Lokanath Rath

Action Inspirational

3.6  

Lokanath Rath

Action Inspirational

ଆମେ ବି ବୁଲିବାକୁ ଯିବା

ଆମେ ବି ବୁଲିବାକୁ ଯିବା

5 mins
350


ସାଗର ଦାସ ଜଣେ ସରକାରୀ ଚାକିରିଆ ଓ ନିଜ ପରିବାର ସହିତ ସହରରେ ରହୁଛନ୍ତି । ତାଙ୍କ ପରିବାର କହିଲେ ,ପତ୍ନୀ ସୁନିତା ,ପୁଅ ସମ୍ବିତ ଓ ଝିଅ ସରିତା । ସାଗର ବାବୁଙ୍କୁ ବୟସ ୪୦ ପାଖ ପାଖି ,ସୁନିତାଙ୍କୁ ୩୫ ବର୍ଷ ,ସମ୍ବିତ ୧୫ ବର୍ଷର ଓ ସରିତା ୧୦ ବର୍ଷର । ସମ୍ବିତ ଏବେ ଦଶମ ଶ୍ରେଣୀରେ ପଢୁଛି ଓ ସରିତା ପଞ୍ଚମ ଶ୍ରେଣୀରେ ।ସାଗର ବାବୁ ସବୁବେଳେ କାମରୁ ଫେରି ନିଜ ପରିବାର ସହିତ ସମୟ ବିତାନ୍ତି ଓ ସମସ୍ତଙ୍କୁ ସବୁବେଳେ କିଛି ନା କିଛି ନୂଆ ନୂଆ ବିଷୟରେ କୁହନ୍ତି । ସମସ୍ତଙ୍କୁ ଶୁଣିବାକୁ ଭଲ ଲାଗେ । ବେଳେ ବେଳେ ସାଗର ବାବୁ କିଛି ନୂଆ ଖାଦ୍ୟ ଜିନିଷ ବିଷୟରେ କହିଲା ବେଳେ ପତ୍ନୀ ସୁନିତା ବହୁତ ଧ୍ୟାନର ସହିତ ଶୁଣନ୍ତି ଆଉ ସେଇ ଖାଦ୍ୟ ତିଆରି କରିବାକୁ ଲାଗି ଯାଆନ୍ତି ।କେତେବେଳେ ସେଗୁଡିକ ଖାଇବାକୁ ଭଲ ଲାଗେ ତ କେତେବେଳେ ବହୁତ ଅଖାଡୁଆ ଲାଗେ । ସମ୍ବିତ ଓ ସରିତା ଖରାପ ଲାଗୁଥିବା ଖାଦ୍ୟ ଖାଉ ଖାଉ କୁହନ୍ତି ,'' ମା ,ତୁମେ ବାପାଙ୍କ ଠାରୁ ଶୁଣିକରି ଯେଉଁ ଜିନିଷ ବହୁତ ପରିଶ୍ରମ କରି ତିଆରି କଲ,ଏବେ ସବୁ ବେକାର ହେଇଗଲା ।ତୁମ ପରିଶ୍ରମ ଓ ଚେଷ୍ଟା ସବୁ ପାଣିରେ ପଡିଗଲା ।'ପିଲାଙ୍କ ଠାରୁ ଏତକ ଶୁଣି ସାଗର ବାବୁ ଟିକେ ଅପ୍ରସ୍ତୁତ ହେଇଯାଇ ଚୁପଚାପ ଉଠି ଚାଲି ଯାଆନ୍ତି ଓ ସୁନିତା ଦେବୀ ଟିକେ ମୁହଁ ଶୁଖାଇ ଦେଇ ସେହି ସବୁକୁ ନେଇ ପକାଇ ଦିଅନ୍ତି ।ଖାଲି ସେତିକି ନୁହେଁ ବେଳେ ବେଳେ କିଛି ନୂଆ ନୂଆ ପ୍ରକାରର ପୋଷାକ ଆଣି ଯେତେବେଳେ ସାଗର ବାବୁ ଘରେ ସମସ୍ତଙ୍କୁ ଦିଅନ୍ତି ,ତାକୁ ଦେଖି ସୁନିତା ସବୁବେଳେ କୁହନ୍ତି .''ଏମିତି ଅନ୍ୟ ଠାରୁ ଶୁଣି ଯେଉଁ ପୋଷାକ ସବୁ ଆଣୁଛ ଓ ଏତେ ପଇସା ନଷ୍ଟ କରୁଛ,ଏଥିରେ କିଛି ଲାଭ ହେଉଛି ? ଖାଲି କହୁଚ ଏଇଟା ଏମଙ୍କ ରାଜ୍ୟର ଲୋକେ ପିନ୍ଧନ୍ତି ,ସେଇଟା ସମ୍ୱକ ରାଜ୍ୟର ଲୋକେ ପିନ୍ଧି ନାଚନ୍ତି କିନ୍ତୁ ପକୃତରେ କେମିତି ଏଗୁଡ଼ାକ କେତେବେଳେ ପିନ୍ଧି କଣ କରାଯାଏ ଆମେ କେହି ଜାଣିନେ । ଖାଲି ଆ ତା ଠାରୁ ଶୁଣିବା କେଉଁଠି କିଛି ଛବି ଦେଖି କିଣି ପକାଇଲେ ଏହାର ସଦବ୍ୟବହାର କଣ ହେଇ ପାରିବ ?'' ପିଲାମାନେ ତାଙ୍କ ବାପା ସାଗର ବାବୁଙ୍କୁ କିଛି ନ କହି ଚୁପ ରୁହନ୍ତି । ସାଗର ବାବୁ ବୁଝି ପାରନ୍ତି ସବୁ କଥା ,ହେଲେ କଣ କରିବେ ?

