Anita Jena

Abstract Fantasy

4.0  

Anita Jena

Abstract Fantasy

ଅବାନ୍ତର ପ୍ରଶ୍ନ

ଅବାନ୍ତର ପ୍ରଶ୍ନ

4 mins
161



ହାପି ହୋଲି ପାଗଳ...... ବୋଲି କହି ଦେଇ ଇତି ହାତ ରେ ମୁଠାଏ ରଙ୍ଗ ଧରି ବୋଳି ଦେଲା ଆୟୁଷ ମୁହଁ ରେ । ବେଡ୍ ରେ ଶୋଇଥିବା ଆୟୁଷ ହଠାତ୍ କିନା ଉଠି ଯାଇ ଇତି ର ଏ ରଙ୍ଗ ବୋଳା ବ୍ୟବହାର ଦେଖି ଖୁବ୍ ଜୋରରେ ରାଗି ଗଲା । ପାଖରେ ତାଙ୍କର ଦଶ ବର୍ଷ ର ଝିଅ ପ୍ରାପ୍ତି ଆୟୁଷ ଙ୍କୁ ଦେଖି କହୁ ଥାଏ ମାମା ବାବା ଙ୍କୁ ରଙ୍ଗ ବୋଳି ଦେଲେ, ରଙ୍ଗ ବୋଳି ଦେଲେ । ବାପା ପୁରା ନୀଳ ଆଉ ନୀଳ । ଆୟୁଷ ପ୍ରାପ୍ତି ର କଥା ଶୁଣି ପ୍ରାପ୍ତି କୁ ନିଜ ରୁମ୍ ରେ ଦେଖି କିଛି ନ କହି ଚୁପ୍ ଚାପ୍ ବାଥରୁମ୍ ଭିତରକୁ ପଳେଇ ଗଲା । ଇତି ଆୟୁଷ ଙ୍କ ର ଏମିତି ବ୍ୟବହାର ଦେଖି ଟିକିଏ ମର୍ମାହତ ହେଲେ କିନ୍ତୁ ପ୍ରାପ୍ତି ଆଗରେ ନିଜର ଭାବନା କୁ ଆଉ ମଳିନ ଚେହେରା କୁ ଲୁଚେଇ ବା ପାଇଁ ଇତି ପ୍ରାପ୍ତି କୁ ଡାକି ନେଲେ ରୋଷେଇ ଘରକୁ ଆଉ କହିଲେ ଦେଖ ବେଟା କେତେ ପ୍ରକାର ର ମିଠା ଆଣିଛନ୍ତି ବାବା ତୋ ପାଇଁ ହୋଲି ରେ । ଆଉ କେତେ ସାରା ରଙ୍ଗ ବି । ତୁ ସବୁ ନେଇ କି ବାହାରକୁ ଯା ଖେଳିବୁ ଆଉ ତୋ ସାଙ୍ଗ ମାନ ଙ୍କୁ ସବୁ ମିଠା ଖାଇବା ପାଇଁ ଦବୁ । ପ୍ରାପ୍ତି ରଙ୍ଗ ଆଉ ମିଠା ଧରି ଖୁସି ଖୁସି ରେ ବାହାରକୁ ଚାଲି ଗଲା । 


  ଇତି ସୋଫା ଉପରେ ବସି ପଡ଼ି ଭାବିଲେ ସତରେ କେତେ ବଦଳି ଯାଇଛନ୍ତି ଆୟୁଷ । ସେଦିନ ର ଆୟୁଷ ଆଉ ଆଜି ର ଆୟୁଷ ଭିତରେ ଆକାଶ ପାତାଳ ଫରକ । ବଦଳି ଯାଇଛି ତାଙ୍କର ବ୍ୟବହାର, କଥା ବାର୍ତ୍ତା ଆଉ ଚିନ୍ତା ଧାରା । କଲେଜ୍ ସମୟରେ ଆରମ୍ଭ ହେଇଥିଲା ଦୁହିଁଙ୍କର ପ୍ରେମ କାହାଣୀ । ଦୁହେଁ ପରସ୍ପର ଙ୍କୁ ବିବାହ କରିବା ପାଇଁ ନିଷ୍ପତି ନେଲେ । ପରିବାର ଲୋକ ଙ୍କ ସମ୍ମତି କ୍ରମେ ଦୁହେଁ ବିବାହ କଲେ । ଆୟୁଷ ପିଲା ଟି ବେଳୁ ହିଁ ନିଜ ବାପା ମା ଙ୍କୁ ହରେଇ ଥିଲା । ସେ ନିଜ ମାମୁଁ ମାଇଁ ଙ୍କ ପାଖରେ ବଡ଼ ହେଇଥିଲା । ବିବାହ ପାଇଁ ମାମୁଁ ମାଇଁ ମଧ୍ୟ ସମ୍ମତି ଦେଲେ । ବିବାହ ପରେ ଦୁହେଁ ଆସି ଘର ଭଡ଼ା ନେଇ ଅଲଗା ରହିଲେ । ବିବାହ ର ଦୁଇ ବର୍ଷ ଯାଏଁ ଦୁହେଁ ଖୁବ୍ ଖୁସି ରେ ରହିଲେ । ଆୟୁଷ ଇତି ର ପ୍ରତି ଟି ଖୁସି ର ଧ୍ୟାନ ରଖୁଥିଲେ । ଇତି ର ସବୁ ଆଶା, ସ୍ବପ୍ନ କୁ ପୂରଣ କରିବା ପାଇଁ ସବୁବେଳେ ତତ୍ପର ଥାନ୍ତି ଆୟୁଷ ।  


