STORYMIRROR

Jasoda Majhi

Action Children

3  

Jasoda Majhi

Action Children

ମନ ବଦଳିଲା

ମନ ବଦଳିଲା

4 mins
164

ସୁନ୍ଦରପୁର ବୋଲି ଗୋଟିଏ ଗାଁ ଥିଲା l ସେହି ଗାଁର ନାଁ ଟା ଯେମିତି, ତା'ର ସୌନ୍ଦର୍ଯ୍ୟ ମଧ୍ୟ ସେମିତି l ଚାରି ଆଡ଼େ ସବୁଜ ପତ୍ର ଘେରା ଜଙ୍ଗଲ, ସେହି ଜଙ୍ଗଲର ପାଦଦେଶରେ ବହି ଯାଉଛି ଗୋଟିଏ ଛୋଟ ନଦୀ,ଯେଉଁଠି କାଚକେନ୍ଦୁ ଭଳି ପାଣି ଝିଲ ମିଲ କରୁଛି l ଯୁଆଡେ ଚାହିଁଲେ ସୁନ୍ଦର ସୁନ୍ଦର ଫୁଲରେ ପରିପୂର୍ଣ୍ଣ l ଆକାଶର ନୀଳ ରଙ୍ଗ ଓ ସେଥିରେ ଭାସି ବୁଲୁଥିବା ଖଣ୍ଡ ଖଣ୍ଡ ଧଳା ମେଘକୁ ଦେଖିଲେ ଆନନ୍ଦ ଲାଗେ l

      ସେହି ସୁନ୍ଦରପୁର ଗାଁରେ ବିଶ୍ୱଜିତ ନାମକ ଜଣେ ବାଳକ ଥିଲା ପିଲାଟି ବେଶ ଡଉଲ ଡାଉଲ, କିନ୍ତୁ ବେଶୀ ଦୁଷ୍ଟ l ବୋହୁତ ଖରାପ ଗୁଣ ଭରି ରହି ଥିଲା ତା' ଭିତରେ l ଦୁଷ୍ଟ ସାଙ୍ଗ ମାନଙ୍କ ସହ ଚୋରି କରିବା, ଅନ୍ୟ ଲୋକଙ୍କ ବାଡି଼କୁ ଯାଇ ଛୋଟ ଗଛ ଗୁଡିକୁ ଉପାଡି ଦେବା, ତା ଡାଳ ଗୁଡାକୁ ଭାଙ୍ଗି ଦେବା ତା'ର ବଦଭ୍ୟାସ ଥିଲା l ବିଶ୍ୱଜିତର ବାପା ତା'ର ଏ ସବୁ ଗୁଣକୁ ଦେଖି ବୋହୁତ ଚିନ୍ତାରେ ପଡ଼ି ଗଲେ l କାରଣ ସେ ଚାହୁଁ ନ ଥିଲେ କି ବିଶ୍ୱଜିତ ଏମିତି ଦୁର୍ଗୁଣକୁ ବହନ କରି ବଢୁ, ସେ ଚାହୁଁ ଥିଲେ ତାଙ୍କ ପୁଅ ତାଙ୍କ ସବୁ ସ୍ବପ୍ନକୁ ସାକାର କରୁ ଭଲ ମଣିଷ ଟିଏ ହେଉ l

     ସାଙ୍ଗ ସାଥୀଙ୍କ ସହ ସମୟ ନଷ୍ଟ ନ କରି ପାଠ ପଢିବାକୁ ବାପା ବୋହୁତ କହିଲେ,କିନ୍ତୁ ପିଲାଟି ବୁଝିବାକୁ ନାରାଜ l ଶେଷରେ ବାପାଙ୍କ ଗାଳି ଗୁଲଜକୁ ସହି ନ ପାରି ପାଠ ପଢିବାକୁ ଯିବା ପାଇଁ ରାଜି ହେଲା ବିଶ୍ୱଜିତ l 

     ବିଶ୍ୱଜିତର ପଢ଼ା ପାଇଁ ତା'ର ବାପା ତାକୁ ଗୋଟିଏ ଭଲ ସ୍କୁଲରେ ନାମ ଲେଖାଇ ଦେଲେ l ଗାଁରୁ ସହରକୁ ଗଲା l ଭଲ ପାଠ ପଢିଲା ଏବଂ ସମସ୍ତ ପରୀକ୍ଷାରେ ଉତୀର୍ଣ୍ଣ ହେଲା l ଏହା ଦେଖି ବିଶ୍ୱଜିତର ବାପା ମାଆ ଏବଂ ସାରମାନେ ବୋହୁତ ଖୁସି ହେଲେ l ବିଦ୍ୟାଳୟଠାରୁ ମହାବିଦ୍ୟାଳୟ ସବୁଠାରେ ବିଶ୍ୱଜିତକୁ ଟକ୍କର ଦେବା ପାଇଁ କେହି ବି ନ ଥିଲେ l ଏହା ଦେଖି ବିଶ୍ୱଜିତ ତା'ର ବିତି ଯାଇଥିବା ଦିନ ଗୁଡିକୁ ମନେ ପକେଇଲା ଏବଂ ଅନୁତାପ କଲା, ସେ ଜୀବନରେ କିଛି ଖରାପ କାମ କରିବ ନାହିଁ ବୋଲି ପ୍ରତିଜ୍ଞା କଲା l