ସାଗର ବାବୁଙ୍କର ଇଚ୍ଛା କିଛି ନୂଆ ନୂଆ କଥା ଜାଣିବାକୁ ଓ ଶିଖିବାକୁ । ସେ ବି ଇଚ୍ଛା କରନ୍ତି କିଛି ନୂଆ ନୂଆ ଜାଗାକୁ ବୁଲିବାକୁ ଯାଇ ସେଠିକାର ଚାଲି ଚଳନ,ସଂସ୍କୃତି ,ସେଠାକାର ଖାଦ୍ୟ ଆଦି ସମ୍ବନ୍ଧରେ ଜାଣି ସେଥିରୁ ସବୁ ଭଲ କଥା ନିଜେ ଓ ପରିବାରର ସମସ୍ତେ ନିଜ ଜୀବନ ଶୈଳୀରେ ପ୍ରୟୋଗ କରିବାକୁ । ହେଲେ କେତେବେଳେ ବିଭିନ୍ନ ଜାଗାକୁ ବୁଲି ଯିବାକୁ ମନ ହେଉଥିଲେ ବି ଅର୍ଥ ବାଧକ ହୁଏ ତ ସମୟ ବି ବାଧକ ହୁଏ କିମ୍ବା ଦୁଇଟି ଯାକ ବାଧକ ହୁଏ । ନିଜର ଇଛାକୁ ନିଜେ ମନରେ ଲୁଚାଇ ରଖି ଯେତେବେଳେ ତାଙ୍କ ସାଙ୍ଗମାନଙ୍କ ଠାରୁ ତାଙ୍କ ବିଭିନ୍ନ ଜାଗର ଭ୍ରମଣ କାହାଣୀ ଶୁଣନ୍ତି ,ସେଥିରୁ ଯେଉଁ ଗୁଡିକ ଭଲ ଲାଗେ ,ତାକୁ ଆସି ଘରେ ସମସ୍ତଙ୍କୁ କୁହନ୍ତି ଓ କିଛି କିଛି ସେମିତିକିଆ ଜିନିଷ ଘରକୁ କିଣି ନେଇ ଆସନ୍ତି । ଏବେ ସମ୍ବିତର ଦଶମ ଶ୍ରେଣୀ ପରୀକ୍ଷା ହେବ ,ସେଥିପାଇଁ ତାର ପଢା ପଢି ରେ ଏବେ ଯାହା ଅର୍ଥ ଖର୍ଚ୍ଚ ହେଉଛି ସବୁ ସାଗର ବାବୁ ଖର୍ଚ୍ଚ କରୁଛନ୍ତି । ସମ୍ବିତର ପରୀକ୍ଷା ଆରମ୍ଭ ହେବାର ୧୫ ଦିନ ଆଗରୁ ପୁରା ପରିବାରକୁ ନେଇ ତାଙ୍କ ସାହରେ ଥିବା ବହୁତ ପୁରୁଣା ମନ୍ଦିରକୁ ପୂଜା କରିବାକୁ ଗଲେ ସାଗର ବାବୁ । ପୂଜା ସରିଗଲା ପରେ ସମସ୍ତେ ମନ୍ଦିର ବାହାରକୁ ଆସି ଟିକେ ଗୋଟିଏ ଜାଗାରେ ବସିଲେ ଓ ନିଜର ଜୋତା ପିନ୍ଧିବାକୁ ଲାଗିଲେ । ଝିଅ ସରିତା ପାଖରେ ଦେଖିଲା କିଛି ବିଦେଶୀ ଲୋକ ଓ ଅନ୍ୟ ରାଜ୍ୟର ଲୋକ ସେହି ମନ୍ଦିରର