Anita Jena

Drama Action Inspirational

4.5  

Anita Jena

Drama Action Inspirational

ଆତ୍ମସନ୍ତୋଷ

ଆତ୍ମସନ୍ତୋଷ

2 mins
189



ପ୍ରତିଦିନ ଭଳି ଆଜି ବି ସକାଳୁ ସକାଳୁ ଦେବେନ୍ଦ୍ର ବାବୁ ଉଠୁ ବଗିଚା କାମରେ ଲାଗି ପଡିଛନ୍ତି । ଏଇଟା ତାଙ୍କର ଗୋଟିଏ ଅଭ୍ୟାସ ପାଲଟି ଗଲାଣି । ଲୋକଙ୍କର ଉଠୁ ଉଠୁ ସକାଳୁ ଚା କପ୍ ଟିଏ ଦରକାର୍ ହେଲେ ଦେବେନ୍ଦ୍ର ବାବୁ ଉଠୁ ଉଠୁ ଚାଲି ଆସନ୍ତି ବଗିଚା କୁ । ପୂର୍ବ ଦିନ ପାଣି ଦେଇଥିବା ଗଛ ଗୁଡ଼ିକ ଠିକ୍ ଠାକ୍ ଅଛନ୍ତି କି ନାଇଁ, କେଉଁ ଗଛରେ କେମିତି କା ଫୁଲ ଫୁଟିଛି ସେ ସବୁକୁ ତନତନ କରି ଦେଖନ୍ତି ସେ । ବୟସର ଅନ୍ତରାଳେ ସବୁ କିଛି , ସବୁ ସମ୍ପର୍କକୁ ବହୁତ୍ ପଛରେ ଛାଡ଼ି ଦେଇ ଆସିଛନ୍ତି ସେ । 

  ପେଶାରେ ଜଣେ ବରିଷ୍ଠ ଶିକ୍ଷକ । ପତ୍ନୀ ଗୀତା ଦେବୀ ଏଇ କିଛି ମାସ ହବ ଦେହତ୍ୟାଗ କରିଛନ୍ତି । ପିଲା ଦୁଇଟି ଉଚ୍ଚ ଶିକ୍ଷିତ ଆଉ ବିଦେଶରେ କାର୍ଯ୍ୟରତ । ମଝିରେ ମଝିରେ ଆସି ବୁଲି ଦେଇ ଯାନ୍ତି ଘରେ । ଘର ଦ୍ବାର ବୋଲି ଆଖି ପାଉ ନାହିଁ ହେଲେ ଏତେ ବଡ଼ ଘରେ ରହିବାକୁ କେହି ନାହାଁନ୍ତି । ଏକୁଟିଆ ଲୋକ ଘରେ ଦେବେନ୍ଦ୍ର ବାବୁ । ଚାକିରୀରୁ ଅବସର ମିଳିବା ପରେ ସମୟ ସହିତ ତାଳ ଦେଇ ବଞ୍ଚିବା ଶିଖି ଗଲେଣି ସେ । ବସି ବସି ଘରେ ବୋର୍ ହେବା ସହିତ ଦେହ ହାତରେ ପୀଡ଼ା ଅନୁଭବ କଲେ ସେ । ଗୀତା ଦେବୀ ଚାଲିଗଲା ପରେ ସମ୍ପୂର୍ଣ୍ଣ ଭାବେ ଏକୁଟିଆ ହେଇ ଗଲେ ସେ । କଣ କରିବେ କେମିତି ସମୟ ଅତିବାହିତ କରିବେ ଏଇ ଚିନ୍ତାରେ ସବୁବେଳେ ରୁହନ୍ତି ସେ । ଦିନେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଏମିତି ବଗିଚାରେ ସମୟ କାଟିବା ପାଇଁ କହିଲେ । 

  ପ୍ରଥମେ ପ୍ରଥମେ ଅମଙ୍ଗ ହେଇଥିଲେ ହେଲେ ଯେତେବେଳେ ସେ ଯାଇ ତାଙ୍କ ପୁରୁଣା ବଗିଚା ଲୋକ ଲଗେଇ ସଫା କରିଲେ ଆଉ ବଗିଚା କାମ କରିବା ଆରମ୍ଭ କଲେ ସେତେବେଳେ ତାଙ୍କୁ ମିଳିଲା ଗୋଟିଏ ଅଲଗା ପ୍ରକାର ଆତ୍ମସନ୍ତୋଷ । ପ୍ରତିଦିନ ସକାଳୁ ଉଠି ସେ ବଗିଚା ସଫା କରିବା କାମରେ ଲାଗି ପଡନ୍ତି , ଅପରାହ୍ନ ସମୟ ରେ ସବୁ ଗଛରେ ପାଣି ଦେବା ସହିତ ନୂଆ ନୂଆ ଗଛ ସବୁ ଆଣି ରୋପଣ କରୁଛନ୍ତି ସେ । ନିଜ ଆୟର କିଛି ଅଂଶ ସେଇ ବଗିଚାରେ ଲଗେଇ ସେ ଶାନ୍ତି ଅନୁଭବ କରୁଛନ୍ତି । ଏଇ ବଗିଚା, ବଗିଚାର ସୁନ୍ଦର୍ ସୁନ୍ଦର୍ ଆଉ ରଙ୍ଗୀନ୍ ଫୁଲ , ପକ୍ଷୀ ମାନଙ୍କର କୁହୁ କୁହୁ ତାନରେ ମନ ପୂରି ଉଠେ ତାଙ୍କର । ଭରି ଯାଏ ତାଙ୍କ ଅପୂର୍ଣ୍ଣ ଜୀବନରେ ହସ ଖୁସି ର ରଙ୍ଗ । ବଗିଚାରେ ଥିବା ଚଢ଼େଇ ମାନେ ଯେମିତି ଗୋଟିଏ ଗୋଟିଏ ଅଙ୍ଗ ପାଲଟି ଗଲେଣି ଦେବେନ୍ଦ୍ର ବାବୁଙ୍କର । ତାଙ୍କ ପାଇଁ ସ୍ଵତନ୍ତ୍ର ଭାବରେ ପାଣି ଆଉ ଖାଇବା ରଖିବାର ବନ୍ଦୋବସ୍ତ ବି କରି ଦେଇଛନ୍ତି ସେ ବଗିଚା ଭିତରେ । 

  ଏଇ ବଗିଚା, ଫୁଲ ଫଳ ଆଉ ପକ୍ଷୀଙ୍କୁ ନେଇ ତାଙ୍କର ଏ ବାର୍ଦ୍ଧକ୍ୟ ଜୀବନରେ ଆଉ ଏକ ପରିବାର ଗଢି ଉଠିଛି । ପିଲା ମାନେ ତାଙ୍କର ଯେତେବେଳେ ତାଙ୍କୁ ପଚାରନ୍ତି ଏ ସବୁ କରି ସମୟ ନଷ୍ଟ କରିବା କଣ ଦରକାର ? ଏ ସବୁ କରି ତମକୁ ମିଳୁଛି କଣ ? ଏ ସବୁ ଶୁଣି ସେ ଖୁସିରେ କୁହନ୍ତି ଏ ସବୁ କରି ମୋତେ ଆତ୍ମସନ୍ତୋଷ ମିଳୁଛି । ଖୁସି ମିଳୁଛି । ଜୀବନର ଅପୂର୍ଣ୍ଣ ସ୍ଥାନ ପୂରଣ ହେଇ ଯାଉଛି । ବଞ୍ଚି ଥିବା ଯାଏଁ ଏମିତି ହିଁ କରି ଚାଲିବି ।




Rate this content
Log in

Similar oriya story from Drama