     ବିଶ୍ୱଜିତ ଯେତେବେଳେ ବାର ବର୍ଷର ଥିଲା ସେତେବେଳୁ ବାହାରେ ରହି ପାଠ ପଢୁଛି l କିଛି ଦିନ ପରେ ବଡ଼ ଦିନ ଛୁଟି ଥାଏ,ତେଣୁ ସେ ଗାଁକୁ ଯିବା ପାଇଁ ସ୍ଥିର କଲା l କିଛି ଦିନ ଗାଁରେ ରହି ବୁଲାବୁଲି କରିକି ଆସିବ l ଗାଁକୁ ଯିବାର ପୂର୍ଵ ଦିନ ନିଜର ବ୍ୟାଗକୁ ସଜାଡ଼ି ରଖି ଦେଇଥାଏ l ସକାଳୁ ସକାଳୁ ଉଠି ନିତ୍ୟ କର୍ମ ସାରି ବ୍ୟାଗ ଧରି ବାହାରିଲା ବସଷ୍ଟେସନକୁ l ସେତେବେଳେ ବିଶ୍ୱର ଗାଁ ଦେଇ ସହରକୁ ଗୋଟିଏ ଛୋଟିଆ ବସ ଟିଏ ଚାଲୁଥାଏ l ବିଶ୍ୱ ସେଇ ବସରେ ଆଜି ଗାଁକୁ ଯିବ l

ଭାବୁ ଭାବୁ ବସଟି ଆସିଲା ଏବଂ ବିଶ୍ୱ ବସରେ ବସିଲା l କିଛି ସମୟ ଗଲା ପରେ ବସଟି ସୁନ୍ଦରପୁର ଗାଁରେ ପହଂଚିଗଲା l କଣ୍ଡକ୍ଟର ଭାଇ ବିଶ୍ୱକୁ ବସରୁ ଓଲ୍ଲାଇବାକୁ କହିଲେ l ବିଶ୍ୱ ଝରକା ପଟେ ଚାହିଁ ଦେଖି କହିଲା, ଆରେ ଭାଇ.. ଏଇଟା ଆମ ଗାଁ ନୁହଁ.. l କଣ୍ଡକ୍ଟର କହିଲା ଏଇଟା ହିଁ ସୁନ୍ଦରପୁର ଗାଁ l

