Padmalaya Mishra

Horror Thriller

4.0  

Padmalaya Mishra

Horror Thriller

ଆରେଞ୍ଜ୍ ମ୍ୟାରେଜ୍

ଆରେଞ୍ଜ୍ ମ୍ୟାରେଜ୍

3 mins
189



   ମୁଁ ବାହା ହେବି ତ ଟଲ୍, ଡାର୍କ ଓ ହ୍ୟାଣ୍ଡସମ୍ ହେଇଥିବା ଦରକାର ସେ ... ଆଉ ବୟସ ମୋ ଠାରୁ ଅତି ବେଶୀରେ ପାଞ୍ଚ ଛଅ ବର୍ଷ ବଡ଼ ହେଇଥିବ... ନହେଲେ ମୋ ବାହାଘର କଥା ଭୁଲି ଯାଅ । ବାହା ନହେଇ କଣ ରହୁ ନାହାନ୍ତି ଝିଅ... ମୁଁ ସେମିତି ରହିବି ।


  ଗେହ୍ଲାରେ ବଢିଥିବା ଗୋଟିଏ ବୋଲି ଝିଅ ମେନକାର ଏମିତି ଡିମାଣ୍ଡ ଶୁଣି ବାପା ବୋଉ ଚିନ୍ତାରେ ପଡିଲେ । କଥାରୁ ଅକଥା ହେଲେ ଜାଣନ୍ତି, ମେନକା ତାଣ୍ଡବ କରେ ।


  ଗୋରା ଦକଦକ ଚେହେରାକୁ ଗଢ଼ଣ ସୁନ୍ଦର । ଖୁଣି ହେବନି । ସତରେ କଣ ସ୍ଵର୍ଗ ଅପସରୀ ଏମିତି ହେଇଥିବ । ଜାତକ ନାମ ‘ମ’ ରେ ବାହାରିଥିଲା ତ ଜେଜେବାପା ନାଁ ଦେଇଥିଲେ ମେନକା । ବଡ ହେବା ସଙ୍ଗେ ଚନ୍ଦ୍ର ଉଦିଆ ପରି ଉଜ୍ଵଳ ଦିଶୁଥିବା ମେନକାର ସୁରକ୍ଷା ବିଷୟରେ ସଦା ବେଳେ ଚିନ୍ତିତ ବାପା ବୋଉ । ମେନକାର ରୂପରେ ସମସ୍ତେ ଆକୃଷ୍ଟ । 


  ଦଦା କାକା ଓ ତାଙ୍କ ପୁଅ ଝିଅ, ଜେଜେମା ଜେଜେବାପା ହୋଇ ଯୌଥ ପରିବାରରେ ପଚିଶି ଜଣ । ତା ମଧ୍ୟରେ ପନ୍ଦର ଜଣ ପିଲା । ଘର ମଝିରେ ବଡ଼ ଅଗଣା । ସନ୍ଧ୍ୟା ସମୟରେ ପାଠ ପଢା ସରିବା ପରେ ସେଇ ଅଗଣାରେ ସପ, ଚାଞ୍ଚ ଆଦି ପକେଇ ଜେଜେବାପାଙ୍କ ପାଖରେ ସମସ୍ତେ ବସି ଯାଆନ୍ତି ଗପ ଶୁଣିବା ପାଇଁ । ଆଉ ଜେଜେବାପାଙ୍କ ଗପ ପେଡି ଖୋଲିଯାଏ । ପୌରାଣିକ ଠାରୁ ଭୂତ ସବୁ ଗପ ଶୁଣାନ୍ତି । ପୌରାଣିକ ଗପ ଶୁଣି କିଛି ପିଲା ଶୋଇ ପଡନ୍ତି । ଭୂତ ଗପ କହିଲେ, ଜେଜେଙ୍କ ପାଖକୁ ଡରି ଲାଗି ଯାଆନ୍ତି । ଜେଜେ ଭୂତ ଗପ ତ କହନ୍ତିନି ଅଙ୍ଗେ ନିଭାଇଥିବା ଘଟଣାର ବର୍ଣ୍ଣନା ଗପ ପରି କରନ୍ତି । ଶୁଣିଲା ବେଳକୁ ଦେହ ଶୀତେଇ ଯାଏ ।


  ଥରେ ଜେଜେ ବ୍ରହ୍ମ ରାକ୍ଷସ କଥା କହୁଥିଲେ । ସେ ଯେତେବେଳେ ଯବାନ ଥିଲେ, ବାଡିପଟ ବିଲ ରାସ୍ତା ଦେଇ ଷ୍ଟେସନ ଯାଆସ କରନ୍ତି । ସେ ଷ୍ଟେସନ ମାଷ୍ଟର ଥିଲେ । ଥରେ ନାଇଟ ଡିଉଟି ସାରି ଫେରୁ ଫେରୁ ରାତି ବାର ହେଇ ଯାଇଥାଏ । ପୁଣି ଅମାବାସ୍ୟା । ଅଶରୀରିମାନଙ୍କ ବିଚରଣର ଦିନ । ଥରେ ମଶାଣି ରାସ୍ତା ଦେଇ ଆସିଥିଲେ ଯେ ମଶାଣି ପାଖ ଅଶ୍ଵତଥ ବୃକ୍ଷ ଡାଳରେ ଚିରୁଗୁଣି ତା ପିଲାକୁ ସେକ ଦେଉଥିବା ଦେଖିଥିଲେ । ସେ ଡରରେ ସେ ରାସ୍ତାରେ ରାତିରେ ଆଉ ଆସନ୍ତି ନାହିଁ । 


