Jayanti Jena

Drama Inspirational

4.6  

Jayanti Jena

Drama Inspirational

ଆଉବୋଉ

ଆଉବୋଉ

10 mins
360



  

ବାହାଘର ପୁର୍ବରୁ ସବୁ କୁଆଁରୀ ଝିଅ ଖୁସିରେ ଆତ୍ମହରା ହୁଅନ୍ତି। ନୂଆଘର ନୂଆ ବନ୍ଧୁ ପୁଣି ସ୍ୱାମୀ ରୂପରେ ନୂଆ ସାଙ୍ଗଟିଏ ପାଇବେ , ନୂଆକରି ସଂସାର କରିଵ , ଜୀବନରେ ସାତ ରଂଗରୁ ମାତ୍ର ଗୋଟିଏ ରଙ୍ଗ ତ ସରିଛି ଆହୁରି ଛଅ ଟି ରଙ୍ଗ ଦେହରେ ଲାଗିବାର ଅଛି । ଏମିତି ରେତ   ବାପା, ମା, ଭାଇ,, ଭଉଣୀ ଙ୍କ ସହିତ କିଛିକାଂଶରେ ଜୀବନ ବିତିଛି ,ହେଲେ ସ୍ଵାମୀ ସଂସାରରେ ଜୀବନର ରୂପ ରଙ୍ଗ କିଛି ନିଆରା ନିଆରା। ସ୍ୱାମୀର ସ୍ପର୍ଶ ରେ ଯେତେ ଉଷ୍ମତା ସେତେ ମାଦକତା ଭାରି ରହିଥାଏ। ସେ ସବୁତ ବାପଘରେ ମିଳେନାହିଁ। ତେଣୁ ଶାଶୂଘର ନାଁ ରେ କେବଳ ସ୍ୱାମୀ ସୁଖ ହିଁ ଆନନ୍ଦ ଦେଇଥାଏ। ଅପର୍ଣ୍ଣା ସେଥିରୁ ବାଦ୍ ପଡିବ କେମିତି !! 

   ଭାଉଜମାନେ ସିନା ଅଲାଜୁକି ପରି ତାକୁ ଚିଡାଉଛନ୍ତି ହେଲେ ଅପର୍ଣ୍ଣା ମୁହେଁ ମୁହେଁ ଝାଡି ଦଉଚି । ଏଣିକି ଚିଡି ଯାଉଛି। ବଡ ଭାଇ ବିକାଶ ବଡ ଭାଉଜକୁ ରାଗିଲେଣି। କେତେ ଥର କହିଲିଣି କି ଅପର୍ଣ୍ଣା କୁ ବାହାଘର କଥା କହି ଚିଡ଼େଇବ ନାହିଁ ବୋଲି ? ବଡ ଭାଉଜ ତନୁ ହସିଦେଇ କହେ ଦେଖୁନ ମୁନା ଟିକେ ମୁତିଦେଲା ବୋଲି  ଅପର୍ଣ୍ଣା କଣ୍ ହଉଛନ୍ତି।ସତେ ଯେମିତି ତାଙ୍କର ଜମା ପିଲା ହବନି କି ଉପରେ ମୁତିବନି l ହଉ ଛାଡ ସେକଥା , ଦିନମାନ୍ ଅଫିସରେ କେତେ କାମ, ଥକିପଡିଛି। ତାକୁ ଟିକେ ଆରାମ୍ କରିବାକୁ ଦିଅ। ଶାଶୁଘରକୁ ଗଲେ ଆଉ ଏ ଆରାମ୍ ପାଇବ କୋଉଠୁ। 

   ଅପର୍ଣ୍ଣା କଲେକ୍ଟର ଅଫିସରେ କ୍ଲର୍କ ଅଛି। ସବୁବେଳେ କାମର ଚାପ। ତା ଭିତରେ ତାର ବୟସ ୨୮ ପୁରିବାକୁ ବସିଲାଣି। ହେଲେ ଦିନେବି ସେଥିପ୍ରତି ଧ୍ୟାନ ଦେଇନି ଅପର୍ଣ୍ଣା। ଭୁବନେଶ୍ୱର ସହିଦ୍ ନଗରରେ ଏବେ ଅସିତ୍ ଙ୍କ ସହିତ ବାହାଘର ଲାଗିଛି। ଅସିତ୍ ଅପର୍ଣ୍ଣା କୁ ଦେଖି ପସନ୍ଦ କରିଛନ୍ତି। ଅସିତ୍ ର ଭାଉଜ ବିନ୍ଦୁ ଯାହା କହିବ ଅସିତ୍ ର ସେଇଆ। କାରଣ ଅସିତ୍ କୁ ଵିନ୍ଦୁ ବହୁତ୍ ଶ୍ରଦ୍ଧା କରେ ଠିକ୍ ନିଜ ପୁଅ ପରି। ଶାଶୁ ବହୁତ୍ ଵୁଢୀ ହୋଇ ଗଲେଣି। ତେଣୁ ପ୍ରଥମେ ବିନ୍ଦୁ ଦେଖିବାକୁ ଆସିଥିଲା ଅପର୍ଣ୍ଣା କୁ। ଅପର୍ଣ୍ଣା କୁ ଦୁଇ ଚାରିଟା ପ୍ରଶ୍ନ ପଚାରି ଉଠିଯିବାକୁ    ଚାହିଁଥିଲା। ଅପର୍ଣ୍ଣା ଉଠି ଗଲାଵେଳେ ବିନ୍ଦୁ କହିଲା ବୁଝିଲୁ ଅପର୍ଣ୍ଣା ଯେତେ ଚାକିରୀ କର୍ ପଛେ ଘରକୁ ଫେରିଲେ ଘର କମ କରିବାକୁ ପଡିବ ଲୋ ମା। ମୁଁ କିଛି କରି ପାରିଵିନି। ଆଗରୁ ତୁଟେଇଦେଲି। ମୋର ତିନି ତିନିଟା ଛୁଆଙ୍କ କଥା ବୁଝୁ ବୁଝୁ ତ ଖାଇବାକୁ ଗଣ୍ଡେ ସମୟ ପାଉନି, ମୋ ଶାଶୁ କୁହନ୍ତି ରହଲୋ ଵୋହୂ ସିତୁ ଖାଲି ହାତକୁ ଦିହାତ ହେଇଯାଉ ଦେଖିବୁ କେମିତି ତୋ ହାତରୁ ପାଇଟି ଛଡେଇ ନେବ ମ, ଚାବି ନେତାକ କାନ୍ଧକୁ ଛାଟିଦେଇ ଉଠିଯାଉ ଯାଉ କହିଲା ବିନ୍ଦୁ ମୋର କିନ୍ତୁ ଏ ଚାକିରୀ ଝିଅ ଜମା ବି ପସନ୍ଦ ନୁହେଁ ସିତୁ ଖାଲି ଜିଦ୍ କଲେ ବୋଲିନା ,,,,।

