଠାରୁ ଆଗରେ ନିଶ୍ଚୟ ରହିବ । 

୨ . ସବୁବେଳେ କିଛି ବ୍ୟକ୍ତି ଆପଣଙ୍କ ଠାରୁ ଉଚ୍ଚତର ପଦ ପଦବୀରେ ଥିବେ.... 

୩ . ସବୁବେଳେ ବ୍ୟାଙ୍କ ରେ କାହାର ଅଧିକ ଅର୍ଥ ନିଶ୍ଚିତ ଥିବ... 

୪ . ସବୁବେଳେ କାହାର ପତ୍ନୀ ଅଧିକ ସୁନ୍ଦର ହୋଇଥିବେ ହୋଇଥିବେ... 

୫ . କାହାର ନା କାହାର ଛୁଆ ମାନେ ଅଧିକ ବିଦ୍ଵାନ ବା ସୁବ୍ୟବସ୍ଥିତ ହୋଇଥିବେ... 

୬. ସବୁବେଳେ କେହି ନା କେହି ଆପଣଙ୍କ ଠାରୁ ଅଧିକ ସୁନ୍ଦର ସ୍ଥାନ ରେ ରହିଥିବେ ଓ ଅଧିକ ଆରାମରେ ଥିବେ...


- ଏମିତି ଜୀବନର ତାଲିକା ଦେଖିଲେ ଆହୁରି ଲମ୍ବା .... ଆପଣ ମାନେ ଜାଣି ପାରୁଥିବେ ନିଜ ପରିପାର୍ଶ୍ଵକୁ ଦେଖି , ନିଜ ଅନୁଭୂତି କୁ ରୋମନ୍ଥନ କରି ବୁଝିପାରୁ ଥିବେ ମୁଁ କେଉଁ ସ୍ଥାନରେ ଅଛି ? ?


- ଏହି ପରିପେକ୍ଷୀରେ ଏତିକି ନିର୍ଣୟ ନିଆଯାଇ ପାରେ ଯେ ଆପଣ ନିଜର ଶ୍ରେଷ୍ଠତ୍ଵ ସେତେବେଳେ ହାସଲ କରିବେ ଯେତେବେଳେ ଆପଣ ନିଜକୁ ସୁଖୀ ଅନୁଭବ କରିବେ , ଏବଂ ସେତେବେଳେ ଶାନ୍ତି ପାଇବେ , ଯେତେବେଳେ ଆପଣ ଭବିବେ ନାହିଁ ଯେ କାହା ସହ ଅବାଞ୍ଛିତ ପ୍ରତିଯୋଗୀତାରେ ନାହାଁନ୍ତି ।


- ନିଜର ଯାହା ବିଦ୍ୟା ଅଛି ତାକୁ ଗ୍ରହଣ କରନ୍ତୁ , ନିଜର ଯାହା ଧନ ଅଛି , ତାହାକୁ ଗ୍ରହଣ କରନ୍ତୁ , ନିଜର ଯାହା ବ୍ୟକ୍ତିତ୍ବ ଅଛି ତାହାକୁ ଗ୍ରହଣ କରନ୍ତୁ ଓ ନିଜର ଲକ୍ଷ୍ୟ ପଥ ଦିଗରେ ଆରାମରେ ଅଗ୍ରସର ହୁଅନ୍ତୁ ।


-ଏତିକି ଯେବେ ହୃଦୟଙ୍ଗମ କରିବେ, ନିଜ ଲକ୍ଷ ପଥରେ ନିଜର ମନୋନିବେଶ କରିବେ , ଆପଣ ସୁଖୀ ହୋଇଯିବେ ,ସୁସ୍ଥ ରହିବେ , ସଫଳତା ଆପଣଙ୍କ ପଛରେ ଗୋଡେଇବ , ଆପଣ ନୁହେଁ ।  


- ମଣିଷ ନିଜର "ଜୀବନକୁ ଦି ଛକିରେ ନ ପକାଇ" ଭାଗ୍ୟରେ କୌଣସି ପ୍ରତିଯୋଗୀତା ନ ଥାଏ ଭାବି ଆଗକୁ ବଢିବା ଉଚିତ୍ । ପ୍ରତି ମଣିଷର ଭାଗ୍ୟ ତାହାର ନିଜର କର୍ମ ଉପରେ ହିଁ ନିର୍ଭର କରିଥାଏ , ଯାହା ଅବଶ୍ୟମ୍ଭାବୀ । ଅବାଞ୍ଛିତ ପ୍ରତିଯୋଗୀତା ଓ ତୁଳନା ମଣିଷର ଆନନ୍ଦକୁ କ୍ଷୁଦ୍ର କରିଦିଏ, ଏହା ନିଜ ଜୀବନ ନିଜେ ବଞ୍ଚିବାର ରାସ୍ତା କୁ ବନ୍ଦ କରିଥାଏ  ।

- ସ୍ବାଭାବିକ୍ ମଣିଷ ଜୀବନର ଦି ଛକିରେ ପଡିଥାଏ କିନ୍ତୁ ସକରାତ୍ମକ ଚିନ୍ତାଧାରା ଓ ଅବାଞ୍ଛିତ ପ୍ରତିଯୋଗୀତାରେ ଭାଗ ନ ନେଇ ମୁଁ କ'ଣ କଲେ ଭଲ ହେବ ? ତାହା ଭାବି ଆଗେଇ ଚାଲିଲେ ଭଲ ମଣିଷ ହୋଇପାରିବା ।


Rate this content
Log in

Similar oriya story from Inspirational