ଆଉ ଏକ କରୋନl
ଆଉ ଏକ କରୋନl
ଫେଡେରିକ ଏକ ଇଟାଲିୟ ଯୁବକ।ସୁସ୍ଥ ସୁନ୍ଦର
ବିବେକବାନ ଓ ପରୋପକାରୀ।ସେ ଏକ ଆଇ ଟି କମ୍ପାନୀରେ ଜିଏମ୍ ଭାବେ କାର୍ଯ୍ୟରତ।ଘରେ ତାର ସ୍ତ୍ରୀ ସୋନିଆଁ ଆଉ ପୁଅ ବିକି।ଉପରକୁ ସହଜ ଦିଶୁଥିବା ଫେଡେରିକ୍ ଭିତରେ ଏକ ଆକ୍ରୋଶର ଭାବ ପାଉଁଷ ଗଦାରେ ଅଗ୍ନିଷ୍ଫୁଲିଙ୍ଗ ପରି ତାକୁ ଜାଳୁଥାଏ ଅହରହ।ସେ ଚାରିବର୍ଷ ବୟସରୁ ଅନାଥହେଇ ପ୍ରଶାସନର ଦୟାରେ ଏକ ଅନାଥ ଆଶ୍ରମରେ ବଢିଛି।ସେଠି ଅନେକ କଷ୍ଟ କରିବାକୁ ପଡିଛି ତାକୁ। ନିଜ ଗୋଡରେ ଠିଆ ହେବାପାଇଁ ଜମିଖଣ୍ଡେ ଯୋଗାଡିବାକୁ।ସେ ଚାରିବର୍ଷର
କିଶୋର ଥିବା ବେଳେ ଏକ କରୋନା ପରି ଭୂତାଣୁର ସଂକ୍ରମଣ ହେଇଥିଲା।ବହୁତ ଲୋକ ଏଂରୋଗରେ ମରିଥିଲେ।ସରକାରକୁ ଏରୋଗର ଭେକ୍ସିନ ପାଇବାକୁ ଛଅମାସ ଲାଗିଯାଇଥିଲା।ସେ ଭିତରେ ଦେଶର ତୃତୀୟାଂଶ ଜୀବନ ଅନ୍ତ ଘଟିଥିଲା।ଅନେକ ଲୋକ ଦେଶ ଛାଡି ଚାଲିଗଲେ।ତା ବାପା ବି ସେଇ ପଳାତକ ଭିତରେ ଜଣେ ଥିଲେ।ଯିଏ ତାକୁ ଶିଶୁଅବସ୍ଥାରେ ଛାଡି ଚାଲି ଯାଇଥିଲେ।ସେଥିପାଇଁ ତାଙ୍କ ଉପରେ ଅନେକ ଆକ୍ରୋଶ।ନିଜର ପରିବାରକୁ ବିପଦରେ ଛାଡି ପଳାଇବା କେତେ ଯୁକ୍ତି ଯୁକ୍ତ।ସେ ସବୁବେଳେ ଜଣେ ଅପର୍ଚୁନିଷ୍ଟ ବା ସୁବିଧାବାଦି ମଣିଷ ଥିଲେ।ଯେତେବେଳେ ଭାରତରୁ ଇଟାଲି ଆସିଥିଲେ ରହିବାର ଠିକଣାଟେ ନ ଥିଲା।ତାର ମାଆତାଙ୍କ ହସପିଟାଲରେ ନର୍ସ କାମ କରୁଥିଲେ।ତାଙ୍କୁ ନିଜ ପ୍ରେମରେ ଫସାଇ ବାହାହେଲେ।ମାଆର ପିତୃଦତ ଘରଟେ ଥିଲା।ସେମାନେ ସେଠି ରହୁଥିଲେ।ପରେ ବାପାଙ୍କୁ ସ୍ଥାୟିବାସିନ୍ଦା ହେବାର ଗ୍ରୀନକାର୍ଡ ବି ମିଳିଗଲା ମାଆଙ୍କ ପାଇଁ।ସୁଖ ସମୟରେ ସମସ୍ତେ ସାଙ୍ଗରେ ଥିଲେ ଖୁସି ଖୁସି।ବାପା ଡାକ୍ତର ଥିଲେ ମାଆ ନର୍ସ ଥିଲେ।ଚଳିବାକୁ କିଛି ଅସୁବିଧା ହେଉନଥିଲା।