   ବିନ୍ଦୁର କଥା ଶୁଣି ବିକାଶ ର ମନ ଆଗଉ ନଥିଲା ହେଲେ ଅସିତ୍ ର ରୂପ ଓ ଚାକିରୀ ଦେଖି ଘରର ସମସ୍ତେ ରାଜି। ତନୁ କହିଲା ମଲା ଅସିତ୍ ସହିତ ବାହା ଦବ ନା ତା ବଡ଼ ଜାଆ ସହିତ ମ। ତମର ଯୋଉ କଥା ନା, ଯାହାକୁ ନେଇ ଅପର୍ଣ୍ଣା ସଂସାର କରିବେ ସିଏତ ଠିକ୍ ଅଛି। ଆଙ୍କ କଥାରେ କଣ୍ ଅଛିମ। ଘର ଦେଖି ଦିଅ ନହେଲେ ବରଦେଖି ଦିଅ।ଏଠିତ ଦୁଇଟା ଯାକ ଭଲ ପାଇଲ। ତାଆ ଜା ରୁ ଆମକୁ କଣ୍ ମିଳିବ କହିଲ ! ଏମିତି ସଵୁ ଭଲ ଖୋଜୁ ଖୋଜୁ ଝିଅ ବୁଢ଼ୀ ହେଇ ଯିବ ଯେ ସେତେବେଳେ ବସି ଭୂଇଁ ଉଣ୍ଡାଳିବ । ସକାଳୁ ସଞ୍ଜ ତ ଅଫିସରେ ସମୟ କାଟିବ ବାକି ରହିଲା ରାତି ଘଡିକ , ସେତିକି ଆଉ କଣ୍ ଆମ ଅପର୍ଣ୍ଣା ପାରିବେନି ?? 

   ଭାଇ ଭାଉଜଙ୍କ କଥା ସବୁ ଶୁଣୁଥିଲା ଅପର୍ଣ୍ଣା। କଣ୍ କରିବ ? କାହାକୁତ ଭଲପାଇ ପାରିଲାନି। ନଚେତ୍ ଏ ୨୮ ବର୍ଷ ହେବାଯାଏ ଅବିବାହିତ ରହିଥାନ୍ତାକି !! ଛାଡ ଯାହା ତା ଭାଗ୍ୟରେ ଥିବ।

   ବଡ ଧୁମ୍ ଧାମ୍ ରେ ବାହାଘର ହେଲା। ଅସିତ୍ ଙ୍କ ପକ୍ଷରୁ କିଛି ଡିମାଣ୍ଡ୍ ନଥିଲା। ତଥାପି ବିକାଶ ଯଥା ସମ୍ଭବ ଭଉଣୀକୁ ଦେଇଥିଲେ। ବାପା ନହାନ୍ତି ବୋଲି କାଳେ ଅପର୍ଣ୍ଣା କୌଣସି କଥାରେ ଦୁଖୀ ନହେଉ କି ଅପମାନିତ ନହେଉ ସେଥିପ୍ରତି ଖୁବ୍ ଧ୍ୟାନ ଦେଇଥିଲେ ଅପର୍ଣ୍ଣା ର ଭାଇମାନେ।

   ଶାଶୂଘରେ ଆଜି ଅପର୍ଣ୍ଣା ର ପହିଲି ମିଳନ ରାତି। ରାତି ବାରଟା ସୁଧା ବନ୍ଧୁ ବାନ୍ଧବ ନିମନ୍ତ୍ରିତ ଅତିଥି ସମସ୍ତେ ଖାଇ ପି ବିଦାହୋଇ ଗଲେଣି। ବିନ୍ଦୁ ଭାଉଜ ଆସି ଅପର୍ଣ୍ଣାଙ୍କୁ ଖାଇବାକୁ ଦେଇ ତାଗିଦ କରି କହି ଗଲେଣି କି ରାତି ବହୁତ୍ ହେଲାଣି। ତୁ ଖାଇଦେଇ ଶୋଇପଡ। ଅସିତ୍ ତାଙ୍କ ସାଙ୍ଗ ମାନଙ୍କ ସହିତ କୁଆଡେ ଯାଇଛନ୍ତି।ଫେରିଲେ ମୁଁ ଆଣି ଛାଡ଼ିଦେଇ ଯିବି କହି କବାଟ ତାକୁ ଆଉଜେଇ ଦେଇ ଗଲେ। ବିନ୍ଦୁ କଥା ଶୁଣି ଅପର୍ଣ୍ଣା କୁ ଖାଦ୍ୟ ସବୁ ପିତା ଲାଗୁଥିଲା। ଇଏ କି କଥା। ଆଜିପରି ଦିନରେ କଣ୍ ଏମିତି ସାଙ୍ଗ ସହିତ ବୁଲନ୍ତି !! ଆଜି ରାତିଟା ଆଉ କଣ୍ କେବେ ଜୀବନରେ ଫେରିବ !! ଅସିତ୍ ଏମିତି କରିବେ ବୋଲି ତ କାହିଁ କିଛି ଜଣା ପଡୁନଥିଲା !! 

