STORYMIRROR

Akshayakumar Dash

Inspirational

2  

Akshayakumar Dash

Inspirational

ଆତ୍ମବିଶ୍ୱାସ

ଆତ୍ମବିଶ୍ୱାସ

2 mins
115

ଚେଷ୍ଟା କରଜଗନ ଜଣେ ଯୁବକ । ପିଲାବେଳୁ ତାର ମେରୁଦଣ୍ଡରେ ଆଘାତ ଜନିତ ପୀଡ଼ରେ ଚାଲିବାରେ ଯନ୍ତ୍ରଣା ହୁଏ । ଏପରିକି ନିଜର ଦୈନିକ ନିତ୍ୟକର୍ମ କରିବାରେ ହତୋତ୍ସାହ ହୋଇ ନିଜ ଭାଗ୍ୟକୁ ଅଣ୍ଡାଳି ଦୁଃଖ କଷ୍ଟରେ ସମୟ ବିତାଏ । ଏଣେ ତାର ମାଆ ଶ୍ୱାସ ରୋଗୀ । କିଛ କାମ କଲେ ମାଙ୍କଆ ଶ୍ୱାସ ବାହାରେ । ଏତେ ପ୍ରବଳ ଶ୍ୱାସ ହୁଏ ଯେ ଜଗନ ଡରିଯାଇ କାନ୍ଦିକାନ୍ଦି ଠାକୁରଙ୍କୁ ପ୍ରାର୍ଥନା କରେ । କିଛିସମୟ ପରେ ଟିକେ ଥମିଯାଏ । ମାଆଙ୍କର ଜଣେ ଆତ୍ମୀୟ ଦିନେ ଆସି କହିଲେ, ଜଗଙ୍କୁ ନେଇ ସିରିଡିର ସାଇ ବାବାଙ୍କୁ ଭେଟିଲେ ବାବା ଜଗନର ରୋଗ ଭଲ କରିଦେବେ । ବିଶ୍ୱାସ ନେଇ ଜଗନର ମାଆ ଜଗନ କୁ ଏକ ବଳଦ ଗାଡ଼ିରେ ଧରି ସିରିଡି ବାହାରିଲେ । ସିରିଡିରେ ପହଁଚିଲା ବେଳକୁ ଦିନମାନର ଭ୍ରମଣ ହେତୁ ମାଆଙ୍କର ଶ୍ୱାସ ଅତ୍ୟଧିକ ବାହାରିଲା । ଜଗନ ତତ୍କାଳୀନ ଅବସ୍ଥାରେ ବାବାଙ୍କୁ ଯାଇ ମାଆଙ୍କର ରୋଗକୁ ଭଲ କରିଦେବା ପାଇଁ ବିନତି କଲେ । ମାଆ , ବାବାଙ୍କୁ ଭେଟି ଜଗନର ଆଘାତ ହୋଇଥିବା ମେରୁଦଣ୍ଡର ଯନ୍ତ୍ରଣା ଉପଶମ ହୋଇ ଭଲ ହୋଇଯିବାକୁ ଅନୁରୋଧ କଲେ । ବାବା ଜଗନକୁ ସାମ୍ନାରେ ଥିବା ବୃକ୍ଷ ଉପରେ ମାଡୁଥିବା ଲତାର ପତ୍ରକୁ ଆଣିଦେବାକୁ କହିଲେ । ଜଗନ ନିଜର ଅସମର୍ଥ ପ୍ରକାଶ କରି ରହିଲେ । ବାବା କହିଲେ ଯେ, ତୁମ ମାଆଙ୍କର ଆରୋଗ୍ୟ ନିର୍ଭର କରେ ସେଇ ଲତାର ପତ୍ର ଉପରେ । ଆହୁରି ମଧ୍ୟ ତୁମକୁ ଆରୋଗ୍ୟ କରିବାକୁ ତୁମର ମାଆ ତୁମକୁ ଧରି ଏପରି ଅବସ୍ଥାକୁ ଭୁକ୍ଷେପ ନକରି ପହଂଚି ପାରିଲେ । ଅଥଚ ତୁମେ ତୁମ ମାଆ କଂ ପାଇଁ ଏତିକି କାମ କରିବାକୁ ପଚଉଚ ଏଣିକି ତୁମର ବିଚାର । ଜଗନ ବାବାଙ୍କୁ କାନ୍ଦି କହିଲା । ବାବା ପିଲାବେଳେ ସାଙ୍ଗମାନଙ୍କ କଥାରେ ପଡି ଆମ୍ବ ଗଛ ଉପରେ ଚଢ଼ି ଆମ୍ବ ତୋଳିବାକୁ ଯିବାରୁ ତଳକୁ ପଡି ଏପରି ହୋଇଛି । ବାବା କହିଲେ, ଚେଷ୍ଟା କରି ଦେଖ । ଜଗନ ଧୀରେ ଧୀରେ ବାବା ଉପରେ ନିର୍ଭର କରି ପତ୍ର ଆଣିଦେଲେ । ଏବେ ଜଗନ ଆରୋଗ୍ୟ ହୋଇ ସିଧାରେ ଠିଆହେଲେ । ବହୁତ ଖୁସି ହୋଇ ବାବାକୁ ପ୍ରଣାମ କଲେ ବାବା ମଧ୍ୟ ବିଭୂତି ଦେଇ ମାଆକୁ ଆରୋଗ୍ୟ କଲେ । ମଣିଷର ଆତ୍ମବିଶ୍ୱାସ ଥିଲେ ଜଟିଳ କାମ ବି ସହଜ ହୁଏ । ଜଗନ ତାର ଦୁର୍ବଳ ମନ ନେଇ କୌଣସି କାମ କରିବାକୁ ପଛଉଥିଲା । ବାବାଙ୍କ ପ୍ରେରଣାରେ ସେଇ କାଯ୍ୟ କରିପାରିଲା ଓ ଆରୋଗ୍ୟ ଲାଭ ହେଲା । 


Rate this content
Log in

Similar oriya story from Inspirational