ମାଆ ବାପାଙ୍କର ପ୍ରଗାଢ ଭଲ ପାଇବାରେ କଟୁଥିଲା ତାର ଶୈଶବ।ହେଲେ ଜଣା ପଡିଲା ଭୂତାଣୁ ସଂକ୍ରମିତ ଏକ ରୋଗ ଆସିଛି।ବହୁତ କମ୍ ସମୟରେ ଆକ୍ରାନ୍ତ କରୁଛି ସମସ୍ତଙ୍କୁ।ବେଶିକରି ଇଟାଲିୟ ମାନେ ୟାର ଶିକାର ହେଉଥିଲେ।ଅନ୍ୟ ଦେଶରୁ ଆସିଥିବା ଲୋକେ ଛତ୍ରଭଙ୍ଗଦେଇ ଫେରିବାକୁ ଲାଗିଲେ ନିଜ ଦେଶକୁ।ଆପେ ବଞ୍ଚିଲେ ବାପର ନାଁ ଟଙ୍କା ନ ହେଲେ ନାଇଁ ଜୀବନଟା ରହିଯାଉ।ତା ବାପା ଭାରତୀୟ ଡାକ୍ତର ଥିଲେ।ଏଠି ଆସି ତା ମାଆକୁ ବାହାହେଇ ନିଜ ବାପାମାଆଙ୍କୁ ଭୁଲି ଯାଇଥିଲେ।ବିପଦ ପଡିବାରୁ ଏବେ ସେମାନେ ମନେ ପଡିଲେ।ଏମିତି ଲୋକଙ୍କୁ ସେ ଘୃଣାକରେ।ଯିଏ ସବୁବେଳେ ନିଜଫାଇଦା ପାଇଁ ଅନ୍ୟକୁ ବ୍ୟବହାର କରେ।ଯଦି ତାଙ୍କୁ କେବେ ଭେଟନ୍ତା ପଚାରନ୍ତା ତାକୁ ଜନ୍ମକରିନିଜ ଦାୟିତ୍ବରୁ ମୁହଁମୋଡି ଚାଲିଗଲେ କେମିତ?ସେ ଜୀବନରେ ଦିନେ ନିଶ୍ଚୟ ଭେଟିବ ସେ ରଣବୀର ସିିଂ ନାମକ ଲୋକକୁ । ବାପାଙ୍କ ଗଲା ପରେ ପରେ ମାଆ ରୋଗି ସେବାରେ ଲାଗିଥାନ୍ତି। ଦିନେ ଜଣା ପଡିଲା ସେବି ସଂକ୍ରମିତ ହେଇଯାଇଛନ୍ତି ସେଇ ରୋଗରେ।ସେଦିନ ତାକୁ ପ୍ରସାସନ ତରଫରୁ ଅନାଥ ଆଶ୍ରମକୁ ନେଇଗଲେ।
ସେ ମାଆସାଙ୍ଗେ ଭେଟହେଇଥିଲା ଥରେ ସେ କହିଥିଲେ ପୁଅ ତୁ ବ୍ରେଭ ହେବୁ।ଜୀବନ ସହ ଲଢିବୁ।କେବେ ହାର ମାନିବୁନି।ନିଜ ଗୋଡରେ ଠିଆହେବୁ।ତୋ ବାପାପରି ଭୀରୁ ହେବୁନି ପଶୁ ପକ୍ଷୀ ବି ନିଜ ସନ୍ତାନର ପ୍ରତିପୋଷଣ ପାଇଁ ନିଜ ଜୀବନ ବଳି କରିଦିଅନ୍ତି।ହେଲେ ତୋ ବାପା ନିଜ ଜୀବନ ବଞ୍ଚାଇ ଚାଲିଗଲା।ତୁ ସେମିତି ହେବୁନି କେବେ।ସମସ୍ତଙ୍କୁ ସାହାଯ୍ୟ କରିବୁ।ନିଜ ପରିବାରକୁ ସୁରକ୍ଷିତ ରଖିବୁ।ସେ ଦିନଠୁ ସେ ସଂଘର୍ଷ କରୁଛି ଜୀବନ ସହିତ। ଏବେ ତା ଅଫିସ୍ ରେ ଜଣେ ଭାରତୀୟ ଯୁବକ ଚାକିରୀ ପାଇଁ ଆସିଛି ନାଁ ତାର ବସନ୍ତ।