STORYMIRROR

Jasoda Majhi

Children

4  

Jasoda Majhi

Children

ଆମ୍ବିଳ ଖଟା

ଆମ୍ବିଳ ଖଟା

2 mins
293

ସମୟର ଗତି ସହ ତାଳଦେଇ ମଣିଷ ଜୀବନ ଧୀରେ ଧୀରେ ଗତିକରି ଚାଲିଛି l ଦୁନିଆଁ ପରିବର୍ତ୍ତନ ହୋଇଛି, ପୁଣି ମଣିଷ ମଧ୍ୟ l ସେହି ସମୟ ସହ ଯେତେ ଦୂର ମୁଁ ଗତି କରିଛି ଅନେକଙ୍କୁ ପାଇଛି ଏବଂ ଅନେକ କିଛି ହଜେଇଛି, ତଥାପି ବଞ୍ଚିଛି ସ୍ମୃତି ଗୁଡାକୁ ହୃଦୟରେ ପେଡିବାନ୍ଧି l ସେହି ପେଡିକୁ ଯେତେବେଳେ ଖୋଲି ଦେଖେ ଅନେକ କଥା ହୋଇଯାଏ ଦୃଶ୍ୟମାନ l ସେଥିପାଇଁ ମୁଁ କେବେ ବି ଗଭୀର ଭାବେ କିଛି ଭାବନାକୁ ଆଣେ ନାହିଁ, କାଳେ ଭାବିଦେଲେ ମୁଁ ଭାଙ୍ଗିପଡ଼ିବି ବୋଲି l କିନ୍ତୁ ଯେତେବେଳେ ସମ ସଦୃଶ ଘଟଣା ସାମନାରେ ଆସିଯାଏ ସେତେବେଳେ ମନେପଡି ଯାଏ ଅନେକ କଥା l ଠିକ ସେମିତି ସେଦିନ ମାଳତୀ ଆଈର ଚାଉଳ ପିଠଉ ବଟା ଦେଖି ମନରେ ଅନେକ କଥା ଏବଂ ବ୍ୟଥା ଜାତ ହେଲା l 


   ସେଦିନ ଥାଏ ରବିବାର l ବାଦଳ ପାଗ ହେଇଥାଏ l ଦିନ ବାର ସାଢ଼େ ବାରଟାରେ ମାଳତୀ ଆଈ ଘୁଟୁର ଘୁଟୁର କରି ଶିଳରେ କ'ଣ ଗୋଟେ ବାଟୁଛି, ତାହା ପୁଣି ରାଗରେ ଟୁକୁର ଫୁସୁର କ'ଣ କହି କହି l ଯାଇ ଦେଖିଲି ଚାଉଳ ପିଠଉ l ପଚାରିଲି - କ'ଣ ବାଟୁଛୁ କି ଆଈ ? ବାଟୁଛୁ ତ ବାଟୁଛୁ ପୁଣି ରାଗରେ ? ଅଜା ଗାଳି କଲେ ନାଁ କ'ଣ l ମାଳତୀ ଆଈ ମୋ ଆଡକୁ ଚାହିଁ କହିଲା - କ'ଣ ଆଉ କହିବି ଲୋ ମାଆ... ଏଇ ତୋ ଅଜା ପରା ଜୀବନର ଅପରାହ୍ନରେ ବି ମତେ ଶାନ୍ତିରେ ବସେଇ ଦେବ ନାହିଁ l ଏଇ ଅବେଳାରେ ତାଙ୍କର ଆମ୍ବିଳ ଖଟା ଖାଇବାର ଇଚ୍ଛା ମତେ ବିରକ୍ତ କରିବନି ତ, କ'ଣ ଖୁସି କରିବ l ସକାଳୁ କେତେ କାମ କରୁଛି, କାମ କରି କରି ଥକି ପଡୁଛି, ଏଇ ବୁଢ଼ୀ ବୟସରେ କେତେ ବଳ ରହିବ ତୁ କହୁନୁ l

   

