Anuradha Nath

Tragedy

3  

Anuradha Nath

Tragedy

ଆତ୍ମସ୍ୱାଭିମାନ

ଆତ୍ମସ୍ୱାଭିମାନ

3 mins
116



ଯେଵେଠାରୁ ପ୍ରିୟା ଵାହା ହୋଇ ଶାଶୁଘର କୁ ଆସିଛି, ସବୁଦିନ ନୂଆ ନୂଆ ପରିସ୍ଥିତି ର ସାମ୍ନା କରିବାକୁ ପଡିଛି। ଆଇନା ଆଗରେ ଠିଆ ହୋଇ ଵାରମ୍ଵାର ପ୍ରଶ୍ନ କରିଛି, ଵିଵାହ ପରେ ଜୀବନ ରେ ପରିବର୍ତ୍ତନ କଣ ନିତ୍ୟାନ୍ତ ଜରୁରୀ? କଣ ସେ ନିଜ ଇଚ୍ଛା ରେ ଆତ୍ମସ୍ୱାଭିମାନ ଆଉ ଇଜତ ର ସହିତ ବଞ୍ଚି ପାରିବ ନାହିଁ... ପ୍ରଶ୍ନ ଉତ୍ତର କିଛି ମିଳେ ନାହିଁ କିନ୍ତୁ ତା ବଦଳରେ ଦୁଇଧାର ଲୁହ ଆଖିରୁ ଝରି ପଡେ।ଵିଵାହ ପୂର୍ବ ଜୀବନ ସତରେ କେତେ ଭଲ ଥିଲା। ମନ ପସନ୍ଦ ର ଚାକିରି କରୁଥିଲା ସେ। ଅଫିସ, ଜିମ , ଵୁଲା ଵୁଲି ତା ଭିତରେ ନିଜ ପାଇଁ କିଛି ସୁଆଦିଆ ଭୋଜନ ମଧ୍ୟ ବନାଇ ପାରୁଥିଲା ସେ। ଛୁଟି ଦିନରେ ଘରକୁ ଯାଉଥିଲା। ଆଉ ଘରେ ତାକୁ ଵାପା ଆରାମ କରିବାକୁ କହୁଥିଲେ। କିନ୍ତୁ ଵୋଉ କହୁଥିଲା ଝିଅ ଜନମ ପାଇଛୁ, ଯେତେ ଚାକିରି କଲେ ଵି ଘରକରଣା ଵିଷୟ ରେ ଅବଗତ ହେବାକୁ ପଡିବ।

ପ୍ରିୟା ବୋଉ କଥାକୁ ଯଦିଓ ଵୁଝି ପାରୁ ନଥିଲା, ତଥାପି ଵୋଉ କଥା ମାନି ଘରକାମ ଵି କରୁଥିଲା। କିଛି ଦିନ ପରେ ସୁମିତ ଙ୍କ ସହିତ ପ୍ରିୟା ର ଵିଵାହ ହୋଇଗଲା। ଦୁହେଁ ଗୋଟିଏ ସହରରେ ଚାକିରି କରୁଥିଲେ। କିଛି ଦିନ ଠିକ୍ ଠାକ୍ ଥିଲା। କିନ୍ତୁ କ୍ରମେ କ୍ରମେ ସୁମିତ ଚିଡିଚିଡା ହୋଇ ଯାଉଥିଲେ। କଥା କଥାକେ ପ୍ରିୟା ସହ ଝଗଡା କରୁଥିଲେ।

ଦିନେ ମନଖୋଲି ପ୍ରିୟା ଆଗରେ ତାଙ୍କ କଥା ପ୍ରକାଶ କଲେ । ସୁମିତ ଚାହାନ୍ତି ତାଙ୍କ ଵାପା ମା ଭାଇ ଭାଉଜ ଝିଆରୀ ଙ୍କ ସହ ରହିବାକୁ। ଏଣୁ ସେ ତାଙ୍କ ନିଜ ଘରକୁ ଫେରି ଯିବାକୁ ଚାହାନ୍ତି। ସେହି ସହର ରେ ତାଙ୍କର ଚାକିରି ହୋଇ ଯାଇଛି। ପ୍ରିୟା କହିଲା ଠିକ୍ ଅଛି ତମେ ଯାଇପାର, ଆଗରୁ ଵି ମୁଁ ଏକୁଟିଆ ରହି ଚାକିରି କରୁଥିଲି ଏଵେଵି କରିଵି ଅସୁବିଧା କିଛି ନାହିଁ।

ସୁମିତ ପ୍ରିୟା କୁ କହିଲେ ଏତେ ସ୍ବାର୍ଥପର କେମିତି ହୋଇ ପାର ତମେ। ଵିଵାହ ପରେ ମଧ୍ୟ ନିଜ କଥା ଭାବୁଛ। ତମର ମୋ ପରିବାର ପ୍ରତି କଣ କୌଣସି କର୍ତ୍ତବ୍ୟ ନାହିଁ। ତମେ ଚାକିରି ଛାଡି ମୋ ପରିବାର ର ଦାଇତ୍ଵ ନିଅ । ତେଵେ ମତେ ଲାଗିବ ଘର ର ପୁଅ ହିସାବରେ ମୁଁ ସମ୍ପୂର୍ଣ୍ଣ ରୂପେ ଦାୟିତ୍ୱଵାନ।