ବହୁତ ସୁନ୍ଦର ପିଲାଟେ ତାକୁ ଦେଖିଲା ଦିନୁ କାହିଁକି ଆପଣାର ଭାବଟେ ଆସିଯାଇଛି ତା ପ୍ରତି।ସେ ତାର ରହିବା ଖାଇବାର ସବୁ ସୁବିଧା କରିଦେଇଛି। ବସନ୍ତ ସେଦିନ କୁଆଡେ ବାହାରକୁ ବୁଲି ବାହାରିଥିଲା ତାର ଆକ୍ସିଡେଣ୍ଟ ହେଇଗଲା। ସେ ଖବରପାଇ ପହଞ୍ଚିଲା ।ଡାକ୍ତରଖାନା ନେଇକିଗଲା
ବହୁତ ରକ୍ତ ବହିଯାଇଥିଲା।ସୋଭାଗ୍ୟକୁ ତା ବ୍ଲଡଗ୍ରୁପ ମିଶିଯିବାରୁ ସେ ନିଜରକ୍ତ ଦାନକଲା ନହେଲେ ବି ନେଗେଟିଭ ସହଜରେ ମିଳେ ନାହିଁ।।ଇନ୍ସୁରେନ୍ସ ଥିଲା କମ୍ପାନି ତରଫରୁ।ଖର୍ଚ୍ଚ ଅଫିସରୁ ମିଳିଗଲା। ଅପରେସନ ହେଇଗଲା ହେଲେ ଯେଉଁ ଗୋଡ ଭାଂଗିଥିଲା ତାହା ଏବେ ଅଚଳ ଅଛି।ହୁଇଲଚେୟାର ରେ ଚଳୁଛି।ଏଠି ତାର କେହି ନାହାଁନ୍ତି ନିଜର ଯିଏ ତାର ଦେଖାରେଖା କରନ୍ତେ।ତେଣୁତାକୁହିଁ ନେଇ ଭାରତ ଯିବାକୁ ପଡିବ। ସମୟ ହେଲେ ତା ବାପା ରଣବୀରକୁ ବି ଖୋଜିବ।ସେ ବସନ୍ତକୁ ଭାଇ ବୋଲି ମାନି ନେଇଛି ଏ ଭିତରେ |ଏସବୁ ତା ମାର ସଂସ୍କାର ଯିଏ ସବୁବେଳେ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରିବାର ପ୍ରେରଣା ଦେଇଥିଲେ।
ସେ ବସନ୍ତକୁ ନେଇ ଭାରତ ଫେରିଲା। ପଞ୍ଜାବର ଏକ ଗାଁରେ ତାର ଘର।ବିଧବା ମାଆ ଏକା ରହୁଥିଲେ ଗାଁରେ।ଏମାନଙ୍କୁ ଦେଖି ସେ ବଡ ଆଦର କଲେ।ନିଜ ପୁଅକୁ ଏତେ ସାହାଯ୍ୟ କରିଥିବାରୁ ସେ କୃତଜ୍ଞତା ପ୍ରକାଶ କଲେ ତା ପାଖରେ।ବିଭିନ୍ନ ପ୍ରକାର ରୋଷେଇ କରି ଖାଇବାକୁ ଦେଲେ।ତାଙ୍କୁ ଦେଖି ତା ମାଆ କଥା ମନେ ପଡୁଥିଲା।ସେବି ତାର ଏମିତି ଯତ୍ନ ନେଉଥିଲା।ଯୋଉ ଦେଶ ଯେଉଁ ଜାତିର ହୁଅନ୍ତୁ ମାଆ ମାନେ ଏକାପରି।ନିଜ ପରିବାର ପାଇଁ ନିଜକୁ ଉତ୍ସର୍ଗିତ କରିଦିଅନ୍ତି।ସେ ତାକୁ ପୁଅ ବୋଲି ସମ୍ବୋଧନ କରନ୍ତି।ତାର ସୁବିଧା ଅସୁବିଧା ବୁଝନ୍ତି।ଦିନେ ସେ ତାଙ୍କ ଶୋଇବାଘରକୁ କଣ କାମପାଇଁ ପଶିଲା।ସେଠି ଦେଖିଲା କାନ୍ଥରେ ଦୁଇଟା ଫ୍ରେମଲଗା ଫଟୋ ଟଙ୍ଗା ହେଇଛି।ଗୋଟିଏରେ ବସନ୍ତର ମାଆ ଓ ତା ବାପା ରଣବୀର ଅଛନ୍ତି ଓ ଅନ୍ୟଟିରେ ତାମାଆ
