Rasmi Rekha Tripathy

Inspirational

3  

Rasmi Rekha Tripathy

Inspirational

ଆତ୍ମହତ୍ୟା

ଆତ୍ମହତ୍ୟା

1 min
14.3K



       ବେଳେବେଳେ ଇଚ୍ଛା ହୁଏ, ମରି ଯାଆନ୍ତି କି ସବୁ ଦୁଃଖରୁ ମୁକ୍ତି ପାଇଯାଆନ୍ତି l ମଣିଷ କେତେ ଅଦ୍ଭୁତ ସତରେ l ସବୁ ମଣିଷର ଏଭଳି ହୁଏ କି ନାହିଁ କେଜାଣି ? ଅଳ୍ପକରେ ସନ୍ତୁଷ୍ଟ ମଣିଷଟିଏ ମୁଁ l କିନ୍ତୁ ସେହି ଅଳ୍ପଟି ନ ମିଳିଲେ ବ୍ୟତିବ୍ୟସ୍ତ ଲାଗେ l କିନ୍ତୁ ସେ ଦିନ ମୁଁ ବୁଝି ପାରୁ ନ ଥିଲି ସେତିକି ବି ବହୁତ ଜଣଙ୍କୁ ମିଳେନାହିଁ l ତଥାପି ବି ସେମାନେ ବଞ୍ଚି ରୁହନ୍ତି l ମୋ ପରି ଏମିତି ନିଜକୁ ଶେଷ କରି ଦେବାର ଅଦ୍ଭୁତ ଇଛାକୁ ଆବୋରି ବସନ୍ତିନି l ମୋର ପତିଦେବଙ୍କୁ ଦେଖିଲେ ଲାଗେ ଏମିତି ମଣିଷଟେ ସଂସାର ଗଢିବା ପାଇଁ ଆଗ୍ରହୀ ହେଲେ କଣ ପାଇଁ ? ଏତେ ନିର୍ମାୟା ମଣିଷଟେ l କୌଣସି କଥା ବୁଝନ୍ତିନି ସିଏ l ଦିନେ ପଡିଶା ଘର ମାଉସୀଙ୍କୁ କହିଲି ମୋର ଏହି ଆତ୍ମହତ୍ୟାପ୍ରବଣତା ଭାବ ବିଷୟରେ l ଗମ୍ଭୀର ହୋଇଗଲେ ସିଏ l ହୋଇଯିବା ସ୍ୱାଭାବିକ ବି l ତାଙ୍କ ପିଲାମାନେ ସବୁ ବାହାରେ ଅଛନ୍ତି l ତେଣୁ ତାଙ୍କର ଅପତ୍ୟ ସ୍ନେହ ସବୁ ମୋ ଉପରେ ଅଜାଡି ହୋଇ ପଡେ l ସେମିତି ଭାବ ଗମ୍ଭୀର ଭାବରେ କହିଲେ ସେ , “ମା’ ! ସେ ଭୁଲ କେବେ ବି କରିବୁ ନାହିଁ l ମଣିଷ ଯେଉଁ ଦୁଃଖରୁ ମୁକ୍ତି ପାଇବା ପାଇଁ ଆତ୍ମହତ୍ୟା କରେ, ପୁଣି ଥରେ ଜନ୍ମ ନେଇ ସେଇ ଦୁଃଖରେ ହିଁ ଘାଣ୍ଟି ହୁଏ l ତେଣୁ ଏ ଜନ୍ମରେ ହିଁ ସରିଯାଉନା ଦୁଃଖ ସବୁ l”

       ମୁଁ ଏ ସବୁ ପୂର୍ବ ଜନ୍ମ, ପର ଜନ୍ମରେ ବିଶ୍ୱାସ ନ କଲେ ବି ମାଉସୀଙ୍କ କଥା ମୋ ମନକୁ ଛୁଇଁଥିଲା ଓ ସେହି ଦିନ ଠାରୁ ଆଉ କେବେ ବି ମୁଁ ଆତ୍ମହତ୍ୟା କଥା ଚିନ୍ତା ବି କରି ନାହିଁ l


Rate this content
Log in

Similar oriya story from Inspirational