   ଚେଷ୍ଟା କରିବି ଅପର୍ଣ୍ଣା ଆଖିକୁ ନିଦ ଆସୁନଥିଲା। ପରିବାରଟା ସାରା ସମସ୍ତେ ସୋଇ ଘୁଙ୍ଗୁଡ଼ି ମାରୁଛନ୍ତି। ଅନ୍ଧାର ଘରଟି ଭିତରେ ବସି ବସି ଅଣନିଶ୍ୱାସୀ ହୋଇ ଗଲାଣି ଅପର୍ଣ୍ଣା। ରାତି ଦୁଇଟା ହେଲାଣି। କବାଟ ଖୋଲିବାର ଶବ୍ଦ ହେଲା। ଓଢଣା ଟାକୁ ଆଉଟିକେ ମୁଣ୍ଡ ଉପରକୁ ଟାଣିଦେଇ ତଳକୁ ମୁହଁ କରି ବସିଲା ଅପର୍ଣ୍ଣା।

   ଅସିତ୍ ଅପର୍ଣ୍ଣା ପାଖରେ ବସିପଡି କହିଲେ , ଅପର୍ଣ୍ଣା ତୁମେ ଏ ପର୍ଯ୍ୟନ୍ତ ଶୋଇନାହଁ ମତେ ଅପେକ୍ଷା କରିଛ।ମୁ ଅପଦାର୍ଥ ସାଙ୍ଗ ମାନଙ୍କ ସହିତ ବସି ମଦ ପିଉଛି। ଛି ଧିକ ମୋ ସ୍ୱାମୀ ପାଣିଆକୁ।ମତେ କ୍ଷମା କରିଦିଅ ଅପର୍ଣ୍ଣା।ଆଉ ଦିନେ ଏମିତି ଭୁଲ ହେବନାହିଁ କହି ଉଠକ ବୈଠକ କରିବାରେ ଲାଗିଗଲେ ଅସିତ୍। ଫେଁ କିଣା ହସିଦେଲା ଅପର୍ଣ୍ଣା। ଆରେ ଏମିତି ହସୁଛ କଣ୍ ମ। ମୋତେ କ୍ଷମା କରିବନି? ଭାରି ବାଧିଲାଣି ୟାର । ଅପର୍ଣ୍ଣା ଆହୁରି ଜୋର ରେ ହସିଲା। ଅସିତ୍ ଉଠିପଡ଼ି ଅପର୍ଣ୍ଣା ର ପାଟିକୁ ଚାପି ଧରିଲେ। ହେ ଏତେବଡ଼ ପାଟିକରି ହସୁଛ ଘର ଲୋକ ଉଠିପଡିବେ ଆଉ ଭାବିବେକି ତମେ ଗୋଟେ ପାଗିଳୀ ଟେ। 

   ଭଲ ହେବ ମତେ କାଲି ନେଇ ଛାଡ଼ିଦେଇ ଆସିବ ଆମ ଘରେ। ନା ସେମିତି କୁହନି ।ଆଜିପରି ଦିନରେ। ଅପର୍ଣ୍ଣା କହିଲା ମୁଁ ଯଦି ପାଗିଳୀ ହେବି କି ଅପାହିଚ୍ ହେବି ତମେ କଣ ମତେ ସ୍ତ୍ରୀ ର ସଂମାନ ଦେଇ ଭଲ ପାଇବ ? ଅସିତ୍ ଙ୍କ କଣ୍ଠ ଭାରି ହୋଇଗଲା ---ନା ମୁଁ ଏତେବି ମହାନ ନୁହେଁ। ମୁଁ ପାରିଵିନି କହି ଦୀପଟାକୁ ଫୁଙ୍କି ଲିଭାଇଦେଇ ଘରଟାକୁ ଆହୁରି ନିବିଡ଼ ଅନ୍ଧାରରେ ଭରିଦେଲେ ଅସିତ୍। ଆଉ ସେଇ ଅନ୍ଧାର ଭିତରେ ପ୍ରୀତି ଅଭିସାରରେ ହଜିଗଲେ ଦୁଇଟି ପ୍ରେମୀ ଯୁଗଳ।