ଜୁଲିଆ ଓ ତାରବାପା ରଣବୀର।ସେ ଯାହାକୁ ଖୋଜିବାକୁ ଚାହୁଁଥିଲା ସେ ତା ହାତ ପାଆନ୍ତାରେ ଥିଲେ।ସେ ବାହାରକୁ ଆସି ବସନ୍ତର ମାଆକୁ ପଚାରିଲା ଆଣ୍ଟି ସେ ଫଟୋରେ କିଏ କିଏ ଅଛନ୍ତି। ସେ କହିଲେ ଏ ହେଉଛନ୍ତି ବସନ୍ତର ବାପା ମୋ ସହିତ।ବସନ୍ତର ଜନ୍ମହେବା ଆଗର ଫଟୋ। ଆଉ ଅନ୍ୟ ଫଟୋରେ ତାଙ୍କ ସହ ତାଙ୍କର ପ୍ରଥମ ପତ୍ନୀ ଜୁଲିଆ ଯାହାକୁ ସେ ଇଟାଲିରେ ଛାଡି ଚାଲିଆସିଲେ।ତାଙ୍କର ପୁଅଟିଏ ବି ଥିଲା।ସେ ତାଙ୍କୁତ ଛାଡି ଆସିଲେ ହେଲେ ନିଜ ଘୃଣ୍ୟ କାମ ପାଇଁ ବହୁତ ଲଜ୍ଜିତ ଥିଲେ।ସବୁବେଳେ ଛାଡିଆସିଥିବା ପରିବାର ପାଇଁ ଚିନ୍ତିତ ରହୁଥିଲେ।ବାପାମାଆଙ୍କ ଅନୁରୋଧରେ ବାହାକଲେ ମତେ।ବସନ୍ତ ବି ପୁଅ ହେଇ ଆସିଲା ଜୀବନରେ।ହେଲେ ସେ ସବୁବେଳେ ଦୁଃଖି ରହୁଥିଲେ।ଶେଷରେ ଏକ ଅଜଣା ରୋଗରେ ମୃତ୍ୟୁବରଣ କଲେ। ମଲାବେଳେ ସେ ନିଜ ପୁଅ ଓ ଜୁଲିଆ ଠାରୁ କ୍ଷମାମାଗିବାକୁ ଚାହୁଁଥିଲେ।ସେ ବସନ୍ତକୁ ସେଥିପାଇଁ ଇଟାଲି ପଠାଇଥିଲେ।କାଳେ ତାଙ୍କ ପରିବାର ସହ ଭେଟହେବ ଓ ତାଙ୍କ ଆଡୁ ସେ କ୍ଷମା ମାଗିନେବ।ଫେଡେରିକ୍ ଏବେ କାହା ଉପରେ ନିଜ ରୋଷ ଦେଖାଇବ।ଯାହାକୁ ଦେଖାଇବାରଥି୍ଲା ସେ ତ କେବେଠୁ ଆରପାରି ଚାଲିଗଲାଣି।ସେ ଫେରିବାର ନିଷ୍ପତି ନେଲା।ଆସିବା ଦିନ ତା ପର୍ସ ଖୋଲି ବସନ୍ତ ଓ ତା ମାଆ କୁ ଏକ ଫଟୋ ଦେଖେଇଲା।ସେମାନେ ଫଟୋ ଦେଖି ଆଚମ୍ବିତ ଥିଲେ।ସେ ଫଟୋରେ ଫେଡେରିକ୍ ସହ ଜୁଲିଆ ଓ ରଣବୀର ଥିଲେ।ଫେଡରିକ୍ ଘରୁ ବାହାରିଲା ବେଳେ ବସନ୍ତ ଓ ତା ମାଆ ଆଖିରେ ଲୁହଥିଲା।ବସନ୍ତ ଭାଇ ଭାଇ କହି ତାକୁ ଧରି କାନ୍ଦୁଥିଲା ।