  ଦୁଇ ବର୍ଷ ପରେ ଇତି ମା ହେବାକୁ ଯାଉଛି ବୋଲି ଖୁସି ଖବର ଦେଲେ ତା ପରେ ତ ଆୟୁଷ ଙ୍କ ର ଖୁସି ଦୁଇ ଗୁଣ ହେଇଗଲା । ଆୟୁଷ ଆଗ ଅପେକ୍ଷା ଆହୁରି ବେଶୀ ଯତ୍ନ ନେବାକୁ ଲାଗିଲେ ଇତି ଙ୍କ ର । 


  କିନ୍ତୁ ଯେତେବେଳେ ପ୍ରାପ୍ତି କୋଳ କୁ ଆସିଲା ଆୟୁଷ ଖୁସି ହେବା ବଦଳ ରେ ରାଗି ଗଲେ କାହିଁକି ନା ଇତି ଗୋଟିଏ କନ୍ୟା ସନ୍ତାନ କୁ ଜନ୍ମ ଦେଇଥିଲେ । ଆୟୁଷ କେବେ ହେଲେ ବି ଆଜି ଯାଏଁ ପ୍ରାପ୍ତି କୁ କୋଳ କୁ ନେଇ ମିଠା କଥା ପଦିଏ କହି ନାହାଁନ୍ତି । 


  ହଠାତ୍ ଶବ୍ଦ ଶୁଣି ଭାବନା ରାଇଜ ରୁ ଜାଗ୍ରତ ହେଲେ ଇତି । ଦେଖିଲେ ଆୟୁଷ ଲ୍ୟାପଟପ୍ ଖୋଲି କାମ କରିବାକୁ ଯାଉଛନ୍ତି । ଇତି ବେଡ୍ ପାଖକୁ ଯାଇ ଲ୍ୟାପଟପ୍ କୁ ବନ୍ଦ୍ କରି ଦେଇ କହିଲେ ।ବାସ୍ ବହୁତ୍ ହେଇଗଲା ଆୟୁଷ ବହୁତ୍ ହେଇଗଲା । ତମର ଏ ବ୍ୟବହାର ମୋ ବରଦାସ୍ତ ବାହାରକୁ ଚାଲି ଗଲାଣି । କଣ ପାଇଁ ତମର ଏ ରାଗ ଆଉ ଅଭିମାନ !? କଣ ପାଇଁ ? ତମେ କଣ ଭୁଲି ଗଲ ଆମର ଭଲ ପାଇବା କୁ ? ଆମର ସେ ସମ୍ପର୍କ , ଆମର ଟିକି ଟିକି କଥା ରେ ଝଗଡ଼ା କରିବା ଆଉ ଏବେ ତମେ ମୋ ଠୁ ଆମ ଝିଅ ଠୁ କୋଶେ ଦୂର ରେ ରହିଛ । ଝିଅ କଣ ଦୁନିଆ ରେ ଅଲୋଡା ? ତମେ ଜଣେ ପାଠ ପଢୁଆ ପିଲା ଆଉ ତମେ ଏମିତି ଝିଅ ଟିଏ ହେଲା ବୋଲି ଅଭିମାନ କରି ......... ମତେ ତ ଆଶ୍ଚର୍ଯ୍ୟ ଲାଗିଲା ଆୟୁଷ ତମେ ଏମିତି ବଦଳି ଯିବ.... ଥରେ କେବେ ଭାବିଛ ତମେ ଯାହା ପାଇଁ ଦୁନିଆ କି ଆସିଛ ସେ ଗୋଟିଏ ଝିଅ ଥିଲେ, ତମେ ଯାହାକୁ ତୁମ ସହିତ ସାରା ଜୀବନ ରହିବା ପାଇଁ ପସନ୍ଦ କରିଛ ସେ ବି ଗୋଟିଏ ଝିଅ । ଯଦି ସେ ସମସ୍ତଙ୍କ ଭିତରେ ତମକୁ କିଛି ଭୁଲ୍ ଦେଖା ଗଲା ନାହିଁ ତାହେଲେ ଆମର ଜନ୍ମ ହୋଇଥିବା ଝିଅ କେମିତି ଆମ ପାଇଁ ବୋଝ ହେଇଗଲା । ମୁଁ ଜାଣି ନାହିଁ ଆୟୁଷ ତମେ କଣ ପାଇଁ ଏମିତି ପ୍ରାପ୍ତି କୁ ଅଣଦେଖା କରୁଛ ହେଲେ ମତେ ବିଶ୍ବାସ କର ଆୟୁଷ ପ୍ରାପ୍ତି ସବୁବେଳେ କୁହେ ମାମା ବାବା କଣ ମତେ ଭଲ ପାଉ ନାହାଁନ୍ତି ? ସେ ତ ମୋତେ ଅନ୍ୟ ମାନଙ୍କ ବାବା ଙ୍କ ଭଳି ବାହାରକୁ ବୁଲେଇ ନଉ ନାହାଁନ୍ତି, ବେଲୁନ କିଣି ଦେଉ ନାହାଁନ୍ତି!