   ବାହାଘର ତିନିମାସ ହେଲାଣି।ଆଜିକାଲି ଅସିତ୍ ଆଉ ଖାଇସାରି ବିନ୍ଦୁ ଭାଉଜଙ୍କ କାନିରେ ମୁହଁ ନପୋଛି ସିଧା ଚାଲିଯାନ୍ତି ଅପର୍ଣ୍ଣା ପାଖକୁ।ଅପର୍ଣ୍ଣା ନିଦରେ ଶୋଇଥିଲେ ବି ଅସିତ୍ ତାର ପଣତ କୁ ଟାଣିଆଣି ମୁଁହ ପୋଛି ପକାନ୍ତି। ବେଳେବେଳେ ଚିଡିକି ଅପର୍ଣ୍ଣା କୁହେ ରୁହମ ଏମିତି ଛୋଟ ପିଲା ପରି କଣ୍ ହଉଛ ? ଅସିତ୍ ହସିଦେଇ କୁହନ୍ତି ତୁମେ ମୋ ସ୍ତ୍ରୀ ମୋର ଅର୍ଦ୍ଧାଙ୍ଗିନୀ , ମାନେ ଅଧା ଅଙ୍ଗ , ଫାଳେ ଅଙ୍ଗରେ ଖାଇଲି ଆଉ ଫାଳକରେ ହାତ ପୋଛିବି , ଭୁଲ କଣ୍। ତାପରେ ସ୍ତ୍ରୀ ତ ମା, ଭଉଣୀ ,ସବୁକିଛି ହୋଇପାରିବ କହିଦେଇ ଜୋର୍ କରି ଅପର୍ଣ୍ଣା କୁ ଚୁମା ଦିଅନ୍ତି। ଅସିତ୍ ପରି ସ୍ୱାମୀ ପାଇ ଅପର୍ଣ୍ଣା ବହୁତ୍ ଖୁସି।ନିଜକୁ ଖୁବ୍ ଭାଗ୍ୟବାନ ଭାବୁଛି। ଅସିତ୍ ଅପର୍ଣ୍ଣା କୁ ହାତ ଚକିରେ ବସେଇଛନ୍ତି। ସାରା ରାତି ଅପର୍ଣ୍ଣା ର ଅସିତ୍ ଙ୍କ ଅସ୍ଲେଶ ରେ କଟେ। 

   ତିଥି ନକ୍ଷତ୍ର ଅନୁସାରେ ଆଜି ଅପର୍ଣ୍ଣା ର ପ୍ରଥମ ଚାନ୍ଦ ଓଷା। ବଡଭାଇ ବିକାଶ ଭାର ଧରି ଆସିଛନ୍ତି। ବଡ ଜା ବିନ୍ଦୁର ଏକ ଜିଦ୍ କି ବାପଘରୁ ଯେତେ ନୂଆ ଶାଢ଼ୀ ଆସିଲେବି ଶାଶୂଘର ତରଫରୁ ଗୋଟେ ନୂଆ ଶାଢ଼ୀ ହେବ। ଅସିତ୍ ସାଙ୍ଗରେ ମାର୍କେଟ ଯାଇଛନ୍ତି ଅସିତ୍ ଆଉ ବିନ୍ଦୁ। ଅପର୍ଣ୍ଣା ପାଇଁ ଶାଢ଼ୀ କିଣିବାକୁ। ପରିବାରର ଅପର୍ଣ୍ଣା ପ୍ରତି ଭଲ ପାଇବା ଦେଖି ବିକାଶ ବହୁତ୍ ଖୁସି। 

   ବହୁତ୍ ସମୟ ଡେରି ହେଲାଣି। ସଞ୍ଜ ହେବାକୁ ବସିଲାଣି।ତଥାପି ବିନ୍ଦୁ ଆଉ ଅସିତ୍ ଫେରିଲେ ନାହିଁ। ଚାନ୍ଦ ପୂଜା ପାଇଁ ସମସ୍ତେ ଅପେକ୍ଷା କରିଛନ୍ତି। ହଠାତ୍ ଲାଣ୍ଡ ଫୋନ ରେ ରିଂ ହେଲା ଟାଉନ ହସ୍ପିଟାଲ ରୁ। ଅସିତ୍ ର ଅକ୍ସୀଡେଣ୍ଟ୍ ହେଇଛି।ସେ ବର୍ତମାନ ହସ୍ପିଟାଲରେ ଅଛି। ସମସ୍ତେ ଧାଇଁଗଲେ ହସ୍ପିଟାଲ କୁ। ଅସିତ୍ ଗାଡିକୁ ପଛରୁ ଧକା ଦେଇଛି ଟ୍ରକ। ଛିଟିକି ପଡିଛନ୍ତି ବିନ୍ଦୁ ଆଉ ଅସିତ୍। ବିନ୍ଦୁର ମୁଣ୍ଡ ଉପରେ ଟ୍ରକ ଚକା ଚଢିଯିବାରୁ ଘଟଣା ସ୍ଥଳରେ ବିନ୍ଦୁର ମୃତ୍ୟୁ ହୋଇଛି। ଅସିତ୍ ର ଅଣ୍ଟା ପାଖରୁ ତଳକୁ ଚୁନା ହୋଇ ଯାଇଛି ଯାହାଦ୍ୱାରା ଅସିତ୍ ର ଗୋଟେ ଗୋଡ ସମ୍ପୂର୍ଣ ନଷ୍ଟ ହୋଇଛି। ଡକ୍ଟର କହିଲେ ସେ ଗୋଡ଼ଟିକୁ କାଟିଵାକୁ ପଡିଵ। ଗାଡିୟନ ହିସାବରେ ତାର ସ୍ତ୍ରୀ କିମ୍ବା ବଡଭାଇ ର ଦସ୍ତଖତ ଦେବାକୁ ପଡିବ।

   ଏ ସବୁ ଶୁଣି ଅପର୍ଣ୍ଣା ଚେତା ଶୂନ୍ୟ ହେଇଗଲା। ସୁସ୍ତ ହେଲା ପରେ ଜାଣିଲା ତା ସ୍ବାମୀ ସମ୍ପୂର୍ଣ ପଙ୍ଗୁ ହେବା ସହିତ ପିତୃତ୍ବ ଲାଭ କରିବାରୁ ମଧ୍ୟ ବଂଚିତ ହେବେ, କାରଣ ଆକ୍ସୀଡେଣ୍ଟ୍ ରେ ତାଙ୍କର ପୁରୁଷାର୍ଥ ନଷ୍ଟ ହୋଇଛି।

