STORYMIRROR

Madhabi Patel

Inspirational

3  

Madhabi Patel

Inspirational

ଆତ୍ମତୃପ୍ତି

ଆତ୍ମତୃପ୍ତି

3 mins
140

ମୋର ପିଲାଦିନର ଏକ ଘଟଣା ମନେ ଅଛି । ମୁଁ ସେତେବେଳେ ଚାରି କ୍ଲାସରେ ପଢୁଥାଏ । ତଳେ ମୋର ଛୋଟ ଭଉଣୀଟି ଦୁଇ ତିନିବର୍ଷର ଥାଏ । ଖବର ଆସିଲା ମୋର ଅଜା ସିରିଏସ୍ ଅଛନ୍ତି । ଶେଷ ଦର୍ଶନ କରିବାକୁ ଚାହୁଁଛନ୍ତି ଶୀଘ୍ର ଚାଲ । ସେତେ ବେଳେ ତ ଏବେପରି ବସ୍ ନଥିଲା । ମାତ୍ର ଗୋଟିଏ ବସ୍ ଝାରସୁଗୁଡା ଯାଉଥିଲା । ପୁଣି ସନ୍ଧ୍ୟାରେ । ତାକୁ ଅପେକ୍ଷା କଲେ ସେମାନେ ଅଜାଙ୍କୁ ଜୀବିତ ବୋଧହୁଏ ଦେଖି ପାରିବେନି । ବଡ ଭଉଣୀର କ୍ଳାସ ଚାଲୁଥିବାରୁ ସେ ବାପାଙ୍କସହ ଘରେ ରହିଗଲା । । ସେମାନେ ସଅଳ ସକାଳ ପାହାନ୍ତିରୁ ପଦବ୍ରଜରେ ବାହାରି ପଡିଲେ । ପାଦଚଲା ସଟକଟ ରାସ୍ତାରେ ବିଲବଣ ଦେଇ ସେମାନେ ଚାରିଜଣ ଆଗେଇ ଚାଲିଥାନ୍ତି । ଚାରିଜଣ ଭିତରେ ଥାଆନ୍ତି ମାଆ ଛୋଟ ଭଉଣୀକୁ କୋଳରେ ପାଉକରି ଚାଲୁଥାନ୍ତି । ଆଉ ମୁଁ ଥାଏ ତାଙ୍କ ସାଙ୍ଗରେ । ଜଣେ ଗୁତି ଥାଏ ଯିଏ ମାମୁଘରୁ ଚାଲିଚାଲି ଖବର ନେଇ ଆସିଥାଏ । ମାମୁଁଘର ଗାଆଁ ଝିର୍ଲାପାଲି ଝାରସୁଗୁଡା ଗଲାବେଳେ ମଝିରେ ପଡେ । ହେଲେ ସେ ରାସ୍ତା ଦେଇ ଜମା ଗୋଟେ ବସ୍ ଯାଏ । ଏବେ ତ ବହୁତ ଯାଉଛି ସେତେବେଳେ ଜମା ଗୋଟେ ହିଁ ଯାଉଥିଲା ତାହା ପୁଣି କେବେ ବାହାଘରମାନଙ୍କରେ ରିଜର୍ଭ ଚାଲି ଯାଉଥିଲା ତ ଯାତ୍ରୀମାନେ ବଡ ଅସୁବିଧା ପାଉଥିଲେ । ସେଥିପାଇଁ ଆମେ ବସର ଭରସା ଛାଡି ଚରଣଦାସର ସାହାଯ୍ୟରେ ଆଗେଇ ଚାଲୁଥାଉ । ସକାଳ ପାହାନ୍ତାରେ ଥଣ୍ଡା ଥଣ୍ଡା ସୁଲୁସୁଲିଆ ପବନ ବହୁଥାଏ । ବଣ ଫୁଲଙ୍କର ମହକ ଧରି ମହକିତ କରୁଥାଏ ବଣ ପ୍ରାନ୍ତରକୁ । କୋଉ ଜାଗାରେ ମହୁଲର ମହୁଲି ମହକନ ନେଇ ସମୀରଣ ଖେଦିଯାଉଥାଏ ଆଖ ପାଖ ଅଞ୍ଚଳ ତ କୋଉଠି ସରଗି ଆଉ ଆମ୍ବ ବଉଳର ବଉଲି ଧୁକା ଆମୋଦିତ କରୁଥାଏ ମନପ୍ରାଣକୁ । ସ୍ଥାନେ ସ୍ଥାନେ କୁରେଇଁ କରୁଲୁ ଫୁଲବି ତାର ସୌରଭରେ ଭିଜେଇ ଦେଇଥାଏ ତା ଚାରିପାଖକୁ । ନବନବ ପଲ୍ଲବିତ ଜାମୁପତ୍ର ସରଗି ପତ୍ର କୁସମ ପତ୍ର ମାନେ ବଣକୁ ସବୁଜ ସମ୍ଭାରରେ ସଜାଇ ଦେଇଥାନ୍ତି । ନାଲିନାଲି ଧାତୁଙ୍ଗ ଫୁଲ ପଲାସଫୁଲ ମଝିମଝିରେ ଦୃଷ୍ଟି ଗୋଚର ହେଉଥାଏ । ସରଗି ଗଛମାନଙ୍କରେ ମଦାଙ୍ଗ ଲତା ମାଡି ତାର ନାଲିଆ ଫୁଲରେ ମତେ ଆକର୍ଷିତ କରୁଥାଏ । ମଦାଙ୍ଗ ଫୁଲକୁ ଆଣି ଦୁଇଖଣ୍ଡ କରି ଯୋଡିଦେଲେ ଚୁଡି ଓ ମାଳି ତିଆରି ହୁଏ । ବଣର ଏସବୁ ରୂପ ମାଧୁରୀ ଭିତରେ ହଜିଯାଇଥାଏ ମୋ ମନ ଆଉ ମୁଁ ଆଗକୁ ମାଡିଚାଲିଥାଏ ମାଆ ସାଙ୍ଗରେ । ସାଙ୍ଗରେ ମାଆ ଥିଲେ ଆଉ କାହାକୁ ଡର । ହେଲେ ଧିରେ ଧିରେ ତପନଙ୍କ କିରଣ ପ୍ରଖର ହେବାକୁ ଲାଗିଲା । ସକାଳ ଦଶଟା ଶାଢେ ଦଶଟା ବେଳକୁ ସେମାନେ ଅଧରାସ୍ତାରେ ପହଞ୍ଚିଥାନ୍ତି । ଆହୁରି ଦୁଇଘଣ୍ଟା ଲାଗିବ ପହଞ୍ଚିବାକୁ । ଅଂଶୁମାଳିଙ୍କ ଦାରୁଣ ପୀଡାରେ ମୁଁ ଝାଉଁଳି ପଡିଥାଏ । ଜିଭ ଶୁଖା ଶୁଖା ଲାଗୁଥାଏ । ମାଆ ମୋର ଅବସ୍ଥା ଦେଖି ରାସ୍ତାରେ ଏକ ଗାଁ ପଡିବା ଦେଖି ଜଣକ ଘର ପିଣ୍ଡାରେ ଟିକେ ବିଶ୍ରାମ ନେବାକୁ ବସିଲେ । ସାମନାରେ ଏକ ଟିଉଓେଲ ଦେଖି ସେଥିରୁ ପାଣି କାଢିବାକୁ ଜାଗାଟେ ସେ ଘର ଲୋକଙ୍କୁ ମାଗିଲେ । 