    ଅଜା ଆଈ ଭାରି ସୁଗୁଣଧାରୀ ମଣିଷ l ତାଙ୍କର ଗୋଟିଏ ବୋଲି ଝିଅ l ସେ ବାହା ହେଇ ଶାଶୁ ଘରେ l ସେଥିପାଇଁ ଆଈ ଘରର ସବୁ କାମ କରେ l ଅଜା ଆମର ସରକାରୀ ବିଦ୍ୟାଳୟର ଶିକ୍ଷକ ଥିଲେ l ଅବସର ପ୍ରାପ୍ତ ପରେ ଘରେ ବସିଲେ l ଘରେ ବସିଲେ ବି ତାଙ୍କର ଅଭ୍ୟାସ ଗଲା ନାହିଁ l ପ୍ରତିଦିନ ବାଡ଼ିରେ ଯାଇ କାମ କରିବେ ଓ ବିଦ୍ୟାଳୟର ଛୁଟି ପରି ରବିବାର ଗୋଟିଏ ଦିନ ଘରେ ବିଶ୍ରାମ ନେବେ, ଆଉ ପ୍ରତି ରବିବାର କିଛି ଭଲ ଖାଇବାକୁ ଚାହିଁବେ l ଏଇ ରବିବାର ଅଜାଙ୍କ ଆମ୍ବିଳ ଖଟାରେ ମନ ଜାଣି ଖୁସି ହେଲି l

   ରୋଷେଇ ତ ଯିଏ ବି କରି ଦେବ, ହେଲେ ଜଣେ ଜଣେ ଏମିତି ଥାଆନ୍ତି,ତାଙ୍କ ହାତର ଯାଦୁରେ ଖାଇବା ଲୋକର ହୃଦୟରେ ଛାପ ଛାଡ଼ି ଯାଆନ୍ତି, ଠିକ ମୋ ମାଆ ପରି l ମୋ ମାଆ କେଉଁ ଦରବ କେମିତି ରାନ୍ଧୁଥିଲା ସେଥିରେ ମୋର ଟିକେ ବି ଜାଣିବାର ଇଚ୍ଛା ନାହିଁ, ହେଲେ ତା ହାତର ପିଠଉ ଆମ୍ବିଳର ମହକ ଆଉ ସ୍ୱାଦ ଏବେ ବି ମୋର ମନେ ପଡିଯାଏ l ପିଆଜ ରସୁଣର ଛୁଙ୍କ ଆଉ ସେଥିରେ ତେନ୍ତୁଳି କି ଆମ୍ବ ଶୁଖା ଗୋଟାଏ ପଡ଼ିଥିବ, ଗରମ ଭାତକୁ ଆମ୍ବିଳ ଖଟା ମନରେ ଅସୁମାରୀ ଖୁସି ଦେବ l ଏମିତି ଖୁସି କ'ଣ ସବୁଦିନ ଥାଏ, ମୋ ମାଆ ସ୍ୱର୍ଗବାସୀ ହେବା ପରେ ତା ହାତର ଆମ୍ବିଳ ଖଟା ଭଳି ଆଉ ଖାଇବାକୁ ମିଲୁ ନାହିଁ l ମୁଁ ଅନେକ ଥର ଚେଷ୍ଟା କରିଛି ତା ପରି ରାନ୍ଧିବାକୁ, ହେଲେ ମୋ ହାତର ରୋଷେଇରେ ମତେ ସେଇ ସ୍ୱାଦ ମିଳେ ନାହିଁ ଯୋଉଟା ମାଆର ରୋଷେଇରେ ସେତେବେଳେ ମିଳୁଥିଲା l


      ଚାଉଳ ପିଠଉ ଏବେ ବି ବଟା ହୁଏ ପ୍ରତି ଘରେ, ସେଇଟା ଆମ୍ବିଳ ରାନ୍ଧିଵା ପାଇଁ ନୁହେଁ ଦୋଷା କି ଚକୁଳି ବନେଇବା ପାଇଁ l ଆଜିକାଲି ଯୁଗ ବଦଳିଲା ପରେ ଲୋକଙ୍କ ଖାଇବା ପିଇବା ସବୁ ବଦଳିଲା l ଖାଇବାର ଶୈଳୀ ସହିତ ତାର ସ୍ୱାଦ ବି ବଦଳିଗଲା l 


   


Rate this content
Log in

Similar oriya story from Children