    ଚାରିଆଡ଼ ଅନ୍ଧାର ଦିଶିଲା ଅପର୍ଣ୍ଣା କୁ। କଣ୍ କରିବ ଏବେ। ବିନ୍ଦୁ ଚାଲିଗଲା ପରେ ଅଜ୍ଞାନ ପିଲା ତିନୋଟି କୁ ଦେଖିବାକୁ କେହିନାହିଁ। ବଡ ପୁଅଟି ସାତ ବର୍ଷର। ମଝିଆଁ ପୁଅଟି ପାଞ୍ଚବର୍ଷର ଆଉ ସବା ସାନ ଝିଅଟି ଲିପି ଦୁଇ ବର୍ଷର। ସେମାନଙ୍କ ନିରୀହ ଆଖି କୁ ଦେଖି ନୀରବରେ ଲୁହ ଝରଉଥିଲା ଅପର୍ଣ୍ଣା। ସତେ ଯେମିତି ଆକାଶ ଛିଡି ପଡିଛି ତା ମୁଣ୍ଡ ଉପରେ।

    ଅପର୍ଣ୍ଣା ଅଫିସ ଛୁଟି ନେଇ ଘରେ ଅଛି। ଭାବୁଛି ଚାକିରୀ ଛାଡ଼ିଦେବ। ଘରେ ତିନି ତିନିଟା ଛୋଟ ଛୁଆଙ୍କୁ ଅସିତ୍ ବେଡ଼୍ ରେ ପଡିଛନ୍ତି। ଗୋଟେ ଗୋଡ ସମ୍ପୂର୍ଣ କାଟି ଦିଆ ଯାଇଛି। ଆଶାବାଡ଼ି ଧରି ଲାଟିନ୍ ବାର୍ଥ୍ରୂମ ଯାଉଛନ୍ତି। ତାହା ପୁଣି ବହୁତ୍ କଷ୍ଟରେ। ବିଛଣାରେ ପଡିପଡି ନିଜକୁ ଖୁବ୍ ଧିକାର କରୁଛନ୍ତି କି ମରି ନଯାଇ କାହିଁକି ରହିଲି।ଏ ପରି ବିକଳାଙ୍ଗ ଜୀବନର ବୋଝ ନେଇ ସବୁବେଳେ ଅନ୍ୟ ଉପରେ ଲଦି ହେବାକୁ । 

    ଅପର୍ଣ୍ଣା ର ସୂର୍ଯ୍ୟ ଉଦୟରୁ ରାତି ଅଧ ଯାଏ ଘର ଧନ୍ଦାରେ ଛନ୍ଦି ହେଇ ଯାଏ। ଅଶୀ ବର୍ଷର ବୃଦ୍ଧା ଶାଶୁ ସାଙ୍ଗକୁ କୁନି କୁନି ପିଲା ତିନୋଟି।ଖୁଆଇଦେବା, ଗାଧୋଇଦେବା, ସୁଆଇଦେବା, ଆଦି ସବୁ କାମ କରିବାକୁ ପଡୁଛି। ଦେଢଶୁର ଅମର ବାବୁ ଭାରି ଭଦ୍ର ଓ ମାର୍ଜିତ। ମାର୍କେଟ ଉପରେ ବଡ ଲୁଗା ଦୋକାନ । ଯାହା ଯୋଗୁ ପରିବାରର ଭରଣ ପୋଷଣ ହୋଇପାରୁଛି। 

    ବର୍ଷଟେ ହେଲାଣି ଅସିତ୍ ଆକ୍ସିଡେଣ୍ଟ୍ ହୋଇ ଘରେ ପଡିଛି । ଅପର୍ଣ୍ଣା ଚାକିରୀ ଛାଡି ଦେଇଛି। ଦିନରାତି ଖଟି ଖଟି କଳା କାଠ ପଡି ଗଲାଣି। କେତେ ସ୍ବପ୍ନ ପେଡିରେ ବାନ୍ଧି ଆଣିଥିଲା ବୋହୁ ହୋଇ ଆସିଲା ବେଳେ। ସବୁ ସ୍ବପ୍ନ ତାର ପେଡି ଭିତରେ ହିଁ ମିଳେଇଗଲା ।ସବୁ ତା ଭାଗ୍ୟ , କହିବ କାହାକୁ। ଦୁଇଟି ଭାଇରେ ଗୋଟେ ଭଉଣୀ। କେତେ ଅଲିଅଳ ରେ ବଢିଥିଲା । ଭାତ ମୁଠେ ହାତରେ ବାଢି ଖାଉ ନଥିଲା ।ଆଜି ଦଇବ ଦାଉ ସାଧିଲା ଯେ ଗଧପରି ଖଟିବାକୁ ହେଲା। ସବୁ ଦୁଃଖ ଭୁଲି ହେଇ ଯାଆନ୍ତା ଯଦି ଅସିତ୍ ସୁସ୍ଥ ଥାନ୍ତେ। ଭଵିଶ୍ଯତର ଆଶା ସବୁ ମଉଳି ଗଲାଣି।