ଏକ ସ୍ତ୍ରୀଲୋକ ଖୁରିଟେ ଦେଲା ପାଣି ନେବାପାଇଁ । ସ୍ତ୍ରୀ ଲୋକଟି ମୋ ଅବସ୍ଥା ଦେଖି ମାଆକୁ କହିଲା ଏତେ ଛୋଟ ଝିଅକୁ ଏତେ ଦୂର ରସ୍ତା ଚଲାଇ ଚଲାଇ ନେଉଛ?ପିଲାଟା ଏକଦମ୍ ହାଲିଆ ହେଇ ପଡିଛେ । 

ଯଦି କହିବ ମୁଁ ପଖାଳ କଂସାଏ ଦେବି ପିଲାଟା ଖାଇଦେଲେ ବଳହେବ ଆଗକୁ ଚାଲି ପାରିବ । 

ମାଆ ତା କଥା ଶୁଣି କୁନ୍ଥୁ କୁନ୍ଥୁ ହେଲେ । ମାଇକିନାଟି କହିଲା ଆମେ କିଶାନ ଜାତି ବୋଲି ତୁମେ ଡରୁଛ ନାଁ?

ହେଲେ ପିଲାର ଜୀବନଟା ବଡ ନା ତୁମ ଜାତିଟା ବଡ । ଆମେ ବି ତୁମର୍ ପରି ମୁନୁଷ ଆଉଁ । ମାଆ ନୀରବ ରହିଲେ । ସେ ମୌନ ସମ୍ମତି ଲକ୍ଷଣ ବୁଝିଗଲା । କିଛି ବାସି ପଖାଳ ପେଜ ସହିତ ଧରି ଆସିଲା । ସାଙ୍ଗରେ କିଛି ଶାଗଭଜା ଆଉ ପିଆଜଟେ । ସେ ଦିନ ସେ ପିଣ୍ଡା ଛାଇରେ ବସି ସେ ପଖାଳ କଂସା ଗଣ୍ଡାକ ଯୋଉ ଅମୃତ ମଣୋହିର ସୁଖ ଦେଲା । ତାହା ବର୍ଣ୍ଣନାତୀତ ଅନୁଭବ । ଖାଇ ସାରିଲା ପରେ ମନରେ ଅଫୁରନ୍ତ ଶକ୍ତି, ତୃପ୍ତି ଓ ଫୁର୍ତ୍ତି ଆସିଗଲା । ଆତ୍ମତୃପ୍ତି ଆସିଗଲା ସେଇ ପଖାଳ ଗଣ୍ଡାକରେ । ସେ ପଖାଳରେ ଥିଲା ସେ ସ୍ତ୍ରୀଲୋକଳ ଭଲ ପାଇବାର ମହକ ଭୋକର ପ୍ରାବଲ୍ୟ ହେତୁ ଖାଦ୍ୟ ଅତ୍ୟନ୍ତ ସ୍ବାଦିଷ୍ଟ ଲାଗିଥିଲା । ସେ ଅନୁଭୁତି ଆଜିଯାଏ ଭୂଲି ହେଇନି । ଆଗକୁ ଆଉ ଦୁଇଘଣ୍ଟା ପ୍ରବଳ ଖରାରେ ମୁଁ ଚାଲି ପହଞ୍ଚି ଯାଇଥିଲି ମାମୁଁଘରେ । ଆମେ ପହଞ୍ଚିବା ପରେ ଅଜାଙ୍କର ମୃତ୍ୟୁ ହେଇଯାଇଥିଲା । ଆମେ ସମୟ ଥାଉ ପହଞ୍ଚି ଯାଇଥିଲୁ ଓ ଅଜାଙ୍କ ଶେଷ ଦର୍ଶନ କରିଥିଲୁ । ଖାଦ୍ୟ ଦାମୀ ହେଲେ ଅତ୍ୟନ୍ତ ତୃପ୍ତି ଦେବ ସେମିତି କିଛି ମାନେ ନାହିଁ । ଭୋକ ଯଦି ଥିବ ଆଉ ଜଣକର ସ୍ନେହ ପରଷା ଭୋଜନ ସଫା ସୁତୁରା କରି ମିଳି ଯାଏ ତାହା ମଣିଷକୁ ଆତ୍ମତୃପ୍ତି ପ୍ରଦାନ କରିଥାଏ । 



Rate this content
Log in

Similar oriya story from Inspirational