   ତମେ କୁହ ଆୟୁଷ ଏଥିରେ ପ୍ରାପ୍ତି ର ଦୋଷ କଣ ? ତାକୁ ତ ଭଗବାନ୍ ଦେଇଛନ୍ତି ଆମ କୋଳ ରେ । ସେ ତ ଜବରଦସ୍ତି ଚାଲି ଆସି ନାହିଁ ଆମ ଜୀବନ କୁ ନା । ତାହେଲେ ତା ପ୍ରତି ଏତେ ଘୃଣା ତମ ମନ ରେ କଣ ପାଇଁ ଆୟୁଷ । ଏଇ ରଙ୍ଗ ଯାହା କୁ ତମେ ଧୋଇ ଦେଲ ସେଇ ରଙ୍ଗ କୁ ଦିନେ ତମ ଦେହ ରେ ମାଖିବା ପାଇଁ ତମେ ହିଁ ମୋତେ କହୁଥିଲ । ଆମର ପ୍ରତି ଟି ହୋଲି କୁ ଆମେ ଦୁହେଁ କେତେ ଜାକଜମକରେ ରେ ପାଳୁଥିଲେ ହେଲେ ଆଜି ତମ ପାଇଁ ରଙ୍ଗ ର ସତେ ଯେମିତି ମୂଲ୍ୟ ହିଁ କିଛି ନାହିଁ । 


  ଯଦି ତମକୁ ଏତେ ଅସୁବିଧା ଆମ ଦୁହିଁଙ୍କୁ ନେଇ ତାହେଲେ ଆମେ ଦୁହେଁ କାଲି ସକାଳୁ ଏଠୁ ଚାଲିଯିବୁ । କିନ୍ତୁ ତମର ଏମିତି ମତେ ଅଣଦେଖା କରିବା ଟା ମୁଁ ଜମା ବି ସହି ପାରୁନି । ଛୋଟ ଝିଅ ର ଅବାନ୍ତର ପ୍ରଶ୍ନ ର ଉତ୍ତର ମୋ ପାଖରେ ନାହିଁ । 


 କିନ୍ତୁ ମନେରଖ ଆୟୁଷ ତମର ଏ ବଦଳି ଯିବା, ଆମ ଝିଅ କୁ ଘୃଣା କରିବା ଟା ଆମ ସଂପର୍କ ରେ ନିହାତି ଭାବେ ଗୋଟିଏ ବଡ ଝଡ଼ ନେଇ କି ଆସିବ । ବହୁତ୍ ବଡ଼ ଝଡ଼ । । 

   ଇତି ର ସବୁ କଥା କୁ ମୁଣ୍ଡ ପାତି ଶୁଣୁଥିଲେ ଆୟୁଷ । ଆୟୁଷ ର ଆଖିରେ ପଶ୍ଚାତାପ ର କୌଣସି ଚିହ୍ନ ବର୍ଣ୍ଣ ଦେଖିବାକୁ ପାଉ ନ ଥିଲେ ଇତି ।।।



Rate this content
Log in

Similar oriya story from Abstract