    ବଡଭାଇ ବିକାଶ କେତେଥର ଫୋନ୍ କରି କହିଲେନଣି ତୁ କାହିଁକି ସେ ଘରେ ପଡି ପଡି ଦଣ୍ଡ ପାଉଛୁ। ଘରକୁ ଚାଲିଆ। ଆଉଥରେ ଚାକିରୀ କରିବୁ। ମୁଁ ଭଲ ପ୍ରସ୍ତାବ ଦେଖି ପୁଣି ଥରେ ବାହା କରେଇ ଦେବି। ଏମିତି କଥା ଅପର୍ଣ୍ଣାଙ୍କୁ ଭାରି ବାଧୁଚି। ରାତିରେ ସବୁ କାମ ସାରି ଶୋଇଲା ବେଳେ ଅସିତ୍ ମୁହଁ ବୁଲେଇ ଶୁଅନ୍ତି। ଜାଣିଶୁଣି ଅପର୍ଣ୍ଣା ନଜର ରେ ଘୃଣାର ପତ୍ର ହେବାକୁ ଚେଷ୍ଟା କରନ୍ତି। ହ୍ରଲେ ଅପର୍ଣ୍ଣା! ସେ କଣ୍ ତା ସ୍ୱାମୀକୁ ଘୃଣା କରି ପାରିବ ? ଅନେକ ଥର ଅପର୍ଣ୍ଣା ଶୋଇ ପଡିଲା ପରେ ଅସିତ୍ ଉଠି ପଡି ଅପର୍ଣ୍ଣା ର ଗୋଡ ଚିପି ଦିଅନ୍ତି। ମୁଣ୍ଡକୁ ଆଉଁଶି ଦିଅନ୍ତି। ଅପର୍ଣ୍ଣା ଜାଣିପାରେ।ନିଦ ଭାଙ୍ଗି ଯାଏ। ଉଠିପଡ଼ି ଧରି ପକାଏ ଅସିତ୍ ର ହାତ। କଣ୍ କରୁଛ ତୁମେ ?? ଦରଦ ଭରା ସ୍ୱରରେ ଅସିତ୍ କହେ କେତେ ଆଉ ଖଟିବ ! କାହିଁକି ଏ ଘରେ ପଡିଛ ? କାହିଁକି ମତେ ଦୟାର ପାତ୍ର କରୁଛ? କଣ୍ ପାଇବ ଜୀବନରେ ?କେବଳ ଶୂନ୍ୟତା। 

    ଅପର୍ଣ୍ଣା ହାତ ଚାପେ ଅସିତ୍ ପାଟିରେ। ଅସିତ୍ ର ମୁଣ୍ଡଟିକୁ କୋଳରେ ରଖି ଆଉଁଷି ସୁଆଇଦିଏ। 

    ଅପର୍ଣ୍ଣା କୁ ସେ ଘରୁ ବିଦା କରିବାର ସମସ୍ତ ଚେଷ୍ଟା ଅସିତ୍ ର ବିଫଳ ହେଲା। ଦିନେ ବାଧ୍ୟହୋଇ ଅସିତ୍ ଅପର୍ଣ୍ଣା ଅଗୋଚର ରେ ତା ବଡଭାଇ ବିକାଶକୁ ଫୋନ କରି କହିଲାକି ଭାଇ ଅପର୍ଣ୍ଣା କୁ ଏଠୁ ନେଇଯାଅ ନଚେତ୍ ମୁଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି। ମୁଁ ଆଉ ଅପର୍ଣ୍ଣା ର ଭବିଷ୍ୟତ ଅନ୍ଧାର କରି ପାରିଵିନି , କି ତା ଦୟାରେ ଆଉ ବଞ୍ଚିବାକୁ ମତେ ଭଲ ଲାଗୁନି। ଦୟାକରି ତାକୁ ଏଠୁ ନେଇଯାଅ। 

    ପରଦିନ ଅପର୍ଣ୍ଣା ରୋଷେଇ କରୁଛି ବିକାଶ ଆସି ପହଂଚି ଗଲେ। ବିକାଶକୁ ଦେଖି ଅପର୍ଣ୍ଣା କହିଲା କି ଭାଇ ,ଏମିତି ହଠାତ୍ ଆସିଲ ଆଗରୁ ତ କାହିଁ ଫୋନ କରିଲନି ।କଣ୍ କିଛି ଦରକାର ଥିଲାକି ? 

    ବିକାଶ କହିଲା ତତେ ଅସିତ୍ କିଛି କହିନାହାନ୍ତି କି ?ନାହିଁ ତ କଣ୍ ହେଇଚି ? ଅସିତ୍ ଉଦ୍ଧେଶ୍ୟରେ ପଚାରିଲା ଅପର୍ଣ୍ଣା। ଅସିତ୍ ତଳକୁ ମୁହଁ କରି କହିଲେ ତମେ ଆଜି ଭାଇଙ୍କ ସାଥିରେ ଘରକୁ ଯିବ ।

    ଚମକି ପଡିଲା ପରି ଅପର୍ଣ୍ଣା କହିଲା--କାହିଁକି ଯିବି? କେମିତି ଯିବି? ଘର କଥା ,ଛୁଆଙ୍କ କଥା ,ତୁମ କଥା ବୁଝିବ କିଏ ? ପୁଣି ମାଙ୍କ କାମ କିଏ କରିଵ ?

-- ଯିଏ କରୁ ତମର କଣ୍ ଗଲା ?

--ଆରେ ଇଏ କି କଥା ମ। ଘରେତ। ସେମିତି କିଛି ପର୍ବ ପର୍ବାଣି ନାହିଁ।ଖାଲିଟାରେ କାହିଁକି ଯିବି ?