   ବିଶ୍ୱ ବସରୁ ଓଲ୍ହାଇ ଚାରିଆଡେ ଚାହିଁଲା l ସେଠାରୁ ତା ଘର କିଛି ଦୂରରେ l ତେଣୁ ସେ ଆଗେ ଆଗେ ଚାଲିଲା l ସେ ଯେତେ ପାଦ ପକାଇ ପକାଇ ଚାଲୁଥାଏ ସେତେ ଆଶ୍ଚର୍ଯ୍ୟ ହୋଇ ଯାଉଥାଏ l କାରଣ ସୁନ୍ଦରପୁର ଗାଁର ସୁନ୍ଦରତା ତା' ଆଖିରେ ଦେଖିବାକୁ ପାଇଲା ନାହିଁ l ସେ ଚାରିଆଡେ ଚାହିଁ ଦେଖିଲା ଯେ, ତାଙ୍କ ଗାଁର ସେହି ସୁନ୍ଦର ଜଙ୍ଗଲ ଆଉ ଏବେ ସବୁଜ ଦେଖାଯାଉ ନାହିଁ, ଦେଖାଯାଉଛି ଟାଙ୍ଗରା ଭୂଇଁ,l ସେହି ସୁନ୍ଦର ନଦୀ ଏବେ ଗୋଟିଏ ନାଳ ସଦୃଶ, ସେଥିରେ ଗୋଟିଏ ଖାଲରେ କିଛି ଗୋଳିଆ ପାଣି l ନଦୀ ତଟରେ ଆବର୍ଜନା l ଲୋକମାନେ ସେହି ପାଣିକୁ କିଏ ଗାଧୋଉଛି ତ କିଏ ଲୁଗା ସଫା କରୁଛି l ସେହି ଗାଁର ସବୁଜ ସୁନ୍ଦର ବନାନୀ ନଷ୍ଟ ହୋଇ ଯାଇଛି l ଗଛଗୁଡିକୁ କାଟି ସଫା କରିଦେଲେଣି l ଟାଣ ଖରା ସାଙ୍ଗକୁ ତତଲା ପବନ l ବିଶ୍ୱଜିତକୁ ବୋହୁତ ଗରମ ଲାଗିଲା l ସେ ସଙ୍ଗେ ସଙ୍ଗେ ବ୍ୟାଗରୁ ଗୋଟିଏ ଗାମୁଛା ପାଣି ବୋତଲ କାଢିଲା,ବୋତଲରେ ଧରିଥିବା ପାଣିରେ ଗାମୁଛା ଓଦା କରି ମୁଣ୍ଡରେ ଦେଲା ଏବଂ ଆଗକୁ ଚାଲିଲା l ସେ ଯେତେବେଳେ ଘରକୁ ପହଂଚିଲା ତାଙ୍କ ଘର ଆଉ ଆଗଭଳି ଦେଖା ଯାଉନାହିଁ l ଆଗର ସେଇ ମାଟି ଛପରଘର କୁଆଡ଼େ ଗଲା l ଖାଲି ତାଙ୍କର ନୁହେଁ ଗାଁର ପ୍ରାୟ ଅଧା ଲୋକଙ୍କର ଘର ହୋଇ ଯାଇଛି ଛାତଘର l ସେ ଘର ଭିତରେ ଯାଇ ବ୍ୟାଗ ଥୋଇ ବସି ପଡିଲା ଏବଂ ମନେ ମନେ ଚିନ୍ତା କଲା, ସତରେ ମଣିଷ ବୋହୁତ ନିଷ୍ଠୁର ପ୍ରାଣୀ l ସେ ନିଜ ସୁଖ ଶାନ୍ତି ପାଇଁ ସମସ୍ତଙ୍କୁ ମାରି ଦେଇ ପାରେ, ସବୁ କିଛିକୁ ଭାଙ୍ଗି ଦେଇପାରେ l ସେ ଯାହାବି କୁକର୍ମ କରିବ ନିଶ୍ଚୟ ଫଳ ପାଇବ l ସେ ଯାହାବି କରୁଛି ନିଜର ସୁଖଶାନ୍ତି ପାଇଁ ନୁହେଁ ନିଜର ମରଣ ପାଇଁ l ସେ ତା ବାପାକୁ କହିଲା ; ବାପା! ତମେ ମତେ ଗଛ ଉପାଡିବାକୁ, ଫଳ ଚୋରିକରିବାକୁ ବାରଣ କରୁଥିଲ l ଆଜି ଗାଁର ସବୁ ଗଛ କଟା ହେଲାଣି l ଲୋକଙ୍କୁ ଗଛ କାଟିବା ପାଇଁ ମନା କରି ପାରିଲ ନାହିଁ କାହିଁକି? ଏହା ଯୋଗୁଁ ଆଜି ଟାଣ ଖରା ସାଙ୍ଗକୁ ତତଲା ପବନର ଶିକାର ହେବାକୁ ପଡୁଛି l ବିଶ୍ୱ ର ବାପା କହିଲେ, ତୁ ଠିକ କହିଛୁ ବିଶ୍ୱ l କିନ୍ତୁ ମୁଁ ଏକା କଣ କରି ପାରିବି l ଏହି ଅବୁଝା ଲୋକଙ୍କୁ କେତେ ବୁଝେଇବି l କଥାରେ ଅଛି ପରା ଏକତା ହିଁ ବଳ l ସେଥିରେ ମୋର ବି ଭୁଲ ଅଛି l ମୁଁ ମଧ୍ୟ ଗଛ କାଟି ଘର ତିଆରି କରିଛି l ବିଶ୍ୱ କହିଲା ; ଯଦି ବି ନିଜ ସୁବିଧା ପାଇଁ ଗଛ କଟା ହେଲା, ତେବେ ତା ବଦଳରେ ନୂଆ ଗଛ ଲଗେଇବା କଥା, ମଣିଷ ଏତେ ବୁଦ୍ଧି ଖଟାଇ ପାରୁ ନାହିଁ କାହିଁକି? 

   ସେହି ଦିନଠାରୁ ବିଶ୍ୱ ଏବଂ ତା'ର ବାପା ନିଜେ ବୃକ୍ଷରୋପଣ କରିବା ସହ ଲୋକମାନଙ୍କୁ ମଧ୍ୟ ବୃକ୍ଷରୋପଣ କରିବା ପାଇଁ ପ୍ରବର୍ତ୍ତାଇଲେ l ଲୋକମାନେ ମଧ୍ୟ କଥାମାନି ବୃକ୍ଷରୋପଣ କରିଛନ୍ତି l କିଛି ବର୍ଷ ପରେ ସୁନ୍ଦରପୁର ଗାଁର ସୁନ୍ଦରତା ପୁଣି ଫେରି ଆସିଲା, ସମସ୍ତେ ଖୁସିରେ ଦିନ କାଟିଲେ l


    


Rate this content
Log in

Similar oriya story from Action