ଆଉ ଇଚ୍ଛା ନାହିଁ
ଆଉ ଇଚ୍ଛା ନାହିଁ


ଅମାବସ୍ୟାର ସଂଜ , ଧିରେଧିରେ କ୍ୟାଣ୍ଡେଲର ଆଲୋକରେ ଗାଁର ପରିବେଶ ଆଲୋକିତ ହେଉଥାଏ। କାହିଁକି ନା ଆଜି ଦୀପାବଳୀ। ତାଳପଟାକା, ଚକୋଲେଟ୍ ବମ, ରକେଟ୍, ଚୁରୁଚୁରି, ଝରାବତିର ଶବ୍ଦ କାନରେ ବାଜୁଥାଏ , ତଥାପି ନୀରବ ଥାଏ ମାନସ । ରାତି ବଢିବା ସାଙ୍ଗକୁ ଛାତିର ସ୍ପନ୍ଦନ ବି ବଢିବାରେ ଲାଗୁଥାଏ। ଗାଁର ସବୁ ଘରେ କ୍ୟାଣ୍ଡଲର ଆଲୁଅ ସହ ପଟାକାର ମାହୋଲ୍ ମାତୁଆଲା କରୁଥିବା ବେଳେ ଅଂଧକାର ଘରେ କରଞ ଦୀପର ଆଲୁଅରେ ବସିଛି ମାନସ ।
ଦୀପାବଳୀରେ ଦୀପ ଜାଳିବାକୁ ହୁଏ କ୍ୟାଣ୍ଡେଲ୍ ନୁହେଁ ଏହା ଆମ ସଂକୃତି ବିରୋଧୀ ବୋଲି ମାଁ ବୁଝାଇ ଦେଇଛି। କାହିଁକି ନା ପାଖରେ ପଇସା ନାହିଁ। ଅଭାବି ସଂସାର ର ଅଭାବ ସବୁଦିନ ସମାନ ଥାଏ । ନା' ଆସେ ଦୀପାବଳୀ ନା' ଆସେ ହୋଲି ସବୁଦିନ ସମାନ। ୧୦ ରୁ ୧୨ବର୍ଷର ହେବ ମାନସ ସେ କାହୁଁ ବୁଝିପାରିବ ଅଭାବି ସଂସାର ଅଭାବ କଥା। ମନ ବୁଝିଲା ନାହିଁ ପିଣ୍ଡା ଉପରୁ ଉଠିଆସି ବାଡ ପାଖରେ ଛିଡା ହେଲା । ବେହେରା ଘର ଟିକିନ ଦାଦା,ତପନ ଭାଇ ଆଉ କାହ୍ନା ମିଶି କେତେ ରଂକମର ବାଣ ଫୁଟାଉ ଥାଆନ୍ତି , ଦୂରରୁ ସିନା ଭଲ କିନ୍ତୁ ତଥାପି ଭଲ ଲାଗିଲା ନାହିଁ।
ଭାଇ ପାଖକୁ ଧାଇଁ ଗଲା ମାନସ। ଭାଇ ଭାଇ ୧୦ ଟଙ୍କା ଅଛିନା ଦେଏନା ୧୦ଟା ଚକୋଲେଟ୍ ବମ୍ ଆଣିବି ବୁଟୁ ଦୋକାନରୁ। ତୁ ମୋତେ ଦେଇଥା ଏଇଥର ହାଟକୁ ଗଲେ ପଇସା ବଞ୍ଚେଇ ତୋତେ ଦେଇ ଦେବି ।୧୦ ଟଙ୍କା ଦେଏନା ଭାଇ..ସେଦିନ ବାପା ଦେଇଥିବା ପଇସାରେ ମୁଁ ଗୋଟେ ଡଟ ନେଇ ଆସିଛି ଏଇ ନେ ୫ ଟଙ୍କା ଅଛି ।ଆଉ ଶୁଣ୍.... ଶୁଣ୍ ମାନସ.....! ବୁଢିମାଁ ବାକ୍ସର ଚାବି ଥଳିଆ ଭିତରର ଗୋଟେ ଡବା ଭିତରେ ଅଛି ତୁ ଯା ସେଉଠୁ ପଇସା ନେଇ ନେବୁ। ହଁ ଭାଇ ... କହି ସେଦିନ ରାତିରେ ସିନା ପଇସା ନେଇ ମନ ଭରି ବାଣ ଫୁଟାଇଥିଲା ମାନସ ହେଲେ ଆଉ ପରଦିନ ବି ମାଡ ଖାଇଥିଲା ମାନସ ।
ଆଜି ସମୟ ବଦଳିଛି ଆଉ ବଦଳିଛି ମାନସର ଅବସ୍ତା, ଆଜିବି ପ୍ରତିଥର ପରି ଦୀପାବଳୀ ଆସେ ବେହେରା ଘର ବାଣ ବି ଫୁଠେ ବୁଢିମା ତା ଭତ୍ତା ପଇସା ଆଣିକି ଦିଏ କିନ୍ତୁ ମାନସ ବାଣ ଫୁଟାଏନି । କାହିଁକି ନା ଆଉ ଇଛା ନାହିଁ ।