--ତମେ ସବୁଦିନ ପାଇଁ ଯାଉଛ ଅପର୍ଣ୍ଣା। ମୋ ପରି ଗୋଟେ ବିକଳାଙ୍ଗ ଅପାହିଚ୍ ସ୍ୱାମୀ ପାଖରେ ରହି ସାରାଟା ଜୀବନ ଯନ୍ତ୍ରଣା ରେ ଛଟ୍ ପଟ୍ ହେବା ଅପେକ୍ଷା ନୂଆକରି ଜୀବନକୁ ବଞ୍ଚିବାକୁ ଚେଷ୍ଟା କରିବା କଣ୍ ଭୁଲ। ମୁ ସ୍ୱଇଛାରେ ତୁମକୁ ମୁକ୍ତି ଦେଉଛି। 

--ଅପର୍ଣ୍ଣା ଛିଡା ହେଇଚି ଡାଇନିଂ ଟେବୁଲ ପାଖରେ। ତା ଭାଇ ସୋଫା ଉପରେ ଚୁପ୍ ଚାପ୍ ବସିଛନ୍ତି। ପାଖ ରୁମରେ ଅମର୍ ଥିଲେ, ଏମାନଙ୍କ କଥା ଶୁଣି ଵାହାରି ଆସିଲେ ଡାଇନିଙ୍ଗ୍ ହଲ୍ କୁ। ଅସିତ୍ ର କଥା ଶୁଣି ତାଙ୍କ ମୁଣ୍ଡ ବି ଚକର କାଟିଲା। ଅପର୍ଣ୍ଣା ଚାଲିଗଲେ ଛୁଆ ତିନୋଟି ଅନାଥ ହୋଇଯିବେ। ଦେଢଶୁରଙ୍କୁ ଦେଖି ଅପର୍ଣ୍ଣା ଅସିତିଙ୍କ ଉଦ୍ଧେଶ୍ୟରେ ଅମର୍ ଙ୍କୁ କହିଲା ଭାଇ ,ଆପଣ ଟିକେ ଆଙ୍କୁ ବୁଝାନ୍ତୁ ।ମନକୁ ମନ ଏମିତି କଣ୍ ନିଷ୍ପତି ନେଉଛନ୍ତି। ମୋ ଜୀବନ, ମୁଁ କେମିତି କୋଉଠି ବଂଛିବି ସେ ନିଷ୍ପତି ନେବାର ଅଧିକାର କଣ୍ ମୋର ନାହିଁ ? କୁଦି ପଡି ବିକାଶ କହିଲା ଚୁପ୍ କର ବହୁତ୍ ନାଟକ ହେଇଗଲା ,ଏବେ ସେସବୁ ତାମସା ଛାଡି ମୋ ସହିତ ଘରକୁ ଚାଲ୍। ଏଠି ଆଉ ଛମାସ ରହିଲେ ତୁ ପାଗିଳୀ ହେଇଯିବୁ ନଚେତ୍ ଖଟି ଖଟି ମରିଯିବୁ। 

ଅପର୍ଣ୍ଣା କିଛି କହିବା ଆଗରୁ ଛୁଆ ତିନୋଟି ଧଇଁ ଆସି ତାକୁ କୁଣ୍ଢେଇ ଧରି କହିଲେ ଆଉବୋଉ ଆମେବି ତମ ସହିତ ଯିବୁନା ? ତମ ଶାଢ଼ୀ ବ୍ୟାଗ ରେ ଆମ ବହି ସିଲଟ ସବୁ ନେଇଯିବ।ଵଡ଼ ପୁଅ ପପୁ କହୁଥାଏ ଆଉବୋଉ ମୋ ନାଲି ଜାମାଟା ମନେକରି ନେଵ। ସେ ଜାମାଟା ଛୁଆବାପା ମୋ ଜନ୍ମଦିନ ରେ ଆଣିଥିଲେ।ମଝିଆ ପୁଅ ବାପୁ କହୁଥାଏ ଆଉବୋଉ ମୋ ଵଲ୍ଆଉ ସାଇକେଲ୍ ଵି ନେଇଯିବ।ମୁଁ ସେଇଠି ଖେଳିବି। ନବନା ଆଉବୋଉ -- ସାନ ଝିଅ ଲିପୁ ଅପର୍ଣ୍ଣା ଶାଢ଼ୀ କୁ ଝିଙ୍କି ଝିଙ୍କି କହୁଥାଏ ଆଉବୋଉ ମତେ କାଖେଇ ଦିଅ।ତମେ ମାମୁଁ ଘଲୁକୁ ଯିବ ମତେବି ନବ। ମୁ ତମ ପାଖଲେ ଶୋଇବି। ଅପର୍ଣ୍ଣା ଲିପୁକୁ କାଖରେ ଧରିଛି , ବଡ ଦୁଇଜଣ ତାକୁ କୁଣ୍ଢେଇକି ଛିଡ଼ାହୋଇ ଅଳି କରୁଛନ୍ତି ତା ସହିତ ମାମୁଁଘର ଯିବେ। ଧାର ଧାର ଲୁହ ବୋହି ଯାଉଛି ଅପର୍ଣ୍ଣା ଆଖିରୁ। 

  ବଡଭାଇ ଉଦ୍ଧେଶ୍ୟରେ କହିଲା ,ଭାଇ ଆଜି ଅଶିତିଙ୍କର ଆକ୍ସିଡେଣ୍ଟ୍ ନହୋଇ ଯଦି ମୋର ହେଇଥାନ୍ତା ଆଉ ମୁଁ ଏମିତି ପଙ୍ଗୁ ପାଲଟି ଯାଇଥାନ୍ତି ତେବେବି କଣ୍ ତମେ ମତେ ଏଠୁ ନେଇଯିବାକୁ ଆସିଥାନ୍ତ ? ଅସିତ୍ ହୁଏତ ମତେ ଛାଡ଼ିଦେବାକୁ ପ୍ରସ୍ତାବ ଦେଇଥାନ୍ତେ , କାରଣ ମୁଁ ତାଙ୍କପାଇଁ ବୋଝ ହୋଇଥାନ୍ତି। ହେଲେ ତୁମେ କଣ୍ କରିଥାନ୍ତ?ମତେ ନେଇ ସଂଗେ ସଂଗେ ଫ୍ୟାମିଲି କୋର୍ଟ ରେ ଅସିତ୍ ବିରୁଦ୍ଧରେ କେସ୍ ଫାଇଲ୍ କରିଥାଆନ୍ତ ନା ? ମୁଁ ଠିକ୍ କହିଲିନା ଭାଇ ?