ପ୍ରିୟା ଚାକିରି ଛାଡି ଶାଶୁଘରେ ରହିଲା। ଗ୍ୟାସ କରେଇ, ତେଲ ଲୁଣ ସଂସାର ରେ ସେ ଖୋଜୁଥିଲା ଅଫିସ ର ଲ୍ୟାପଟପ ଆଉ ଫାଇଲ ସଵୁ। ଚେଷ୍ଟା କରି ଚାଲିଥିଲା ସମସ୍ତ ଙ୍କ ସହ ମିଶି ନିଜ ଭବିଷ୍ୟ ଗଢିବାକୁ। କିନ୍ତୁ ପ୍ରତି ଛୋଟ ଛୋଟ କଥାରେ ଯିଏ ଯେତେବେଳେ ଇଛା ତାକୁ ଶୁଣାଇ ଦେଉଥିଲେ। ସେ ଚାହୁଁଥିଲା ସୁମିତ ଙ୍କ ଆଡକୁ, କିନ୍ତୁ ସେ ଚୁପ ରହୁଥିଲେ।

ଜୀବନଟା ଅସହାୟ ସନ୍ଘର୍ଷମୟ ଲାଗୁଥିଲା। ତଥାପି ଦିଗନ୍ତ ର ଯାତ୍ରା ପଥେ  ଖୋଜୁଥିଲା ସେହି କୋଳାହଳମୟ ଜୀବନରେ ନିଜ ପାଇଁ ଟିକିଏ ଇଜତ ଆଉ ଆତ୍ମସ୍ୱାଭିମାନ। ଯେତେବେଳେ ଘରକୁ ଫେରୁଥିଲା ଵୋଉ କୁ ପ୍ରଶ୍ନ କରୁଥିଲା ତୁ ତ କହିଥିଲୁ ଝିଅ ଜୀବନରେ ଘର କରଣା ଶିଖିବା ନିହାତି ଜରୁରୀ। ଯେତେବେଳେ କେହି ଅପମାନିତ କରାଏ ଵାରମ୍ଵାର ଜୀବନଟା ଶସ୍ତା ଲାଗେ। କଣ ଏମିତି ଟିକିଏ ଟିକିଏ କଥାରେ ଅପମାନିତ ହେବା ଵି ଘରକରଣା ର ଅନ୍ତର୍ଭୁକ୍ତ। କଣ ଯେଉଁ ପଥରେ ମୁଁ ଚାଲୁଛି, ତୁ ଵି କଣ ସେହି ପଥର ଵାଟୋଇ ? 

ଵୋଉ ଦୁଇଧାର ଲୁହ ଝରାଇ କହିଲା ଜୀବନ ଟା ସହଜ ନୁହେଁ। କିନ୍ତୁ ମୋ ପରିସ୍ଥିତି ତୋ ପରି ନୁହେଁ। ଶାଶୁଘର ଲୋକେ ଛୋଟ ଛୋଟ ଭୁଲ କୁ ଧରିଵେ, ଵାଧିଲା ପରି କଥା କହିବେ। କିନ୍ତୁ ସେତେବେଳେ ଝିଅ ମାନଙ୍କୁ ନିଜ ସହ ଵୁଝାମଣା କରିବାକୁ ପଡେ। ମୁଁ ବହୁତ ଭାଗ୍ୟଵତୀ, କାରଣ ମୋ ଜୀବନସାଥୀ ଆଉ ତୋ ଵାପା ବହୁତ ସପକ୍ଷବାଦୀ। ଵୋଧହୁଏ ସେଇଥିପାଇଁ ମତେ କେହି କିଛି କହିଵା ପୂର୍ବରୁ ଦଶଥର ଭାଵନ୍ତି।

ଵୋଉ ଠାରୁ ବିଦାୟ ନେଇ ଆସିବା ପରେ ସେ ଗୋଟିଏ ଜିନିଷ ଵୁଝି ସାରିଥିଲା , ଯେଉଁ ସ୍ଥାନରେ ତୁମ ଜୀବନସାଥୀ ତମ ସପକ୍ଷରେ ନାହିଁ, ସେହି ସ୍ଥାନରେ ତମେ ସଵୁଵେଳେ ଏକୁଟିଆ ପଡିଯିବ। ଦରକାର ପଡିଲେ ପାଦର ଧୁଳି ମଧ୍ୟ ଗାଲ କୁ ଆସି ଚାପୁଡା ମାରିଵ। ଆତ୍ମସ୍ବାଭିମାନ ର ସହିତ ଦିଗନ୍ତ ପଥରେ ଚାଲିବାକୁ ହେଲେ, ନିଜ କୁ ଵିନା ସାହାରା ଶକ୍ତ କରିବାକୁ ହେବ। ତେଵେ ଜୀବନର ରାସ୍ତା ସରଳ ହୋଇ ପଡିବ। 


Rate this content
Log in

Similar oriya story from Tragedy