ପୂଜକଙ୍କୁ ମନ୍ଦିରର ବିଷୟରେ ପଚାରି ବୁଝୁଛନ୍ତି ଓ ତାକୁ ଭିଡିଓ ରେକର୍ଡିଙ୍ଗ କରୁଛନ୍ତି । ସେଥିରେ କିଛି ବିଦେଶୀ ମହିଳା ବି ଶାଢ଼ୀ ପିନ୍ଧିଛନ୍ତି । ସରିତା ସଙ୍ଗେ ସଙ୍ଗେ କହିଲା ସାଗର ବାବୁଙ୍କୁ ,'' ବାପା ଦେଖିଲ,ଏମାନେ ସବୁ ବାହାରର ଲୋକ ଏଠାକୁ ଆସି ସବୁ ବୁଝୁଛନ୍ତି ଆଉ ଶିଖି ନିଜେ ଏହିଠାରେ ପ୍ରୟୋଗ କରୁଛନ୍ତି । ତାଙ୍କୁ ବହୁତ ମଜା ଆସୁଥିବ । ଯାହାହେଉ ତାଙ୍କର ଏହି ଭ୍ରମଣ ସାର୍ଥକ ହୋଇଗଲା ।'' ଝିଅ ସରିତା ଠାରୁ ଏତକ ଶୁଣି ସାଗର ବାବୁ ଟିକେ ସେମାନଙ୍କୁ ଦେଖିଲେ ଓ ତାଙ୍କ ମନ ବହୁତ ବ୍ୟାକୁଳ ହେଲା ସେମାନଙ୍କ ପରି ନିଜେ ନିଜ ପରିବାରକୁ ନେଇ ବାହାରକୁ ବୁଲିବାକୁ ଯିବେ । କିନ୍ତୁ ହଟାତ କିଛି ଭାବି ପାରୁ ନଥିଲେ କଣ କରିବେ ? ପୁଅ ସମ୍ବିତ ଟିକେ ସେମାନଙ୍କୁ ଦେଖି କହିଲା ,''ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? ଯେତେବେଳେ ଯିଏ ଯେକୌଣସି ନୂଆ ଜାଗାକୁ ଯାଏ ,ସେଠାରୁ ବହୁତ କିଛି ଶିଖିବାକୁ ମିଳେ । ସେମାନେ ସେଇଆ କରୁଛନ୍ତି ।'' ସମ୍ବିତ ର କଥା ସରୁ ସରୁ ସରିତା ଟିକେ ମୁରୁକି ହସି କହିଲେ ,''ସେମାନେ ଏହି ଜାଗାକୁ ଆସି , ଆମ ସଂସ୍କୃତି ଓ ସଭ୍ୟତା ବିଷୟରେ ଜାଣି ,ଏହି ଜାଗାରେ ନିଜେ ତାକୁ ନିଜ ଉପରେ ପ୍ରୟୋଗ କରି ଅଭ୍ୟାସ କରୁଛନ୍ତି । ସେମାନେ ଏମିତି ଖାଲି କାହାଠାରୁ ଶୁଣା ଖବର ଶୁଣି କିଛି କାମ କରୁ ନାହାନ୍ତି । ସେମାନେ ତାଙ୍କର ପୁରା ଭ୍ରମଣର ଲାଭ ଉଠାଉଛନ୍ତି ଓ ଉପଭୋଗ ବି କରୁଛନ୍ତି ।'' ସମସ୍ତଙ୍କ କଥା ଗୁଡାକ ଯେମିତି ସାଗର ବାବୁଙ୍କ ମନ ଓ ହୃଦୟକୁ ଛୁଞ୍ଚିରେ ଫୋଡିବା ପରି ଲାଗୁଥିଲା । ସେ ବୁଝି ପାରୁ ନଥିଲେ ତାଙ୍କ ପରିବାରର ସମସ୍ତେ ତାଙ୍କୁ ଏମିତି କିଛି କହୁଛନ୍ତି ନା କିଛି ପରିହାସ କରୁଛନ୍ତି । ତାଙ୍କ ମନ ବହୁତ ଖରାପ ଲାଗୁଥିଲା । ସମସ୍ତଙ୍କୁ ନେଇ ସାଗର ବାବୁ ଘରକୁ ଫେରିଲେ । ନିଜେ ଏକୁଟିଆ ବସି ଭାବିଲେ ଏବେ କଣ କରିବେ ? ନିଜ କମ୍ପ୍ୟୁଟର ଆଗରେ ବସି ବିଭିନ୍ନ ଜାଗା ବିଷୟରେ ଜାଣିବାକୁ ଲାଗିଲେ । ତା ଭିତରେ ପତ୍ନୀ ସୁନିତା ଚାହା ଆଣି ଥୋଇଦେଇ ଗଲେ ,କିନ୍ତୁ ସେଥିପ୍ରତି ସାଗର ବାବୁଙ୍କର ମୋତେ ଧ୍ୟାନ ନଥାଏ । ସେଠାରେ ଦୀର୍ଘ ସମୟ ଦେଖିଲା ପରେ କିଛି ଜାଗାକୁ ଗୋଟିଏ କାଗଜରେ ଲେଖି ରଖିଲେ ଓ ଦେଖିଲେ ପାଖରେ ପତ୍ନୀ ସୁନିତା ରଖି ଯାଇଥିବା ଚାହା ପୁରା ଥଣ୍ଡା ହେଇଗଲାଣି । ସେ ସେହି ଥଣ୍ଡା ଚାହାକୁ ପିଉ ପିଉ ହିସାବ ଲଗାଇଲେ ଲେଖିଥିବା ଜାଗାକୁ ଯିବା ଆସିବା ,ରହିବା ଓ ବୁଲିବାରେ କେତେ ଖର୍ଚ୍ଚ ହେବ ? ସବୁ ହିସାବ ଯୋଡି ସରିଲା ପରେ ନିଜେ ଭାବିଲେ ସେହି ଅର୍ଥ କେଉଁଠାରୁ ଆସିବ ? ତାଙ୍କର ମନେ ପଡିଗଲା ଯେ ଗୋଟିଏ ବୀମା ପଲିସି ଆସନ୍ତା ସପ୍ତାହରେ ପୁରା ହେଇଯିବ ଓ ସେଥିରୁ ଯେଉଁ ଅର୍ଥ ମିଳିବ ସେଥିରେ ବହୁତ ସୁବିଧାରେ ତାଙ୍କ ପରିବାରର ଭ୍ରମଣ ହୋଇଯିବ । ସେ ବହୁତ ଖୁସି ହେଇଗଲେ ଯେ ଏତେଦିନ ପରେ ତାଙ୍କ ମନର ଇଛା ପୂର୍ଣ୍ଣ ହେବ । ସେ ବାହାରକୁ ଗଲେ ଓ ଦେଖିଲେ ସମସ୍ତେ ବସି ଜଳଖିଆ ଖାଉଛନ୍ତି ଓ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ଭାବରେ ତାଙ୍କୁ ଚାହିଁଛନ୍ତି । ସାଗର ବାବୁ ବସି ପଡି ଟିକେ ହସି ହସି କହିଲେ ,'' ଏବେ ଶୁଣ ସମସ୍ତେ । ସମ୍ବିତର ପରୀକ୍ଷା ସରିଗଲା ପରେ ଆମେ ସମସ୍ତେ ପୁରା ଉତ୍ତର ପୂର୍ବ ରାଜ୍ୟ ଗୁଡିକୁ ବୁଲିବାକୁ ଯିବା । ସେଠାରେ ବିଭିନ୍ନ ଜାଗାକୁ ଯିବା । ସମୁଦାୟ ଯିବା ଆସିବା ,ସେଠାରେ ବୁଲିବା ଓ ରହିବାରେ ମୋଟ ୧୫ ଦିନ ଲାଗିବ । ମୁଁ ଏବେ ଠାରୁ ଛୁଟି ପାଇଁ ଦରଖାସ୍ତ ଦେଇ ଦେବି । ସେତେବେଳେ ସରିତାର ବି ବିଦ୍ୟାଳୟ ଛୁଟି ହେଇଥିବ । ସେଥିପାଇଁ ସବୁ ଯାହା ଖର୍ଚ୍ଚ ହେବ ସେ ବି ମୋଟ ଆର ସପ୍ତାହରେ ମୋ ବୀମା ପଇସାରୁ ମିଳିଯିବ । ମୁଁ ଏବେ ଯାଉଛି ସବୁ ଯାତ୍ରାର ଟିକଟ ପାଇଁ ବ୍ୟବସ୍ଥା କରିବି ।'' ସାଗର ବାବୁଙ୍କ ଠାରୁ ଏତକ ଶୁଣି ସମସ୍ତେ ବହୁତ ଖୁସି ହେଇଗଲେ ।ଝିଅ ସରିତା ହସି ହସି ନାଚିଗଲା ଓ କହିବାରେ ଲାଗିଲା ,'' ଆମେ ବି ବୁଲିବାକୁ ଯିବା ।'' ତାକୁ ଦେଖି ସୁନିତା ଓ ସମ୍ବିତ ବି ଖୁସିରେ କହୁଥିଲେ ,''ହଁ ,ଆମେ ବି ବୁଲିବାକୁ ଯିବା ।'' ସମସ୍ତଙ୍କ ଖୁସି ଦେଖି ସେହ୍ନରେ ସାଗର ବାବୁ ବହୁତ ଖୁସି ହେଲେ ଓ ଭାବିବାକୁ ଲାଗିଲେ ଯେ ତାଙ୍କ ପରି ତାଙ୍କ ଘରର ସମସ୍ତେ ବି ବରବାଦ ନ କରିବାକୁ ତାଙ୍କର ସବୁ ଇଛାକୁ ଚପାଇ ରଖିଥିଲେ । ଏବେ ସମସ୍ତଙ୍କ ଇଚ୍ଛା ପୁରା ହେବ ।


Rate this content
Log in

Similar oriya story from Action