  ବିକାଶ କିଛି ନକହି ଯିବାକୁ ଉଠି ଛିଡାହେଲେ। ଅପର୍ଣ୍ଣା ଅସିତ୍ ପାଖକୁ ଘୁଞ୍ଚିଗଲା। ଅସିତ୍ ବସିଥିବା ହୁଇଲ ଚେୟାର କୁ ଆଉଜିପଡି କହିଲା ନାରୀର ହୃଦୟକୁ ବୁଝିବାକୁ ତୁମକୁ ଆହୁରି ଜନ୍ମ ନେବାକୁ ପଡିବ। ନାରୀର ହୃଦୟ କୋମଳ ଆଉ କରୁଣାରେ ଭରି ରହିଛି। ଯୋଉ ଭାଉଜ ତୁମକୁ ନିଜ ପିଲାପରି ପଣତରେ ବାନ୍ଧି ରଖିଥିଲା ସେ ଭାଉଜ ସଂସାର ଛାଡି ଚାଲିଗଲା ବୋଲି ତାର ତିନୋଟି କଅଁଳା ଛୁଆଙ୍କୁ ଅନାଥ କରି ମୁଁ କେମିତି ଯାଇପାରିବି ? 

  ତମେ ମୋର ସ୍ୱାମୀ , ଇହ ପର କାଳର ଦେବତା। ତୁମକୁ ଏମିତି ଅସହାୟ ଅବସ୍ଥାରେ ଛାଡି ଦେଇ ମୁଁ କଣ୍ ସୁଖି ହେଇ ପାରିବି ? ମତେ ବୁଝିବାରେ ତୁମେ ଭୁଲ କରିଦେଲ ଅସିତ୍। ଅମର୍ ହାତଯୋଡି ବିକାଶ କୁ କହିଲେ ବିକାଶବାବୁ ଅପର୍ଣ୍ଣା ଏ ଘରର ବୋଉ ଯେତିକି ତା ଠାରୁ ଅଧିକ ସାହାରା ସମସ୍ତଙ୍କ ପାଇଁ। ଯଦି ସେ ଚାହୁଁନାହାନ୍ତି ଯିବାକୁ ଦୟାକରି ତାଙ୍କୁ ବାଧ୍ୟକରି ଆମଠାରୁ ଛଡେଇ ନେବାକୁ ଚେଷ୍ଟା କରନ୍ତୁନି। ସେ ଆମ ସମସ୍ତଙ୍କର ମା। ଅସିତ୍ ଅପର୍ଣ୍ଣାର ହାତଟିକୁ ଚୁମି ଚାଲିଥିଲା। 

  ଶାଶୁ ଆଶା ଦେବୀ ଉଣ୍ଡାଳି ଉଣ୍ଡାଳି ପଶିଆସିଲେ ଡାଇନିଂ ହଲ୍ କୁ ଆରେ ସାନବୋହୁ କୁଆଡେ ଗଲୁ ମା ଶୁଣିଲି ତୁ କୁଆଡେ ବାପଘରକୁ ବୁଲି ଯାଉଛୁ।ହଉ ହେଲା ଯାଉଛୁ ଯଦି ଯା କିନ୍ତୁ ମତେ ସାଙ୍ଗରେ ନେଇକି ଯିବୁଲୋ ମା ତୁ ଚାଲିଗଲେ ମୋ ମୁହଁରେ ପାଣି ମୁନ୍ଦେ ଦେବାକୁ ଆଉ କେହି ନାହିଁ। ଏ ବୁଢୀ ଝିଅଟିଏକୁ ନେବାକୁ ଜମା ଭୁଲିବୁ ନାହିଁଟି ? ସମସ୍ତେ ଫେଁ କିନି ହସିଦେଲେ।

  ବିକାଶ ଫେରିଗଲେ। ଅମର୍ ଚାଲିଗଲେଣି ଦୋକାନକୁ। ଅପର୍ଣ୍ଣା ଚା କପ୍ ଟେ ଧରି ଆସି ଛିଡାହେଲେ ଅସିତ୍ ପାଖରେ।ଅସିତ୍ ତାଗିଦ୍ କଲାପରି କହିଲେ ପିଆଇଦିଅ । ଅପର୍ଣ୍ଣା ଅଭିମାନିଆ ହସ ଚେନଏ ହସିଦେଇ କହିଲା କି ତମ ଗୋଡ ସିନା ଚାଲୁନି ହାତ ତ ଠିକ୍ ଅଛି। ନିଜ ହାତରେ ପିଉନ, ଆଜି ଯଦି ମୁଁ ଭାଇଙ୍କ ସହିତ ଚାଲିଯାଇ ଥାନ୍ତି ପୁଣି ଜୀବନସାରା କେମିତି ଖାଇଥାନ୍ତ ? ଅପର୍ଣ୍ଣା ର ପଣତରେ ନିଜ ମୁହଁକୁ ଢ଼ାଙ୍କି ଅସିତ୍ କହିଲେ ମତେ କ୍ଷମା କରିଦିଅ ଆଉବୋଉ ---


Rate this content
Log in

More oriya story from Jayanti Jena

Similar oriya story from Drama