  ଆଜି ବିଲ ରାସ୍ତାରେ ଫେରୁଛନ୍ତି । ହନୁମାନ ଚାଳିଶା ପାଠ କରି ଚାଲିଥାନ୍ତି । ଅଚାନକ ରାସ୍ତା ମଝିରେ ଦି ଟା ଲମ୍ବା ଲମ୍ବା ଗୋଡ଼ ଦିଶିଲା । ଛନକା ପଶିଲା । ଛାତିରେ ଛେପ ପକେଇ ଆଗକୁ ବଢୁଥାନ୍ତି । ତେନ୍ତୁଳି ଗଛର ଡାଳରୁ ଦିଟା ଗୋଡ଼ ଝୁଲି ମାଟିକୁ ଛୁଇଁ ଥାଏ । ମୁଣ୍ଡ ଟେକି ଦେଖନ୍ତି ତ ବ୍ରହ୍ମ ରାକ୍ଷସ ହସୁଛି । ସାଙ୍ଗେ ସାଙ୍ଗେ କାନ୍ଧରେ ଥିବା ପଇତାକୁ ଧରି ମନ୍ତ୍ର ପଢିଲେ । ବ୍ରାହ୍ମଣର ପଇତା ଓ ମନ୍ତ୍ରର ପ୍ରକୋପରେ ବ୍ରହ୍ମ ରାକ୍ଷସ ଅଦୃଶ୍ୟ ହୋଇ ଯାଇଥିଲା ।


  ପିଲାଙ୍କ ପ୍ରଶ୍ନର ଉତ୍ତର ଦେଇ ଜେଜେ କହିଥିଲେ, ଯଦି ଅବିବାହିତ ଯୁବକ ଆତ୍ମହତ୍ୟା କରେ ତେବେ ସେ ବ୍ରହ୍ମ ରାକ୍ଷସ ହୁଏ । 


  ମେନକା ଏବେ ବ୍ୟସ୍ତ ବିବ୍ରତ । ମାସେ ତଳେ ଗାଁର ମୁନା ଭାଈ ଆତ୍ମହତ୍ୟା କରିଛି । କାରଣ କିଏ କଣ ଜାଣୁ କିନ୍ତୁ ମେନକା ଜାଣିଛି, ସେ ମେନକାକୁ ପ୍ରେମ ନିବେଦନ କରିଥିଲା । ହେଲେ ମେନକା ପ୍ରତ୍ୟାଖ୍ୟାନ କରି କହିଥିଲା, ବାଙ୍ଗେରା ଶରୀର ଓ କନ୍ଦର୍ପ ମୁହଁରେ ମତେ ଭଲ ପାଇବାର ଯୋଗ୍ୟତା ରଖିଛୁ ବୋଲି କେମିତି ଭାବିଲୁ । ତା ପରଦିନ ସକାଳେ ତା ଶୋଇବା ଘର ସିଲିଂ ଫ୍ୟାନରେ ତା ଶରୀର ଝୁଲୁଥିଲା ।


  ଏବେ ରାତି ହେଲେ ମେନକା ଡରେ । ମୁନା ଭାଈର ଅତୃପ୍ତ ଆତ୍ମା ତା ଚାରିକଡେ ବୁଲିଲା ଭଳି ଦିଶେ । 


   ଝିଅର ଏମିତି ଅବସ୍ଥା ଦେଖି ଶୀଘ୍ର ବାହାଘର କରିବା ପାଇଁ ବାପା ବୋଉ ଚାହିଁଲେ । ଝିଅର ମନ ମୁତାବକ ପାତ୍ର ସହ ବିବାହ ଠିକ୍ କଲେ । ପିଲାଟି ନ୍ୟାଭିରେ ଥିବାରୁ ସାମନା ସାମନି ଦେଖା ସାକ୍ଷାତ ହୋଇ ନଥିଲା । ଭିଡିଓ କଲରେ ମେନକା ଯାହା ଦେଖିଥିଲା । 

     ******************


  ଶୁଭ ମୁହୂର୍ତ୍ତରେ ମେନକା ଓ ରାଜୀବଙ୍କ ଶୁଭ ପରିଣୟ ହେଲା । ମେନକା ବିଦା ହେଇ ଶାଶୁଘରକୁ ଗଲା । 


  ଚଉଠି ରାତିରେ ଫୁଲର ଶେଯରେ ମୁଣ୍ଡ ପୋତି ବସିଥାଏ ମେନକା । ରାଜୀବ ଆସି ସାମନାରେ ଛିଡାହେଲା । ସେତେବେଳେ ଲାଇଟ୍ କଟିଗଲା । ଝରକା ଦେଇ ଆସୁଥିବା ଜହ୍ନ ଆଲୋକରେ ରାଜୀବ ଗୋଡ ଦୁଇଟି ବ୍ରହ୍ମ ରାକ୍ଷସର ଗୋଡ ଭଳି ଦିଶିଲା । ଜେଜେଙ୍କ କାହାଣୀ ଓ ମୁନା ଭାଈର ମୁହଁ ମନେ ପଡିଗଲା । ମେନକା ବେହୋସ ।



Rate this content
Log in

Similar oriya story from Horror